ବିଡିଓଙ୍କୁ ନାଲିଆଖି ଦେଖାଇଲେ ଭାଜପା ନେତା, କହିଲେ ଏକାବେଳେ କରିଦେବେ…

ଜୟପୁର,୧୮ା୯(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ବିଡିଓଙ୍କୁ ଧମକଚମକ ଦିଆଯିବା ନେଇ ଥାନାରେ ଏତଲା ଦିଆଯାଇଛି। ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୟପୁର ବିଡିଓ ଶକ୍ତିପ୍ରସାଦ ମହାପାତ୍ର। ଭାଜପା ନେତା ଗୌତମ ସାମନ୍ତରାୟଙ୍କ ନାଁରେ ସେ ଅଭିଯୋଗ କରିଛନ୍ତି।

ବିଡିଓ କହିଛନ୍ତି, ଆମକୁ ଭାଜପା କର୍ମୀମାନେ ଦେଇଥିବା ଧମକ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଛୁ ସେ ଯାହା ନିଷ୍ପତ୍ତି ନେବେ ତାହାକୁ ମାନିନେବୁ ବୋଲି କହିଛନ୍ତି। ସେହିପରି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ମଧ୍ୟ ସମାନ କଥା କହିଛନ୍ତି ।
ତେବେ ଏ ନେଇ ବିଡିଓ ଜୟପୁର ଟାଉନ ଥାନାରେ ଅଭିଯୋଗ କରିବା ପରେ ଭାଜପା ନେତା ଗୌତମ ସାମନ୍ତରାୟଙ୍କ ବିରୋଧରେ ୨୮୪/୨୪ରେ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ,
ସୁଭଦ୍ରା ଯୋଜନାର ମଙ୍ଗଳବାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲା ଜୟପୁର ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭାଷଣକୁ ନେଇ ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ଓ କେତେଜଣ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାୟକ ବାହିନୀପତି ତାଙ୍କ ଭାଷଣରେ କହିଥିଲେ, ନିର୍ବାଚନ ପୂର୍ବରୁ ଓଡ଼ିଶାର ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବାକୁ ଭାଜପା ଇସ୍ତାହାରରେ କହିଥିଲା। କିନ୍ତୁ ନିର୍ବାଚନ ସରିଗଲା ପରେ ସରକାର ଯେଉଁ ଇସ୍ତାହାର ଦେଇଥିଲେ ସେହି ଆଧାରରେ ତାହା ପୂରଣ କରିପାରିଲେ ନାହଁ। ଯେଉଁ ବିଧବା ମା’ ଓ ଭଉଣୀମାନେ ରହିଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ନାହିଁ। ଏହା ଦୁର୍ଭାଗ୍ୟର କଥା, କାରଣ କମ୍‌ ବୟସର ମା’ ଓ ଭଉଣୀମାନେ ବିଧବା ହୋଇ ରହିଛନ୍ତି। ସେମାନେ ହାତରେ ଗୋଟିଏ ଆଉ କାଖରେ ଗୋଟିଏ ପିଲା ଧରି ଖଟି ଖାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଗୋଟିଏ କଥା କହିଥିଲେ କିନ୍ତୁ ଆଜି ତାହା ପୂରଣ କରିବାରେ ଅସଫଳ ହୋଇଛନ୍ତି। ତେଣୁ ଯେଉଁ ବିଧବା ମା’ ଓ ଭଉଣୀମାନେ ଏଥିରୁ ବଞ୍ଚିତ ରହିଛନ୍ତି ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାରା ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ବିଧାନସଭାରେ ମଧ୍ୟ ଏକଥା ଉଠାଇବେ ବୋଲି ସେ କହିଥିଲେ।
ତାରା ପୁଣି କହିଛନ୍ତି, ୨ କିସ୍ତିରେ ସରକାର ଯଦି ମା’, ଭଉଣୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ଦେଇଥାନ୍ତେ ତେବେ ସେମାନେ ସ୍ବାବଲମ୍ବୀ ହୋଇପାରିଥାନ୍ତେ। ୫ ବର୍ଷ ଭିତରେ ୫୦ ହଜାର ଟଙ୍କା ସରକାର ଦେବେ, ଏ ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ ା କିନ୍ତୁ ୨ କିସ୍ତିରେ ଟଙ୍କା ପ୍ରଦାନ କରାଯାଇଥିଲେ ସେମାନେ ସ୍ବାବଲମ୍ବୀ ହେବା ସହଜ ହୋଇପାରିଥାନ୍ତା ବୋଲି ସେ କହିଥିଲେ। ଏହାକୁ ମଞ୍ଚ ତଳେ ବସିଥିବା ଭାଜପା ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟ ବିରୋଧ କରିବା ସହ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ସହ ଯୁକ୍ତି କରିଥିଲେ।

ଆଗାମୀ କୌଣସି କାର୍ଯ୍ୟକ୍ରମରେ ଆମେ ଯାହା ପଢ଼ିବାକୁ ଦେବୁ ତାହା ବିଧାୟକ ପଢ଼ିବେ, ନ ହେଲେ ହାତଧରି ମଞ୍ଚରୁ ଓହ୍ଲାଇ ଦେବୁ ବୋଲି ଗୌତମ କହିଥିଲେ। ତାଙ୍କ ସମର୍ଥକମାନେ ମଧ୍ୟ ଜୟପୁର ବିଡିଓ ଶକ୍ତି ମହାପାତ୍ର ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜୟପୁରରୁ ବଦଳିକରିବା ପାଇଁ ଚେତାବନୀ ଦେଇଥିଲେ। ଏହି ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କେତେକ ମହିଳା ବିଧାୟକ ବାହିନୀପତି ଯାହା କହିଲେ ତାହା ସତ୍ୟ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri