ବିପଦରେ ବ୍ରାହ୍ମଣୀ ବ୍ରିଜ୍‌

ଯାଜପୁର ଅଫିସ/ରଗଡ଼ି (ଡି.ଏନ.ଏ.),୫।୭: ଯାଜପୁର ଜିଲାର ବ୍ୟାସନଗର ତହସିଲରେ ମୋରମ ଏବଂ ଧର୍ମଶାଳା ତହସିଲରେ ବାଲି ଲୁଟ୍‌ ନିତିଦିନିଆ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଠାରୁ ପରିଚାଳନା ଅନୁମତି ବା କନସେଣ୍ଟ ଟୁ ଅପରେଟ୍‌ (ସିଟିଓ) ଏବଂ ପରିବେଶଗତ ଅନୁମତି ବା ଏନ୍‌ଭାଇରନମେଣ୍ଟ କ୍ଲିୟରାନ୍ସ (ଇସି) ନ ଥାଇ ଜିଲାର ବିଭିନ୍ନ ନଦୀନାଳରୁ ବାଲି ଉତ୍ତୋଳନ କରାଯାଉଛି। ବିଶେଷକରି ଧର୍ମଶାଳା ତହସିଲ ଅଞ୍ଚଳର ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ସୀମା ଲଂଘିଛି। ଅନୁରୂପ ଭାବେ ବ୍ୟାସନଗର ତହସିଲ ଅଞ୍ଚଳରେ ମୋରମ ଲୁଟ ଅଭିଯୋଗ ହେଉଥିଲେ ହେଁ କିଛି ସୁଫଳ ମିଳିପାରୁ ନାହିଁ। ଏହି ବେଆଇନ କାର୍ଯ୍ୟ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବଦଳରେ ସମ୍ପୃକ୍ତ ଅଧିକାରୀ ବିପୁଳ ପରିମାଣର ଚାନ୍ଦା ନେଇ ମାଲାମାଲ ହେଉଛନ୍ତି। ଏପରିକି ସେହି କଳାଧନରେ ସମ୍ପୃକ୍ତ ଅଧିକାରୀ ଧରାଧରି କରି ପଦୋନ୍ନତି ପାଇଥିବା ଚର୍ଚ୍ଚା ହେଉଛି।
୫୩ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ତହସିଲ ଅନ୍ତର୍ଗତ କବାଟବନ୍ଧ ବ୍ରିଜ ନିକଟରେ ଥିବା ରାଇଚନ୍ଦା ବାଲିଘାଟର ୪୮୧ ପ୍ଲଟ ନମ୍ବରରୁ ୨୦ ଏକର ପରିମିତ ଅଞ୍ଚଳରୁ ବାଲି ଉତ୍ତୋଳନ କରିବାକୁ ଲିଜଧାରୀଙ୍କୁ ଅନୁମତି ମିଳିଥିଲା। ଏହି ଅନୁମତି ୨୦୧୬-୧୭ରୁ ୨୦୨୦-୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବୈଧ ଥିଲା। କିନ୍ତୁ ଏଯାଏ ବିନା ସିଟିଓ ଓ ଇସିରେ ଏହି ବାଲିଘାଟର ପ୍ରାୟ ୫୦ ଏକର ଅଞ୍ଚଳରୁ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି। ଚିନ୍ତାଜନକ ବିଷୟ ଯେ, ବ୍ରାହ୍ମଣୀ ନଦୀର ବ୍ରିଜ୍‌ଠାରୁ ମାତ୍ର ୨୦୦ ମିଟର ମଧ୍ୟରେ ଏହି ବାଲି ଘାଟ ଏକାଧିକ ମେଶିନ ଜରିଆରେ ଚାଲିଛି, ଯାହାକି ବ୍ରିଜ୍‌ ପ୍ରତି ବିପଦ ଆଶଙ୍କା ରହିଛି। ପୂର୍ବରୁ ଏହାର ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ନିକଟରୁ ବିପୁଳ ପରିମାଣର ବାଲି ଉତ୍ତୋଳନ ହୋଇଥିବାରୁ ଯେତେ ଯାହା ମରାମତି କରାଗଲେ ମଧ୍ୟ ବ୍ରିଜ୍‌ର ସ୍ଥିତି ଠିକ୍‌ ହୋଇପାରୁନାହିଁ।
ଅନ୍ୟପକ୍ଷରେ ବ୍ୟାସନଗର ତହସିଲ ଅନ୍ତର୍ଗତ ପଛିକୋଟ ରାଜସ୍ବ ନିରୀକ୍ଷକଙ୍କ ଅଧୀନ ପରମାନନ୍ଦପୁର ନିକଟରେ ଥିବା ଏକ ଆକାଶିଆ ଜଙ୍ଗଲ କଡ଼ ସରକାରୀ ଜମିରୁ ବିପୁଳ ପରିମାଣର ମୋରମ ଲୁଟ୍‌ ଚାଲିଛି। ଏହି ମୋରମ ଖନନ ପାଇଁ କୌଣସି ଅନୁମତି ନ ଥିବା ବ୍ୟାସନଗର ତହସିଲଦାର ସ୍ପଷ୍ଟ କରୁଥିବାବେଳେ କିଭଳି ମାଫିଆ ମାନେ ଶହ ଶହ ଟ୍ରିପ୍‌ ମୋରମ ଚୋରାଚାଲାଣ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପଛିକୋଟ ରାଜସ୍ବ ନିରୀକ୍ଷକଙ୍କ ଅଧୀନ ମଞ୍ଜୁରୀ, ଖମିଗାଁ ଓ କୋରବନ୍ଦୀ ମୌଜାରୁ ବାରମ୍ବାର ବେଆଇନ ମୋରମ ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇ ଆସୁଛି। ପୋଖରୀ ଖନନ ନାମରେ ନିର୍ଦ୍ଧାରିତ ପରିମାଣଠାରୁ ଶତାଧିକ ଗୁଣ ଅଧିକ ମୋରମ ଲୁଟ୍‌ କରାଯାଉଛି। ଏନେଇ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କୁ ପଚାରିବାରୁ ଖୁବଶୀଘ୍ର ଏହି ମାଫିଆମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri