ସିଏଜି ରିପୋର୍ଟରେ ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୧୨ା୮: ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି। କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏହାର ସୁରକ୍ଷା ପାଇଁ ଅନୁଦାନ ଦିଆଯାଉଛି। ଏହାସହ ଏହି ଅଞ୍ଚଳର ପରିବେଶ ସୁରକ୍ଷା ପାଇଁ ୧୯୮୬ରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ ହୋଇଛି। ଏଥିସହ ୧୯୯୧, ୨୦୧୧ ଓ ୨୦୧୯ ମସିହାରେ ଉପକୂଳ ପରିଚାଳନା ଜୋନ୍‌ (ସିଆର୍‌ଜେଡ୍‌) ଚିହ୍ନଟ ହୋଇ ନୋଟିଫିକେଶନ ହୋଇଛି। ଏହା ସତ୍ତ୍ୱେ ଓଡ଼ିଶାର କେନ୍ଦ୍ରାପଡ଼ା ସମେତ ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ପୁରୀ ଓ ଗଞ୍ଜାମ ଜିଲା ତଟାଞ୍ଚଳ ସୁରକ୍ଷିତ ନୁହେଁ ବୋଲି ଦର୍ଶାଯାଇଛି। ନିକଟରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ) ନିର୍ଦ୍ଦେଶକ ସଞ୍ଜୟ କୁମାର ଝାଙ୍କ ୨୦୧୫ରୁ ୨୦୨୦ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଏହି ରିପୋର୍ଟରେ ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନତା ନ ଥିବା କ୍ଷୋଭ ପ୍ରକାଶ କରାଯାଇଛି। ଅନୁଦାନ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ଏହାର ସୁଫଳ ମିଳୁ ନ ଥିବା ଉଲ୍ଲେଖ ହୋଇଛି। ଅପରପକ୍ଷରେ ଏହି ସିଏଜି ରିପୋର୍ଟ ପ୍ରକାଶ ଓ ଧରିତ୍ରୀ ଜୁଲାଇ ୧୮ ତାରିଖରେ ଏ ନେଇ ସବିଶେଷ ବିବରଣୀ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଓଡ଼ିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣାବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକ ସଂସ୍ଥାନ (ଏନ୍‌ଆଇଓଟି) ମଧ୍ୟରେ ବୁଧବାର ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର ଓ ଏନ୍‌ଆଇଓଟି ନିର୍ଦ୍ଦେଶକ ଡ. ଜି.ଏ. ରାମ ଦାସ ଏହି ଏମ୍‌ଓୟୁରେ ସ୍ବାକ୍ଷର କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ଜଳବାୟୁ ପରିବର୍ତ୍ତନ ପ୍ରତିରୋଧକ ସମୁଦ୍ର ତଟ ଓ ଲୁଣାବନ୍ଧର ସୁରକ୍ଷା ଦେବାକୁ କୁହାଯାଉଛି।
ସିଏଜି ରିପୋର୍ଟ ଅନୁଯାୟୀ, ତଟାଞ୍ଚଳରେ ଶିଳ୍ପାଞ୍ଚଳ ବିକଶିତ ହୋଇଛି। ସେହିପରି ତଟାଞ୍ଚଳରେ ଚିଙ୍ଗୁଡି ଘେରି, ବହୁମାତ୍ରାରେ ଲୋକ ବସବାସ କରୁଛନ୍ତି। ଏଥିପାଇଁ ତଟବନ୍ଧ ଓ ପରିବେଶ ଅସୁରକ୍ଷିତ ହୋଇପଡିଛି। ଜଗତ୍‌ସିଂହପୁର ଜିଲାର ପାରାଦୀପ ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ଥିବା ଉପକୂଳ ଅଞ୍ଚଳର ପରିବେଶ ନିରୀକ୍ଷଣ ପାଇଁ ୨୦୧୩ରୁ ୨୦୧୫ ଭିତରେ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ୧୯ଟି ପରୀକ୍ଷାଗାର ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ହସ୍ତାନ୍ତାର କରାଯାଇଥିଲା। ଏହି ପରୀକ୍ଷାଗାର ମାଧ୍ୟମରେ ପରିବେଶ ସମ୍ବନ୍ଧୀୟ ତଥ୍ୟ ହାସଲ କରାଯିବା କଥା। ମାତ୍ର ଏହି ବୋର୍ଡ ୩୩ରୁ ୫୯ ପ୍ରତିଶତ କାର୍ଯ୍ୟକାରୀ ହୋଇଛି। ଜଳ ଓ ବାୟୁର ମାନ ନିର୍ଦ୍ଧାରଣ କରିବା କ୍ଷେତ୍ରରେ ବହୁ ପଛରେ ପଡିଛି। ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ରାଜନଗର ମ୍ୟାନ୍‌ଗ୍ରୋଭ ଫରେଷ୍ଟ ଡିଭିଜନ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ୨୨୮ ହେକ୍ଟର ଜମିରେ ହେନ୍ତାଳ ବଣ ସୃଷ୍ଟି ହୋଇଥିବା ଦର୍ଶାଯାଇଥିଲା। ତଦନ୍ତ ସମୟରେ ବହୁସ୍ଥାନରେ ହେନ୍ତାଳ ବଣ ଦେଖିବାକୁ ମିଳିନାହିଁ। ଅନ୍ୟ କେତେକ ସ୍ଥାନରେ ମାତ୍ର ୩୫ ପ୍ରତିଶତ ଗଛ ଦେଖିବାକୁ ମିଳିଛି। ସେହିପରି କେନ୍ଦ୍ରାପଡ଼ା ଜିଲା ରାଜନଗରର ପେଣ୍ଠଠାରେ ୩୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଜିଓ ସିନ୍ଥେଟିକ୍‌ ଓ୍ବାଲ ନିର୍ମାଣ ହୋଇଥିଲା। ମାତ୍ର ଏହି ୱାଲ୍‌ର ଗାବିୟନ ବକ୍ସରୁ ପଥର ବାହାରି ସମୁଦ୍ର ମଧ୍ୟକୁ ଚାଲିଯାଉଛି। ୨୦୧୮ ମସିହାରେ ଏହି ଟ୍ୟୁବ୍‌ ୱାଲ୍‌ର ସୁରକ୍ଷା ପାଇଁ ରାଜ୍ୟ ପାଣ୍ଠିରୁ ୪ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ତଦନ୍ତ ସମୟରେ ପେଣ୍ଠ ତଟାଞ୍ଚଳର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏଥିସହ ୨୦୧୯ ଅଗଷ୍ଟରେ ଟ୍ୟୁବ୍‌ ୱାଲ୍‌ରେ ନିଅଁା ଲାଗି ଯିବାରୁ ଅଧିକ ୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ତଟବନ୍ଧ ସୁରକ୍ଷାକୁ ନେଇ ସିଏଜି ରିପୋର୍ଟରେ ବହୁ ପ୍ରଶ୍ନ ଉଠାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲାରେ ମୋଟ ୭୪୪.୩୭ କି.ମି.ର ଲୁଣା ତଟବନ୍ଧ ଅଛି। ଏହି ବନ୍ଧ ଅସୁରକ୍ଷିତ ଥିବାରୁ ବନ୍ୟା ଓ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାର ୪୫୫ ଗ୍ରାମାଞ୍ଚଳରେ ସମୁଦ୍ର ଓ ନଦୀ ଜଳ ପଶି ଆସୁଛି। ଏଥିସହ ଜିଲାର ମୋଟ ୬୪ଟି ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri