ବିପଦରେ ବ୍ରାହ୍ମଣୀ ବ୍ରିଜ୍‌

ଯାଜପୁର ଅଫିସ/ରଗଡ଼ି (ଡି.ଏନ.ଏ.),୫।୭: ଯାଜପୁର ଜିଲାର ବ୍ୟାସନଗର ତହସିଲରେ ମୋରମ ଏବଂ ଧର୍ମଶାଳା ତହସିଲରେ ବାଲି ଲୁଟ୍‌ ନିତିଦିନିଆ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଠାରୁ ପରିଚାଳନା ଅନୁମତି ବା କନସେଣ୍ଟ ଟୁ ଅପରେଟ୍‌ (ସିଟିଓ) ଏବଂ ପରିବେଶଗତ ଅନୁମତି ବା ଏନ୍‌ଭାଇରନମେଣ୍ଟ କ୍ଲିୟରାନ୍ସ (ଇସି) ନ ଥାଇ ଜିଲାର ବିଭିନ୍ନ ନଦୀନାଳରୁ ବାଲି ଉତ୍ତୋଳନ କରାଯାଉଛି। ବିଶେଷକରି ଧର୍ମଶାଳା ତହସିଲ ଅଞ୍ଚଳର ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ସୀମା ଲଂଘିଛି। ଅନୁରୂପ ଭାବେ ବ୍ୟାସନଗର ତହସିଲ ଅଞ୍ଚଳରେ ମୋରମ ଲୁଟ ଅଭିଯୋଗ ହେଉଥିଲେ ହେଁ କିଛି ସୁଫଳ ମିଳିପାରୁ ନାହିଁ। ଏହି ବେଆଇନ କାର୍ଯ୍ୟ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବଦଳରେ ସମ୍ପୃକ୍ତ ଅଧିକାରୀ ବିପୁଳ ପରିମାଣର ଚାନ୍ଦା ନେଇ ମାଲାମାଲ ହେଉଛନ୍ତି। ଏପରିକି ସେହି କଳାଧନରେ ସମ୍ପୃକ୍ତ ଅଧିକାରୀ ଧରାଧରି କରି ପଦୋନ୍ନତି ପାଇଥିବା ଚର୍ଚ୍ଚା ହେଉଛି।
୫୩ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ତହସିଲ ଅନ୍ତର୍ଗତ କବାଟବନ୍ଧ ବ୍ରିଜ ନିକଟରେ ଥିବା ରାଇଚନ୍ଦା ବାଲିଘାଟର ୪୮୧ ପ୍ଲଟ ନମ୍ବରରୁ ୨୦ ଏକର ପରିମିତ ଅଞ୍ଚଳରୁ ବାଲି ଉତ୍ତୋଳନ କରିବାକୁ ଲିଜଧାରୀଙ୍କୁ ଅନୁମତି ମିଳିଥିଲା। ଏହି ଅନୁମତି ୨୦୧୬-୧୭ରୁ ୨୦୨୦-୨୧ ମାର୍ଚ୍ଚ ପର୍ଯ୍ୟନ୍ତ ବୈଧ ଥିଲା। କିନ୍ତୁ ଏଯାଏ ବିନା ସିଟିଓ ଓ ଇସିରେ ଏହି ବାଲିଘାଟର ପ୍ରାୟ ୫୦ ଏକର ଅଞ୍ଚଳରୁ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି। ଚିନ୍ତାଜନକ ବିଷୟ ଯେ, ବ୍ରାହ୍ମଣୀ ନଦୀର ବ୍ରିଜ୍‌ଠାରୁ ମାତ୍ର ୨୦୦ ମିଟର ମଧ୍ୟରେ ଏହି ବାଲି ଘାଟ ଏକାଧିକ ମେଶିନ ଜରିଆରେ ଚାଲିଛି, ଯାହାକି ବ୍ରିଜ୍‌ ପ୍ରତି ବିପଦ ଆଶଙ୍କା ରହିଛି। ପୂର୍ବରୁ ଏହାର ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ନିକଟରୁ ବିପୁଳ ପରିମାଣର ବାଲି ଉତ୍ତୋଳନ ହୋଇଥିବାରୁ ଯେତେ ଯାହା ମରାମତି କରାଗଲେ ମଧ୍ୟ ବ୍ରିଜ୍‌ର ସ୍ଥିତି ଠିକ୍‌ ହୋଇପାରୁନାହିଁ।
ଅନ୍ୟପକ୍ଷରେ ବ୍ୟାସନଗର ତହସିଲ ଅନ୍ତର୍ଗତ ପଛିକୋଟ ରାଜସ୍ବ ନିରୀକ୍ଷକଙ୍କ ଅଧୀନ ପରମାନନ୍ଦପୁର ନିକଟରେ ଥିବା ଏକ ଆକାଶିଆ ଜଙ୍ଗଲ କଡ଼ ସରକାରୀ ଜମିରୁ ବିପୁଳ ପରିମାଣର ମୋରମ ଲୁଟ୍‌ ଚାଲିଛି। ଏହି ମୋରମ ଖନନ ପାଇଁ କୌଣସି ଅନୁମତି ନ ଥିବା ବ୍ୟାସନଗର ତହସିଲଦାର ସ୍ପଷ୍ଟ କରୁଥିବାବେଳେ କିଭଳି ମାଫିଆ ମାନେ ଶହ ଶହ ଟ୍ରିପ୍‌ ମୋରମ ଚୋରାଚାଲାଣ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପଛିକୋଟ ରାଜସ୍ବ ନିରୀକ୍ଷକଙ୍କ ଅଧୀନ ମଞ୍ଜୁରୀ, ଖମିଗାଁ ଓ କୋରବନ୍ଦୀ ମୌଜାରୁ ବାରମ୍ବାର ବେଆଇନ ମୋରମ ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇ ଆସୁଛି। ପୋଖରୀ ଖନନ ନାମରେ ନିର୍ଦ୍ଧାରିତ ପରିମାଣଠାରୁ ଶତାଧିକ ଗୁଣ ଅଧିକ ମୋରମ ଲୁଟ୍‌ କରାଯାଉଛି। ଏନେଇ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କୁ ପଚାରିବାରୁ ଖୁବଶୀଘ୍ର ଏହି ମାଫିଆମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri