ନିଖୋଜ ଦୁଇ ଏମ୍‌ସିଏଲ୍‌ କର୍ମଚାରୀଙ୍କ ମିଳିଲା ମୃତଦେହ

ସମ୍ବଲପୁର,୮ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଥିଲା। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ ମହେଶ ଛିତୋରୀ( ୪୦) ଓ ଅଭିଷେକ କୁମାର( ୪୫) କର୍ମଚାରୀ ନିଖୋଜ ଥିଲେ । ସୋମବାର ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଏମ୍‌ସିଏଲ୍‌ ଅଧିକାରୀମାନେ ହୀରାକୁଦ ଜଳଭଣ୍ଡାର ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ଝାଙ୍କରାଣୀପୀଠ ନିକଟରେ କାର୍‌ ୩ ଜଣ ଅଧିକାରୀ ଡ୍ୟାମ୍‌ ଭିତରକୁ ଗାଧୋଇବାକୁ ଯାଇଥିଲେ । ଗୋଡ ଖସିଯିବାରୁ ସେମାନେ ଗଭୀର ପାଣିରେ ବୁଡି ଯାଇଥିଲେ । ଅଧିକାରୀମାନଙ୍କ ପାଟି ଶୁଣି ନିକଟରେ ଥିବା ୱାଟର ସ୍ପୋଟର୍‌ସ କର୍ମଚାରୀ ବୋଟ୍‌ରେ ଆସି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଅବିନାଶଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମହେଶ ଓ ଅଭିଷେକ ନିଖୋଜ ଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ା ରାତି ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ସୋମବାର ପୁଣି ଉଦ୍ଧାର କାର୍ଯ୍ୟ କରାଯାଇ ମୃତଦେହ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍‌ ଖଡ଼ିରେ ସୂକ୍ଷ୍ମ ଲାଇଟ୍‌ହାଉସ୍‌ ନିର୍ମାଣ କରିଛନ୍ତି ବିଜୟ କୁମାର

ଗୋପାଳପୁର,୨୨ା୧୨(ଡି.ଏନ.ଏ.): ସହର ଉପକଣ୍ଠସ୍ଥ ଶୀତାଳପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଇମାଜିକ୍ସ କ୍ଲବର ସଦସ୍ୟ କେ. ବିଜୟ କୁମାର ରେଡ଼ି ଗୋପାଳପୁର ବେଳାଭୂମି...

କରୋନା ନେଲା ଆଉ ୧୪ ଜୀବନ: ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୩୭୮କୁ ବୃଦ୍ଧି

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ କରୋନା ଜନିତ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୩୭୮କୁ...

ଇ-କମର୍ସ ଟ୍ରକ୍‌ ଓଲଟିଲା, ଲକ୍ଷାଧିକ ଟଙ୍କାର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନଷ୍ଟ

ଦାରିଙ୍ଗବାଡ଼ି,୩ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଡଙ୍ଗେରୀ ନିକଟରେ ଇ-କମର୍ସର ବିଭିନ୍ନ ସାମଗ୍ରୀ ବୋଝେଇ ହୋଇଥିବା ଏକ ମିନି ଟ୍ରକ୍‌ ସୋମବାର...

ନାସା ଯିବେ କଳାହାଣ୍ଡି ପୁଅ ହ୍ରିଙ୍କାର ମିଶ୍ର

ଭବାନୀପାଟଣା,୮।୯(ସ୍ବ.ପ୍ର.): ଓଡ଼ିଆ ପୁଅଙ୍କ ସଫଳତା। ନାସାରେ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କାମ କରିବାର ସୁଯୋଗ ପାଇବେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର...

ଚାଲିପାରୁନି ସରକାରୀ ସମୁଦ୍ର ଘୋଡ଼ା

ପାରାଦୀପ,୧୭ା୬(ସ୍ବ.ପ୍ର.): ସମୁଦ୍ରରେ ବହିରାଗତ ମତ୍ସ୍ୟଜୀବୀଙ୍କୁ ଯାଞ୍ଚ, ସାମୁଦ୍ରିକ ପାଟ୍ରୋଲିଂ, ଉପକୂଳ ମିଳିତ ସମରାଭ୍ୟାସ, ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ବିପଦରେ ଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର, ଆଦି...

ଯେ କୌଣସି ସ୍ଥିତିରେ ଶତ୍ରୁକୁ ବିନାଶ କରିବ ‘ଆକାଶ ପ୍ରାଇମ୍‌’

ବାଲେଶ୍ୱର,୨୭।୯: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ଚାନ୍ଦିପୁରସ୍ଥିତ ଆଇଟିଆର୍‌ କ୍ଷେପଣାସ୍ତ୍ର ଘାଟିରୁ ସୋମବାର ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି। ଆକାଶ ସିଷ୍ଟମର ଏହା ଏକ ଅପଡେଟ୍‌...

୩୯ ବର୍ଷ ପରେ ଟିଟିଲାଗଡ଼କୁ ମନ୍ତ୍ରୀ ପଦ

ଟିଟିଲାଗଡ଼,୩୦ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବୁଧବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଭିଜିଲାନ୍ସ ହାତରେ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ,୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ ମଳୟ ନାୟକ ବୁଧବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଏସ୍‌ସିଏସ୍‌ଟି ମାମଲାରେ ନାଁ ରଫାଦଫା କରିବାକୁ ୩୦ ହଜାର...

Advertisement
Archives

Model This Week