Posted inଅପରାଧ

ସୁଟ୍‌କେସରୁ ମିଳିଲା ନବବିବାହିତ ମହିଳାଙ୍କ ମୃତ ଦେହ

ଗାଜିଆବାଦ, ୨୭।୭: ଉତ୍ତର ପ୍ରଦେଶର ଗାଜିଆବାଦରୁ ଚକିତ କଲା ଭଳି ଏକ ଖବର ଆସିଛି। ସୋମବାର ସକାଳେ ଗାଜିଆବାଦର ସାହିବାବାଦ୍‌ ଥାନା ଅଞ୍ଚଳରେ ଗୋଟିଏ ସୁଟ୍‌କେସ ମଧ୍ୟରୁ ଜଣେ ନବବିବାହିତ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ସକାଳେ ସ୍ଥାନୀୟ ଜିଟି ରୋଡସ୍ଥିତ ଦଶମେସ ଭାଟିକା ପାଖ ରାସ୍ତାରେ ଏକ ବ୍ରାଉନ ରଙ୍ଗର ସୁଟ୍‌କେସ ପଡ଼ିଥିଲା। ଏହି ସୁଟ୍‌କେସ ଚାରିପାଖରେ କୁକୁର ବୁଲୁଥିବାରୁ ସ୍ଥାନୀୟ ଲୋକଙଙ୍କ ମନରେ ସନ୍ଦେହଜାତ ହୋଇଥିଲା। ଏହାପରେ ସେମାନେ ସ୍ଥାନୀୟ ଥାନାକୁ ଏନେଇ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଯେତେବେଳେ ସୁଟ୍‌କେସ ଖୋଲିଥିଲା ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକ ଚକିତ ହୋଇଯାଇଥିଲେ। ସୁଟ୍‌କେଶ ମଧ୍ୟରେ ଜଣେ ୨୩-୨୪ ବର୍ଷୀୟ ନବବିବାହିତ ଯୁବତୀଙ୍କ ଶବ ଦେଖିବାକୁ ମିଳିଥିଲା। ତାଙ୍କ ହାତ ଓ ଗୋଡ଼ ଚୁନିରେ ବନ୍ଧା ହୋଇଥିବାବେଳେ ତାଙ୍କ ଦେହରେ ଖଣ୍ଡିଆର ଚିହ୍ନ ରହିଥିଲା। ତେଣୁ ଯୁବତୀଙ୍କୁ ଅନ୍ୟତ୍ର କେଉଁଠାରେ ହତ୍ୟା କରାଯିବା ପରେ ସୁଟ୍‌କେସରେ ପୁରାଇ ସୋମବାର ଭୋର ସମୟରେ ଏଠାରେ ଆଣି ଫିଙ୍ଗି ଦିଆଯାଇଥିବା ପୋଲିସ ଅନୁମାନ କରୁଛି। ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ

ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର...

ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)।...

ଲାଞ୍ଚ ନେଇ ପଡ଼ିଥିଲେ ଧରା, ନିଲମ୍ବିତ ହେଲେ ସବ୍‌-ଇନ୍ସପେକ୍ଟର

ଭୁବନେଶ୍ୱର,୨୪ା୩: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଭୁବନେଶ୍ୱରର ଶହୀଦନଗର ଥାନା ସବ୍‌-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ରବିବାର ନିଲମ୍ବିତ ହୋଇଛନ୍ତି। ପୋଲିସ କମିଶନର ତାଙ୍କୁ...

୨୪୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ବ୍ରହ୍ମପୁର,୨୪ା୩(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୃଥକ୍‌ ସ୍ଥାନରୁ ଜବତ ହୋଇଛି। ୬ ଜଣ ଚାଲାଣକାରୀଙ୍କୁ କାବୁ କରିଛି।...

ମା-ବାପାଙ୍କ ଜୀବନ ନେଲେ ପୁଅ

କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା...

ବ୍ରାଉନସୁଗାର ର଼୍ୟାକେଟରେ ଶିକ୍ଷିତା ଯୁବତୀ, ପୁଡ଼ିଆ କରି ବିକୁଥିଲେ

ଭୁବନେଶ୍ୱର,୨୪।୩ (ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଘର ଭଡା ନେଇ ଚଳାଇଥିଲେ ବ୍ରାଉନସୁଗାର ବେପାର। ଏଥିରେ ସାମିଲ ଥିଲେ ଶିକ୍ଷିତା ଯୁବତୀ। ମାଷ୍ଟରମାଇଣ୍ଡ ବ୍ରାଉନସୁଗାର ପହଞ୍ଚାଇବା...

୫-ଟି ବିଲ୍‌ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ, ଧରାପଡ଼ିଲେ ପ୍ରଧାନଶିକ୍ଷକ

ଭବାନୀପାଟଣା,୨୧ା୩(ଉତ୍ତର କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡି। ସ୍କୁଲରେ ହୋଇଥିବା...

ଏଏସ୍‌ଓ ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ଗିରଫ ହେଲେ ଅବସରପ୍ରାପ୍ତ କର୍ମଚାରୀ

ଗୋପାଳପୁର,୨୧ା୩(ନବୀନ ରାଜ ଆଚାରୀ): ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଗୁରୁବାର ଗୋପାଳପୁର ଥାନା ପୋଲିସ ଅବସରପ୍ରାପ୍ତ କର୍ମଚାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri