ବଢୁଛି କଳାହୀରାର କଳାବଜାର

ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ କଳାହୀରା (କୋଇଲା)ର କଳାବଜାର ବଢ଼ିବାରେ ଲାଗିଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ରେଲୱେ ସାଇଡିଂରେ କୋଇଲା ଅପମିଶ୍ରଣ ଘଟଣା ପଦାକୁ ଆସିବା ପରେ ଖଣି ବିଭାଗ ପକ୍ଷରୁ କୋଇଲାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷେ ହରିଦାସପୁର-ପାରାଦୀପ ରେଳଲାଇନର ବିଭିନ୍ନ ଷ୍ଟେଶନ ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରତିଦିନ ରେଳଗାଡ଼ି ଓ ରେଳଧାରଣାରୁ କୋଇଲା ଚୋରି ଏକ ନିୟମିତ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।
ଖୋର୍ଦ୍ଧାରୋଡ୍‌ ରେଳ ଡିଭିଜନ ଅନ୍ତର୍ଗତ ହରିଦାସପୁର-ପାରାଦୀପ ସେକ୍ସନ୍‌ରେ ରେଳଗାଡ଼ି ଚଳାଚଳକୁ ଇତିମଧ୍ୟରେ ୩ ବର୍ଷ ଅତିକ୍ରମ କରିସାରିଛି। କିନ୍ତୁ ବିଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣ, ଲୋକପ୍ରତିନିଧିମାନଙ୍କ ଦାବି ସତ୍ତ୍ୱେ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲା ଦେଇ ନିର୍ମିତ ଏହି ରେଳପଥରେ ଏଯାବତ୍‌ ଯାତ୍ରୀବାହୀ ରେଳଗାଡ଼ି ଚଳାଚଳ କରିପାରିନାହିଁ। ଏହି ରେଳପଥରେ ଯାଜପୁର ଜିଲାର ହରିଦାସପୁର, ଚଣ୍ଡୀଖୋଲ, ଉଦୟଗିରି-ରତ୍ନଗିରି ରୋଡ୍‌ ଓ ଲଳିତଗିରି ରେଳଷ୍ଟେଶନ ରହିଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ବାଜିପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇ ରୋଡ୍‌, କଳାଘର, ନୂଆଗାଁ ଏବଂ ଜଗତ୍‌ସିଂହପୁର ଜିଲାର ସିଜୁ ଓ ପାରାଦୀପ ରେଳଷ୍ଟେଶନ ରହିଛି। ଦେଶର ଗୁରୁତ୍ୱପୂର୍ଣ୍ଣ ପାରାଦୀପ ବନ୍ଦର ସହିତ ଯୋଡ଼ି ହୋଇଥିବା ଏହି ରେଳପଥରେ ବିଭିନ୍ନ ପ୍ରକାରର ଖଣିଜ ସମ୍ପଦ ପରିବହନ କରାଯାଉଛି। ମୁଖ୍ୟତଃ କୋଇଲା, ଜିପସମ୍‌, ସିମେଣ୍ଟ, ରାସାୟନିକ ସାର, ଲୁହା ପ୍ଲେଟ, ଷ୍ଟିଲ ପ୍ଲେଟ, ଲୁହାପଥର ଏବଂ ବିଭିନ୍ନ ପେଟ୍ରୋଲିୟମ୍‌ଜାତ ସାମଗ୍ରୀ ଏହି ରେଳପଥରେ ପଠାଯାଉଛି। ଭାରତ ଭିତରୁ ଏବଂ ଭାରତ ବାହାରୁ ମଧ୍ୟ ବିଭିନ୍ନ ସାମଗ୍ରୀର ଆମଦାନି ଓ ରପ୍ତାନି କରାଯାଉଥିବାରୁ ଏହି ରେଳପଥର ଗୁରୁତ୍ୱ ବେଶ୍‌ ବଢ଼ି ଯାଇଛି। ବର୍ତ୍ତମାନ ଏହି ରେଳପଥରେ ଦୈନିକ ୩୪/୩୫ଟି ମାଲବାହୀ ରେଳଗାଡ଼ି ଯିବାଆସିବା କରୁଥିଲେ ହେଁ ହରିଦାସପୁର-ପାରାଦୀପ ରେଳ ସେକ୍ସନ୍‌ର ଅଧିକାଂଶ ଷ୍ଟେଶନ ଏବଂ ସଂଲଗ୍ନ କୋଠାବାଡ଼ିଗୁଡ଼ିକ ଏଯାବତ୍‌ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହି ରେଳପଥରେ ପ୍ରତ୍ୟହ ପାରାଦୀପ ବନ୍ଦରରୁ ବିଭିନ୍ନ ଶିଳ୍ପାଞ୍ଚଳକୁ ଯାଉଥିବା କୋକ୍‌-କୋଇଲାଗୁଡ଼ିକୁ ବିଭିନ୍ନ ଷ୍ଟେଶନରେ ସ୍ଥାନୀୟ ଲୋକମାନେ ରେଳଡ଼ବା ଓ ରେଳଧାରଣାରୁ ବିପଜ୍ଜନକ ଭାବେ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ରେଳ ସୁରକ୍ଷାବଳ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ମତପ୍ରକାଶ ପାଇଛି। ଏହାବାଦ ୩/୪ ବର୍ଷ ତଳୁ ନିର୍ମିତ ରେଳଷ୍ଟେଶନକୁ ସଂଯୋଗ କରୁଥିବା ପକ୍କା ସଡ଼କଗୁଡ଼ିକ ଏବେ ଫାଟି ଆଁ କଲାଣି। ଏହି ସଂଯୋଗୀକରଣ ରାସ୍ତା ପାର୍ଶ୍ୱରେ ଲଗାଯାଇଥିବା ବିଦ୍ୟୁତଖୁଣ୍ଟଗୁଡ଼ିକ ଅଚଳ ହୋଇପଡ଼ିଛି। ଏହାର ସୁଯୋଗରେ କୋଇଲା ଚୋରି ବଢ଼ିବାରେ ଲାଗିଛି।
୪ ବର୍ଷ ହେଲା ମେସ୍କୋ କାରଖାନା ବନ୍ଦ ରହିଛି। ଫଳରେ ଶ୍ରମିକ, କର୍ମଚାରୀମାନଙ୍କୁ ବକେୟା ଅର୍ଥ ମିଳିନି। ଅନ୍ୟପକ୍ଷେ ରେଳସାଇଡିଂ ଚଳାଇ ମାଲିକ ମାଲାମାଲ ହେଉଛନ୍ତି। ଏଥିରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ରହିଥିବା ଚର୍ଚ୍ଚା ହେଉଛି। ଫଳରେ ରେଳସାଇଡିଂ ଦାୟିତ୍ୱରେ ଥିବା ଅଧିକାରୀମାନେ ଅନାୟାସରେ କୋଇଲା ସହ କଳା ପାଉଁଶ, ଚାରକୋଲ ଆଦି ମିଶାଇ ଅପମିଶ୍ରଣ କରୁଥିବା ଅଭିଯୋଗ ପରେ ଏବେ ତଦନ୍ତ ଚାଲିଛି। ଏହି ଅସାଧୁ କାରବାରରେ ପରିବେଶ ବିଭାଗ, ରେଲଓ୍ବେ, ଖଣି ଓ କାରଖାନାଗୁଡିକର ଅଧିକାରୀ, କର୍ମଚାରୀମାନେ ସମ୍ପୃକ୍ତ ଥିବା କୁହାଯାଉଛି। ତେଣୁ ଏହି ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ରହିବା ନେଇ ସାଧାରଣରେ ସନ୍ଦେହ ଦେଖାଦେଇଛି। ଅନ୍ୟପକ୍ଷେ ଯାଜପୁର ରୋଡ୍‌ ଡିଡିଏମ ବିଭୂତିଭୂଷଣ ବେହେରା କହିଛନ୍ତି, ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଏକ ୬ ଜଣିଆ ଟିମ୍‌ କରାଯାଇ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri