ରାସ୍ତା ମଝିରେ ଜଳିଗଲା ବସ୍‌: ୫୩ ଯାତ୍ରୀଙ୍କ ଜୀବନଗଲା, ବଢ଼ିପାରେ ମୃତ୍ୟୁସଂଖ୍ୟା

କାଇରୋ,୨୮।୧: ଏକ ଗ୍ୟାସ ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ୍‌ର ଧକ୍କା ହେବାରୁ ରାସ୍ତା ମଝିରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ୨୯ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଫ୍ରିକାର କେମ୍ରୁନର ପଶ୍ଚିମ ସହର ଡଚାଙ୍ଗରେ ଏହି ଦୁର୍ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ତେବେ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ସୂଚନାନୁଯାୟୀ, ୭୦ ସିଟ୍‌ ବିଶିଷ୍ଟ ଏକ ଯାତ୍ରୀବାହୀ ବସ୍‌ ପଶ୍ଚିମ ସହର ଫୋମ୍ବାନରୁ ରାଜଧାନୀ ୟୋଣ୍ଡାକୁ ଆସୁଥିଲା। ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବସ୍‌ଟି ଓଲଟି ପଡ଼ିଥିଲା। ଏହା ପରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀ ଚାପି ହୋଇଥିବା ବେଳେ ଆଉ କିଛି ନିଆଁ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।

ରାସ୍ତା ଖରାପ ଏବଂ ଚାଳକଙ୍କ ବେପରୁଆ ମନୋଭାବ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରଶାସନ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯ର ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିବେ ଡକ୍ଟର ଆଶିଷ ଝା

ଓ୍ବାସିଂଟନ୍‌,୧୮।୩: ଭାରତୀୟ-ଆମେରିକୀୟ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଆଶିଷ ଝା ଆସନ୍ତା ମାସରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ କୋଭିଡ-୧୯ର ସଂଯୋଜକ ଭାବରେ ଦାୟିତ୍ୱ ଗ୍ରହଣ କରିବେ ।...

ମୃତଦେହ ବି ଖାଇଯିବେ ମଙ୍ଗଳ ମହାକାଶ ଯାତ୍ରୀ…

ଓ୍ବାଶିଂଟନ,୧୭।୪: ପୃଥିବୀ ବାହାରେ ବସତି ସ୍ଥାପନ ପାଇଁ ମହାକାଶ ବିଜ୍ଞାନୀମାନେ ଳଗାତାର ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳ ଗ୍ରହରେ ବାସ କରିବା ଲାଗି ଏବେ ଯୋଜନା...

ୟେମେନ୍‌ରେ ରକ୍ତାକ୍ତ ସଂଘର୍ଷ: ୪୪ ମୃତ

ସାନା, ୧୦।୫(ଆଇଏଏନ୍‌ଏସ୍‌): ୟେମେନ୍‌ର ତୈଳ ବହୁଳ ମାରିବ୍‌ ପ୍ରଦେଶରେ ସରକାର ସପକ୍ଷବାଦୀ ଗୋଷ୍ଠୀ ଏବଂ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪୪ ଜଣଙ୍କ...

ସୁପରଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ, ପରେ ତାଙ୍କ ସହ ଘଟିଲା ଏମିତି କିଛି

ପୋଲାଣ୍ଡ,୧ା୧୦: ସାଡୋସ୍କା ରାପର୍‌ ପୋପେକଙ୍କ ପରି ସୁପରଷ୍ଟାର ହେବାକୁ ଚାହୁଁଥିଲେ ଜଣେ ମଡେଲ। ଏଥିପାଇଁ ସେ ଆଖିରେ ଟାଟୁ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଟାଟୁ...

ପୃଥିବୀ ଓ ଚନ୍ଦ୍ର ପରି ମଙ୍ଗଳରେ ବି ହେଉଛି ଭୂକମ୍ପ: ନାସା

ଓ୍ବାଶିଂଟନ,୨୫।୪: ମଙ୍ଗଳ ଗ୍ରହକୁ ମାନବ ମିଶନ ପଠାଇବା ପାଇଁ ଯୋଜନା ଚାଲିଛି। ତେବେ ମଙ୍ଗଳରେ ଭବିଷ୍ୟତରେ ବାସ କରିବାକୁ ଯାଉଥିବା ଲୋକେ ଭୂକମ୍ପର ଅନୁଭୁତି ପାଇପାରିବେ।...

ହଂକଂ ପ୍ରତ୍ୟର୍ପଣ ବିଲ୍‌ ପ୍ରତ୍ୟାହୃତ

ହଂକଂ,୨୪ା୧୦(ଏଏଫ୍‌ପି): ହଂକଂରେ ୫ ମାସ ଧରି ବିକ୍ଷୋଭର କାରଣ ସାଜିଥିବା ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌କୁ ବୁଧବାର ପ୍ରତ୍ୟାହାର କରାଯାଇଛି। ଲେଜିସ୍‌ଲେଟିଭ୍‌ କାଉନ୍‌ସିଲରେ ଏହି ନିଷ୍ପତ୍ତି ନିଆଯାଇଥିଲେ...

୭୫୮ କୋଟିରେ ଗଲା ପିକାସୋଙ୍କ ପେଣ୍ଟିଂ

ନ୍ୟୁୟର୍କସ୍ଥିତ କ୍ରିଷ୍ଟିଜ୍‌ ଅକ୍ସନ ହାଉସ୍‌ ପକ୍ଷରୁ ଆୟୋଜିତ ନିଲାମିରେ ପ୍ରସିଦ୍ଧ ଚିତ୍ରକର ପାବ୍ଲୋ ପିକାସୋଙ୍କ ପେଣ୍ଟିଂ ‘ଓମ୍ୟାନ୍‌ ସିଟିଂ ବାଇ ଦି ଓ୍ବିଣ୍ଡୋ’ ୧୦.୩୪ କୋଟି...

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୪: ଭାରତ ସହିତ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ଇଣ୍ଡୋନେସିଆ ରାମାୟଣ ଉପରେ ସ୍ବତନ୍ତ୍ର ଡାକ ଟିକଟ ଜାରି କରିଛି। ଏହାକୁ ଇଣ୍ଡୋନେସିଆ ଶିଳ୍ପୀକାର...

Advertisement
Archives

Model This Week