ଦୋଷାରୋପର ଖେଳ

Dillip Cherian

ହାତରେ ମଳ ସଫା କରିବା ଗୁଜରାଟରେ ବେଆଇନ ହୋଇଥିଲେ ବି ଏହି କାର୍ଯ୍ୟ କରିବା ଫଳରେ ରାଜ୍ୟର ବିଭିନ୍ନ ଭାଗରେ ମାର୍ଚ୍ଚରୁ ଏପ୍ରିିଲ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ବାସ୍ତବରେ ଏହି ସଂଖ୍ୟା ଯଥେଷ୍ଟ ବେଶି ହେବ ବୋଲି ସାମାଜିକ କର୍ମୀମାନେ ଦାବି କରିଛନ୍ତି । କେତେକ ରିପୋର୍ଟ ଅନୁଯାୟୀ, ଦେଶରେ ମେହେନ୍ତର ମୃତ୍ୟୁ ସଂଖ୍ୟାରେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି। ତଥାପି ପ୍ରଧାନମନ୍ତ୍ରୀ ଗୁଜରାଟକୁ ବିକାଶର ଆଦର୍ଶ ମଡେଲ ଭାବେ ଘୋଷଣା କରିବାକୁ କେବେ ବି ଥକି ପଡ଼ୁନାହାନ୍ତି। ନିଶ୍ଚିତ ଭାବେ ଏହି ଘଟଣା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପାଇଁ ଲଜ୍ଜାଜନକ। ବିରୋଧୀଦଳଗୁଡ଼ିକ ଏହି ପ୍ରସଙ୍ଗକୁ ଉଠାଇ ରାଜ୍ୟ ସରକାରଙ୍କୁ ଦାୟୀ କରି ଏହି ସବୁ ମୃତ୍ୟୁ ଘଟଣାର ତଦନ୍ତ ଜାତୀୟ ମାନବ ଅଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି) କରିବା ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏବେ ପରସ୍ପର ଭିତରେ ଦୋଷାରୋପର ଖେଳରେ ମନ୍ତ୍ରୀମାନେ ଅମଲାତନ୍ତ୍ରୀଙ୍କୁ ଦୋଷ ଦେବାର ସମ୍ଭାବନା ଦେଖାଯାଇଛି। ମନ୍ତ୍ରୀମାନେ ପ୍ରଶାସନିକ ବିଫଳତାକୁ ସମସ୍ୟାର ମୂଳ କାରଣ ଭାବେ ଦର୍ଶାଇ ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିପାରନ୍ତି । ଏହାକୁ ଲକ୍ଷ୍ୟକରି
ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଙ୍କଜ ଜୋଷୀ ବାବୁମାନେ ମେହେନ୍ତରମାନଙ୍କ ସମସ୍ୟାଗୁଡ଼ିକୁ ସମାଧାନ କରିବା ଲାଗି ଅଧିକ ସକ୍ରିୟତା ପ୍ରକାଶ କରିବାକୁ କହିଛନ୍ତି ବୋଲି କେତେଜଣଙ୍କ ମତ ଦିଅନ୍ତି। ମେହେନ୍ତରମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନର କାର୍ଯ୍ୟକାରିତାକୁ ସଞ୍ଚାଳନ କରିବା ସହ ସେମାନଙ୍କ ଥଇଥାନ ଲାଗି ସାଧନ ଯୋଗାଇଦେବାକୁ ଏକ ଟାସ୍କଫୋର୍ସ ଗଠନ କରିବା ସକାଶେ ମୁଖ୍ୟମନ୍ତ୍ରୀ ପଟେଲଙ୍କ ପାଇଁ ଏକ ପ୍ରସ୍ତାବ ଥିବା ମଧ୍ୟ କୁହାଯାଉଛି। ସେ ଯାହା ହେଉନା କାହିଁକି ବହୁଚର୍ଚ୍ଚିତ ‘ଗୁଜରାଟ ମଡେଲ’ର ଚମକକୁ ରକ୍ଷା କରାଯିବା ଉଚିତ।
ନିବେଶ ଚିନ୍ତା
ହରିୟାଣାର ନୂଆ ନିବେଶ ଯୋଜନାର ଅଂଶ ୨୦୨୧-୨୨ର ୩% ତୁଳନାରେ ୬ ବର୍ଷରେ ସବୁଠୁ ନିମ୍ନକୁ ଖସି ୧%ରେ ରହିଛି । ତେବେ ନିବେଶ ଯୋଜନାଗୁଡ଼ିକ ୨୦୨୨-୨୩ରେ ଖୁବ୍‌ ଶୀଘ୍ର ୩୦ ପ୍ରତିଶତ ଖସିବ ବୋଲି କୁହାଯାଉଛି। ଚିନ୍ତାଜନକ ଖବର ହେଉଛି, ମାନୁଫାକ୍‌ଚରିଂ ନିବେଶ ୬୦% ପ୍ରତିଶତ ହ୍ରାସପାଇଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ପାଇଁ ଏକ ଖରାପ ଖବର। ସୂତ୍ରରୁ ପ୍ରକାଶ, ଗତବର୍ଷ ପ୍ରାରମ୍ଭରେ ସ୍ଥାନୀୟ ଲୋକମାନଙ୍କ ପାଇଁ ୩୦,୦୦୦ ଦରମା ପର୍ଯ୍ୟନ୍ତ ପ୍ରାଇଭେଟ ସେକ୍ଟର ଚାକିରିରେ ୭୫ % ସଂରକ୍ଷଣ କରିବା ଲାଗି ତରବରିଆ ଭାବେ ଅଣାଯାଇଥିବା ଅଇନ ସହ ଖଟ୍ଟରଙ୍କର ଏବକାର ନିବେଶ ସଙ୍କଟ ସହ ସମ୍ପର୍କ ଅଛି। ନ୍ୟାୟାଳୟରେ ଏହା ଉପରେ ଚ୍ୟାଲେଞ୍ଜ କରାଯିବା ପରେ ଯଦିଓ ଏହା ସାମୟିକ ଭାବେ ବନ୍ଦ ରହିଛି, ତଥାପି ଏହାର କାର୍ଯ୍ୟକାରିତା ଉପରେ ସନ୍ଦେହ ଲାଗିରହିଛି, ଯେଉଁଥିପାଇଁ ନିବେଶକମାନେ ନିବେଶ କରିବା ଲାଗି ପଛଘୁଞ୍ଚା ଦେଉଛନ୍ତି। ସ୍ଥାନୀୟ ନିଯୁକ୍ତିକୁ ନେଇ ଉକ୍ତ ଆଇନ ସ୍ପଷ୍ଟତଃ ରାଜନୈତିକ ଲକ୍ଷ୍ୟରେ ଅଣାଯାଇଥିଲା, ଯାହା ନିବେଶକମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା। ବିଶ୍ୱାସ କରାଯାଉଥିଲା, ଏହି ଆଇନ ଯଦି କାର୍ଯ୍ୟକାରୀ କରାଯାଏ ତେବେ ମହାମାରୀ ପରବର୍ତ୍ତୀ ଆର୍ଥିକ ସୁଧାର ଅଧିକ ଧିମା ହୋଇଯିବ, ଆଇନ ଅନୁପାଳନ ଜନିତ ବୋଝ ବଢିଯିବ। ଉକ୍ତ ଘଟଣାରେ ବାବୁମାନେ ଚୁପ୍‌ ରହିଛନ୍ତି। ସୂତ୍ରରୁ ପ୍ରକାଶ, ଏକ ଅନୁକୂଳ ବିଜ୍‌ନେସ ପରିବେଶ ପାଇଁ ହରିୟାଣାର ଭାବମୂର୍ତ୍ତି ଫେରାଇ ଆଣିବା ଲାଗି ମୁଖ୍ୟ ଶାସନ ସଚିବ ସଞ୍ଜୟ କୌଶଲ ବରିଷ୍ଠ ସହଯୋଗୀମାନଙ୍କ ସହ ଆଲୋଚନା କରୁଛନ୍ତି।
ପଡ଼ୋଶୀଙ୍କ ପାଇଁ ପ୍ରୋଗ୍ରାମ
ପଡ଼ୋଶୀ ଦେଶଗୁଡ଼ିକ ସହ ସମ୍ପର୍କ ଦୃଢ କରିବା ଲାଗି ଭାରତର ନୀତି ଏବେ ନୂଆ ମୋଡ଼ ନେଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ଗୁଡ୍‌ ଗଭର୍ନାନ୍ସ( ଏନ୍‌ସିଜିଜି) ପଡ଼ୋଶୀ ଓ ଦୂରଦେଶର ଅମଲାତନ୍ତ୍ରୀମାନଙ୍କ ପାଇଁ ଦକ୍ଷତା ନିର୍ମାଣ ପ୍ରୋଗ୍ରାମ ବା କାର୍ଯ୍ୟକ୍ରମ ଆୟୋଜନ କରୁଛି। ଆଞ୍ଚଳିକ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ମଜଭୂୁତ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିର ଅଂଶ ଭାବେ ଏନ୍‌ସିଜିଜି ଦ୍ୱାରା ଏହିସବୁ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ପ୍ରଭାବଶାଳୀ ତଥା ଦକ୍ଷତାପୂର୍ଣ୍ଣ ଶାସନ ପାଇଁ ସିଭିଲ୍‌ ସର୍ଭାଣ୍ଟମାନଙ୍କୁ କୌଶଳ ଏବଂ ଜ୍ଞାନ ଯୋଗାଇଦେବା ଲକ୍ଷ୍ୟରେ ଏହା କରାଯାଉଛି। ସାର୍ବଜନୀନ ପ୍ରଶାସନ, ଇ-ଗଭର୍ନାନ୍ସ, ଡିଜିଟାଲ ଟ୍ରାନ୍ସଫର୍‌ମେଶନ ଏବଂ ନେତୃତ୍ୱଭିତ୍ତିକ ବିକାଶ କ୍ଷେତ୍ରରେ ଏହି ପ୍ରୋଗ୍ରାମଗୁଡ଼ିକ ଗୁରୁତ୍ୱ ଦେଉଛି। ଏନ୍‌ସିଜିଜି ମହାନିର୍ଦ୍ଦେଶକ ଭାରତ ଲାଲ୍‌ ଏକ ପ୍ରଭାବଶାଳୀ ତଥା ବିଶିଷ୍ଟ ବିଶେଷଜ୍ଞଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଏବକାର ସେସନ୍‌କୁ ନେତୃତ୍ୱ ଦେବା ଲାଗି ଏଥିରେ ଜିପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ଦିନେଶ ଦାସା, କେନ୍ଦ୍ରୀୟ ବିଦ୍ୟୁତ୍‌ ନିୟାମକ ଆୟୋଗର ଅଧ୍ୟକ୍ଷ ଜିଶ୍ନୁ ବରୁଆ ଏବଂ ପୂର୍ବତନ ବରିଷ୍ଠ କୂଟନୀତିଜ୍ଞ ସଞ୍ଜୟ ଭଟ୍ଟାଚାର୍ଯ୍ୟ ପ୍ରମୁଖ ରହିଛନ୍ତି। ୨୦୨୩ରେ ଜି୨୦ର ଭାରତର ଅଧ୍ୟକ୍ଷତା ହିଁ ବିଶ୍ୱ ସମ୍ମୁଖରେ ଏହିସବୁ ଦକ୍ଷତା ନିର୍ମାଣ ପ୍ରୋଗ୍ରାମ ପ୍ରଦର୍ଶନ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ଶତତ ବିକାଶ ଲକ୍ଷ୍ୟ ହାସଲ କରିବା ଏବଂ ଅନ୍ୟ ଦେଶଗୁଡ଼ିକୁ ସମାନ ପ୍ରକାର ପ୍ରୋଗ୍ରାମ ଆପଣାଇବାକୁ ଉତ୍ସାହିତ କରିବା ପାଇଁ ଦକ୍ଷତା ନିର୍ମାଣକୁ ପ୍ରୋତ୍ସାହିତ କରିବାକୁ ଏକ ମୁଖ୍ୟ ସାଧନ ଭାବେ ଜି୨୦ ସୁଯୋଗକୁ ଉପଯୋଗ କରିବା ଲାଗି ମୋଦି ସରକାର ଆଶା କରୁଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?