ପାଓ୍ବାରଟିଲରକୁ ଧକ୍କା ଦେଲା ବାଇକ୍‌

ହିଞ୍ଜିଳିକାଟୁ,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତା ପାଶର୍‌ବରେ ଥିବା ଏକ ପାଓ୍ବାରଟିଲରକୁ ଏକ ବାଇକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର ଭିକାରୀ ଚରଣ ସେଠୀ।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଭିକାରୀ ବାଇକ (ଓଡି୦୭ଏଏଫ ୮୯୪୪) ଯୋଗେ ସମରଝୋଳ ଛକରୁ ଦୁର୍ବନ୍ଧ ଯାଉଥିବା ବେଳେ ରାସ୍ତା ପାଶର୍‌ବରେ ଥିବା ଏକ ପାଓ୍ବାରଟିଲରକୁ ଧକ୍କା ଦେଇ ଗୁରୁତର ହୋଇଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଭିକାରୀଙ୍କୁ ମୃତ ଘୋଷଣା କରିଥିଲେ ।
ଏ ନେଇ ହିଞ୍ଜିଳି ଥାନାରେ କେସ ନଂ-୫୭୩/୨୧ରେ ଏକ ମାମଲା ରୁଜୁ ହୋଇଛି। ରବିବାର ବ୍ରହ୍ମପୁର ବଡ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭୦୧୫ ଚାଷୀଙ୍କ ଧାନବିକ୍ରି ଟୋକନ BLOCKED: ସମାଧାନ ନ ହେଲେ ବିଧାୟକ, ଏମ୍‌ପିଙ୍କ ଅଫିସ ଆଗରେ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା…

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଜିଲା ଟପ୍ପର ହେଲେ ଛାତ୍ରୀ ପ୍ରତୀକ୍ଷାରାଣୀ: ଭବିଷ୍ୟତରେ ଏହି କାମ କରିବାକୁ ଲକ୍ଷ୍ୟ

ଲୋଇସିଂହା,୨୩।୫(ସୁଶାନ୍ତ ବାରିକ):ନିକଟରେ ସିଏଚ୍‌ଏସଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ା ଏଥିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସକମାସ୍ଥିତ ଯୁବୋଦୟ କଲେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri