ଆଶାବାଡ଼ି ଭରସାରେ ବିଚିତ୍ର

ରାଜକନିକା,୨୭ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ କଇଥାପାଳ ଗାଁ ର ବିଚିତ୍ର ଜେନା(୩୫) କିଛିବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଶାବାଡ଼ିକୁ ଭରସା କରି ତାଙ୍କ ଦିନ କଟୁଛି। ଆର୍ଥିକ ଅନଟନ ଯୋଗୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ବି ମିଳୁନାହିଁ। ଏପରି ସ୍ଥିତିରେ ସେ କେବଳ ଭାଗ୍ୟକୁ ଆଦରି ରୋଗ ସହିତ ସଂଗ୍ରାମ କରୁଛନ୍ତି।
ଦିନ ଥିଲା ବିଚିତ୍ର ହାଇଦ୍ରାବାଦରେ ରହି କାମ କରି ଭଲ ଦି ପଇସା ରୋଜଗାର କରୁଥିଲେ। ସେଥିରେ ତାଙ୍କ ପରିବାର ଗୁଜୁରାଣ ମେଣ୍ଟିଯାଉଥିଲା। ହେଲେ କିଛିଦିନ ତଳେ ହାଇଦ୍ରାବାଦରେ କାମ କରିବା ଅବସ୍ଥାରେ ତାଙ୍କ ହାତଗୋଡ଼ ଅକାମୀ ହୋଇଗଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ପକ୍ଷାଘାତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେ ଗାଁକୁ ଫେରିଆସିଥିଲେ। ଏହାପରେ ଚାଲିଥିଲା ଚିକିତ୍ସା। ଯାହାକିଛି ସଞ୍ଚତ୍ତ ଅର୍ଥ ଥିଲା ତାହା ସରିଯିବା ପରେ ଧାରଉଧାର କରିବା ଆରମ୍ଭ ହେଲା।କଟକ ବଡ଼ ଡାକ୍ତରଖାନା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିଚିତ୍ର ଔଷଧ ଖାଉଥିଲେ। ହେଲେ ସମୁଦ୍ରକୁ ଶଙ୍ଖେ ପରି ଅନ୍ୟର ହାତଟେକା ଟଙ୍କା ତାଙ୍କ ରୋଗ ଭଲ କଲା ନାହିଁ। ଏବେ ସେ ଘରେ ପଡିଛନ୍ତି। ଆଉ ଥରେ କଟକ ଯାଇ ଡାକ୍ତରଙ୍କୁ ପରାମର୍ଶ କରିବାକୁ ତାଙ୍କ ପାଖେ ସମ୍ବଳ ନାହିଁ।
କଇଥାପାଳ ଜେନାସାହିରେ ଥିବା ବିଚିତ୍ରଙ୍କ ପରିବାର କହିଲେ ସ୍ତ୍ରୀ ସସ୍ମିତା, ୨ ଛୋଟ ଝିଅ ରାନୀ ଓ ଅନୀଙ୍କୁ ନେଇ ତାଙ୍କ ତେଲଲୁଣର ସଂସାର। ଯେଉଁ ବୟସରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କଥା ତାହା ତାଙ୍କ ଦ୍ୱାରା ସମ୍ଭବ ହେଲା ନାହିଁ। ଆଶା ବାଡ଼ି ତାଙ୍କ ସାହାରା ସାଜିଲା। ଝିଅର ପାଠ ପଢା କଥା ପଚାରେ ବା କିଏ। ଦିନକୁ ଦିଓଳି ଦିମୁଠା ଖାଇବା ପାଉ ନ ଥିବା ବିଚିତ୍ରଙ୍କ ପରିବାର ବହୁତ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଜମିବାଡ଼ି ନ ଥିବାରୁ ବିଚିତ୍ରଙ୍କୁ ରାଶନ କାର୍ଡ଼, ସ୍ବାସ୍ଥ୍ୟବୀମା କାର୍ଡ଼ କି ଆବାସ ଯୋଜନାରେ ଘରଟିଏ ବି ମିଳି ନାହିଁ। ସ୍ବାମୀଙ୍କ ଚିକିତ୍ସା ପାଇଁ ଅର୍ଥର ଜରୁରୀ ଆବଶ୍ୟକତା ଥିବାରୁ ସ୍ତ୍ରୀ ସସ୍ମିତା ସରକାରୀ ସହାୟତା ଉପରେ ନିର୍ଭର କରିଛନ୍ତି। କୌଣସି ବେସରକାରୀ ସଂସ୍ଥା, କିମ୍ବା ବଦାନ୍ୟ ବ୍ୟକ୍ତି ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ ସହଯୋଗ କଲେ ସେ ଚିରଉପକୃତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri