ଆଶାବାଡ଼ି ଭରସାରେ ବିଚିତ୍ର

ରାଜକନିକା,୨୭ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ କଇଥାପାଳ ଗାଁ ର ବିଚିତ୍ର ଜେନା(୩୫) କିଛିବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଶାବାଡ଼ିକୁ ଭରସା କରି ତାଙ୍କ ଦିନ କଟୁଛି। ଆର୍ଥିକ ଅନଟନ ଯୋଗୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ବି ମିଳୁନାହିଁ। ଏପରି ସ୍ଥିତିରେ ସେ କେବଳ ଭାଗ୍ୟକୁ ଆଦରି ରୋଗ ସହିତ ସଂଗ୍ରାମ କରୁଛନ୍ତି।
ଦିନ ଥିଲା ବିଚିତ୍ର ହାଇଦ୍ରାବାଦରେ ରହି କାମ କରି ଭଲ ଦି ପଇସା ରୋଜଗାର କରୁଥିଲେ। ସେଥିରେ ତାଙ୍କ ପରିବାର ଗୁଜୁରାଣ ମେଣ୍ଟିଯାଉଥିଲା। ହେଲେ କିଛିଦିନ ତଳେ ହାଇଦ୍ରାବାଦରେ କାମ କରିବା ଅବସ୍ଥାରେ ତାଙ୍କ ହାତଗୋଡ଼ ଅକାମୀ ହୋଇଗଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ପକ୍ଷାଘାତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେ ଗାଁକୁ ଫେରିଆସିଥିଲେ। ଏହାପରେ ଚାଲିଥିଲା ଚିକିତ୍ସା। ଯାହାକିଛି ସଞ୍ଚତ୍ତ ଅର୍ଥ ଥିଲା ତାହା ସରିଯିବା ପରେ ଧାରଉଧାର କରିବା ଆରମ୍ଭ ହେଲା।କଟକ ବଡ଼ ଡାକ୍ତରଖାନା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିଚିତ୍ର ଔଷଧ ଖାଉଥିଲେ। ହେଲେ ସମୁଦ୍ରକୁ ଶଙ୍ଖେ ପରି ଅନ୍ୟର ହାତଟେକା ଟଙ୍କା ତାଙ୍କ ରୋଗ ଭଲ କଲା ନାହିଁ। ଏବେ ସେ ଘରେ ପଡିଛନ୍ତି। ଆଉ ଥରେ କଟକ ଯାଇ ଡାକ୍ତରଙ୍କୁ ପରାମର୍ଶ କରିବାକୁ ତାଙ୍କ ପାଖେ ସମ୍ବଳ ନାହିଁ।
କଇଥାପାଳ ଜେନାସାହିରେ ଥିବା ବିଚିତ୍ରଙ୍କ ପରିବାର କହିଲେ ସ୍ତ୍ରୀ ସସ୍ମିତା, ୨ ଛୋଟ ଝିଅ ରାନୀ ଓ ଅନୀଙ୍କୁ ନେଇ ତାଙ୍କ ତେଲଲୁଣର ସଂସାର। ଯେଉଁ ବୟସରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କଥା ତାହା ତାଙ୍କ ଦ୍ୱାରା ସମ୍ଭବ ହେଲା ନାହିଁ। ଆଶା ବାଡ଼ି ତାଙ୍କ ସାହାରା ସାଜିଲା। ଝିଅର ପାଠ ପଢା କଥା ପଚାରେ ବା କିଏ। ଦିନକୁ ଦିଓଳି ଦିମୁଠା ଖାଇବା ପାଉ ନ ଥିବା ବିଚିତ୍ରଙ୍କ ପରିବାର ବହୁତ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଜମିବାଡ଼ି ନ ଥିବାରୁ ବିଚିତ୍ରଙ୍କୁ ରାଶନ କାର୍ଡ଼, ସ୍ବାସ୍ଥ୍ୟବୀମା କାର୍ଡ଼ କି ଆବାସ ଯୋଜନାରେ ଘରଟିଏ ବି ମିଳି ନାହିଁ। ସ୍ବାମୀଙ୍କ ଚିକିତ୍ସା ପାଇଁ ଅର୍ଥର ଜରୁରୀ ଆବଶ୍ୟକତା ଥିବାରୁ ସ୍ତ୍ରୀ ସସ୍ମିତା ସରକାରୀ ସହାୟତା ଉପରେ ନିର୍ଭର କରିଛନ୍ତି। କୌଣସି ବେସରକାରୀ ସଂସ୍ଥା, କିମ୍ବା ବଦାନ୍ୟ ବ୍ୟକ୍ତି ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ ସହଯୋଗ କଲେ ସେ ଚିରଉପକୃତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଖୋଲିବନି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୯।୮(ବ୍ୟୁରୋ): ଶୈବକ୍ଷେତ୍ରର ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିର। କିଛି ମାସ ହେଲା କୋଭିଡ୍‌ କଟକଣା ଯୋଗୁ ମନ୍ଦିର ବନ୍ଦ ରହିଛି। ମନ୍ଦିର କେବେ ଖୋଲିବ ତାହା...

କୃଷି ଆଇନକୁ ବରଗଡ଼ରେ ବିରୋଧ: ରାଜରାସ୍ତାରେ ଜଳିଲା ନିଆଁ

ବରଗଡ଼ ଅଫିସ,୮।୧୨: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ...

କପ୍ତିପଦା-ଶରତ ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର: ତଦନ୍ତ ଦାବି, ପ୍ରତିବାଦ ଶୋଭାଯାତ୍ରା

କପ୍ତିପଦା,୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା ହୋଇଛି ା ଗତ କିଛି ଦିନ ତଳେ ମହିଁଷାସୁରୀ ଛକରୁ ପଦ୍ମପୋଖରୀ ପର୍ଯ୍ୟନ୍ତ...

ସମ୍ପ୍ରସାରଣ ପାଇଁ ହଟିବ ଜବରଦଖଲ

ଢେଙ୍କାନାଳ ଅଫିସ,୭ା୨: ଢେଙ୍କାନାଳ ସହର ମଧ୍ୟଦେଇ ଯାଇଥିବା ପୂର୍ତ୍ତ ବିଭାଗର ପ୍ରମୁଖ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଢେଙ୍କାନାଳ କଲେଜ ବାଇପାସ ଠାରୁ ସହର...

ନିତ୍ୟାନନ୍ଦ ଆଶ୍ରମରେ ମକର ସଂକ୍ରାନ୍ତି: ଗୀତାଯଜ୍ଞ, ପ୍ରବଚନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ବିଜେପୁର,୧୫।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ସହର ଉପକଣ୍ଠ ଗୋପଟିକ୍ରା ନିତ୍ୟାନନ୍ଦ ଆଶ୍ରମରେ ଚାଲିଥିବା ପଞ୍ଚ ଦିବସୀୟ ମକର ସଂକ୍ରାନ୍ତି ମହୋତ୍ସବର ବୁଧବାର ଅନ୍ତିମ ଦିବସରେ ଗୀତା...

ମହାପ୍ରଭୁଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୪।୯: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ...

ସ୍ବାମୀ ମୃତ୍ୟୁର ୨୪ ଘଣ୍ଟାରେ ସ୍ତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା ଅଫିସ,୨୯ା୧୧: ଖୋର୍ଦ୍ଧା ଗୁରୁଜଙ୍ଗ ଦଓ୍ବୋନ ସାହିର ସୌମ୍ୟରଞ୍ଜନ ସାହୁଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ତରତୁଆ ନିକଟ କାଜୁ ଜଙ୍ଗଲରୁ ମିଳିଥିଲା। ଏହାର ୨୪ଘଣ୍ଟା ନ...

ପାରାଦୀପରେ କାଳବୈଶାଖୀ ତାଣ୍ଡବ: ବୁଡ଼ିଲା ୧୫ ମାଛଧରା ଡଙ୍ଗା, ୪୦ ଆହତ

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ଆଖପାଖ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଏଥିଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ମହାନଦୀର ଚଉମୁହାଣିଠାରୁ ମାଛ ଧରିବାକୁ ଯାଇଥିବା ଏକାଧିକ...

Advertisement
Archives

Model This Week