ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବିଜେଡି ନେତ୍ରୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଆଦୌ ଛୋଟ ଘଟଣା ନୁହେଁ। ନାରୀ ହିଂସା, ନିର୍ଯାତନା, ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଦି ସାମାଜିକ ପ୍ରସଙ୍ଗରେ ବିରୋଧୀ ଦଳ ତଥା ସାଧାରଣ ଜନତା ପ୍ରଶ୍ନ କଲେ ଶାସକ ବିଜେଡିର ନେତ୍ରୀମାନେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇଦେବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ବୋଲି ଭାରତୀୟ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡ଼ଜେନା କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅପରାଜିତା କହିଛନ୍ତି, ବିଭିନ୍ନ ଗଣମାଧ୍ୟମ ଓ ମୃତ ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ସନସାଇନ ସ୍କୁଲର ମୁଖ୍ୟ ସଞ୍ଚାଳକ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଛି। ବିଜେଡିର ନେତ୍ରୀମାନେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଅତ୍ୟନ୍ତ ଲଜ୍ଜାଜନକ। ରାଜ୍ୟରେ ଘଟିଯାଉଥିବା ଅଧିକାଂଶ ମହିଳା ହିଂସା, ନିର୍ଯାତନା ଓ ହତ୍ୟାକାଣ୍ଡରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ସମ୍ପୃକ୍ତିକୁ ବିଜେଡି ନେତ୍ରୀମାନେ ସୁରକ୍ଷା ଦେଇଆସୁଥିବାର ଅତୀତରେ ଘଟିଯାଇଥିବା ଘଟଣାକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି। ଅନ୍ୟକୁ ପରାମର୍ଶ ନ ଦେଇ ଶାସକ ଦଳର ନେତ୍ରୀମାନେ ରାଜ୍ୟର ମା’ ଓ ଭଉଣୀଙ୍କ ସ୍ବାର୍ଥ ଏବଂ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଅପରାଜିତା ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଭୁବନେଶ୍ୱର,୨୩।୫: OERC ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରକି…

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏସବୁ ବିଷୟରେ ଆଲୋଚନା କଲେ ମୋହନ, ଓଡ଼ିଶାବାସୀ ଶୁଣିଲେ ହୋଇଯିବେ ଖୁସି!

ଭୁବନେଶ୍ୱର, ୨୫।୫: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ଏନେଇ ଏକ୍ସରେ ସୂଚନା…

ଇଦ-ଉଲ-ଜୁହା ଛୁଟି ପରିବର୍ତ୍ତନ: ଏହି ଦିନକୁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୫।୫: ଶେଷରେ ଇଦ-ଉଲ-ଜୁହା ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ…

SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେ ରଖି CEO ମଧ୍ୟାହ୍ନ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri