ବଢୁଛି କଳାହୀରାର କଳାବଜାର

ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ କଳାହୀରା (କୋଇଲା)ର କଳାବଜାର ବଢ଼ିବାରେ ଲାଗିଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ରେଲୱେ ସାଇଡିଂରେ କୋଇଲା ଅପମିଶ୍ରଣ ଘଟଣା ପଦାକୁ ଆସିବା ପରେ ଖଣି ବିଭାଗ ପକ୍ଷରୁ କୋଇଲାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷେ ହରିଦାସପୁର-ପାରାଦୀପ ରେଳଲାଇନର ବିଭିନ୍ନ ଷ୍ଟେଶନ ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରତିଦିନ ରେଳଗାଡ଼ି ଓ ରେଳଧାରଣାରୁ କୋଇଲା ଚୋରି ଏକ ନିୟମିତ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।
ଖୋର୍ଦ୍ଧାରୋଡ୍‌ ରେଳ ଡିଭିଜନ ଅନ୍ତର୍ଗତ ହରିଦାସପୁର-ପାରାଦୀପ ସେକ୍ସନ୍‌ରେ ରେଳଗାଡ଼ି ଚଳାଚଳକୁ ଇତିମଧ୍ୟରେ ୩ ବର୍ଷ ଅତିକ୍ରମ କରିସାରିଛି। କିନ୍ତୁ ବିଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣ, ଲୋକପ୍ରତିନିଧିମାନଙ୍କ ଦାବି ସତ୍ତ୍ୱେ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲା ଦେଇ ନିର୍ମିତ ଏହି ରେଳପଥରେ ଏଯାବତ୍‌ ଯାତ୍ରୀବାହୀ ରେଳଗାଡ଼ି ଚଳାଚଳ କରିପାରିନାହିଁ। ଏହି ରେଳପଥରେ ଯାଜପୁର ଜିଲାର ହରିଦାସପୁର, ଚଣ୍ଡୀଖୋଲ, ଉଦୟଗିରି-ରତ୍ନଗିରି ରୋଡ୍‌ ଓ ଲଳିତଗିରି ରେଳଷ୍ଟେଶନ ରହିଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ବାଜିପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇ ରୋଡ୍‌, କଳାଘର, ନୂଆଗାଁ ଏବଂ ଜଗତ୍‌ସିଂହପୁର ଜିଲାର ସିଜୁ ଓ ପାରାଦୀପ ରେଳଷ୍ଟେଶନ ରହିଛି। ଦେଶର ଗୁରୁତ୍ୱପୂର୍ଣ୍ଣ ପାରାଦୀପ ବନ୍ଦର ସହିତ ଯୋଡ଼ି ହୋଇଥିବା ଏହି ରେଳପଥରେ ବିଭିନ୍ନ ପ୍ରକାରର ଖଣିଜ ସମ୍ପଦ ପରିବହନ କରାଯାଉଛି। ମୁଖ୍ୟତଃ କୋଇଲା, ଜିପସମ୍‌, ସିମେଣ୍ଟ, ରାସାୟନିକ ସାର, ଲୁହା ପ୍ଲେଟ, ଷ୍ଟିଲ ପ୍ଲେଟ, ଲୁହାପଥର ଏବଂ ବିଭିନ୍ନ ପେଟ୍ରୋଲିୟମ୍‌ଜାତ ସାମଗ୍ରୀ ଏହି ରେଳପଥରେ ପଠାଯାଉଛି। ଭାରତ ଭିତରୁ ଏବଂ ଭାରତ ବାହାରୁ ମଧ୍ୟ ବିଭିନ୍ନ ସାମଗ୍ରୀର ଆମଦାନି ଓ ରପ୍ତାନି କରାଯାଉଥିବାରୁ ଏହି ରେଳପଥର ଗୁରୁତ୍ୱ ବେଶ୍‌ ବଢ଼ି ଯାଇଛି। ବର୍ତ୍ତମାନ ଏହି ରେଳପଥରେ ଦୈନିକ ୩୪/୩୫ଟି ମାଲବାହୀ ରେଳଗାଡ଼ି ଯିବାଆସିବା କରୁଥିଲେ ହେଁ ହରିଦାସପୁର-ପାରାଦୀପ ରେଳ ସେକ୍ସନ୍‌ର ଅଧିକାଂଶ ଷ୍ଟେଶନ ଏବଂ ସଂଲଗ୍ନ କୋଠାବାଡ଼ିଗୁଡ଼ିକ ଏଯାବତ୍‌ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହି ରେଳପଥରେ ପ୍ରତ୍ୟହ ପାରାଦୀପ ବନ୍ଦରରୁ ବିଭିନ୍ନ ଶିଳ୍ପାଞ୍ଚଳକୁ ଯାଉଥିବା କୋକ୍‌-କୋଇଲାଗୁଡ଼ିକୁ ବିଭିନ୍ନ ଷ୍ଟେଶନରେ ସ୍ଥାନୀୟ ଲୋକମାନେ ରେଳଡ଼ବା ଓ ରେଳଧାରଣାରୁ ବିପଜ୍ଜନକ ଭାବେ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ରେଳ ସୁରକ୍ଷାବଳ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ମତପ୍ରକାଶ ପାଇଛି। ଏହାବାଦ ୩/୪ ବର୍ଷ ତଳୁ ନିର୍ମିତ ରେଳଷ୍ଟେଶନକୁ ସଂଯୋଗ କରୁଥିବା ପକ୍କା ସଡ଼କଗୁଡ଼ିକ ଏବେ ଫାଟି ଆଁ କଲାଣି। ଏହି ସଂଯୋଗୀକରଣ ରାସ୍ତା ପାର୍ଶ୍ୱରେ ଲଗାଯାଇଥିବା ବିଦ୍ୟୁତଖୁଣ୍ଟଗୁଡ଼ିକ ଅଚଳ ହୋଇପଡ଼ିଛି। ଏହାର ସୁଯୋଗରେ କୋଇଲା ଚୋରି ବଢ଼ିବାରେ ଲାଗିଛି।
୪ ବର୍ଷ ହେଲା ମେସ୍କୋ କାରଖାନା ବନ୍ଦ ରହିଛି। ଫଳରେ ଶ୍ରମିକ, କର୍ମଚାରୀମାନଙ୍କୁ ବକେୟା ଅର୍ଥ ମିଳିନି। ଅନ୍ୟପକ୍ଷେ ରେଳସାଇଡିଂ ଚଳାଇ ମାଲିକ ମାଲାମାଲ ହେଉଛନ୍ତି। ଏଥିରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ରହିଥିବା ଚର୍ଚ୍ଚା ହେଉଛି। ଫଳରେ ରେଳସାଇଡିଂ ଦାୟିତ୍ୱରେ ଥିବା ଅଧିକାରୀମାନେ ଅନାୟାସରେ କୋଇଲା ସହ କଳା ପାଉଁଶ, ଚାରକୋଲ ଆଦି ମିଶାଇ ଅପମିଶ୍ରଣ କରୁଥିବା ଅଭିଯୋଗ ପରେ ଏବେ ତଦନ୍ତ ଚାଲିଛି। ଏହି ଅସାଧୁ କାରବାରରେ ପରିବେଶ ବିଭାଗ, ରେଲଓ୍ବେ, ଖଣି ଓ କାରଖାନାଗୁଡିକର ଅଧିକାରୀ, କର୍ମଚାରୀମାନେ ସମ୍ପୃକ୍ତ ଥିବା କୁହାଯାଉଛି। ତେଣୁ ଏହି ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ରହିବା ନେଇ ସାଧାରଣରେ ସନ୍ଦେହ ଦେଖାଦେଇଛି। ଅନ୍ୟପକ୍ଷେ ଯାଜପୁର ରୋଡ୍‌ ଡିଡିଏମ ବିଭୂତିଭୂଷଣ ବେହେରା କହିଛନ୍ତି, ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଏକ ୬ ଜଣିଆ ଟିମ୍‌ କରାଯାଇ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri