ବ୍ୟକ୍ତିଗତ ଜମିରେ ହେବ ବ୍ୟାସ ସରୋବର ମେଳା

ଯାଜପୁର ଅଫିସ,୧୯ା୧: ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବର ମେଳା ନିର୍ଦ୍ଧାରିତ ତିଥି ତଥା ଫେବୃୟାରୀ ୧ରେ ପାଳନ କରାଯିବ। ତେବେ ସେହି ପବିତ୍ର ପୀଠ ବଦଳରେ ବ୍ୟକ୍ତିଗତ ଜମିରେ ଏହି ପ୍ରସିଦ୍ଧ ମେଳା ଆୟୋଜନ କରିବାକୁ ପ୍ରଶାସନିକସ୍ତରରେ ନିଷ୍ପତ୍ତି ହୋଇଛି। ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ମାମଲା ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ମଲ୍ଲିକ, ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏବଂ ପାରିଷଦମାନେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ସମୟ କମ୍‌ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ମେଳାର ଆୟୋଜନ କରିବାକୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ। ପୂର୍ବରୁ ଜିଲାପାଳଙ୍କ ବ୍ୟାସ ସରୋବର ମେଳା ଉପରେ ନକାରାମତ୍କ ମତାମତକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଧରିତ୍ରୀରେ ପ୍ରଥମେ ୪ା୨ା୨୦୨୩ରେ ବ୍ୟାସ ସରୋବର ମେଳାକୁ ନେଇ ଚିନ୍ତା ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ବ୍ୟାସନଗର ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାବାଦ୍‌ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୋପବନ୍ଧୁ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ପ୍ରଶାସନ ମୁଣ୍ଡ ନୁଆଁଇ ମେଳାର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ମତପ୍ରକାଶ ପାଇଛି। ବ୍ୟାସ ସରୋବର ମେଳା ସହ ଅଞ୍ଚଳବାସୀଙ୍କ ଭାବାବେଗ ରହିଛି। ସେଥିପାଇଁ ବହୁ ପରିଦର୍ଶକ, ପର୍ଯ୍ୟଟକ ଏହାକୁ ଲପଲବ୍ଧି କରି ଏଠାକୁ ପରିଦର୍ଶନରେ ଆସିଥାନ୍ତି ା ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ସମ୍ଭାର ରହିଛି ା ପ୍ରାୟ ୩୦୦ ବର୍ଷ ହେବ ବ୍ୟାସ ସରୋବର ସମ୍ମୁଖ ଆମ୍ବ ତୋଟାରେ ମେଳାର ଆୟୋଜନ ହୋଇଆସୁଥିବା ଜନଶ୍ରୁତି ରହିଛି। ସରୋବର ପରିସରରେ ଗୁପ୍ତ ଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚୁ ପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭା ପାଉଛି ା ପ୍ରାଚୀନ କାଳରେ ଏଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି ା ଏବେ ତାହା ପୋତି ହୋଇଯାଇଛି ା ସରୋବରର ପଶ୍ଚିମ ପଟକୁ ଆମ୍ବ ବଗିଚା ଓ ଏକ ପାର୍ଶ୍ୱରେ ରାଘବ ଜୀଉଙ୍କ ମନ୍ଦିର ରହିଛି ା ମହାଭାରତର ଶେଷ ଯୁଦ୍ଧ ଏଠାରେ ହୋଇଥିଲା ବୋଲି କିମ୍ବଦନ୍ତୀ ରହିଛି। ଏଭଳିସ୍ଥିତିରେ ସରୋବର ଆମ୍ବତୋଟା ନିକଟରେ ଥିବା ବ୍ୟକ୍ତିଗତ ଜାଗାରେ ମେଳା ଆୟୋଜନ କେତେ ଯୁକ୍ତିଯୁକ୍ତ ହେବ ବୋଲି ସହରରେ ଚର୍ଚ୍ଚା ହେଉଛି।

ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡାଙ୍କ କହିବା ଅନୁସାରେ ଏନଜିଟି ମାମଲା ୪୦, ୫୨, ୬୨ ଓ ୬୪ ପ୍ଲଟ୍‌ ଉପରେ ରହିଛି। ଜଙ୍ଗଲ ଜମିରେ ସ୍ଥାୟୀ ନିର୍ମାଣ କରିବାକୁ ଏନ୍‌ଜିଟି ପକ୍ଷରୁ ବାରଣ କରାଯାଇଛି। ମେଳା ମହୋତ୍ସବ ବିରୋଧରେ କୌଣସି ରହିତାଦେଶ ନାହିଁ। ପ୍ଲଟ୍‌ ନମ୍ବର ୫୩(ଏ)ରେ ୦.୩୬ ଡିସିମିଲ, ପ୍ଲଟ୍‌ ନମ୍ବର ୫୫(ଏ)ରେ ୨.୧୯ ଡିସିମିଲ ପୁରାତନ ପତିତ, ପ୍ଲଟ୍‌ନମ୍ବର ୫୬(ଏ)ରେ ୨.୮୫ ଡେସମିଲ କିସମ ଆମ୍ବ ବଗାୟତ, ପ୍ଲଟ୍‌ ନମ୍ବର ୫୭(ଏ)ରେ ୦.୦୪ ଡେସମିଲ ମଠଘର, ପ୍ଲଟ୍‌ ନମ୍ବର ୫୮(ଏ)ରେ ୧.୧୨ ଡେସମିଲ ସର୍ବସାଧାରଣ ରାସ୍ତା ଏବଂ ପ୍ଲଟ୍‌ ନମ୍ବର ୫୯(ଏ)ରେ ୧.୬୦ ମେଲଣ ପଡିଆ ଭାବେ ରେକର୍ଡ ରହିଛି। ଏସବୁ ପ୍ଲଟ୍‌ ଜଙ୍ଗଲ କିସମ ନୁହେଁ । ଉପରୋକ୍ତ ଜମି ଉପରେ ମେଳା ପାଇଁ ଅନୁମତି ଦେବାରେ କୌଣସି ଅସୁବିଧା ନାହିଁ। ତେବେ ମେଳା ଜାଗାରେ ବ୍ୟାସସରୋବର ସୌନ୍ଦର୍ଯ୍ୟକରଣ କାମରେ ନିୟୋଜିତ ଶ୍ରମିକମାନେ କୁଡିଆ ଘର କରି ରହୁଛନ୍ତି ଏବଂ ଗୋଡ଼ି, ବାଲି ଇତ୍ୟାଦି ନିର୍ମାଣ ସାମଗ୍ରୀ ଜମା କରାଯାଇଛି । ବିଭିନ୍ନ ଆଳରେ ପ୍ରଶାସନ ଖସିଯିବାକୁ ଚାହୁଁଛି। ଏପରି ଭାବେ ବ୍ୟାସ ସରୋବର ଜମିରେ ମେଳାର ଆୟୋଜନ ନ କରି ପ୍ରଶାସନ ଲୋକଙ୍କ ଭାବାବେଗ ସହିତ ଖେଳ ଖେଳୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri