୨୪୮.୫୧ କୋଟିର ଶ୍ରୀମନ୍ଦିର ବଜେଟ

ପୁରୀ ଅଫିସ,୨୬ା୪:୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍‌ରେ ୨୪୮ କୋଟି ୫୧ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି। ବଜେଟ୍‌ରେ ବିଭିନ୍ନ ଯାନିଯାତ୍ରା, ପାଳିଆ ସେବାୟତ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ସଂକ୍ରାନ୍ତରେ ଖର୍ଚ୍ଚ ରହିଛି। ବିଭିନ୍ନ କର୍ପସ ଫଣ୍ଡର ସୁଧ, ଜମି ଅଧିଗ୍ରହଣ ଆୟ ଓ ହୁଣ୍ଡିରୁ ଆମଦାନୀ ଇତ୍ୟାଦିରୁ ଆୟ ରହିଛି। ସୋମବାର ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦନ ଲାଭ କରିଛି। ସେହିପରି ବୈଠକରେ ସେବାୟତ କଲ୍ୟାଣକୁ ନେଇ ଆଲୋଚନା ହୋଇଥିବାବେଳେ ଗୁରୁକୁଳ ପ୍ରତିଷ୍ଠା ଲାଗି ଭୂମିପୂଜା ଫାଉଣ୍ଡେଶନ୍‌ର ରାଜିନାମା ସ୍ବାକ୍ଷର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଦର୍ଶ ଗୁରୁକୁଳ ନେଇ ରାଜିନାମା ଅନୁଧ୍ୟାନ ସରିଛି। ସେବାୟତମାନଙ୍କ ବାସଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇସାରିଛି। ହରଚଣ୍ଡୀ ସାହି, ଦକ୍ଷିଣକାଳୀ ସାହିରେ ଜମି ଚିହ୍ନଟ ସରିଥିବା ବେଳେ ଖୁବ୍‌ଶୀଘ୍ର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।
ମୁଖ୍ୟ ପ୍ରଶାସକ କହିଛନ୍ତି, ୨୦୨୨-୨୩ ବର୍ଷର ଶ୍ରୀମନ୍ଦିର ବଜେଟ ଅନୁମୋଦନ ହୋଇଛି। ଏହାବ୍ୟତୀତ ଆଦର୍ଶ ଗୁରୁକୁଳ ରାଜିନାମା ଅନୁଧ୍ୟାନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ କରାଯିବ। ଗୁରୁକୁଳ ସବ୍‌କମିଟି କାର୍ଯ୍ୟ ଜାରି ରଖିଛନ୍ତି। ସେବାୟତ ଆବାସ ପାଇଁ ଜମି ଅଧିଗ୍ରହଣକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହି ବିବାଦକୁ ତୁଟାଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି। ଏଥିସହ ସେବକ କଲ୍ୟାଣ ସବ୍‌କମିଟି ବୈଠକ ମଧ୍ୟ ହୋଇଛି। ସେବକଙ୍କ କଲ୍ୟାଣ ନିମନ୍ତେ ଥିବା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି। ଅନ୍ୟପକ୍ଷରେ ବୈଠକ ପରେ ଗଜପତି ମହାରାଜା କହିଛନ୍ତି, ୨୨ତାରିଖ ବଜେଟ ବୈଠକରେ କାର୍ଯ୍ୟ ଶେଷ ହୋଇପାରି ନ ଥିଲା। ଏଣୁ ଦ୍ୱିତୀୟ ବୈଠକରେ ବଜେଟ୍‌ ଅନୁମୋଦିତ ହୋଇଛି। ସେହିଭଳି ପରିଚାଳନା କମିଟିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପରିକ୍ରମା ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ଏହାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରିଚାଳନା କମିଟିର ନିବେଦନ ରହିବ ଯେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବେ। ପରିକ୍ରମା ପ୍ରକଳ୍ପ, ଶ୍ରୀମନ୍ଦିର ସୁରକ୍ଷା, ସୌନ୍ଦର୍ଯ୍ୟକରଣ, ଭକ୍ତଙ୍କ ସୁବିଧା ସହ ଏହି ପୀଠକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଉତ୍ତମ ଭାବେ ସ୍ଥାପନ କରାଯିବା ନିତାନ୍ତ ଆବଶ୍ୟକ। ଏଣୁ ଏହି କାର୍ଯ୍ୟ କିଭଳି ସୁପରିଚାଳିତ ହେବ ସେନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନ ଦିଅନ୍ତୁ। ପରିଚାଳନା କମିଟିର ଭାବନା ହେଉଛି ମହାପ୍ରଭୁଙ୍କ କାମ ଆମ ସମସ୍ତଙ୍କ କାମ। ଏହା କୌଣସି ଦଳ କିମ୍ବା ବ୍ୟକ୍ତିର କାମ ନୁହେଁ। ଏହା ସମଗ୍ର ବିଶ୍ୱର ସବୁ ଜଗନ୍ନାଥପ୍ରେମୀଙ୍କ କାର୍ଯ୍ୟ। ଏଣୁ ତାଙ୍କ କାର୍ଯ୍ୟରେ ସମସ୍ୟା ରହିଲେ, ଏହାର ସମାଧାନ ଦିଗରେ ଚିନ୍ତା କରିବା ଦରକାର। ଆନ୍ଦୋଳନ କିମ୍ବା ବିକ୍ଷୋଭ କରି ଏହାର ସମାଧାନ କରାଯାଇପାରିବ ନାହିଁ। ସେହିଭଳି ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଗଜପତି ମହାରାଜା କହିଛନ୍ତି। ଏହି ବୈଠକରେ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା, ପରିଚାଳନା କମିଟି ସଦସ୍ୟ, ଏସ୍‌ପି କନୱର ବିଶାଲ ସିଂ, ଦେବୋତ୍ତର କମିଶନ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?