ବିଜେଡିର ବିଜୟଧାରାକୁ ବ୍ରେକ୍‌ ଦେବା ପାଇଁ ଭାଜପାର ଜୋରଦାର ପ୍ରୟାସ

କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ୨୯ ନମ୍ବର ଜୋନ୍‌ ଅଣସଂରକ୍ଷିତ ରହିଛି। ଏହି ସିଟ୍‌ରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଫେବୃୟାରୀ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଜୋନ୍‌ରେ ମୋଟ୍‌ ୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ମୁଖ୍ୟତଃ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଭାଜପାରୁ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଏବଂ ବିଜେଡିରୁ ବୁଦ୍ଧଦେବ ମହାକୁଡ଼ଙ୍କ ମଧ୍ୟରେ ଲଢେଇ ହେବ। ଗତ ନିର୍ବାଚନରେ ୩୦ ନଂ ଜୋନ୍‌ରେ ଜିଲା ପରିଷଦ ସଦସ୍ୟ ଥିବା ଭାଜପାର ଜିଲା ସଭାପତିଙ୍କ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚଳିତ ଥର ଭାଜପା ତାଙ୍କୁ ପ୍ରାର୍ଥୀ କରି ବିଜେଡିର ବିଜୟ ଧାରାରେ ବ୍ରେକ୍‌ ଦେବାକୁ ପ୍ରୟାସ ଜାରି ରଖିଛି। ଭାଜପାର ଗଡ଼ କୁହାଯାଉଥିବା ଏହି ଜୋନ୍‌ରେ ଗତ ନିର୍ବାଚନରେ ବିଜେଡିର କୌଶଲ୍ୟା ନାୟକ, ଭାଜପା ପ୍ରାର୍ଥିନୀ ପଦ୍ମିନୀ ନାୟକଙ୍କ ଠାରୁ ୪୯୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ। ବହୁ କମ୍‌ ଭୋଟ ବ୍ୟବଧାନରେ ଭାଜପା ହାରି ଥିବାରୁ ଚଳିତ ଥର ଏହି ସିଟ୍‌କୁ ଭାଜପା ନିଜ ଅକ୍ତିଆରକୁ ନେବା ପାଇଁ ଜୋରଦାର ଉଦ୍ୟମ କରୁଛି। ପ୍ରାର୍ଥୀମାନେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା କରୁଛନ୍ତି। ୨୯ ନଂ ଜୋନ୍‌ ଉଦୟପୁର, କପୁଣ୍ଡି, ଖଜୁରିଆପାଟ,ଖୁଣ୍ଟାପଡ଼ା, ଗଣ୍ଡବେଡ଼ା, ତେଣ୍ଡରା, ବଡ଼ବିଲ, ବାଇକଳା, ମହ୍ଲାରପଦା ଏବଂ ସିଲପଦା ପଞ୍ଚାୟତକୁ ନେଇ ଗଠିତ। ଏହି ୧୦ ପଞ୍ଚାୟତରେ ୧୮ ହଜାର ୪୨୫ ପୁରୁଷ ଏବଂ ୧୭ ହଜାର ୮୯୯ ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‌ ୩୬ ହଜାର ୩୨୪ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ। ବିଜୁ ଜନତା ଦଳ ପକ୍ଷରୁ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ପ୍ରଚାରର ମଙ୍ଗ ଧରିଛନ୍ତି। ଭାଜପା ଜିଲା ସଭାପତି ତଥା ଏହି ଜୋନ୍‌ରୁ ପ୍ରାର୍ଥୀ ହୋଇଥିବା ଅଂଶୁମାନ ସବୁଜ ମହାନ୍ତ ବର୍ମା ନିଜ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି। ଗତ ୫ ବର୍ଷରେ ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ହୋଇ ନ ଥିବାରୁ ଶାସକ ଦଳ ବିରୋଧରେ ଜନଅସନ୍ତୋଷ ରହିଛି। ଉକ୍ତ ଅଞ୍ଚଳରେ ଚାଷୀମାନଙ୍କ ସମସ୍ୟା, ଉନ୍ନୟନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା, ସରକାରୀ ଯୋଜନାରେ ଅବ୍ୟବସ୍ଥା ନେଇ ଜନଅସନ୍ତୋଷ ଭାଜପାକୁ ସୁହାଇବ। ଏହାର ଫାଇଦା ନେବାକୁ ଭାଜପା ଉଦ୍ୟମ କରୁଛି। ପାଟଣା ନିର୍ବାଚନମଣ୍ଡଳୀର ୨୯ ନଂ. ଜୋନ୍‌କୁ ଏକ ବିକଶିତ ଜୋନ୍‌ରେ ଗଢ଼ି ତୋଳିବା ତାଙ୍କର ଲକ୍ଷ୍ୟ ବୋଲି ଭାଜପା ପ୍ରାର୍ଥୀ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଜୋନ୍‌ରେ ନିର୍ବାଚନ ପ୍ରଚାର ଜୋର୍‌ ଧରିଥିବାବେଳେ ଆଉ ଦିନ କେଇଟା ପରେ ପ୍ରଚାର ଶେଷ ହେବ। ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାରର ଉଷ୍ମତା ସେତିକି ଜମୁଛି। ପ୍ରଚାର ବର୍ତ୍ତମାନ ଅତ୍ୟନ୍ତ ରୋଚକ ସ୍ଥିତିରେ ପହଞ୍ଚିଛି। ଗାଁ ଗାଁରେ ଡେରା ପକାଇବା ସହ ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଚାଲିଛି। କିଏ କିପରି ଭୋଟରଙ୍କୁ ନିଜ ପଟକୁ ଟାଣିବେ ସେ ନେଇ ରାଜନୈତିକ ଦଳରେ ଅଙ୍କକଷା ଆରମ୍ଭ ହୋଇଛି। ଫୋକସରେ ଥିବା ୨୯ ନମ୍ବର ଜୋନ୍‌ରେ କିଏ ବାଜି ମାରିବ ଫଳାଫଳକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri