ଶୁଖିଲା ପଡ଼ିଛି କେନାଲ, ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୩।୫(ସ୍ବ.ପ୍ର.): କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ମୁଖ୍ୟ କେନାଲରେ ପାଣି ନ ଆସିବାରୁ ଶୁଖିଲା ପଡିଛି। ପାଣି ଅଭାବରୁ ମୁଖ୍ୟ କେନାଲରୁ ବାହାରିଥିବା ଶାଖାଗୁଡିକ ମଧ୍ୟ ଶୁଖି ଯାଇଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ସଂଯୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା ନଂ. ୧୬ କେନାଲ, ନଂ. ୨କେନାଲ, କୋରିଆପଲ୍ଲା ମାଇନର, ନଂ. ୧୪ କେନାଲ, ନଂ. ୧୫, ତାତନା ମାଇନର ଶୁଖିଲା ପଡିଛି। ପନିପରିବା ଚାଷୀ ଓ ଗୃହପାଳିତ ପ୍ରାଣୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନାଲ କୂଳ ଗ୍ରାମର ଅଧିକାଂଶ ଲୋକ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଶାଖା ଉପରେ ନିର୍ଭର କରି ଚଳିଥାନ୍ତି। କେନାଲଗୁଡିକ ଶୁଖିଲା ପଡିଥିବାରୁ ଚାଷ ସହ ବିଭିନ୍ନ କାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ସେହିପରି ଗ୍ରୀଷ୍ମପ୍ରବାହ କାରଣରୁ ଗୋରୁ, ଛେଳିମେଣ୍ଢା ଆଦି ଗୃହପାଳିତ ପ୍ରାଣୀ ପିଇବା ପାଣି ନ ପାଇ ଡହଳ ବିକଳ ହେଉଛନ୍ତି। କେନାଲ କୂଳରେ ଥିବା ଜମିରେ ଚାଷୀମାନେ ପନିପରିବା ଚାଷ କରିଥିବାରୁ ପାଣି ବିନା ମରିଯିବାକୁ ବସିଲାଣି। ଚାଷୀ ଓ ସାମାଜିକ କର୍ମୀମାନେ ତୁରନ୍ତ କେନାଲରେ ପାଣି ଛାଡିବାକୁ ଦାବି କରିଛନ୍ତି।
ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ, ଚାଷୀ ଅଜୟ ନାୟକ, ସୁଶାନ୍ତ ସାମଲ, ପ୍ରଫୁଲ୍ଲ ତରାଇ, ବିଜୟ ଦାସ, ବନମାଳୀ ମହାପାତ୍ର, ଦେବେନ୍ଦ୍ର ପ୍ରଧାନ, ତ୍ରିଲୋଚନ ମଲିକ, ଭ୍ରମରବର ବେହେରା ପ୍ରମୁଖ ଜଳସମ୍ପଦ ବିଭାଗ ୧୫ ଦିନ ମଧ୍ୟରେ କେନାଲରେ ପାଣି ଛାଡିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା କଥା, ପଟ୍ଟାମୁଣ୍ଡାଇ ଅଞ୍ଚଳର ଷଣ୍ଢପଲ୍ଲୀ, ଅଳଭା, ଖଡିଅଣ୍ଟା, ଆମ୍ବେର, ଶିମୁଳିଆ, ଅରଡପଲ୍ଲୀ, ଗଙ୍ଗାରାମପୁର, ଗୁଣୁପୁର, ଛେଦରା, ଅଠରବାଟିଆ, ବେଲତଳ, ତାତନା, ଦକ୍ଷିଣଦିଆ, ବକ୍ତାରପୁର, ଛାଉଣୀ, ମାଟିଆ, କଖାରୁଣୀ, ବାଲିସାହି, ପୋଖରିଆପଡା, ଡିହାପଡା, ନରସିଂହପୁର, ବଡମୂଳବସନ୍ତ, ସେକପୁର, ଗଣ୍ଡକୂଳ, ନପଙ୍ଗ ଆଦି କେନାଲ ଜଳସେଚିତ ଜମିରେ ପନିପରିବା ଚାଷ କରାଯାଇଛି। କେନାଲ ପାଣି ବ୍ୟତୀତ ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଚାଷୀ କରିଥିବା ପରିବା ଫସଲ ଖରାରେ ଶୁଖି ଯାଇ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି। କରୋନା ମାଡରେ ଲୋକଙ୍କ ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ଉଚ୍ଚା ଦାମ୍‌ରେ ପନିପରିବା କିଣିବା ମଧ୍ୟ ସମ୍ଭବ ହେଉନାହିଁ। ଏବେ ଖରାଦିନ ହୋଇଥିବାରୁ ଗୃହପାଳିତ ପ୍ରାଣୀଙ୍କୁ ଗୁହାଳ କିମ୍ବା ଗୋଠରେ ବାନ୍ଧି ରଖି ହେଉନାହିଁ। ପାଣି ଅଭାବରୁ ଗୃହପାଳିତ ପ୍ରାଣୀମାନେ ଶୋଷରେ ଆଉଟପାଉଟ ହେଉଛନ୍ତି। କେନାଲରେ ପାଣି ନ ଥିବାରୁ ପ୍ରଚଣ୍ଡ ରୌଦ୍ର ତାପରେ ପୋଖରୀ ଗାଡିଆଗୁଡିକ ମଧ୍ୟ ଶୁଖିଲା ପଡିଛି। ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାରୁ କୂପ ଓ ନଳକୂପଗୁଡିକର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଚଳିତବର୍ଷ ଗ୍ରୀଷ୍ମଋତୁ ଆରମ୍ଭରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଅଗ୍ନିକାଣ୍ଡ ଯୋଗୁ ବହୁ ଧନଜୀବନ କ୍ଷତି ଘଟାଇଛି। ଅଗ୍ନି ନିର୍ବାପନ ପାଇଁ ପାଣିର ଅଭାବ ଅଗ୍ନିଶମ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ପଟ୍ଟାମୁଣ୍ଡାଇର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଧୋୟାଞ୍ଚଳକୁ ବାଦ୍‌ ଦେଲେ ଭେଡା ଅଞ୍ଚଳର ୭୦ ଭାଗ ଲୋକ କେନାଲ ପାଣି ଉପରେ ନିର୍ଭର କରି ଚାଷଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଚଳିତବର୍ଷ ଅନ୍ୟବର୍ଷ ତୁଳନାରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇ ରେକର୍ଡ ଭାଙ୍ଗିଛି। ଏ ନେଇ ଜଳସମ୍ପଦ ବିଭାଗର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା: ସହଯୋଗ ପାଇଁ ହାତ ଯୋଡ଼ିଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା ଅଫିସ,୩।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟକୁ ଲାକ୍‌ଡାଉନ କରାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେଲେ...

ଶିକ୍ଷା, ସ୍ବାସ୍ଥ୍ୟ ବିଭାଗର ଅବହେଳା: ପଡିରହିଛି ୭ ଲକ୍ଷର ସାନିଟାରି ନାପ୍‌କିନ

ଆଠମଲ୍ଲିକ, ୪ା୧୦ (ଡି.ଏନ.ଏ.)-ବିଦ୍ୟାଳୟ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସମସ୍ତ ବିଦ୍ୟାଳୟରେ ଛାତ୍ରୀମାନେ ଯେପରି ଏହି ପ୍ୟାଡ ପାଇବେ ସେଥିପାଇଁ ସରକାରୀ...

ନାବାଳିକାଙ୍କୁ ସିନ୍ଦୂର ପିନ୍ଧାଇ ୪ ଗିରଫ

କୁଳିଅଣା, ୨୩।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ କେଉଟୁଣୀମାରି ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳ ପୂର୍ବକ ବିବାହ କରିବା ଲାଗି ତାଙ୍କ ମଥାରେ...

ଏସ୍‌ସିବି ମେଡିକାଲ: ନିରାଶ୍ରୟଙ୍କ ସଂଖ୍ୟା ବଢ଼ାଉଛି ଚିନ୍ତା

କଟକ ଅଫିସ,୭।୬: ସରକାରୀ ଚିକିତ୍ସାଳୟରେ ନିରାଶ୍ରୟ ଲୋକଙ୍କ ସଂଖ୍ୟା ଏବେ ଚିନ୍ତା ବଢ଼ାଇଛି। କଟକର ଏସ୍‌ସିବି, ଶିଶୁଭବନ ଓ ସିଟି ହସ୍ପିଟାଲରେ ଏହି ସ୍ଥିତି ଗମ୍ଭୀର।...

ଦକ୍ଷିଣ ଓଡ଼ିଶାରେ ଭୂମିକମ୍ପ

ଦାରିଙ୍ଗବାଡି/ଜି.ଉଦୟଗିରି/ଭଞ୍ଜନଗର/ପାରଳାଖେମୁଣ୍ଡି,୮ା୧: କନ୍ଧମାଳ ଜିଲା ଦାରିଙ୍ଗବାଡି, ଜି. ଉଦୟଗିରି, ବାଲିଗୁଡା, ରାଇକିଆ ସମେତ ଗଞ୍ଜାମର ଭଞ୍ଜନଗର ଓ ଗଜପତି ଜିଲା ମୋହନା ବ୍ଲକର କେତେକ ଅଞ୍ଚଳରେ ଶୁକ୍ରବାର...

‘ଗଛ ମୋ ଜୀବନ, ସ୍ବପ୍ନ, ସାହାରା’

ସିମୁଳିଆ, (ସନ୍ତୋଷ କୁମାର ନାୟକ)- ପରିବେଶର ସୁରକ୍ଷା ବିନା ଜୀବଜଗତ ତିଷ୍ଠିବା ସମ୍ଭବ ନୁହେଁ। ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବା ବାର୍ତ୍ତା ପ୍ରଚାର ଲାଗି...

କ୍ଷତିପୂରଣ ଯୋଗାଇ ଦେବାକୁ ଜିଲାପାଳଙ୍କୁ ଦାବିପତ୍ର

ଜଳେଶ୍ୱର, ୧୩।୧୧(ଡି.ଏନ.ଏ.)-‘ବୁଲ୍‌ବୁଲ୍‌’ ଦ୍ୱାରା ପ୍ରଭାବିତ ଚାଷୀ ଓ ଜନସାଧାରଣଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ମଣନାଥ ରୋଡ଼ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ବାଲେଶ୍ୱର ଜିଲାପାଳଙ୍କୁ...

ଗ୍ରାମକୁ ବିସ୍ଥାପିତ କରିବା ଦାବିରେ ବେଦାନ୍ତ ପ୍ରକଳ୍ପ ସମ୍ମୁଖରେ କାତିକେଲାବାସୀଙ୍କ ଆନ୍ଦୋଳନ

ଝାରସୁଗୁଡା ଅଫିସ, ୮।୪: ଝାରସୁଗୁଡା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ ପ୍ରକଳ୍ପ ଫାଟକ ସମ୍ମୁଖରେ କାତିକେଲାବାସୀ ଗୁରୁବାର ସକାଳ ୬ଟାରୁ ଧାରଣା ଦେଇଛନ୍ତି। ପାଉଁଶ ପୋଖରୀ ଦ୍ବାରା...

Advertisement


Archives

Model This Week