Posted inଖେଳ

ମୋତେ ବଦନାମ କରିବାକୁ ଅଭିଯାନ ଚାଲିଛି: ରମଣ

ନୂଆଦିଲ୍ଲୀ,୧୬।୫(ପି.ଟି.): ଭାରତୀୟ ମହିଳା ସିନିୟର ଦଳର କୋଚ୍‌ ପଦରୁ ବହିଷ୍କୃତ ହେବା ପରେ ଡବ୍ଲ୍ୟୁ.ଭି. ରମଣ ଏବେ ମୁହଁ ଖୋଲିଛନ୍ତି। ମୋତେ ବଦନାମ କରିବାକୁ ଅଭିଯାନ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଷଡ଼ଯନ୍ତ୍ର ତଥା ଅଭିଯାନକୁ ରୋକିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନିବେଦନ କରିଛନ୍ତି।
ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ରାହୁଲ ଡ୍ରାଭିଡ ଓ ଗାଙ୍ଗୁଲିଙ୍କୁ ଇ- ମେଲ୍‌ ଜରିଆରେ ଚିଠି ଲେଖି ସେ ଏ ନେଇ ଅବଗତ କରାଇବାକୁ ପ୍ରୟାସ କରିଛନ୍ତି। କୋଚ୍‌ ଭାବେ ଅଯୋଗ୍ୟ ହେବା ଛଡା ଅନ୍ୟ କାରଣ ପାଇଁ ତାଙ୍କୁ ବହିଷ୍କାର କରାଯିବା ଚିନ୍ତାଜନକ ବୋଲି ସେ ଉଲ୍ଲେଖ କରିଛନ୍ତି। କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ହେଡ୍‌ କୋଚ୍‌ ପଦରୁ ରମଣଙ୍କୁ ହଟାଇ ପୂର୍ବତନ କ୍ରିକେଟର ରମେଶ ପାଓ୍ବାରଙ୍କୁ ନିଯୁକ୍ତ କରିଛି। ରମଣଙ୍କ ତତ୍ତ୍ୱାବଧାନରେ ଭାରତୀୟ ଦଳ ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରି ଅସାଧାରଣ ସଫଳତା ପାଇଥିଲା।
ମୋ ବିରୋଧରେ ଚାଲିଥିବା ଏହି ଅବାଞ୍ଛିତ ଅଭିଯାନକୁ ସ୍ଥାୟୀ ଭାବେ ରୋକା ଯିବା ନିହାତି ଜରୁରୀ। ଏହି ଅଭିଯାନରେ ବିସିସିଆଇର କେତେଜଣ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି। ଯଦି ଆବଶ୍ୟକ ହୁଏ ତେବେ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଯଦି ଅକ୍ଷମତା ପାଇଁ ମୋତେ ବହିଷ୍କାର କରାଯାଇଛି ତା’ହେଲ ଏଥିରେ ଆଦୌ ଦୁଃଖ କରିବାର ଆବଶ୍ୟକତା ନାହିଁ। କିନ୍ତୁ ଯଦି ଅନ୍ୟ କାରଣ ପାଇଁ ମୋତେ ଅଣଦେଖା କରାଯାଇଛି ତା’ହେଲେ ଏହା ନିଶ୍ଚିତ ଭାବେ ଚିନ୍ତାଜନକ ଓ ଏ ନେଇ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଜରୁରୀ। ରମଣ ଭାରତ ପାଇଁ ୧୯୮୮ରୁ ୧୯୯୭ ମଧ୍ୟରେ ୧୧ ଟେଷ୍ଟ ଓ ୨୭ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ତେବେ ଚିଠିରେ ରମଣ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିନାହାନ୍ତି। ଅବସର ନେବା ପରେ ରମଣ ଦୀର୍ଘ ୨୦ ବର୍ଷ କୋଚ୍‌ ଭାବେ ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri