ରଦ୍ଦିରେ ବିକ୍ରି ହେଲା ପଢ଼ାବହି

ପାରାଦୀପ,୬।୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଦିଆଯାଉଥିବା ବହିଗୁଡ଼ିକୁ ଶନିବାର ରଦ୍ଦିରେ ବିକ୍ରି କରାଯାଇଛି। ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ସ୍କୁଲରେ ଏଭଳି ଘଟଣା ଘଟିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଜ୍ଜ୍ୱଳ ଓ ଉତ୍‌ଥାନ ଯୋଜନାରେ ମିିଳିଥିବା ଏହି ବହିଗୁଡ଼ିକୁ ପିଲାଙ୍କୁ ବଣ୍ଟା ନ ଯାଇ ୪୦୦ ଟଙ୍କାରେ ବିକ୍ରି କରାଯାଇଛି। ଉକ୍ତ ବହିଗୁଡ଼ିକରେ ଉଇ ଲାଗିଯାଇଛି। ଏହି ସ୍କୁଲ ୫-ଟି ଅନ୍ତର୍ଗତ ମୋ ସ୍କୁଲ ଯୋଜନାରେ ସାମିଲ ହୋଇଛି। ଏହା ପାରାଦୀପର ଏକ କ୍ଲଷ୍ଟର ସ୍କୁଲ। କ୍ଲଷ୍ଟର ପରିଚାଳନା କରୁଥିବା ସିଆର୍‌ସିସି ଏହି ସ୍କୁଲ ପରିସରରେ ଗୋଟିଏ ପ୍ରକୋଷ୍ଠ ନେଇ ଅଫିସ କାର୍ଯ୍ୟ କରୁଛନ୍ତି। ବହିକୁ ରଦ୍ଦି ବେପାରୀଙ୍କୁ ବିକ୍ରି କରିବା ସମ୍ପର୍କରେ ପଚାରିବାରୁ ସିଆର୍‌ସିସି ଓ ଶିକ୍ଷକମାନେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି।
ଶନିବାର ପୂର୍ବାହ୍ନ ସମୟରେ ରଦ୍ଦି କାଗଜ ବେପାରୀ ରଘୁଆ ସାହୁ ଏହି ସ୍କୁଲରୁ ଉକ୍ତ ବହିଗୁଡ଼ିକୁ ନେଇ ଆସୁଥିବା ବେଳେ ତାଙ୍କୁ ପଚରାଯାଇଥିଲା। ଏ ସମ୍ପର୍କରେ ସେ କୁହନ୍ତି,ଏହି ବହିଗୁଡ଼ିକର ଓଜନ ୭୨ କିଲୋ ହେଲା। ଏଥିପାଇଁ ୪ ଜଣ ଦିଦି ଓ ଜଣେ ସାର୍‌ ମୋ ଠାରୁ ୪୦୦ ଟଙ୍କା ନେଇଛନ୍ତି। ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ପରିଡା କହିଛନ୍ତି, ସିଆର୍‌ସିସି ବହିଗୁଡ଼ିକୁ ରଖିଥିଲେ। ସେ ଉକ୍ତ ବହି ଗୁଡ଼ିକୁ ବିକ୍ରି କରିଥାଇପାରନ୍ତି। ଏ ବିଷୟରେ ସେ କିଛି ଜାଣିନାହାନ୍ତି। ଏ ପ୍ରସଙ୍ଗରେ ସିଆର୍‌ସିସି ସୁକାନ୍ତ ସ୍ବାଇଁଙ୍କୁ ପଚାରିବାରେ କହିଥିଲେ, ଶିକ୍ଷକମାନେ ବହି ବିକ୍ରି କରିିଛନ୍ତି। ଏପରିକି ଘଟଣାସ୍ଥଳରେ ସେମାନେ ପରସ୍ପରକୁ ଦୋଷ ଦେଇଥିଲେ। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ପବିତ୍ର କର କହିଛନ୍ତି, ମୁଁ ମେଡିକାଲରେ ଅଛି କିଛି ଜାଣିନାହିଁ। ପରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରେ କହିଥିଲେ, ମୋ ପାଖରେ ଖବର ନାହିଁ, ଯଦି ସେପରି କେହି ବହିକୁ ବିକ୍ରି କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ, ୨୦୨୦-୨୧ ଶିକ୍ଷାବର୍ଷରେ କରୋନା ମହାମାରି ଯୋଗୁ ସ୍କୁଲ ବନ୍ଦ ରହିଥିଲା। ଏହି ସମୟରେ ଅନେକ ପିଲା ଠିକ୍‌ ଭାବେ ପାଠ ପଢିପାରି ନ ଥିଲେ। ଶିକ୍ଷାରେ ଦୁର୍ବଳ ଥିବା ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଦ୍ବିତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଉଜ୍ଜ୍ୱଳ ଯୋଜନାରେ ଏହି ଉପାଦେୟ ବହି ଯୋଗାଇ ଦେଇଥିଲେ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଉତ୍‌ଥାନ ଯୋଜନାରେ ସମସ୍ତ ବିଷୟ ଥିବା ବହି ଯୋଗାଇଥିଲେ। ଏଥିରେ ପିଲାଙ୍କ ପଢ଼ିବା ବୁଝିବା ଭଳି ସହଜ ପ୍ରଶ୍ନୋତ୍ତର ରହିଛି। ଏହାସବୁ ଛାତ୍ରୀଛାତ୍ରଙ୍କ ପାଇଁ ଉପାଦେୟ ବୋଲି ଶିକ୍ଷୟିତ୍ରୀ ଶୁଭ୍ରାରାଣୀ ବିଶ୍ୱାସ କୁହନ୍ତି। ଏହି ବହି ଖୋଲା ବଜାରରେ ମିଳେନାହିଁ। ଏଭଳି ପ୍ରମୁଖ ବହିକୁ ଶିକ୍ଷୟିତ୍ରୀ, ଶିକ୍ଷକମାନେ ପିଲାଙ୍କୁ ଦେବା ବଦଳରେ ରଦ୍ଦି କାଗଜ ବେପାରୀଙ୍କୁ ବିକ୍ରି କରିବା ଘଟଣା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ଅରବିନ୍ଦ ସ୍ବାଇଁ କୁହନ୍ତି। ସଞ୍ଜୟ ଗାନ୍ଧୀ ସ୍କୁଲରେ ୨୦୨୧-୨୨ ଶିକ୍ଷାବର୍ଷରେ ସମୁଦାୟ ୩୩୦ ଜଣ ଛାତ୍ରୀଛାତ୍ର ଥିବା ବେଳେ ୧୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଓ ପିଅନ ଅଛନ୍ତି। ୨୦୧୯ରୁ ଏପର୍ଯ୍ୟନ୍ତ ଏହି ସ୍କୁଲକୁ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ୩ ଥର ମରାମତି, ରୂପାନ୍ତକରଣ କରାଗଲାଣି। ଏଥିପାଇଁ ପୌରପାଳିକା, ସର୍ବଶିକ୍ଷା ଅଭିଯାନ, ପୂର୍ତ୍ତ ବିଭାଗ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ କଲେଣି। ପ୍ରତିଥର ନବୀକରଣ ସମୟରେ ଷ୍ଟାଫମାନେ ଟ୍ରକ ଭର୍ତ୍ତି କରି ପୁରୁଣା ସାମଗ୍ରୀଗୁଡିକୁ ବିକ୍ରି କରୁଛନ୍ତି ବୋଲି ସେହି ସ୍କୁଲ କମିଟିର ଉପସଭାପତି ରବୀନ୍ଦ୍ର ଓଝା ଅଭିଯୋଗ କରିଛନ୍ତି। ସମସ୍ତ ଅଭିଯୋଗ ସମ୍ପର୍କରେ ସେ ବିଭାଗୀୟ ଅଧିକାରୀ ଓ ୫-ଟି ସଚିବଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି ବୋଲି କୁହନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri