ସରିଲା ପ୍ରଚାର, ଭୋଟକୁ ଅପେକ୍ଷା

ପୁରୀ ଅଫିସ,୨୮।୯: ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ମତଦାନ ହେବାକୁ ଥିବାବେଳେ ସୋମବାର ସନ୍ଧ୍ୟାରେ ପ୍ରଚାର ଶେଶ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଉପନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ସହ ପୁରୀ ଜିଲାପାଳ ଏବଂ ଏସ୍‌ପିଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ମତଦାନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମୋଟ୍‌ ୩ଟି ପର୍ଯ୍ୟାୟରେ ପୋଲିଂ ପାର୍ଟିକୁ ପିପିଲି ନିର୍ବାଚନମଣ୍ଡଳୀକୁ ପଠାଯିବ। ପୂର୍ବାହ୍ନ ୬ରୁ ୧୦ଟା, ପରେ ୧୦ଟାରୁ ଅପରାହ୍ନ ୧ଟା ଏବଂ ଶେଷରେ ୧ଟାରୁ ଅପରାହ୍ନ ୪ଟା ମଧ୍ୟରେ ପୋଲିଂ ପାର୍ଟିଗୁଡ଼ିକ ଗସ୍ତ କରିବେ। ଏଥିଲାଗି ୧୦ଟି କାଉଣ୍ଟର ବ୍ୟବସ୍ଥା କରାଯିବା ସହ ଇଭିଏମ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗ୍ରହଣ ନିମନ୍ତେ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।
ମଇଦାନରେ ଅବତୀର୍ଣ୍ଣ ହୋଇଥିବା ମୋଟ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା। ସେହିପରି ମୋଟ୍‌ ୩୪୮ ବୁଥ୍‌ ମଧ୍ୟରୁ ୧୦୨ଟି ଅତିସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ସମ୍ପୃୃକ୍ତ ବୁଥ୍‌ଗୁଡ଼ିକରେ ୱେବ କାଷ୍ଟିଂ ହେବ। ୨୩ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ କରାଯିବା ସହ ୧୨ଟି ବୁଥ୍‌ରେ ଭିଡିିଓ ଉତ୍ତୋଳନ କରାଯିବ। ଏହାବ୍ୟତୀତ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ହୋଇଛି। ଜିଲାପାଳ ସମର୍ଥ ବର୍ମା ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଉପନିର୍ବାଚନ ଲାଗି ପ୍ରାୟ ୨ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ। ୫ଶହ ଗାଡ଼ି ନିୟୋଜନ ହେବ। ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି, ୩୨ଟି ମୋବାଇଲ୍‌ ଟିମ୍‌ ନିୟୋଜିତ ରହିବେ। ସେହିଭଳି ୧୯୮୩ ସୁରକ୍ଷାକର୍ମୀ ମୁତୟନ ହେବେ। ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଓ ପୋଲିସ ପକ୍ଷରୁ ନିୟମିତ ଫ୍ଲାଗ୍‌ ମାର୍ଚ୍ଚ କରାଯାଉଥିବା ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ନାଥଶର୍ମା ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହିତ ଭାରତର ନିର୍ବାଚନ ଆୟୋଗ ପିପିଲି ଉପନିର୍ବାଚନ ସମ୍ପର୍କରେ କୌଣସି ପ୍ରକାର ଏକ୍‌ଜିଟ୍‌ ପୋଲ୍‌କୁ ନିଷେଦ୍ଧ କରିଛନ୍ତି। କୌଣସି ଖବରକାଗଜ, ବୈଦ୍ୟୁତିକ ଗଣମାଧ୍ୟମ, ଓ୍ବେବ୍‌ ପୋର୍ଟାଲ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମ ଉପ ନିର୍ବାଚନ ସମ୍ପର୍କିତ ଖବର ପ୍ରକାଶିତ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ନ ଥାଇ ଜୀବନ ଯୁଦ୍ଧର ବିଜେତା କୀର୍ତ୍ତନ: ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛନ୍ତି ହସ

କାମାକ୍ଷାନଗର, ୧୩।୧: ଆଖି ନାହିଁ। ଦେଖିପାରନ୍ତିନି ଦୁନିଆକୁ। ହେଲେ ଏହି ଦୁଃଖ କେବେ ଆସିନି ତାଙ୍କ ଓଠ ପାଖକୁ। ଖୁସ୍‌ ମିଜାଜ ଆଉ ହସହସ ମୁହଁରେ କେଇ...

ଦବୁଛି କପିଳାସ ମନ୍ଦିର

ଢେଙ୍କାନାଳ ଅଫିସ, ୨୬।୮ – ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଉପରେ ବିପଦ ଘନେଇବାରେ...

ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ଜବାବ ତଲବ

ଯାଜପୁର ଅଫିସ,୧ା୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ଉତ୍ତୋଳନ ହୋଇଛି।...

ପୁରାତନ ଛାତ୍ରସଂଘ ବୈଠକରେ ନିଷ୍ପତ୍ତି:ସରକାରୀ କଲେଜ ଜମିରେ ପାଚେରୀ ନିର୍ମାଣ ସ୍ଥଗିତ ରଖାଯାଉ

ସୁନ୍ଦରଗଡ଼, ୮।୧୨ (ଡି.ଏନ୍‌.ଏ)-ସୁନ୍ଦରଗଡ ସରକାରୀ କଲେଜର ମୂଲ୍ୟବାନ ଜମିକୁ ଜବରଦଖଲକାରୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରାତନ...

ଧାନ ଉଠୁନି, ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୨୭।୧୨: ବରଗଡ଼ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇ...

ପ୍ରଶାସନ ପାଣ୍ଠି ଦେଲେ ସମାଧାନ

ଅନୁଗୋଳ ଅଫିସ, ୨୦।୧୦ ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍‌ଜା...

ଆବାସ ଯୋଜନାରୁ ବଁଚିତ୍‌ ପରିବାର: କ୍ଲବ ଘର ପାଲଟିଛେ ଆଶ୍‌ରେ ଥଲ୍‌

  ଗଣ୍ଡତୁରୁମ, ୨୧।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ମେହେନା ଗଁାର ଗଣେଶ ଉସେରା(୭୦)। ସେ ଝନେ ନିହାତି ଗରିବ୍‌...

ତିରିଶ ଘଣ୍ଟା ପରେ ମିଳିଲା ମୃତଦେହ

କେନ୍ଦୁଝର,୨।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ସ୍ଥାନୀୟ ଶିରିପୁର ସ୍ଥିତ ପୋଖରୀରେ ବୁଡି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ତିରିଶ ଘଣ୍ଟା ପରେ ମିଳିଲା। ପୋଖରୀରେ ଭାସୁଥିବା ଅବସ୍ଥାରେ...

Advertisement
Archives

Model This Week