Posted inଜାତୀୟ

ହିଂସା ପାଇଁ ପରସ୍ପରକୁ ଦାୟୀ କଲେ ଭାଜପା- ଟିଏମ୍‌ସି

କୋଲକାତା,୧୧।୪: ପଶ୍ଚିମବଙ୍ଗ କୁଚବିହାର ହିଂସାକୁ ନେଇ ଭାଜପା- ଟିଏମ୍‌ସି ମୁହାଁମୁହିଁ। ଯବାନଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁକୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ନରସଂହାର ବୋଲି କହୁଥିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଦିଙ୍କ ଭାଷଣ ପାଇଁ ଏଭଳି ଘଟଣା ଘଟିଥିବା କହିଛନ୍ତି। ଶନିବାର ପଶ୍ଚିମବଙ୍ଗ କୁଚବିହାର ଜିଲାର ୧୨୬ ନମ୍ବର ବୁଥରେ ସକାଳେ ଜଣେ ଭାଜପା ସମର୍ଥକ ଭୋଟ ଦେବାକୁ ଆସିଥିଲେ। ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ପରିବାର ଲୋକେ ହତ୍ୟା ପଛରେ ଟିଏମସିକୁ ଦାୟୀ କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଳିଯାଇଥିଲା। ସୁରକ୍ଷାକର୍ମୀ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଗୁଳି ଚଳାଇଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ଅବସରରେ ମମତା ଭିଡିଓ କଲ ମାଧ୍ୟମରେ ହିଂସାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଅନ୍ୟପକ୍ଷେ ମମତା ହିସାଂକାଣ୍ଡ ପାଇଁ ଭାଜପାକୁ ଦାୟୀ କରିଥିଲେ। ଯଦି ଭିଡକୁ ନିୟନ୍ତ୍ରଣ କରିବାର ଥିଲା ତା’ହେଲେ ନିୟୋଜିତ ଯବାନ ପାଦ କିମ୍ବା ଅଣ୍ଟା ତଳକୁ ଗୁଳି ଚଳାଇ ପାରିଥାନ୍ତେ। ହେଲେ ସୁରକ୍ଷାକର୍ମୀ ଲୋକଙ୍କ ଛାତିକୁ ଗୁଳି କରିଛନ୍ତି ବୋଲି ମମତା କହିଛନ୍ତି। ଭାଜପା ନିର୍ବାଚନ ହାରୁଥିବାରୁ ବନ୍ଧୁକ ବ୍ୟବହାର କରୁଛି। ହେଲେ ଟିଏମ୍‌ସି ଏହାର ପ୍ରତିଶୋଧ ନେବ ବୋଲି ସେ କହିଥିଲେ। ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା କୁଚବିହାରା ଘଟଣା ପାଇଁ ମମତାଙ୍କୁ ଦାୟୀ କରିଛନ୍ତି। ଯାହା ବି ହୋଇଛି ଏହା ଏକ ଦୁଃଖଦ ଘଟଣା। ଏହି ଘଟଣାକୁ ଯେଉଁଭଳି ଭାବେ ରାଜନୀତିକରଣ କରାଯାଉଛି ତାହା ନିନ୍ଦନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ମିଶନ ୨୦୨୭ ପାଇଁ ଟିମ୍‌ ପ୍ରସ୍ତୁତ

ଲକ୍ଷ୍ନୌ,୨୫।୬: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର ପ୍ରଦେଶ ୟୁନିଟ ପାଇଁ ନୂତନ ଦଳ ଘୋଷଣା କରାଯାଇଛି। ୟୁପି ଭାଜପା ସଭାପତି ପଙ୍କଜ ଚୌଧୁରୀ ତାଙ୍କ ଦଳରେ…

ସ୍କୁଟି – ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଯୁବକଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଢଉଗାଁ ୩୨୬ ନଂ ଜାତୀୟ ରାଜପଥ ଆଙ୍କୋରଡ଼ା ଗ୍ରାମ ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ସ୍କୁଟି…

ଉଠା ଜଳସେଚନ ପ୍ରକଳ୍ପ ଅଚଳ, ବିଦ୍ୟୁତ ସଂଯୋଗ ଦାବି ନେଇ ଚାଷୀ…

ବୁଗୁଡ଼ା,୨୫ା୬(କାଳିଚରଣ ଦାଶ): ସରକାର କୃଷି ଓ କୃଷକର କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଚାଷୀମାନଙ୍କୁ ବର୍ଷସାରା ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ…

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଦଳି ମାରିଦେଲା ହାତୀ, ବନ ବିଭାଗ ପହଞ୍ଚି….

ସମ୍ବଲପୁର,୨୫ା୬(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଭୀମଖୋଜ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଭୀମଖୋଜ ଗ୍ରାମ…

ବଡ଼ ଖବର: ହର୍ମୁଜ ପାର କଲା ୩୦ ଭାରତୀୟ ଜାହାଜ, ଦୂର ହେବ LPG-LNG ସଙ୍କଟ, ଜାଣନ୍ତୁ ଏବେ କେତେ ଜାହାଜ ଫସି ରହିଛନ୍ତି

ତେହରାନ,୨୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଯୋଗୁ ହର୍ମୁଜ ପ୍ରଣାଳୀ ପୁନର୍ବାର ଖୋଲିଛି, ଯାହା ଫଳରେ ସେଠାରେ ଫସି ରହିଥିବା ଜାହାଜଗୁଡ଼ିକ ସେମାନଙ୍କର ଯାତ୍ରା…

ବିକ୍ରି ହୋଇନପାରି ପଡିରହିଛି ହଜାର ହଜାର ପ୍ୟାକେଟ ଧାନ, ଧାରଣାରେ ବସିଲେ ଚାଷୀ

ଅତାବିରା,୨୫ା୬(ଯୁଧିଷ୍ଠିର ମହାପାତ୍ର): ରବି ଫସଲ ଧାନ କିଣାବିକା ପ୍ରକ୍ରିୟା ଆଉ ମାତ୍ର ୫ ଦିନ ପରେ ଅର୍ଥାତ୍ ଜୁନ ୩୦ ତାରିଖ ଶେଷ ହେବାକୁ ଯାଉଛି ।…

ଦାରିଙ୍ଗବାଡି ଯାଉଥିବା ବେଳେ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦାରିଙ୍ଗବାଡି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ…

ବିଜେଡିରେ ସୁଜାତା ସାମିଲ ହେବା ପରେ ଶଙ୍ଖ ଭବନରୁ ଆସିଲା ବଡ଼ ଖବର: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୬: ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri