Posted inଜାତୀୟ

୪ ଏମ୍‌ପିଙ୍କୁ ପ୍ରାର୍ଥୀ କଲା ଭାଜପା

କୋଲକାତା,୧୪।୩: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କ ସମେତ ୩ ଜଣ ଲୋକ ସଭା ସଦସ୍ୟ ଏବଂ ଜଣେ ରାଜ୍ୟ ସଭା ଏମ୍‌ପିଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ଏମ୍‌ପିମାନେ ହେଲେ ଲକେଟ ଚାଟାର୍ଜୀ, ନୀତୀଶ ପ୍ରାମାଣିକ ଏବଂ ସ୍ବପନ ଦାସଗୁପ୍ତା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ହେବାକୁ ଯାଉଥିବା ଜୋର୍‌ଦାର ଲଢ଼େଇରେ ଭାଜପା କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ତେବେ ନିର୍ବାଚନ ଲଢ଼ିବା ପାଇଁ ଭାଜପାରେ ସାମର୍ଥ୍ୟର ଅଭାବ ଥିତ୍ବା ୪ ଜଣ ଏମ୍‌ପିଙ୍କୁ ପ୍ରାର୍ଥୀ କରିବାରୁ ସ୍ପଷ୍ଟ ହେଉଛି ବୋଲି ତୃଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି।
ବାବୁଲ୍‌ ସୁପ୍ରିୟୋ ଗାୟକରୁ ରାଜନେତା ହେବା ସହ କେନ୍ଦ୍ରରେ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ସେ କୋଲକାତାର ଟଲିଗଞ୍ଜରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅଭିନେତାରୁ ରାଜନେତା ହୋଇଥିବା ଲକେଟ ହୁଗ୍‌ଲି ଜିଲାର ଚିନସୁରାରୁ ଏବଂ ସ୍ବପନ ଦାସଗୁପ୍ତା ତାରକେଶ୍ୱର ଆସନରୁ ଲଢ଼ିବେ। ସେହିପରି ନୀତୀଶ ପ୍ରାମାଣିକଙ୍କୁ କୁଚ୍‌ବିହାରର ଦିନ୍‌ହାଟରୁ ପ୍ରାର୍ଥୀ କରାଯାଇଛି। ଭାଜପା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୭ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ୩୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬୯ ବର୍ଷରେ ମୋଦି

ନୂଆଦିଲ୍ଲୀ,୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନରେ ମୋଦି ଗୁଜରାଟ ନର୍ମଦା ଜିଲାର ସର୍ଦ୍ଦାର ସରୋବର ଡ୍ୟାମ୍‌ ନିକଟରେ...

ବିହାରରେ ପଶିଲେ ୬ ଜୈଶ୍‌ ଆତଙ୍କବାଦୀ: ହାଇ ଆଲର୍ଟ ଜାରି

ପାଟନା, ୨୯।୬: ନେପାଳ ରାସ୍ତା ଦେଇ ବିହାରରେ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଏନେଇ ସ୍ପେଶାଲ ବ୍ରାଞ୍ଚ୍‌ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାକୁ...

ମାଗଣା ରାଶନ ଯୋଜନା ପୁଣି ବଢ଼ିପାରେ ୩ ମାସ…

ନୂଆଦିଲ୍ଲୀ, ୨୭।୯ : ମାଗଣା ରାଶନ ଯୋଜନା ପୁଣି ୩ ମାସ ବଢ଼ିପାରେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିନ୍ତା କରାଯାଉଛି। ଏହି ଯୋଜନା ଦ୍ୱାରା...

ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା

ଲକ୍ଷ୍ନୌ,୨୮।୮: ଉତ୍ତରପ୍ରଦେଶର ଲକ୍ଷ୍ନୌ ରେଲଓ୍ବେ ଷ୍ଟେଶନରେ କଦଳୀ ବିକ୍ରି ଉପରେ ଲାଗିଲା କଟକଣା। ଷ୍ଟେଶନରେ ସଫାସୁତୁରା ଉପରେ ଗୁରୁତ୍ୱ ଦେଇ ରେଲଓ୍ବେ ଅଧିକାରୀ ଏଭଳି ନିଷ୍ପତ୍ତି...

୨୪ ଘଣ୍ଟିଆ ଶିକ୍ଷା ଚ୍ୟାନେଲ ପାଇଁ ସୁପର-୩୦ ପ୍ରତିଷ୍ଠାତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,୧।୫(ପି.ଟି.): କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଲାଗି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସମସ୍ତେ ଅନ୍‌ଲାଇନ ଶିକ୍ଷା ଉପଲବ୍ଧ କରିବା ସମ୍ଭବ ନୁହେଁ। ସେଥିପାଇଁ ସମାଜର ପ୍ରତ୍ୟେକ ବର୍ଗର...

ଚାରିଧାମ ଯାତ୍ରା: ସପ୍ତାହକରେ ୨୬ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ

ଡେରାଡୁନ,୧୩ ।୫: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପ୍ରାୟ ଏକ ସପ୍ତାହ ହେବ ଆରମ୍ଭ ହୋଇଯାଇଛି । ଆଉ ଏହି ସପ୍ତାହକ ମଧ୍ୟରେ ପାଖାପାଖି ୨୬ ଜଣ...

ବନ୍ୟା ପୀଡ଼ିତଙ୍କୁ ଆଇଏଏସଙ୍କ ଉତ୍ତର, ‘ଜମାଟୋ ସର୍ଭିସ ଚଲାଉ ନାହାନ୍ତି ସରକାର…’

ଲକ୍ଷ୍ନୌ,୧୪ ।୧୦: ଉତ୍ତର ପ୍ରଦେଶର ଆମ୍ବେଦକର ନଗର ଘାଘରା ନଦୀର ଜଳସ୍ତର ବଢି ଯାଇଥିବାରୁ ଏହାର ଆଖପାଖ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି...

ଦେଶରେ ବଢ଼ିଛି ଚିତାବାଘ ସଂଖ୍ୟା: ଟୁଇଟ୍‌ କରି ମୋଦି ଦେଲେ ସୂଚନା

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚିତାବାଘଙ୍କ ସଂଖ୍ୟା ବଢ଼ିଛି। ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସରକାରଙ୍କ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ...

Advertisement
Archives

Model This Week