ମଦକୁ ନେଇ ବଡ଼ ଖବର, ଆହୁରି ଏତେ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କଲେ ସରକାର

ଭୁବନେଶ୍ୱର, ୨୮।୬: କିଛିଦିନ ପୂର୍ବରୁ ଓଡ଼ିଶାରେ ମଦ ବ୍ୟାନ ହେବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ। କହିବାର ୧୨ଘଣ୍ଟା ନ ଜାଉଣୁ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଏପରି ଯୋଜନା ନ ଥିବା କହି ଖଣ୍ଡନ କରିଥିଲେ।

ରାଜ୍ୟର ନୂଆ ସରକାର ମଦ ବନ୍ଦ ପାଇଁ ସ୍ବପ୍ନ ଦେଖୁଛନ୍ତି । ସେହିପରି ଚଳିତ ନିର୍ବାଚନ ପୂର୍ବରୁ ନିଶାମୁକ୍ତ ଓଡ଼ିଶା ପାଇଁ ପ୍ରତିଶ୍ରୁତି ଦେଇଛି ରାଜ୍ୟ ଭାଜପା। ହେଲେ ମଦ ବ୍ୟାନ କରିବ କି ନାହିଁ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରୁ ନାହିଁ। ଏପରି ସ୍ଥିତିରେ କୋରାପୁଟରେ ୮ଟି ଦେଶୀ ମଦ ଦୋକାନ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଅବକାରୀ ବିଭାଗ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ବାହୀନୀପତି । ତାରା କହିଛନ୍ତି, ଗୋଟିଏ ପଟେ ମଦ ବନ୍ଦ କରିବାକୁ ସରକାର କହୁଛନ୍ତି ଅନ୍ୟପଟେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଛି । ସରକାରଙ୍କ ଏଭଳି ଦୋମୁହାଁ ନୀତି ଚଳିବ ନାହିଁ ବୋଲି କହିଛନ୍ତି ଜୟପୁର ବିଧାୟକ ।

ସୂଚନାଥାଉ କି, ରାଜ୍ୟରେ ପ୍ରଥମ କରି ଭାଜପା ସରକାର ଗଢ଼ିବା ପରେ ଆସନ୍ତା ଅଗଷ୍ଟ ୧୫ରୁ ଓଡ଼ିଶାରେ ମଦ କାରବାର ନିଷିଦ୍ଧ ହେବ ବୋଲି କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅସ୍ବୀକାର କରାଯାଇଥିଲା। ଆଉ ଗୁରୁବାର ଅବକାରୀ ବିଭାଗ ତରଫରୁ ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ଖଣ୍ଡନ କରାଯାଇଛି। ତେବେ ରାତିରେ ମଦ ବ୍ୟାନ ନେଇ ମନ୍ତ୍ରୀଙ୍କ ବୟାନ ଓ ସକାଳୁ ତାହାକୁ ବିଭାଗ ଦ୍ୱାରା ଖଣ୍ଡନ କରିବା କାହା ମଧ୍ୟରେ ତାଳମେଳ ରହୁନାହିଁ।

ସୂଚନାଥାଉ କି, ମଦ ବ୍ୟବସାୟରୁ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ସଂଗ୍ରହ କରୁଛନ୍ତି।
ହେଲେ ବିଭାଗ ଯଦି ମଦ ବନ୍ଦ କରିବ ତେବେ ରାଜସ୍ବହାନୀର ଆଶଙ୍କା ରହିଛି। କାରଣ ମଦ ବିକ୍ରିରୁ ୨୦୨୪-୨୫ରେ ୧୦ ହଜାର କୋଟି ଟଙ୍କା ସରକାର ପାଇଥିବା ଜଣାପଡ଼ିଛି।
ସେହିପରି ୨୦୨୩-୨୪ ବର୍ଷରେ ଅଗଷ୍ଟ ମାସ ସୁଦ୍ଧା ୨ ହଜାର ୬୫୫ କୋଟି ରାଜସ୍ବ ଆଦାୟ ହୋଇଥିଲା। ୨୦୨୨-୨୩ରେ ୬ ହଜାର ୪୫୫ କୋଟି, ୨୦୨୧-୨୨ରେ ୫ ହଜାର ୫୨୯ କୋଟିଏବଂ ୨୦୨୦-୨୧ରେ ରାଜସ୍ବ ଆଦାୟ ହୋଇଥିଲା ୪ ହଜାର ୫୩ କୋଟି। କୋଭିଡ-୧୯ ମହାମାରୀ ବାଦ ବି ମଦ ଦ୍ୱାରା ସରକାରଙ୍କ ରାଜସ୍ବ ସଂଗ୍ରହରେ କୌଣସି କ୍ଷତି ହୋଇ ନ ଥିଲା। ୨୦୧୨-୧୩ରେ ୧ଲକ୍ଷ ୩୭ହଜାର ୯୯୧ ଟଙ୍କା ରାଜସ୍ୟ ସଂଗ୍ରହ ହୋଇଥିଲା। କିନ୍ତୁ ୨୦୨୨-୨୩ରେ ତାହା ବଢି ୬ହଜାର ୪୫୫କୋଟିରେ ପଡଞ୍ଚିଥିଲା। ଯାହା ରାଜସ୍ୟ ସଂଗ୍ରହର ୩୬୭ଶତକଡା।

ସର୍ବାଧିକ ରାଜସ୍ୟ ଭାରତ ନିର୍ମିତ ବିଦେଶୀ ମଦ(IMFL) ଓ ବିୟରରେ ଅଧିକ ଟିକସ ଲଗାଇବା ଦ୍ୱାରା ଆସିଥାଏ। ରାଜ୍ୟରେ ୧୯ ଶହ ୨୮ଟି କିସମର ମଦ ଦୋକାନ ରହିଛି। ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ମଧ୍ୟରେ ଠିପି ବନ୍ଦ ମଦ ଦୋକାନ ୧୧୬୩, ଠିପି ଖୋଲା ମଦ ଦୋକାନ ୭୦୨, ଠିପି ଖୋଲା କ୍ଲବ ୧୯, ବିୟର ପାର୍ଲର ୫୬ ଏବଂ ୩୬ ମିଲିଟାରୀ କ୍ୟାଣ୍ଟିନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?