ଶବ ସଂରକ୍ଷଣ ଗୃହରେ  ପଡ଼ିରହୁଛି ମୃତଦେହ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ଯୋଗୁ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ରଖିବାରେ ଏବେ ବଡ଼ ସମସ୍ୟା ଦେଖାଦେଇଛି। କାରଣ କୋଭିଡ୍‌ ପାଇଁ ଏହି ହସ୍ପିଟାଲକୁ ଦିନକୁ ୧୫ରୁ ଉର୍ଦ୍ଧ୍ୱ ମୃତଦେହ ଆସୁଛି। କିନ୍ତୁ ଏହାକୁ ସଂରକ୍ଷିତ ଭାବେ ରଖିବାକୁ ଜାଗା ନାହିଁ। ଫଳରେ ମୃତଦେହଗୁଡ଼ିକ ପ୍ରାୟ ସମୟ ମରଚ୍ୟୁରି(ଶବ ସଂରକ୍ଷଣ ଗୃହ) ଚଟାଣରେ ପଡ଼ିରହୁଥିବାର ଦେଖିବାକୁ ମିଳିଛି। ୨୦୧୮ରେ ନିର୍ମାଣ ହୋଇଥିବା ମରଚ୍ୟୁରିରେ ଏବେ ଦୁଇଟି ଫ୍ରିଜ୍‌ର ବକ୍ସ ରହିଛି। ଯେଉଁଥିରେ ୮ଟି ମୃତଦେହ ରହିପାରିବ। ପ୍ରଥମରୁ ଆସିଥିବା ମୃତଦେହକୁ ଫ୍ରିଜର ବକ୍ସରେ ରଖାଯାଉଛି। ହେଲେ ପରବର୍ତ୍ତୀ ସମୟରେ ଯେତିକି ମୃତଦେହ ଆସୁଛି ଜାଗା ନ ଥିବାରୁ ସେଗୁଡ଼ିକୁ ଚଟାଣରେ ପାର୍ସଲ କରାଯାଇ ରଖାଯାଉଛି। ଏଥିରେ ବିଭିନ୍ନ ଅଞ୍ଚଳରେ ଆସୁଥିବା ଅଜଣା ମୃତଦେହ ୭୨ ଘଣ୍ଟା ରଖାଯାଉଛି। ଫ୍ରିଜର ବକ୍ସରେ ୭୨ ଘଣ୍ଟା ରଖିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହକୁ ଆସୁଥିବା ମୃତଦେହଗୁଡିକ ମଧ୍ୟରୁ ଅଧିକାଂଶ ପଜିଟିଭ୍‌ ରହିଛି। ତେଣୁ ପଜିଟିଭ୍‌ ମୃତଦେହକୁ ଫ୍ରିଜ୍‌ର ଭିତରେ ନ ରଖାଯାଇ ବାହାରେ ରଖାଯାଉଛି।

ସବୁଠୁ ବଡ଼ କଥା ହେଲା କୋଭିଡ୍‌ ମୃତଦେହ ପାଇଁ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ବିଶେଷ କରି ରାଜଧାନୀ ଉପକଣ୍ଠ ଏବଂ ଏହାର ନିକଟ ଜିଲାର ଲୋକେ ପୂର୍ବରୁ ରୋଗୀ ଓ ମୃତଦେହଗୁଡିକ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଶବଦାହ କରୁଥିଲେ। ହେଲେ ଏବେ ଅଧିକାଂଶ ଅଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ନିଜ କାର୍ଯ୍ୟ ହାଲୁକା କରିବା ପାଇଁ  ଆସୁଥିବା ଗୁରୁତର ରୋଗୀ ଏବଂ ମୃତଦେହଗୁଡିକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଉଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲରେ ଏବେ ପୂର୍ବ ଅପେକ୍ଷା ୩୫ ପ୍ରତିଶତ ରୋଗୀଙ୍କ ସଂଖ୍ୟା ବଢ଼ିଛି। କେବଳ ଏହି ହସ୍ପିଟାଲ ନୁହେଁ ବିଏମ୍‌ସି ହସ୍ପିଟାଲରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି। କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ପହଞ୍ଚତ୍ବା ପରେ ସ୍ବାବ୍‌ ପରୀକ୍ଷା କରାଯାଉଛି। ରିପୋର୍ଟ ନେଗେଟିଭ ଥିଲେ ଉକ୍ତ ମୃତଦେହକୁ ବ୍ୟବଚ୍ଛେଦ କରାଯାଉଛି। ଯଦି ପଜିଟିଭ ରୁହେ ତେବେ ବ୍ୟବଚ୍ଛେଦ ନ କରାଯାଇ ବିଏମ୍‌ସିକୁ ଅବଗତ କରାଯାଉଛି। ପରେ ବିଏମ୍‌ସି ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଜଣାଉଛନ୍ତି। ଏପରିକି କେତେବେଳେ ଆସିବେ ସମୟ ମଧ୍ୟ ମାଗୁଛନ୍ତି। ହେଲେ ଅଧିକାଂଶ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ପରିବାର ଦେଇଥିବା ସମୟରେ ଆସିବାରେ ବିଳମ୍ବ କରୁଛନ୍ତି। ଯେଉଁଥି ପାଇଁ ମୃତଦେହ ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ଚଟାଣରେ ପଡ଼ିରହୁଛି। ଫଳରେ ମୃତଦେହ ପଚି ଶବ ସଂରକ୍ଷଣ ଗୃହ ଦୁର୍ଗନ୍ଧରେ ଫାଟି ପଡୁଛି। ଅନେକ କ୍ଷେତ୍ରରେ ମଧ୍ୟ ମୃତଦେହ ହୋଇଥିବା ପାର୍ସଲକୁ ମୂଷା କଣା କରି ଦେଉଛନ୍ତି। ପରିବାର ଲୋକେ ଆସିବା ପରେ ବିଏମ୍‌ସି ସରକାରୀ ଗାଇଡ୍‌ଲାଇନ୍‌ ଅନୁସାରେ ମୃତଦେହ ସତ୍ୟନଗର ମଶାଣିକୁ ନେଇ ଶବଦାହ କରୁଛନ୍ତି। ଯେଉଁ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଆସୁନାହାନ୍ତି ମୃତଦେହ ସେମିତି ପଡ଼ିରହୁଛି।

