ବାୟୋପିକ୍‌ ଆସିବା ଆବଶ୍ୟକ

ଭୁବନେଶ୍ୱର,୧୨।୫(ଶର୍ମିଷ୍ଠା ପାଣିଗ୍ରାହୀ)ନନ୍ଦିନୀ ଶତପଥୀ କେବଳ ଓଡ଼ିଶାର ଝିଅ ନୁହନ୍ତି, ସମଗ୍ର ଭାରତବର୍ଷର ଝିଅ। ତାଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ସମସ୍ତେ ଜାଣିବା ଆବଶ୍ୟକ। ମାତ୍ର ଦୁଃଖର ବିଷୟ ତାଙ୍କୁ ଆମେ ବହୁତ କମ୍‌ ଜାଣୁ। ମୁଁ ମଧ୍ୟ ଯେବେ ତାଙ୍କ ବିଷୟରେ ଜାଣିବାକୁ ଆରମ୍ଭ କଲି ମୋତେ ବହୁତ ଅନୁତାପ ଅନୁଭବ ହେଲା ଯେ, ତାଙ୍କୁ କାହିଁକି ମୁଁ ଆଗରୁ ଜାଣିନି, ଆଉ ଏତେ କମ୍‌ ଜାଣିଛି। ତାଙ୍କ ବିଷୟରେ ବହୁତ କମ୍‌ ଲେଖା ଅଛି। ବେଶି କିଛି ସଂରକ୍ଷିତ ନାହିଁ। ତେଣୁ ତାଙ୍କ ଉପରେ ପୁସ୍ତକଟିଏ ଲେଖିବାକୁ ତଥ୍ୟ ସଂଗ୍ରହ ପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡ଼ିଥିଲା ବୋଲି ବିଶିଷ୍ଟ ସାମ୍ବାଦିକା ତଥା ଲେଖିକା ପଲ୍ଲବୀ ରେବପ୍ରଗଡ଼ା କହିଛନ୍ତି। ହଂସପାଳ ସିମ୍ଫୋନୀ ମଲ୍‌ସ୍ଥିତ ଅକ୍ସଫୋର୍ଡ ବୁକ୍‌ ଷ୍ଟୋର୍‌ଠାରେ ଶନିବାର ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ର ଉନ୍ମୋଚନ ଅବସରରେ ଏହାର ଲେଖିକା ପଲ୍ଲବୀ ନିଜ ଅନୁଭବକୁ ବଖାଣିବାକୁ ଯାଇ କହିଲେ, ଏ ପର୍ଯ୍ୟନ୍ତ ଏହି ପୁସ୍ତକକୁ ବହୁତ କମ୍‌ ଜଣ ପଢ଼ିଛନ୍ତି। ମାତ୍ର ନନ୍ଦିନୀଙ୍କ ଉପରେ ବାୟୋପିକ୍‌ ଆସିଲେ ସମସ୍ତେ ତାଙ୍କୁ ଜାଣିପାରିବେ ବୋଲି ପଲ୍ଲବୀ କହିଛନ୍ତି।
ଉନ୍ମୋଚନ କାର୍ଯ୍ୟକ୍ରମରେ ପଲ୍ଲବୀଙ୍କ ସହ ଶିକ୍ଷାବିତ୍‌ ପଞ୍ଚମୀ ମାନୁ ଉକିଲ୍‌, ବୁକ୍‌ ଷ୍ଟୋର୍‌ ମ୍ୟାନେଜର ଜଗଦୀଶ ବେହେରା, କଳିଙ୍ଗ ଲିଟେରାରି ଫେଷ୍ଟିଭାଲର ସଂଯୋଜକ ବେଦପ୍ରକାଶ ନାୟକ ଓ ଦେବମିତ୍ରା ମିତ୍ର ଉପସ୍ଥିତ ଥିଲେ। ଶିକ୍ଷାବିତ୍‌ ଉକିଲଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ପଲ୍ଲବୀ କହିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ ପରି କିପରି ନନ୍ଦିନୀଙ୍କ ଜୀବନ ସମାନ୍ତରାଳ ଥିଲା ତାହା ଉପରେ ପଲ୍ଲବୀ ଆଲୋକପାତ କରିଥିଲେ। ସେ କହିଲେ, ରାଜନୀତିରେ ଜଣେ ରାଜନେତାର ଜୀବନୀ ଯେଭଳି ଡକ୍ୟୁମେଣ୍ଟ ହୋଇ ରହିଥାଏ, ନନ୍ଦିନୀଙ୍କ ଭଳି ନାରୀନେତ୍ରୀଙ୍କ ଉପରେ ସେତେଟା ସଂରକ୍ଷିତ ହୋଇନାହିଁ। କେଉଁଠି ନା କେଉଁଠି ମୋତେ ରାଜନୀତି ମଧ୍ୟ ପୁରୁଷ ପ୍ରାଧାନ୍ୟ ଭଳି ଅନୁଭବ ହୁଏ। ତାଙ୍କ ତ୍ୟାଗକୁ ମନେରଖିବାକୁ ହେଲେ ତାଙ୍କୁ ଜାଣିବା ଦରକାର, ପୁସ୍ତକ ପଢ଼ିବା ଆବଶ୍ୟକ, ତାଙ୍କ ସମ୍ପର୍କରେ କଥା ହେବା ଆବଶ୍ୟକ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାର ଯୁବ ପ୍ରତିଭା, ସାମାଜିକ କର୍ମୀ ରମେଶ କୁମାର ଜେନାଙ୍କ ଅକାଳ ବିୟୋଗ: ଝୁରୁଛି ଗାଁ ମାଟି

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୧୧ ନମ୍ବର ୱାର୍ଡର ଅନନ୍ତ ରାମ ଜେନାଙ୍କ ପୁତ୍ର ତଥା ସଜନୀ ଜେନାଙ୍କ ସୁପୁତ୍ର ରମେଶ…

ରାକ୍ଷୀପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଜୁଲାଇ ୨୫ ତାରିଖ ସୁଦ୍ଧା…

ଭୁବନେଶ୍ୱର,୭।୮ ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜୁଲାଇ ୨୫…

କ’ଣ ସାଧାରଣ ଲୋକ UPI ଟ୍ରାଞ୍ଜାକ୍ସନବେଳେ ଦେବେ ଏକ୍ସଟ୍ରା ଚାର୍ଜ? ଅର୍ଥମନ୍ତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ, ୭।୮: ଯଦି ଆପଣ ବି ନିତିଦିନ ଛୋଟ-ବଡ଼ କାମ ପାଇଁ UPI ବ୍ୟବହାର କରୁଛନ୍ତି ଏବଂ ମନରେ ଟ୍ରାଞ୍ଜାକ୍ସନ୍ ଚାର୍ଜ ଲାଗିବାର ଭୟ ଥିଲା, ତେବେ…

‘ମା’ କ୍ଷୀର ଶିଶୁର ଅଧିକାର, ସୁସ୍ଥ ଭବିଷ୍ୟତର ମୂଳଦୁଆ‘

କେସିଙ୍ଗା, ୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ଦୁର୍ଗାମଣ୍ଡପସ୍ଥିତ ୧୨ ନମ୍ବର ୱାର୍ଡର ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଶୁକ୍ରବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ପାଳନ କରାଯାଇଛି।…

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ…

ଝରିଗାଁ,୭ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ୟୁସୁଫ ପଠାନ କେଉଁ ପ୍ରମୁଖ ଦାବି କରିଥିଲେ? ଯଦି ଏହା ପୂରଣ ହୁଏ, ତେବେ…

ନୂଆଦିଲ୍ଲୀ,୭।୮: ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନ ତାଙ୍କ ନିର୍ବାଚନମଣ୍ଡଳୀ ସମ୍ପର୍କିତ ସମସ୍ୟାକୁ ନେଇ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ…

ସୁନାଗହଣା ଚୋରି ଘଟଣାର ପର୍ଦ୍ଦାଫାଶ: ପୋଲିସ ଭିଣୋଇଙ୍କୁ ଗିରଫ କରି…

ମୋହନା,୭ା୮(ମନ୍ମଥ ମିଶ୍ର): ଆର୍‌.ଉଦୟଗିରି ଥାନା ପୋଲିସ ଏକ ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଆର୍‌ ଉଦୟଗିରି ଖ୍ରୀଷ୍ଟିଆନ ସାହି ବାସିନ୍ଦା ଝୁମ୍ପି ରଇତ ଗୁରୁବାର…

ପତ୍ନୀଙ୍କଠାରୁ ଅଲଗା ହେବେ ନାହଁ ମୁଖ୍ୟମନ୍ତ୍ରୀ ବିଜୟ! ୨୭ ବର୍ଷ ପରେ ଭାଙ୍ଗିବାକୁ ବସିଥିଲା ସମ୍ପର୍କ

ଅମରାବତି,୭।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri