ଶ୍ରୀମନ୍ଦିର ଲାଗି ୨୦୨ କୋଟିର ବଜେଟ

ପୁରୀ ଅଫିସ,୧୧ା୩:ଶ୍ରୀମନ୍ଦିର ଓ ଚତୁଃପାର୍ଶ୍ୱ ଉନ୍ନତି ପାଇଁ ଚଳିତବଷର୍ର୍(୨୦୨୧-୨୨)ର ବଜେଟ ପ୍ରସ୍ତୁତ ହୋଇଯାଇଛି। ଏଥିପାଇଁ ଅର୍ଥ ସବକମିଟି ପକ୍ଷରୁ ଆକଳନ କରାଯାଇ ୨୦୧ କୋଟି ୭୦ ଲକ୍ଷ ଟଙ୍କାର ବଜେଟ ହୋଇଛି। ଏହି ଚିଠା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିବା ପରେ ବିଧିବଦ୍ଧ ଭାବେ ଚଳିତବର୍ଷର ବଜେଟ୍‌ ଉପରେ ମୋହର ବାଜିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ଅନୁଷ୍ଠିତ ବୈଠକରେ ସୂଚନା ଦେଇଛନ୍ତି। ବୈଠକ ପରେ ସେ କହିଛନ୍ତି, ଜୁନରେ ହେବାକୁ ଯାଉଥିବା ରଥଯାତ୍ରା ପାଇଁ ୧୧ କୋଟି, ସେବାୟତମାନଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ ୫୦ଲକ୍ଷ, ସେବାୟତଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସହାୟତା ପାଇଁ ୫ କୋଟି ଓ ଗୁରୁକଳ ବିଦ୍ୟାଳୟ ପ୍ରତିଷ୍ଠା ନେଇ ସ୍ବତନ୍ତ୍ର ବ୍ୟୟବରାଦ ହୋଇଛି। ଜେଲରୋଡ୍‌ସ୍ଥିତ ଭକ୍ତନିବାସ ଓ ହବିଷିଆଳିମାନଙ୍କ ରହଣି ପାଇଁ ଗୋଟିଏ ଧର୍ମଶାଳା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହୁରି ଏକ ଭକ୍ତନିବାସ ନିର୍ମାଣ ନେଇ ପ୍ରସ୍ତୁତି ଚାଲିଛି। ସେହିଭଳି ଖଣିଖାଦନରୁ ୧୦କୋଟି ଅର୍ଥ ସଂଗ୍ରହ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଭକ୍ତଙ୍କ ଦାନାର୍ଥକୁ କିଭଳି ବଢ଼ାଯିବ, ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥିବା କୁମାର କହିଛନ୍ତି। ବଜେଟରେ ଶ୍ରୀମନ୍ଦିର ପ୍ରଶାସନ ରାଜସ୍ବ ଆୟ ବାବଦକୁ ୯୦ କୋଟି ୮୭ ଲକ୍ଷ ଓ ରାଜସ୍ବ ବ୍ୟତୀତ ଅନ୍ୟ ଆୟ ବାବଦକୁ ୯୦ କୋଟି ୨୬ ଲକ୍ଷ ଟଙ୍କା ମିଳିବା ନେଇ ଉଲ୍ଲେଖ କରିଛି। ତେବେ ଶ୍ରୀମନ୍ଦିର ପ୍ରଶାସନିକ ଖର୍ଚ୍ଚ ରାଜସ୍ବ ବାବଦକୁ ୮୮ କୋଟି ୯୪ ଲକ୍ଷ ଓ ଅନ୍ୟ ବ୍ୟୟ ୧୧୨ କୋଟି ୭୬ ଲକ୍ଷରେ ପହଞ୍ଚିଛି। ଅର୍ଥାତ୍‌ ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଶାସନ ଚଳିତବର୍ଷ ୨୦ କୋଟି ୫୭ ଲକ୍ଷର ଅର୍ଥ ରାଶି ନିଅଣ୍ଟରେ ରହିଛି। କର୍ପସ ଫଣ୍ଡ ସୁଧ ବାବଦକୁ ଶ୍ରୀମନ୍ଦିର ପ୍ରଶାସନକୁ ଚଳିତବର୍ଷ ୧୮ କୋଟି ୭୦ ଲକ୍ଷ, ଶ୍ରୀମନ୍ଦିର ହୁଣ୍ଡି ସୁଧ ବାବଦକୁ ୧୪ କୋଟି ୨୦ ଲକ୍ଷ ଓ ସରକାରଙ୍କ ଗ୍ରାଣ୍ଟ ବାବଦକୁ ୧୬ କୋଟି ୩୭ ଲକ୍ଷ ଟଙ୍କା ଆୟ ହେବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଜମି ବିକ୍ରି ବାବଦକୁ ୬୦କୋଟି, ହୁଣ୍ଡି ଅର୍ଥ ଆଦାୟ ବାବଦକୁ ୧୩ କୋଟି ୫୦ ଲକ୍ଷ ଓ ହୁଣ୍ଡି ବ୍ୟତୀତ ଅନ୍ୟାନ୍ୟ ଅର୍ଥ ଆଦାୟ ମୂଲ୍ୟ ୩ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବୈଠକରେ ଜିଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଓ ଅର୍ଥ ସବକମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?