ଅର୍ଥନୀତି ଉପରେ କ୍ୟାନ୍‌ସର ବୋଝ

ଭାରତରେ ସଙ୍କଟ ସୃଷ୍ଟି କରିବାକୁ ଯାଉଛି କ୍ୟାନ୍‌ସର। ‘ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ’ର ରିପୋର୍ଟ ଅନୁଯାୟୀ ୨୦୨୪ ସୁଦ୍ଧା ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୭.୩ ଲକ୍ଷରେ ପହଞ୍ଚତ୍ବ। ଏଯାବତ୍‌ ଭାରତରେ ହୃଦ୍‌ଘାତ ପରେ ଦ୍ୱିତୀୟ ଘାତକ ରୋଗ ହେଉଛି କ୍ୟାନ୍‌ସର। ଆଇସିଏମ୍‌ଆର୍‌ର ତଥ୍ୟ ଅନୁଯାୟୀ ଭାରତରେ କ୍ୟାନ୍‌ସର ବିଶେଷଜ୍ଞଙ୍କ ସଂଖ୍ୟା ମାତ୍ର ୨୦୦୦ ଯାହାର ଅର୍ଥ ଆମ ଦେଶରେ କର୍କଟ ରୋଗୀ ଓ ଡାକ୍ତରଙ୍କ ସଂଖ୍ୟାର ଅନୁପାତ ହେଉଛି ୧:୫୦୦୦ ଅର୍ଥାତ୍‌ ପ୍ରତି ୫୦୦୦ ରୋଗୀଙ୍କ ପାଇଁ ଜଣେ କ୍ୟାନ୍‌ସର ବିଶେଷଜ୍ଞ। ୧୯୯୦ ବେଳକୁ ଭାରତରେ କ୍ୟାନ୍‌ସର ମୃତ୍ୟୁ ସଂଖ୍ୟା ୩.୮୨ ଲକ୍ଷ ଥିବାବେଳେ ୨୦୨୩ ବେଳକୁ ଏହା ୮.୧୩ ଲକ୍ଷରେ ପହଞ୍ଚତ୍ଛି। ୫୦ ବର୍ଷ ଭିତରେ କ୍ୟାନ୍‌ସର ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାରେ ୨ଗୁଣ ବଢ଼ିଥିଲେ ମଧ୍ୟ ସେ ତୁଳନାରେ ଭାରତରେ କ୍ୟାନ୍‌ସର ଡାକ୍ତରଖାନାର ସଂଖ୍ୟାରେ ବୃଦ୍ଧି ହୋଇନାହିଁ। କିଛି ଘରୋଇ ମେଡିକାଲ କଲେଜକୁ ଛାଡ଼ିଦେଲେ ସେପରି ସରକାରୀ ଡାକ୍ତରଖାନାରେ କ୍ୟାନ୍‌ସର ଚିକିତ୍ସାର ସୁବିଧା ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗର ଚିକିତ୍ସାରେ ବ୍ୟୟର ବୋଝ ଏତେ ମାତ୍ରାଧିକ ଯେ ଅର୍ଥାଭାବରୁ ଅନେକ କ୍ୟାନ୍‌ସର ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରି ନ ଥାନ୍ତି। ତେବେ ଆଶ୍ୱାସନାର ପ୍ରସଙ୍ଗ ହେଉଛି ୨୦୨୪ ବେଳକୁ ୨୦୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନ୍ୟାଶନାଲ କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଯେଉଁଠି କ୍ୟାନ୍‌ସର ଚିକିତ୍ସା ବିନା ମୂଲ୍ୟରେ କରାଯିବ। ଦେଶର ସବୁଠାରୁ ବଡ଼ କ୍ୟାନ୍‌ସର ହସ୍ପିଟାଲ ହରିୟାଣାର ଝାଜ୍ଜର ଠାରେ ଖୋଲିବାକୁ ଯାଉଛି।
ନିକଟରେ ଏକ ଗବେଷଣା ସନ୍ଦର୍ଭରେ ପ୍ରକାଶ ପାଇଛି ଯେ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା କ୍ୟାନ୍‌ସର ରୋଗ ବୃଦ୍ଧି ଯୋଗୁ ଆର୍ଥିକ ମୂଲ୍ୟରେ ବିଲିୟନ ବିଲିୟନ ଡଲାରର ଉପତ୍ାଦିକା ଶକ୍ତି ହରାଉଛନ୍ତି। ଭାରତ ୨୦୧୨ ରେ ଏଥିଯୋଗୁ ୬.୭ ବିଲିୟନ ଡଲାରର ଉପତ୍ାଦିକା ଶକ୍ତି ହରାଇଥିଲା ଯାହା ଦେଶର ମୋଟ ଆଭ୍ୟନ୍ତରୀଣ ଉପତ୍ାଦନ ୦.୩୬ ପ୍ରତିଶତ। ଭାରତ ସମେତ ସବୁ ଦେଶରେ ଏହା ମଧ୍ୟରେ କର୍କଟରୋଗ ସଂକ୍ରମଣ ବଢ଼ିଯାଇଛି ଓ ଏହାକୁ ଏବେ ଜୀବନଶୈଳୀ ରୋଗ ଭାବେ ଧରାଗଲାଣି। କ୍ୟାନ୍‌ସର ଯୋଗୁ ହେଉଥିବା ଅକାଳ ମୃତ୍ୟୁ କାରଣରୁ ବିପୁଳ ଅର୍ଥନୈତିକ କ୍ଷତି ଘଟୁଛି। ଏଣୁ ଏହାର ନିବାରଣ ତଥା ନିୟନ୍ତ୍ରଣ ପାଇଁ ଯୋଜନା ପ୍ରଣୟନକାରୀମାନେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଭାରତରେ ୪୦ ପ୍ରତିଶତ କ୍ୟାନ୍‌ସର ସମସ୍ୟା ହେଲା ଫୁସ୍‌ଫୁସ୍‌ ଓ ମୁଖ କର୍କଟ। ଏହା ତମାଖୁ ବ୍ୟବହାର ଯୋଗୁ ଘଟୁଛି। ଆଉ ୨୦ ପ୍ରତିଶତ କ୍ୟାନ୍‌ସରର କାରଣ ହେଲା ହେପାଟାଇଟିସ୍‌ ବି’ ଆଦି ଯୋଗୁ ଘଟୁଥିବା ଲିଭର କ୍ୟାନ୍‌ସର ଓ ମହିଳାଙ୍କ ସର୍ଭିକାଲ କ୍ୟାନ୍‌ସର। ଦେଶରେ ୬୦ ପ୍ରତିଶତ କ୍ୟାନ୍‌ସରକୁ ରୋକାଯାଇପାରିବ। ଏବେ କ୍ୟାନ୍‌ସର ସମେତ ଅନେକ ରୋଗ ବଢ଼ୁଛି। ଏହାର ଅନ୍ୟ କାରଣ ହେଲା ଡାକ୍ତରୀ ଚିକିତ୍ସାର ପ୍ରସାର। କ୍ୟାନ୍‌ସର ଚିହ୍ନଟ ସୁବିଧା ବୃଦ୍ଧି ଯୋଗୁ ରୋଗାକ୍ରାନ୍ତ ଲୋକଙ୍କୁ ଠାବ କରାଯାଇପାରୁଛି। କିନ୍ତୁ କ୍ୟାନ୍‌ସର ବ୍ୟାପିବାର ଅନେକ କାରଣ ମଧ୍ୟ ମନୁଷ୍ୟକୃତ। ତମାଖୁ ବ୍ୟବହାର ବୃଦ୍ଧି ସାଙ୍ଗକୁ ମଦ୍ୟପାନ, ଆଧୁନିକ ପ୍ରୋସେସ୍‌ ଖାଦ୍ୟ ବ୍ୟବହାର, ପ୍ରଦୂଷଣ ବୃଦ୍ଧି, ମୋଟାପଣ ବୃଦ୍ଧି କ୍ୟାନ୍‌ସର ସଂକ୍ରମଣର ପ୍ରଧାନ କାରଣ। ଆଗରୁ ଧାରଣା ଥିଲା ଯେ ପରିବାରରେ ଏହି ରୋଗ ଥିଲେ ପରବର୍ତ୍ତୀ ବଂଶଧରଙ୍କ ପ୍ରତି ଏହାର ବିପଦ ଥାଏ। ସିଗାରେଟ୍‌, ବିଡ଼ି, ପାନ, ଗୁଟ୍‌ଖା ବ୍ୟବହାର ଯୋଗୁ ଏହା ଦେଖାଦିଏ। କିନ୍ତୁ ଏବେ ଏସବୁ ସମସ୍ୟା ନ ଥାଇ ବି ଅନେକଙ୍କୁ କ୍ୟାନ୍‌ସର ହେଉଛି।
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଅଟକଳ ଅନୁସାରେ ୨୦୨୪ ସୁଦ୍ଧା ଦେଶରେ ୧୭.୩ ଲକ୍ଷରୁ ଅଧିକ ନୂଆ କ୍ୟାନ୍‌ସର ରୋଗୀ ବାହାରିବେ ଏବଂ ସେ ସମୟ ସୁଦ୍ଧା ଏଥିରେ ୮.୮ ଲକ୍ଷ ଲୋକ ମୃତ୍ୟୁବରଣ କରିବେ। ଡାକ୍ତରମାନଙ୍କ ମତରେ ଏବେ ଶୀଘ୍ର ରୋଗକୁ ଚିହ୍ନଟ କରାଯାଇପାରିଲେ ୨୫ ପ୍ରତିଶତ କେସ୍‌ରେ ଆରୋଗ୍ୟ ସମ୍ଭବ ହେଉଛି। ପରବର୍ତ୍ତୀ ୫ବର୍ଷ ସମୟ କୌଣସି ସମସ୍ୟା ନ ଉପୁଜିଲେ ଜୀବନକାଳ ମଧ୍ୟରେ ପୁଣି ରୋଗ ଫେରିବାର ଆଶଙ୍କା କମ୍‌। ଭାରତରେ ଯେପରି ଭାବେ ତମାଖୁ ସେବନ ହେଉଛି ତା’ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଲୋଡ଼ା। କେବଳ ଟିକସ ବୃଦ୍ଧି ଦ୍ୱାରା ଏହି ସମସ୍ୟାକୁ ରୋକିହେବ ନାହିଁ। ରାଜସ୍ବ ଆଦାୟ ପାଇଁ ସରକାର ତମାଖୁ ବ୍ୟବହାର ଓ ମଦ୍ୟପାନ ପ୍ରତି ଆଖି ବୁଜିଦେଉଛନ୍ତି। ସଚେତନତା ଦ୍ୱାରା ଓ ସରକାରୀ କଟକଣା କରାଯାଇ ତମାଖୁ ବ୍ୟବହାର କମାଯିବା ଦରକାର। କେତେକ ଧରଣର କ୍ୟାନ୍‌ସର ପାଇଁ ଟିକା ବାହାରିଥିବାରୁ ତା’ର ପ୍ରଚଳନକୁ ଉତ୍ସାହିତ କରିବାକୁ ପଡ଼ିବ। ଅନ୍ୟ ଟିକା ପରି ସରକାର ଏହାକୁ ମାଗଣା ଦେବା ଉଚିତ। ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ସଚେତନତା ସୃଷ୍ଟି ମଧ୍ୟ ଆବଶ୍ୟକ। କ୍ୟାନ୍‌ସର ସମସ୍ୟା ସଙ୍କୁଚିତ ହେଲେ ଅର୍ଥନୀତି ଉପରେ ତା’ର ସୁପ୍ରଭାବ ପଡ଼ିବ। ଅନ୍ୟ ରୋଗଗୁଡ଼ିକ ଭଳି କ୍ୟାନ୍‌ସର ଚିହ୍ନଟ ସୁବିଧା ଜିଲା ସବ୍‌ଡିଭିଜନ ହସ୍ପିଟାଲରେ କରାଯିବା ଉଚିତ। ଆଗାମୀ ଦିନରେ କ୍ୟାନ୍‌ସର ସମେତ ଓ ରୋଗ ଢାଞ୍ଚାରେ ପରିବର୍ତ୍ତନଜନିତ ଯେଉଁ ଚାଲେଞ୍ଜ ବଢ଼ିବ ତାକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ କୌଶଳ ଓ କାର୍ଯ୍ୟକ୍ରମ ଭାରତକୁ ଗ୍ରହଣ କରିବାକୁ ହେବ । କ୍ୟାନ୍‌ସର ପରି ଅତ୍ୟନ୍ତ ଜଟିଳ ଓ ବ୍ୟୟବହୁଳ ରୋଗର ନିଦାନ ପାଇଁ କେବଳ ସରକାରୀ ସ୍ତରରେ ନୁହେଁ ବିଭିନ୍ନ ଆଧ୍ୟାତ୍ମିକ ଓ ଦାତବ୍ୟ ସଙ୍ଗଠନଗୁଡ଼ିକ ହସ୍ପିଟାଲ ଖୋଲିବା ପାଇଁ ଆଗେଇ ଆସୁଛନ୍ତି। ଭାରତରେ ଦ୍ରୁତ କ୍ୟାନ୍‌ସର ରୋଗୀଙ୍କ ବୃଦ୍ଧିକୁ ଦେଖି ଏହି ସଙ୍କଟର ମୁକାବିଲା ପାଇଁ କ୍ୟାନ୍‌ସର ବିଶେଷଜ୍ଞଙ୍କ ନିଯୁକ୍ତି ବଢ଼ାଇବା ସହ ଜିଲାସ୍ତରୀୟ ଓ ସରକାରୀ ଡାକ୍ତରଖାନାରେ କ୍ୟାନ୍‌ସର ଚିକିତ୍ସାର ସୁବନ୍ଦୋବସ୍ତ ହେବା ଜରୁରୀ।

  • ଡା. ପ୍ରଫୁଲ୍ଲ କୁମାର ଦାସ
    କନ୍‌ସଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
    ମୋ:୯୪୩୭୦୨୩୪୪୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri