୨୪୮.୫୧ କୋଟିର ଶ୍ରୀମନ୍ଦିର ବଜେଟ

ପୁରୀ ଅଫିସ,୨୬ା୪:୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍‌ରେ ୨୪୮ କୋଟି ୫୧ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ବଜେଟ୍‌ରେ ବିଭିନ୍ନ ଯାନିଯାତ୍ରା, ପାଳିଆ ସେବାୟତ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ସଂକ୍ରାନ୍ତରେ ଖର୍ଚ୍ଚ ରହିଛି। ବିଭିନ୍ନ କର୍ପସ ଫଣ୍ଡର ସୁଧ, ଜମି ଅଧିଗ୍ରହଣ ଆୟ ଓ ହୁଣ୍ଡିରୁ ଆମଦାନୀ ଇତ୍ୟାଦିରୁ ଆୟ ରହିଛି। ସୋମବାର ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦନ ଲାଭ କରିଛି। ସେହିପରି ବୈଠକରେ ସେବାୟତ କଲ୍ୟାଣକୁ ନେଇ ଆଲୋଚନା ହୋଇଥିବାବେଳେ ଗୁରୁକୁଳ ପ୍ରତିଷ୍ଠା ଲାଗି ଭୂମିପୂଜା ଫାଉଣ୍ଡେଶନ୍‌ର ରାଜିନାମା ସ୍ବାକ୍ଷର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଦର୍ଶ ଗୁରୁକୁଳ ନେଇ ରାଜିନାମା ଅନୁଧ୍ୟାନ ସରିଛି। ସେବାୟତମାନଙ୍କ ବାସଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇସାରିଛି। ହରଚଣ୍ଡୀ ସାହି, ଦକ୍ଷିଣକାଳୀ ସାହିରେ ଜମି ଚିହ୍ନଟ ସରିଥିବା ବେଳେ ଖୁବ୍‌ଶୀଘ୍ର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।
ମୁଖ୍ୟ ପ୍ରଶାସକ କହିଛନ୍ତି, ୨୦୨୨-୨୩ ବର୍ଷର ଶ୍ରୀମନ୍ଦିର ବଜେଟ ଅନୁମୋଦନ ହୋଇଛି। ଏହାବ୍ୟତୀତ ଆଦର୍ଶ ଗୁରୁକୁଳ ରାଜିନାମା ଅନୁଧ୍ୟାନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ କରାଯିବ। ଗୁରୁକୁଳ ସବ୍‌କମିଟି କାର୍ଯ୍ୟ ଜାରି ରଖିଛନ୍ତି। ସେବାୟତ ଆବାସ ପାଇଁ ଜମି ଅଧିଗ୍ରହଣକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ବିବାଦକୁ ତୁଟାଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି। ଏଥିସହ ସେବକ କଲ୍ୟାଣ ସବ୍‌କମିଟି ବୈଠକ ମଧ୍ୟ ହୋଇଛି। ସେବକଙ୍କ କଲ୍ୟାଣ ନିମନ୍ତେ ଥିବା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି। ଅନ୍ୟପକ୍ଷରେ ବୈଠକ ପରେ ଗଜପତି ମହାରାଜା କହିଛନ୍ତି, ୨୨ତାରିଖ ବଜେଟ ବୈଠକରେ କାର୍ଯ୍ୟ ଶେଷ ହୋଇପାରି ନ ଥିଲା। ଏଣୁ ଦ୍ୱିତୀୟ ବୈଠକରେ ବଜେଟ୍‌ ଅନୁମୋଦିତ ହୋଇଛି। ସେହିଭଳି ପରିଚାଳନା କମିଟିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପରିକ୍ରମା ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ଏହାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରିଚାଳନା କମିଟିର ନିବେଦନ ରହିବ ଯେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବେ। ପରିକ୍ରମା ପ୍ରକଳ୍ପ, ଶ୍ରୀମନ୍ଦିର ସୁରକ୍ଷା, ସୌନ୍ଦର୍ଯ୍ୟକରଣ, ଭକ୍ତଙ୍କ ସୁବିଧା ସହ ଏହି ପୀଠକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଉତ୍ତମ ଭାବେ ସ୍ଥାପନ କରାଯିବା ନିତାନ୍ତ ଆବଶ୍ୟକ। ଏଣୁ ଏହି କାର୍ଯ୍ୟ କିଭଳି ସୁପରିଚାଳିତ ହେବ ସେନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ। ପରିଚାଳନା କମିଟିର ଭାବନା ହେଉଛି ମହାପ୍ରଭୁଙ୍କ କାମ ଆମ ସମସ୍ତଙ୍କ କାମ। ଏହା କୌଣସି ଦଳ କିମ୍ବା ବ୍ୟକ୍ତିର କାମ ନୁହେଁ। ଏହା ସମଗ୍ର ବିଶ୍ୱର ସବୁ ଜଗନ୍ନାଥପ୍ରେମୀଙ୍କ କାର୍ଯ୍ୟ। ଏଣୁ ତାଙ୍କ କାର୍ଯ୍ୟରେ ସମସ୍ୟା ରହିଲେ, ଏହାର ସମାଧାନ ଦିଗରେ ଚିନ୍ତା କରିବା ଦରକାର। ଆନ୍ଦୋଳନ କିମ୍ବା ବିକ୍ଷୋଭ କରି ଏହାର ସମାଧାନ କରାଯାଇପାରିବ ନାହିଁ। ସେହିଭଳି ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଗଜପତି ମହାରାଜା କହିଛନ୍ତି। ଏହି ବୈଠକରେ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା, ପରିଚାଳନା କମିଟି ସଦସ୍ୟ, ଏସ୍‌ପି କନୱର ବିଶାଲ ସିଂ, ଦେବୋତ୍ତର କମିଶନ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri