ଭାଜପା ପତାକା ଚିରି ଗାଡ଼ି ଭାଙ୍ଗିଲେ

ପିପିଲି/ଡେଲାଙ୍ଗ,୨୨।୯(ସ୍ବ.ପ୍ର./ଡି.ଏନ୍‌.ଏ.):ପିପିଲି ଉପନିର୍ବାଚନ ପାଇଁ ସୋମବାରଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି। ୩୦ତାରିଖରେ ଭୋଟ ହେବାକୁ ଥିବାରୁ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୭ଦିନ ।

୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରଚାର ଜୋରଦାର କରାଗଲାଣି। କୋଭିଡ୍‌ ଗାଇଡ୍‌ଲାଇନ ମାନି ପ୍ରଚାର କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ମଙ୍ଗଳବାର ପ୍ରଚାର ସମୟରେ ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।
କଣ୍ଟି ପଞ୍ଚାୟତରେ ମଙ୍ଗଳବାର ପୂର୍ବାହ୍ନରେ ଭାଜପା କର୍ମୀମାନେ ପ୍ରଚାର କରିବା ସମୟରେ କେତେଜଣ ବିଜେଡି କର୍ମୀ ସେଠାରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଏଥିସହ ଭାଜପାର ପତାକାକୁ ଚିରିଦେବା ଏବଂ ପ୍ରଚାର ଗାଡ଼ି ଭଙ୍ଗାରୁଜା କରି ଡ୍ରାଇଭରଙ୍କ ଠାରୁ ଟଙ୍କା ଲୁଟି ନେଇଯାଇଥିଲେ। ଏନେଇ ଭାଜପା କର୍ମୀମାନେ ପିପିଲି ଥାନାରେ ଅଭିଯୋଗ କରିବା ସହ ପିପିଲି-ଜଟଣୀ ମୁଖ୍ୟ ରାସ୍ତା ବାରିମୁଳ ଛକଠାରେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ସାଧାରଣରେ ଯାତାୟାତ ବ୍ୟାହତ ହୋଇଥିଲା। ଖବରପାଇ ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଭାଜପା କର୍ମୀଙ୍କ ସହ ଆଲୋଚନା କରି ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଥିଲା। ତେବେ ବିଜେଡିର ଏଭଳି ଗୁଣ୍ଡାରାଜକୁ ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଘୋର ନିନ୍ଦା କରିବା ସହ ପରିବର୍ତ୍ତନର ଭୟ ଏବେଠାରୁ ଶାସକ ଦଳକୁ ଘାରିଲାଣି ବୋଲି କହିଛନ୍ତି। ଅନ୍ୟପଟେ ବିଜେଡି ପକ୍ଷରୁ ମଧ୍ୟ ଥାନାରେ ଏକ ପାଲଟା ଅଭିଯୋଗ କରାଯାଇଛି। ପ୍ରଚାର କରୁଥିବାବେଳେ ଭାଜପା କର୍ମୀମାନେ ବିଜେଡି କର୍ମୀଙ୍କୁ ମାଡ଼ ମାରିବା ସହ ସେଠାରେ ଥିବା ମହିଳାଙ୍କ ପ୍ରତି ଅସଦାଚରଣ କରିଥିଲେ। ଏପରି କି ଭାଜପା କର୍ମୀଙ୍କ ମାଡ଼ରେ ଜଣେ ବିଜେଡି ମହିଳା କର୍ମୀଙ୍କ ହାତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ପୋଲିସ ଉଭୟ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଭାଜପା କରିଥିବା ଅଭିଯୋଗକୁ ବିଜେଡି ନେତା ମକର ପ୍ରଧାନ କଟାକ୍ଷ କରିି କହିଛନ୍ତି ଯେ, ବିଜେଡି ଏକ ଶୃଙ୍ଖଳିତ ଦଳ। ମିଥ୍ୟା ଆରୋପ ଲଗାଇ ଭାଜପା ଏଭଳି ଡ୍ରାମା କରି ହୀନ ରାଜନୀତି କରୁଛି ।ପ୍ରଚାରରେ ହେଭିୱେଟ୍‌

ପ୍ରଚାରରେ ହେଭିୱେଟ୍‌

ପିିପିଲି ଉପନିର୍ବାଚନ ପାଇଁ ଜୋରସୋର ପ୍ରଚାର ଚାଲିଛି। ପଲିଟିକାଲ ଗୀତରେ ଝୁମୁଛି ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ। ମଙ୍ଗଳବାର ପ୍ରଚାରର ଦ୍ୱିତୀୟ ଦିନରେ ପିପିଲି ଏନ୍‌ଏସିରେ ଭାଜପା ମାରାଥନ ପ୍ରଚାର କରିଛି। ଏହି ପ୍ରଚାରରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ନେତ୍ରୀ ମନୋସ୍ମିତା ଖୁଣ୍ଟିଆ ଓ ଏନ୍‌ଏସିର କର୍ମୀମାନେ ଯୋଗଦେଇ ୬ ନଂ.ରୁ ୧୩ ନଂ ୱାର୍ଡ ପର୍ଯ୍ୟନ୍ତ ପରିକ୍ରମା କରିଛନ୍ତି। ଘର ଘର ବୁଲି ସମସ୍ତେ ଦଳୀୟ ପ୍ରାର୍ଥୀ ପଟ୍ଟନାୟକଙ୍କ ପାଇଁ ଭୋଟ୍‌ ମାଗିଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଗରିବଙ୍କ ପ୍ରତି ଅବହେଳା ଓ କେନ୍ଦ୍ର ଦେଉଥିବା ଟଙ୍କାକୁ ଗରିବଙ୍କ ନିକଟରେ ପହଞ୍ଚାଉ ନ ଥିବା ଅଭିଯୋଗ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଛି ଭାଜପା। ନିଶ୍ଚିତ ଭାବେ ପିପିଲିରେ ପରିବର୍ତ୍ତନ ଆସିବ ବୋଲି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ସମର୍ଥକଙ୍କ ସହ ପିିପିଲି କଣ୍ଟି ପଞ୍ଚାୟତର ବିଭିନ୍ନ ୱାଡ ବୁଲି ଲୋକମାନଙ୍କଠାରୁ ଭୋଟ ଭିକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଓ ରାଜ୍ୟ ସରକାରଙ୍କ ମନମୁଖି ଶାସନକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ସମର୍ଥନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଡେଲାଙ୍ଗ ବ୍ଲକର କାଠବାଡ ପଞ୍ଚାୟତର ରାମଚନ୍ଦ୍ରପୁରରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବ୍ଲକ ସଭାପତି ରବୀନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ବିଜେଡି ପକ୍ଷରୁ ଡେଲାଙ୍ଗ ବ୍ଲକର ବେରବୋଇ, ଅରିସଲ ଓ ଖେଲାଉର ପଞ୍ଚାୟତରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଏମ୍‌ପି ପିନାକୀ ମିଶ୍ର, ବିଧାୟକ ଉମାକାନ୍ତ ସାମନ୍ତରାୟ, ଦେବୀରଞ୍ଜନ ତ୍ରିପାଠୀ, ପୁରୀ ଜିଲା ସଭାପତି ମହେଶ୍ୱର ମହାନ୍ତି, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ବ୍ଲକ ସଭାପତି ବୈରାଗୀ ଜେନା, ବାସନ୍ତୀ ସାହୁ, ବେରବୋଇ ସଭାପତି ଗୋପାଳ ଚନ୍ଦ୍ର ସ୍ବାଇଁ, ଅରିସଲ ସଭାପତି ବିପନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବେରବୋଇ ମେଳନ ପଡ଼ିଆରେ ଅନୁଷ୍ଠିତ ସମ୍ମିଳନୀରେ ବିଭିନ୍ନ ଦଳରୁ ପ୍ରମୋଦ ସ୍ବାଇଁ, ପ୍ରଫୁଲ୍ଲ ଜେନା, ରମେଶ ଚନ୍ଦ୍ର ପଣ୍ଡା, ମହେଶ୍ୱର ନାୟକଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ଅରିସଲର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ଦଳର ନେତୃମଣ୍ଡଳୀମାନେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରି ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri