ଶବ ସଂରକ୍ଷଣ ଗୃହରେ  ପଡ଼ିରହୁଛି ମୃତଦେହ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ଯୋଗୁ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ରଖିବାରେ ଏବେ ବଡ଼ ସମସ୍ୟା ଦେଖାଦେଇଛି। କାରଣ କୋଭିଡ୍‌ ପାଇଁ ଏହି ହସ୍ପିଟାଲକୁ ଦିନକୁ ୧୫ରୁ ଉର୍ଦ୍ଧ୍ୱ ମୃତଦେହ ଆସୁଛି। କିନ୍ତୁ ଏହାକୁ ସଂରକ୍ଷିତ ଭାବେ ରଖିବାକୁ ଜାଗା ନାହିଁ। ଫଳରେ ମୃତଦେହଗୁଡ଼ିକ ପ୍ରାୟ ସମୟ ମରଚ୍ୟୁରି(ଶବ ସଂରକ୍ଷଣ ଗୃହ) ଚଟାଣରେ ପଡ଼ିରହୁଥିବାର ଦେଖିବାକୁ ମିଳିଛି। ୨୦୧୮ରେ ନିର୍ମାଣ ହୋଇଥିବା ମରଚ୍ୟୁରିରେ ଏବେ ଦୁଇଟି ଫ୍ରିଜ୍‌ର ବକ୍ସ ରହିଛି। ଯେଉଁଥିରେ ୮ଟି ମୃତଦେହ ରହିପାରିବ। ପ୍ରଥମରୁ ଆସିଥିବା ମୃତଦେହକୁ ଫ୍ରିଜର ବକ୍ସରେ ରଖାଯାଉଛି। ହେଲେ ପରବର୍ତ୍ତୀ ସମୟରେ ଯେତିକି ମୃତଦେହ ଆସୁଛି ଜାଗା ନ ଥିବାରୁ ସେଗୁଡ଼ିକୁ ଚଟାଣରେ ପାର୍ସଲ କରାଯାଇ ରଖାଯାଉଛି। ଏଥିରେ ବିଭିନ୍ନ ଅଞ୍ଚଳରେ ଆସୁଥିବା ଅଜଣା ମୃତଦେହ ୭୨ ଘଣ୍ଟା ରଖାଯାଉଛି। ଫ୍ରିଜର ବକ୍ସରେ ୭୨ ଘଣ୍ଟା ରଖିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହକୁ ଆସୁଥିବା ମୃତଦେହଗୁଡିକ ମଧ୍ୟରୁ ଅଧିକାଂଶ ପଜିଟିଭ୍‌ ରହିଛି। ତେଣୁ ପଜିଟିଭ୍‌ ମୃତଦେହକୁ ଫ୍ରିଜ୍‌ର ଭିତରେ ନ ରଖାଯାଇ ବାହାରେ ରଖାଯାଉଛି।

ସବୁଠୁ ବଡ଼ କଥା ହେଲା କୋଭିଡ୍‌ ମୃତଦେହ ପାଇଁ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ବିଶେଷ କରି ରାଜଧାନୀ ଉପକଣ୍ଠ ଏବଂ ଏହାର ନିକଟ ଜିଲାର ଲୋକେ ପୂର୍ବରୁ ରୋଗୀ ଓ ମୃତଦେହଗୁଡିକ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଶବଦାହ କରୁଥିଲେ। ହେଲେ ଏବେ ଅଧିକାଂଶ ଅଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ନିଜ କାର୍ଯ୍ୟ ହାଲୁକା କରିବା ପାଇଁ  ଆସୁଥିବା ଗୁରୁତର ରୋଗୀ ଏବଂ ମୃତଦେହଗୁଡିକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଉଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲରେ ଏବେ ପୂର୍ବ ଅପେକ୍ଷା ୩୫ ପ୍ରତିଶତ ରୋଗୀଙ୍କ ସଂଖ୍ୟା ବଢ଼ିଛି। କେବଳ ଏହି ହସ୍ପିଟାଲ ନୁହେଁ ବିଏମ୍‌ସି ହସ୍ପିଟାଲରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି। କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ପହଞ୍ଚତ୍ବା ପରେ ସ୍ବାବ୍‌ ପରୀକ୍ଷା କରାଯାଉଛି। ରିପୋର୍ଟ ନେଗେଟିଭ ଥିଲେ ଉକ୍ତ ମୃତଦେହକୁ ବ୍ୟବଚ୍ଛେଦ କରାଯାଉଛି। ଯଦି ପଜିଟିଭ ରୁହେ ତେବେ ବ୍ୟବଚ୍ଛେଦ ନ କରାଯାଇ ବିଏମ୍‌ସିକୁ ଅବଗତ କରାଯାଉଛି। ପରେ ବିଏମ୍‌ସି ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଜଣାଉଛନ୍ତି। ଏପରିକି କେତେବେଳେ ଆସିବେ ସମୟ ମଧ୍ୟ ମାଗୁଛନ୍ତି। ହେଲେ ଅଧିକାଂଶ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ପରିବାର ଦେଇଥିବା ସମୟରେ ଆସିବାରେ ବିଳମ୍ବ କରୁଛନ୍ତି। ଯେଉଁଥି ପାଇଁ ମୃତଦେହ ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ଚଟାଣରେ ପଡ଼ିରହୁଛି। ଫଳରେ ମୃତଦେହ ପଚି ଶବ ସଂରକ୍ଷଣ ଗୃହ ଦୁର୍ଗନ୍ଧରେ ଫାଟି ପଡୁଛି। ଅନେକ କ୍ଷେତ୍ରରେ ମଧ୍ୟ ମୃତଦେହ ହୋଇଥିବା ପାର୍ସଲକୁ ମୂଷା କଣା କରି ଦେଉଛନ୍ତି। ପରିବାର ଲୋକେ ଆସିବା ପରେ ବିଏମ୍‌ସି ସରକାରୀ ଗାଇଡ୍‌ଲାଇନ୍‌ ଅନୁସାରେ ମୃତଦେହ ସତ୍ୟନଗର ମଶାଣିକୁ ନେଇ ଶବଦାହ କରୁଛନ୍ତି। ଯେଉଁ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଆସୁନାହାନ୍ତି ମୃତଦେହ ସେମିତି ପଡ଼ିରହୁଛି।

ଅନ୍ୟପଟେ ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଏବେ ମୃତ ବ୍ୟକ୍ତିଙ୍କର ସ୍ବାବ୍‌ ପରୀକ୍ଷା କରାଯାଉନାହିଁ। ଏପରିକି ସମସ୍ତ ମୃତଦେହର ବ୍ୟବଚ୍ଛେଦ ହେଉଛି। ଏଭଳି କୋଭିଡ୍‌ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ମୃତଦେହ ବ୍ୟବଚ୍ଛେଦ କରୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯଦି ମୃତ ବ୍ୟକ୍ତିଙ୍କୁ କରୋନା ପଜିଟିଭ୍‌ ଥାଏ, ତେବେ ଡାକ୍ତର ସହ ବ୍ୟବଚ୍ଛେଦ କରୁଥିବା ଅନ୍ୟ କର୍ମଚାରୀ ପଜିଟିଭ ହେବାର ସମ୍ଭାବନା ରହିଛି।

ଏ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଏଲ୍‌.ଡି. ସାହୁ କହିଛନ୍ତି, ଏକାଧିକ ମୃତଦେହ ଆସୁଥିବାରୁ ଏଭଳି ସମସ୍ୟା ହେଉଛି। ବିଶେଷ କରି ମୃତ ବ୍ୟକ୍ତି ପଜିଟିଭ ଥିଲେ ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ପରିବାର ଲୋକେ ଆସୁନାହାନ୍ତି। ଯେଉଁଥି ପାଇଁ ମୃତଦେହ ରଖିବାକୁ ଜାଗା ନାହିଁ।

ସେହିପରି ବିଏମ୍‌ସି ଅତିରିକ୍ତ କମିଶନର ସୁରତଚନ୍ଦ୍ର ମଲ୍ଲିିକ କହିଛନ୍ତି, ମୃତ ବ୍ୟକ୍ତିଙ୍କୁ ପଜିଟିଭ୍‌ ଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ଆମକୁ ଜଣାଉଛନ୍ତି। ଆମେ ଡିସ୍ପୋଜାଲ୍‌ ଅର୍ଡର ଆଣି ପରିବାର ଲୋକଙ୍କୁ ଜଣାଇଲେ କେହି ବିଳମ୍ବରେ ଆସୁଛନ୍ତି ତ କେହି ଆସୁ ନାହାନ୍ତି। ଯେଉଁଥି ପାଇଁ ମୃତଦେହ ନେବାରେ ବିଳମ୍ବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?