ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡି ନେତ୍ରୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଆଦୌ ଛୋଟ ଘଟଣା ନୁହେଁ। ନାରୀ ହିଂସା, ନିର୍ଯାତନା, ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଦି ସାମାଜିକ ପ୍ରସଙ୍ଗରେ ବିରୋଧୀ ଦଳ ତଥା ସାଧାରଣ ଜନତା ପ୍ରଶ୍ନ କଲେ ଶାସକ ବିଜେଡିର ନେତ୍ରୀମାନେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇଦେବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ବୋଲି ଭାରତୀୟ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡ଼ଜେନା କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅପରାଜିତା କହିଛନ୍ତି, ବିଭିନ୍ନ ଗଣମାଧ୍ୟମ ଓ ମୃତ ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ସନସାଇନ ସ୍କୁଲର ମୁଖ୍ୟ ସଞ୍ଚାଳକ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଛି। ବିଜେଡିର ନେତ୍ରୀମାନେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଅତ୍ୟନ୍ତ ଲଜ୍ଜାଜନକ। ରାଜ୍ୟରେ ଘଟିଯାଉଥିବା ଅଧିକାଂଶ ମହିଳା ହିଂସା, ନିର୍ଯାତନା ଓ ହତ୍ୟାକାଣ୍ଡରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ସମ୍ପୃକ୍ତିକୁ ବିଜେଡି ନେତ୍ରୀମାନେ ସୁରକ୍ଷା ଦେଇଆସୁଥିବାର ଅତୀତରେ ଘଟିଯାଇଥିବା ଘଟଣାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି। ଅନ୍ୟକୁ ପରାମର୍ଶ ନ ଦେଇ ଶାସକ ଦଳର ନେତ୍ରୀମାନେ ରାଜ୍ୟର ମା’ ଓ ଭଉଣୀଙ୍କ ସ୍ବାର୍ଥ ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଅପରାଜିତା ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ସୋମବାର ପୁଣି ଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଉଦଳା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଆୟ ବହିର୍ଭୂତ...

ଦୁଇବର୍ଷରେ ଦୟନୀୟ

ଭୁବନ, ୧୭ା୬(ଡି.ଏନ୍‌.ଏ.) କେଉଁଠି ଭାଙ୍ଗିପଡ଼ିଛି କଳକବ୍‌ଜା ତ ଆଉ କେଉଁଠି ଚୋରି ହୋଇଗଲାଣି ଯନ୍ତ୍ରାଂଶ। ଦୁଇବର୍ଷ ତଳେ ଯେଉଁ ବ୍ୟାୟାମଶାଳାରେ ସକାଳେ ସଞ୍ଜରେ ଅସମ୍ଭବ ଭିଡ଼...

ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଦେବଗଡ଼,୧୯ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରୁ ଶୁକ୍ରବାର ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରାଯାଇଛି। ଏକ ମହୁଲ ଗଛରେ ରଶି ଲଗାଇ ଏହି ପ୍ରେମୀଯୁଗଳ...

ଗ୍ରାମାଞ୍ଚଳ ବେଆଇନ ନିର୍ମାଣ ଉପରେ ଅଙ୍କୁଶ

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଗ୍ରାମାଞ୍ଚଳରେ ୫୦୦ ବର୍ଗମିଟରରୁ ଅଧିକ ଅଞ୍ଚଳରେ ବାସଗୃହ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଥିବା ବିଲ୍‌ଡର୍ସ/ଡେଭେଲପର୍ସମାନଙ୍କୁ ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ରେ...

ଚିନ୍ତା ବଢ଼ାଇଛି ପ୍ଲାଷ୍ଟିକ୍‌ ବର୍ଜ୍ୟ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ରାଜ୍ୟରେ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଲାଣି। ଯୁଆଡ଼େ ଦେଖିବ କୁଢ଼ କୁଢ଼ ପଲିଥିନ ଓ ଭଙ୍ଗା, ଫଟା ବ୍ୟବହୃତ ପ୍ଲାଷ୍ଟିକ୍‌। ବାହାଘର ଓ ବିଭିନ୍ନ...

‘ଡିଜିନ୍‌’ ମାଗାଜିନ୍‌ରେ ଓଡ଼ିଶା କୃଷିଭବନ

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶାର କଳା ଏବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି। ବିଶ୍ୱସ୍ତରୀୟ ସ୍ଥାପତ୍ୟ କଳା ମାଗାଜିନ ‘ଡିଜିନ୍‌’ରେ...

ଆମ ଝିଅର ଏମିତି ହେଲେ…

ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଗିଂ ଯୋଗୁ ରାଜ୍ୟରେ ବହୁ ଛାତ୍ରୀଛାତ୍ରଙ୍କ ଜୀବନ ଗଲାଣି। ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯେଉଁ ଆଣ୍ଟି ସ୍କ୍ବାଡ୍‌ ଗଠନ ହୋଇଛି, ତାହା...

ରାତି ୮ରୁ ୧୦ ଫୁଟିବ ବାଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀକୁ ସହରବାସୀ ବଡ଼ ଧୁମ୍‌ଧାମ୍‌ର ସହ ପାଳନ କରିବାକୁ ଚାହିଁ ବସିଛନ୍ତି। ଏଥର...

Advertisement
Archives

Model This Week