୨ବର୍ଷ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଗାଁ ମୁଣ୍ଡରୁ ଜବତ

ଦଶମନ୍ତପୁର,୧୬।୭ (ଅରବିନ୍ଦ ନାୟକ )୨ ବର୍ଷ ୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ ପଞ୍ଚାୟତର କଟ୍ରାଆମ୍ବ ଗ୍ରାମ ନିକଟରୁ ଜବତ କରିଛି। ମୃତକ ହେଲେ କଡ୍ରୁ ମୁଦୁଲିଙ୍କ ଝିଅ କୁନି (୨୩)।
ଖବରରୁ ଜଣାପଡିଛି, ୨୦୨୧ରେ କୁନିଙ୍କର ଉକ୍ତ ପଞ୍ଚାୟତର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ଅନ୍ୟ ସମ୍ପ୍ରଦାୟର ଓ ପୂର୍ବରୁ ବିବାହିତ ହୋଇଥିବାରୁ ଏନେଇ ପରିବାର ଲୋକେ ପ୍ରତିବାଦ କରି ଦଶମନ୍ତପୁର ଥାନାରେ ଏତଲା ଦେଇଥିଲେ। ପୋଲିସ ସେତେବେଳେ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଯୁବକ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଝିଅକୁ ନେବାକୁ ପରିବାର ଲୋକେ ରାଜି ନ ହେବାରୁ ତତ୍କାଳୀନ ଥାନା ଅଧିକାରୀ ତାଙ୍କୁ ଜିଲା ମହିଳା ସୁରକ୍ଷା କେନ୍ଦ୍ରକୁ ପଠାଇଥିଲେ। କିଛି ଦିନ ପରେ କୁନି ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ଦଶମନ୍ତପୁର ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରଠାରୁ କୁନି କେଉଁଠି କାହା ସହ ରହୁଥିଲେ ତାହା ଜଣାପଡି ନ ଥିଲା। ତେବେ ଗାଁ ଆମ୍ବଗଛ ରାସ୍ତା ଦେଇ କେତେଜଣ ଚାଷୀ ଶନିବାର ସକାଳୁ ଚାଷ କରିବାକୁ ଯାଉଥିବା ବେଳେ ଏକ ପଥର ଉପରେ ଜଣେ ମହିଳା ପାଟିରୁ ଫେଣ ବାହାରୁଥିବା ଅବସ୍ଥାରେ ପଡିଥିବା ଦେଖିବାକୁ ପାଇ ଏ ସମ୍ପର୍କରେ ସେମାନେ ଚଣାବାଡ ସରପଞ୍ଚ ରାଜଲକ୍ଷ୍ମୀ ମାଝି ଏବଂ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ କଡ୍ରୁଙ୍କ ଝିଅ କୁନି ବୋଲି ଚିହ୍ନଟ କରିଥିଲେ। ମୃତଦେହ ପଡିଥିବା ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି, ସେକେଣ୍ଡ ଅଫିସର ନିର୍ମଳା ଲିମା ଗ୍ରାମରେ ପହଞ୍ଚତ୍ଥିଲେ। କୁନିଙ୍କ ମୃତଦେହ ନିକଟରୁ ଗୋଟିଏ ହାତ ବ୍ୟାଗ୍‌, ଗୋଟିଏ ଝୁଲା ବ୍ୟାଗ୍‌ ଏବଂ ଫ୍ଲିପ୍‌କାର୍ଟ ଦ୍ବାରା ଅର୍ଡର କରାଯାଇଥିବା ମହିଳାଙ୍କ ବ୍ୟବହାରଯୋଗ୍ୟ କିଛି ସାମଗ୍ରୀ ମିଳିଥିଲା। ମୃତଦେହ ଜବତ ପରେ ଏହାକୁ ବ୍ୟବଚ୍ଛେଦ ଲାଗି କୋରାପୁଟ ପଠାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ କୁନିଙ୍କ ବାପା କଡ୍ରୁ କହିଛନ୍ତି, ତାଙ୍କ ଝିଅ ଦୀର୍ଘ ୨ ବର୍ଷ ୩ ମାସ ହେଲା ନିଖୋଜ ହୋଇଯାଇଥିଲା। ତେବେ ଗ୍ରାମ ମୁଣ୍ଡକୁ ତା’ମୃତଦେହ କିପରି ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେସ୍‌ ନଂ. ୧୬/୨୩ରେ ଏକ ଅପମତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ମହାନ୍ତି କହିଛନ୍ତି। ଏପରି ରହସ୍ୟଜନକ ଘଟଣାର ଉଚିତ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri