ମନ୍ତେଇଠାରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିଲା

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୧୨।୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତେଇ ପଞ୍ଚାୟତର ଅଶୃଙ୍ଖଳ ନାଳ ଉପରେ ନିର୍ମାଣାଧୀନ ମନ୍ତେଇ ବିଜୁ ସେତୁ ମଙ୍ଗଳବାର ମଧ୍ୟାହ୍ନରେ ଭୁଶୁଡ଼ି ପଡ଼ିଛି। ସେତୁର ଦୁଇ ନମ୍ବର ସ୍ପାନ୍‌ ସେଣ୍ଟ୍ରିଂ ଦବିଯିବାରୁ ତାହା ଭାଙ୍ଗିପଡି ନାଳରେ ପଡିଥିଲା। ତେବେ କାର୍ଯ୍ୟରତ ଶ୍ରମିକ ଏଥିରୁ ଅଳ୍ପକେ ବଞ୍ଚତ୍ୟାଇଛନ୍ତି। କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଏହି ସେତୁର ନିର୍ମାଣରେ ଅନିୟମିତତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳର ରବୀନ୍ଦ୍ର ମହାପାତ୍ର, ଅଶୋକ କୁମାର ରାଉତ, କମଳାକାନ୍ତ ସୂତାର ପ୍ରମୁଖ କହିଛନ୍ତି, ୨୦୧୬ ଡିସେମ୍ବର ୧୨ରେ ଏହି ସେତୁ ପାଇଁ ଶିଳାନ୍ୟାସ ହୋଇଥିଲା। ବିଭାଗୀୟ ଅବହେଳା ଯୋଗୁ ଏହାର ନିର୍ମାଣ ହୋଇପାରି ନ ଥିଲା। ସ୍ଥାନୀୟ ଲୋକଙ୍କ ଦାବି ପରେ ସେତୁ ନିର୍ମାଣ ହେଉଥିଲା। ସେତୁ ନିର୍ମାଣ ହେଲେ ମନ୍ତେଇରୁ ସିଧାସଳଖ ବାଲିଘାଇ ଗ୍ରାମକୁ ଗମନାଗମନ ପଥ ସୁଗମ ସହ ନୂଆପଡ଼ା, ମାଣିକପୁର, ବଟିରା ସମେତ ଆଖପାଖ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଉପକୃତ ହୋଇଥାନ୍ତେ। ଏଥିପାଇଁ ପ୍ରାୟ ୩ କୋଟି ଟଙ୍କା ବ୍ୟୟ କରାଯାଉଛି। ଏତେ ପରିମାଣର ଅର୍ଥ ବ୍ୟୟ ସତ୍ତ୍ୱେ ସେତୁ ନିର୍ମାଣ ସମୟରେ ଭୁଶୁଡି ପଡିବା ବିଭାଗୀୟ ଅପାରଗତାକୁ ପଦାରେ ପକାଇଛି। ୪ ସ୍ପାନ୍‌ ବିଶିଷ୍ଟ ଏହି ସେତୁର ପ୍ରଥମ ସ୍ପାନ୍‌ର ଛାତ କିଛିଦିନ ତଳେ ପଡ଼ିଥିଲା। ଏଥିରେ ନିମ୍ନମାନର ସିମେଣ୍ଟ, ରଡ୍‌ ବ୍ୟବହାର ହେଉଥିବା ଓ ବିଭାଗୀୟ ଅଧିକାରୀଙ୍କ ତଦାରଖ ନ ଥିବା ଦର୍ଶାଇ ଅଞ୍ଚଳବାସୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ନିର୍ମାଣଗତ ତ୍ରୁଟିରେ ସୁଧାର ଅଣାଗଲା ନାହିଁ। ଏହି କାମର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଜିତ୍‌ କୁମାର ସାହୁଙ୍କୁ ପଚାରିବାରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାହିଁକି ସେତୁ ଭୁଶୁଡ଼ିଲା ଓ କ’ଣ ତ୍ରୁଟି ରହିଲା, ତା’ର ଅନୁଧ୍ୟାନ କରୁଛୁ। ଖୁବ୍‌ଶୀଘ୍ର ପୁଣି ସେତୁ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri