ଓଭରଟେକ୍‌ ବେଳେ ଟ୍ରକକୁ ଧକ୍କା ଦେଲା କାର

ଭଦ୍ରକ ଅଫିସ, ୨୦।୧୧: ଓଭରଟେକ୍‌ କରିବା ବେଳେ ଟ୍ରକକୁ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୫ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ମଜୁରିଗଢିଆ ଛକ ନିକଟରେ ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଉଭୟ କାର ଓ ଟ୍ରକ ଭୁବନେଶ୍ବରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଧାମନଗର ଥାନା ମଜୁରିଗଢିଆ ଛକ ନିକଟରେ କାରଟି ଟ୍ରକକୁ ଓଭରଟେକ କରିବା ସମୟରେ ଟ୍ରକ ସହ ଧକ୍କା ହୋଇଥିଲା । ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । କାରରେ ଥିବା ଶିଶୁ ଓ ମହିଳାଙ୍କ ସହ ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ । ଟ୍ରକର ଡ୍ରାଇଭର ଓ ହେଲପର୍‌ ଟ୍ରକ ଭିତରେ ଚାପି ହୋଇଯାଇଥିଲେ । ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଏକ ପ୍ରୋକଲିନ ସାହାଯ୍ୟରେ ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା ପଡ଼ିଆରେ ସମାଜର ସାଂସ୍କୃତିକ ସମାରୋହ

କଟକ ଅଫିସ, ୨୩ା୧: ‘ସମାଜ’ର ସାଂସ୍କୃତିକ ସମାରୋହ ଦ୍ୱିତୀୟ ସନ୍ଧ୍ୟା ବୁଧବାର ଉପର ବାଲିଯାତ୍ରା ପଡ଼ିିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି...

ପ୍ରଶାସନର ନିର୍ଦ୍ଧେଶକୁ ବେଖାତିର:ବିଦ୍ୟାଳୟକୁ ଡକାଇ ଛାତ୍ରୀଛାତ୍ରଙ୍କୁ ବହି ବଣ୍ଟନ

ଦାରିଙ୍ଗବାଡ଼ି,୨୩।୪(ଡି.ଏନ.ଏ)- ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷକମାନେ ପାଠ୍ୟପୁସ୍ତକ ନେଇ ଘରେ ଦେଇ ଆସିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି। କିନ୍ତୁ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି...

ମାଛ ଚାଷ ଜରିଆରେ ସ୍ବାଭାବଲମ୍ବି ହେବାକୁ ଲକ୍ଷ୍ୟ: ଆଗେଇ ଆସିଲେ ୩୦ ଏସ୍‌ଏଚ୍‌ଜି ଗ୍ରୁପ୍‌

କର୍ଲାମୁଣ୍ଡା,୧୧।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୨ଟି ପଞ୍ଚାୟତରେ ଥିବା ବିଭିନ୍ନ ସରକାରୀ ପୋଖରୀରେ ମାଛ ଚାଷ କରି ଆର୍ଥତ୍କ ବିକାଶ କରିବାର ଲକ୍ଷ୍ୟରେ ୨୯ଟି ପୋଖରୀରେ...

ଲଣ୍ଡା ପଡ଼ିଆକୁ ସବୁଜ କଲେ ଦିବ୍ୟାଙ୍ଗ ବୃଦ୍ଧ

ଦଶମନ୍ତପୁର,୧୭ା୪(ଡି.ଏନ୍‌.ଏ.): ପୂର୍ବପୁରୁଷର ଗୋଟିଏ ଏକର ଜମି ପଡ଼ିଆ ପଡ଼ିଥିଲା। ପାଖରେ ଜଳସେଚନ ବ୍ୟବସ୍ଥା ବି ନଥିଲା। କିନ୍ତୁ ନିଜ ଉଦ୍ୟମ ବଳରେ ଜମିକୁ ପାଣି ମଡ଼ାଇ...

୨ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଖରିଫ ଚାଷ

ଜୟପୁର, ୧୩ା୬ (ନି.ପ୍ର.)- କୋରାପୁଟକୁ ମୌସୁମୀ ବର୍ଷା ଆସିଛି। ଏହାକୁ ନେଇ ଖରିଫ ଚାଷ ପାଇଁ ଚାଷୀ ଓ ପ୍ରଶାସନ ତପତ୍ରତା ପ୍ରକାଶ କରିଛନ୍ତି। ଖରିଫ...

ଜଳସେଚନ ପ୍ରକଳ୍ପକୁ ଗିଳୁଛି ପଥର ଖାଦାନ

ଯାଜପୁର ଅଫିସ,୩୦।୧୦ରାଜ୍ୟ ସରକାର ଜଳସେଚନ ଜମିର ପରିମାଣ ବୃଦ୍ଧି କରିବାକୁ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମେତ ଡଗ୍‌ୱେଲ, ବୋର୍‌ୱେଲ ଇତ୍ୟାଦି ଯୋଜନା...

‘ଫନୀ’ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି

ଅନୁଗୋଳ ଅଫିସ, ୩୦।୪ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନୀ ଆସନ୍ତା ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର...

ଅନୁଗୋଳ ମେଡିକାଲ ପରିଦର୍ଶନ କଲେ ୫-ଟି ସଚିବ: ବାହାରୁ ମେଡିସିନ୍‌ କିଣାକୁ ନେଇ ଖପ୍ପା

ଅନୁଗୋଳ ଅଫିସ, ୩୦ା୧୦-ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ମଙ୍ଗଳବାର...

Advertisement
Archives

Model This Week