ଅନ୍ୟପଟେ ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଏବେ ମୃତ ବ୍ୟକ୍ତିଙ୍କର ସ୍ବାବ୍‌ ପରୀକ୍ଷା କରାଯାଉନାହିଁ। ଏପରିକି ସମସ୍ତ ମୃତଦେହର ବ୍ୟବଚ୍ଛେଦ ହେଉଛି। ଏଭଳି କୋଭିଡ୍‌ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ମୃତଦେହ ବ୍ୟବଚ୍ଛେଦ କରୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯଦି ମୃତ ବ୍ୟକ୍ତିଙ୍କୁ କରୋନା ପଜିଟିଭ୍‌ ଥାଏ, ତେବେ ଡାକ୍ତର ସହ ବ୍ୟବଚ୍ଛେଦ କରୁଥିବା ଅନ୍ୟ କର୍ମଚାରୀ ପଜିଟିଭ ହେବାର ସମ୍ଭାବନା ରହିଛି।

ଏ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଏଲ୍‌.ଡି. ସାହୁ କହିଛନ୍ତି, ଏକାଧିକ ମୃତଦେହ ଆସୁଥିବାରୁ ଏଭଳି ସମସ୍ୟା ହେଉଛି। ବିଶେଷ କରି ମୃତ ବ୍ୟକ୍ତି ପଜିଟିଭ ଥିଲେ ଅଧିକାଂଶ କ୍ଷେତ୍ରରେ ସେମାନଙ୍କ ପରିବାର ଲୋକେ ଆସୁନାହାନ୍ତି। ଯେଉଁଥି ପାଇଁ ମୃତଦେହ ରଖିବାକୁ ଜାଗା ନାହିଁ।

ସେହିପରି ବିଏମ୍‌ସି ଅତିରିକ୍ତ କମିଶନର ସୁରତଚନ୍ଦ୍ର ମଲ୍ଲିିକ କହିଛନ୍ତି, ମୃତ ବ୍ୟକ୍ତିଙ୍କୁ ପଜିଟିଭ୍‌ ଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ଆମକୁ ଜଣାଉଛନ୍ତି। ଆମେ ଡିସ୍ପୋଜାଲ୍‌ ଅର୍ଡର ଆଣି ପରିବାର ଲୋକଙ୍କୁ ଜଣାଇଲେ କେହି ବିଳମ୍ବରେ ଆସୁଛନ୍ତି ତ କେହି ଆସୁ ନାହାନ୍ତି। ଯେଉଁଥି ପାଇଁ ମୃତଦେହ ନେବାରେ ବିଳମ୍ବ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

୧୨ ବର୍ଷ ପରେ ବି ମିଳୁନି ସରକାରୀ ସୁବିଧା, ପ୍ରଶାସନିକ ଅବହେଳାର ଶିକାର ବଳିଆ

ଗଞ୍ଜାମ,୨୦ା୧୨(ଅନାଥ ତରାଇ): ସରକାରୀ ଯୋଜନା କାହା ପାଇଁ? ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନିକ ବିଫଳତାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri