ଶ୍ରେଷ୍ଠ ନୀତି ସାମାଜିକ ନ୍ୟାୟ

ବର୍ତ୍ତମାନର ବିପଦପୂର୍ଣ୍ଣ ତଥା ଅନିଶ୍ଚିତ ସମୟରେ ଯେ କେହି ନିରାଶାବାଦୀ ହେବା ସ୍ବାଭାବିକ। ବିଶ୍ୱରେ ଅସ୍ଥିରତା ବଢ଼ିବାରେ ଲାଗିଛି । ପ୍ରତିଦିନ ଆମ ଦେଖିବାରେ ସଂଘର୍ଷ ବ୍ୟାପିବାରେ ଲାଗିଛି। କୋଭିଡ୍‌ ପରବର୍ତ୍ତୀ ଅର୍ଥନୈତିକ ପୁନରୁଦ୍ଧାର ଅସମାନ ତଥା ପକ୍ଷପାତପୂର୍ଣ୍ଣ ବୋଲି ପ୍ରମାଣିତ ହେଉଛି। ବର୍ତ୍ତମାନର ସୁବିଧା(ଆର୍ଥିକ ବୃଦ୍ଧି)ରୁ ମହିଳା ଏବଂ ସବୁଠୁ ଗରିବ ଲୋକ ସର୍ବନିମ୍ନ ଲାଭ ପାଉଛନ୍ତି। ଏପରିକି ବୈଶ୍ୱିକ ହାରାହାରି ବେରୋଜଗାର ହାର ଚଳିତ ବର୍ଷ କମ୍‌ ହ୍ରାସ ପାଇବ ବୋଲି ଆମେ ଅନୁମାନ କରୁଛୁ। ଏହା ୨୦୨୩ରେ ଥିବା ୫%ରୁ ୪.୯% ହେବ ବୋଲି ଆଶା କରାଯାଉଛି। ଏବେ ବି ମଣିଷର ମୌଳିକ ଅଧିକାର ଓ ଶ୍ରମିକଙ୍କ ଅଧିକାରକୁ ସମ୍ମାନ ଜଣାଉଥିବା ନିଯୁକ୍ତିରେ ଲଗାତର ଅଭାବ ରହୁଛି। ଉଦାହରଣ ସ୍ବରୂପ, ଓ୍ବାକିଂ ଏଜ୍‌ ବା କାମ କରିବାକୁ ଯୋଗ୍ୟ ୧୫-୬୪ ବର୍ଷ ବୟସର ମହିଳାଙ୍କ ମଧ୍ୟରୁ କେବଳ ୪୫.୬% ଓପଚାରିକ ଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଓ୍ବାକିଂ ଏଜ୍‌ର ପୁରୁଷଙ୍କ କ୍ଷେତ୍ରରେ ଏହା ୬୯.୨% ରହିଛି। ତଥାପି ଉଚ୍ଚ ଆୟକାରୀ ଦେଶଗୁଡ଼ିକରେ ହାରାହାରିରେ ପୁରୁଷମାନଙ୍କ ଆୟ କରୁଥିବା ପ୍ରତି ଡଲାରର ଶହେ ଭାଗରୁ ୭୩ ଭାଗ ମହିଳା ଆୟ କରନ୍ତି ଏବଂ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଏହା ୪୪କୁ ଖସିଆସିଛି।
ଏହି ସମୟରେ ଜଳବାୟୁ ସଙ୍କଟ ଲଗାତର ପୃଥିବୀ ଓ ଅସୁରକ୍ଷିତ ଗୋଷ୍ଠୀର ବିନାଶକାରୀ କ୍ଷତି ଘଟାଇଚାଲିଛି। ଗତ ୧୨ ମାସ ସବୁଠୁ ଉତ୍ତପ୍ତ ଭାବେ ରେକର୍ଡ କରାଯାଇଛି ଏବଂ ଏହାଦ୍ୱାରା ଅନେକ କୋଟି ଲୋକଙ୍କ ଜୀବନ, ଜୀବିକା ଏବଂ ସ୍ବାସ୍ଥ୍ୟ ଅତ୍ୟଧିକ ପ୍ରଭାବିତ ହୋଇଛି। ଅତ୍ୟଧିକ ଉତ୍ତାପ ବୈଶ୍ୱିକ ଶ୍ରମ ଶକ୍ତିର ପ୍ରତିନିଧିତ୍ୱ କରୁଥିବା ୭୦% ଅର୍ଥାତ୍‌ ୨.୪ ବିଲିୟନ ଲୋକଙ୍କୁ ପ୍ରଭାବିତ କରିବା ସହ ପ୍ରତିବର୍ଷ ୧୯,୦୦୦ ଶ୍ରମିକଙ୍କ କୌଶଳକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଏହାସହ ମରୁଡ଼ି ଓ ଅନ୍ୟାନ୍ୟ କାରଣ ହେତୁ କ୍ଷୁଧା ବ୍ୟାପିବାରେ ଲାଗିଛି ଏବଂ ମୌଳିକ ଆବଶ୍ୟକତା ମଧ୍ୟ ପୂରଣ କରାଯାଇପାରୁନାହିଁ। ଏ ସମ୍ପର୍କିତ ଘଟଣାରେ କ୍ଷତିଭରଣା କରିବା ଏକ ବିଶେଷାଧିକାର ପ୍ରାପ୍ତ ଗୋଷ୍ଠୀଙ୍କ ଦ୍ୱାରା ଏକଚାଟିଆ ହୋଇଯାଇଛି। ଯଦିଓ ଘଟୁଥିବା ଏହିସବୁ ଘଟଣା ଅଧିକ ଗମ୍ଭୀର ନୁହେଁ, ତଥାପି ଯୁଦ୍ଧ ଏବଂ ସଂଘର୍ଷ ଅନେକ ଲକ୍ଷ ନିରୀହ ଲୋକଙ୍କ ଜୀବନ ନେଇସାରିଲାଣି। ଏହି ସ୍ଥିତିି ଧୀରେ ଧୀରେ ସୁଦୃଢ଼ ହୋଇଯାଇଥିବା ଜଣାପଡ଼ୁଛି। ଏହା ଏହିପରି ହେବା ଉଚିତ ନୁହେଁ । ବିକାଶ, ଜଳବାୟୁ ପଦକ୍ଷେପ ଏବଂ ବୈଶ୍ୱିକ ଶାସନ ପାଇଁ ଏକ ସୁଦୃଢ଼ ଆଭିମୁଖ୍ୟ ଆବଶ୍ୟକ ଏବଂ ଏହା ସାମାଜିକ ନ୍ୟାୟ ଉପରେ ଆଧାରିତ ହେବା ଉଚିତ। ଏକ ଉତ୍ତମ, ଅଧିକ ନିଷ୍ପକ୍ଷ ଓ ନ୍ୟାୟସଙ୍ଗତ ବିକାଶ ପାଇଁ ମିଳିତ ଜାତିସଂଘର ୨୦୩୦ ଏଜେଣ୍ଡାକୁ ସାମାଜିକ ନ୍ୟାୟ ଏକତ୍ର କରେ । କିନ୍ତୁ ଏକ ଠୋସ୍‌ ନୀତିଗତ ଲକ୍ଷ୍ୟ ପରିବର୍ତ୍ତେ ଏହାକୁ ସିଦ୍ଧାନ୍ତ ଆଧାରିତ ସଂକ୍ଷିପ୍ତ ଲେଖାରେ ସୀମିତ କରାଯାଇଛି। ଏହାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ତାହା ହିଁ ପରିବର୍ତ୍ତନ ହେବା ଆବଶ୍ୟକ। ସାମାଜିକ ନ୍ୟାୟକୁ ସମାନ ଭାବେ ଜରୁରୀ ମନେକରି ଆପଣାଇବା ଦରକାର । ଶକ୍ତି ପରିବର୍ତ୍ତନ( ଇନ୍ଧନ ଶକ୍ତିରୁ ଅକ୍ଷୟ ଶକ୍ତିକୁ) ଏବଂ ନ୍ୟାୟଯୁକ୍ତ ବାଣିଜ୍ୟ ନିୟମ କ୍ଷେତ୍ରରେ ଥିବା ପ୍ରତିବଦ୍ଧତା ସ୍ତରକୁ ଅନୁସରଣ କରିବା ଆବଶ୍ୟକ। ବାସ୍ତବରେ ଏହି ଲକ୍ଷ୍ୟଗୁଡ଼ିକ ପରସ୍ପର ଉପରେ ନିର୍ଭରଶୀଳ, କାରଣ ପ୍ରତ୍ୟେକଟି କ୍ଷେତ୍ରରେ ଅଗ୍ରଗତି କରିବା ଅର୍ଥ ଆମକୁ ଅନ୍ୟଗୁଡ଼ିକ ଉପରେ ଅଗ୍ରଗତି କରିବାରେ ସାହାଯ୍ୟ କରିବ ।
ଜଳବାୟୁ ପରିବର୍ତ୍ତନର କ୍ଷତିକାରକ ପ୍ରଭାବରୁ ଯଦି ଆମେ ଶ୍ରମିକ ଏବଂ ବ୍ୟବସାୟକୁ ସୁରକ୍ଷା ନ ଦେବା ତେବେ ଆମେ ସାମାଜିକ ନ୍ୟାୟ ହାସଲ କରିପାରିବା ନାହିଁ। ମୌଳିକ ବୃତ୍ତିଗତ ସୁରକ୍ଷା ଏବଂ ଜୀବିକାର ମଜୁରି ସହିତ କାରଖାନାଗୁଡ଼ିକରେ ଓ ଯୋଗାଣ ଶୃଙ୍ଖଳାରେ ଚାକିରି ସବୁ ଯଦି ଭଲ ନ ଥାଏ ତେବେ ଆମ ପାଖରେ ସ୍ଥାୟୀ ପରିବେଶ ଉପଯୋଗୀ ବାଣିଜ୍ୟ ରହିପାରିବ ନାହିଁ । ଯଦି ବ୍ୟକ୍ତିମାନେ ନିଜ କାର୍ଯ୍ୟ ମାଧ୍ୟମରେ ନିଜକୁ ଏବଂ ପରିବାରକୁ ବଞ୍ଚାଇବାକୁ ଅସମର୍ଥ ତେବେ ଆମେ ନିଶ୍ଚିତ କରିପାରିବୁ ନାହିଁ ଯେ ଆମ ସମାଜ ଶାନ୍ତିପୂର୍ଣ୍ଣ ରହିବ। ସମାନ ଭାବେ ଶାନ୍ତି ବିନା କୌଣସି ସମୃଦ୍ଧି ଆସିପାରିବ ନାହିଁ । ବହୁ ସମୟରେ ଯୁଦ୍ଧଗୁଡ଼ିକ ଦାରିଦ୍ର୍ୟ, ପରିବେଶଗତ ଅବକ୍ଷୟ ଏବଂ ଅନ୍ୟାୟ ସଙ୍କେତଗୁଡ଼ିକ ସହ ଜଡ଼ିତ ରହୁଛି। କିନ୍ତୁ ଏଗୁଡିକ ମଧ୍ୟରୁ ଯେକୌଣସି କ୍ଷେତ୍ରରେ ଅଗ୍ରଗତି କରିବାକୁ ହେଲେ ଶ୍ରମ ବଜାରରେ ତଥା ବାହାରେ ସମାନତା, ଅଧିକାର ଏବଂ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ଦୃଢ଼ ନୀତି ଆବଶ୍ୟକ ହେବ। ଏହାର ଅର୍ଥ ହେଉଛି ନ୍ୟାୟସଙ୍ଗତ ଚାକିରି, ଉଚ୍ଚମାନର ସ୍ବାସ୍ଥ୍ୟସେବା ଓ ଶିକ୍ଷା, ଦକ୍ଷତା ତାଲିମ, ଆଜୀବନ ପ୍ରଶିକ୍ଷଣ ଏବଂ ଏକ ନିରାପଦ ତଥା ସୁସ୍ଥ ପରିବେଶ ପାଇଁ ସମାନ ସୁବିଧା ଉପଲବ୍ଧତା ସୁନିଶ୍ଚିତ କରିବା।
ସାମାଜିକ ନ୍ୟାୟର ଆବଶ୍ୟକତାକୁ ବାସ୍ତବତାରେ ପରିଣତ କରିବା ଦରକାର। ଏଥିପାଇଁ ଯେଉଁମାନେ ସହଭାଗିତା, ସହଯୋଗ, ସାମାଜିକ ଆଲୋଚନା ଏବଂ ବହୁ ରାଷ୍ଟ୍ରୀୟ ମେଣ୍ଟର ଶକ୍ତିରେ ବିଶ୍ୱାସ କରନ୍ତି, ସେମାନଙ୍କୁ ସଙ୍ଗଠିତ କରିବା ଆବଶ୍ୟକ । ଚଳିତ ଜୁନ୍‌ରେ ଜେନେଭାରେ ଉଦ୍‌ଘାଟନୀ ଫୋରମ ଆୟୋଜନ କରିଥିବା ଗ୍ଲୋବାଲ କୋଆଲିଶନ ଫର୍‌ ସୋସିଆଲ ଜଷ୍ଟିସ୍‌ ଏହାର ଏକ ଉତ୍କୃଷ୍ଟ ଉଦାହରଣ । ବିଭିନ୍ନ ଦେଶର ସରକାର, ନିଯୁକ୍ତିଦାତା ଓ ଶ୍ରମିକ ସଙ୍ଗଠନ, ଜାତିସଂଘ ଓ ଆଞ୍ଚଳିକ ଅନ୍ତର୍ଜାତୀୟ ସଙ୍ଗଠନ, ଆଞ୍ଚଳିକ ବିକାଶ ବ୍ୟାଙ୍କ, ଉଦ୍ୟୋଗ, ଏନ୍‌ଜିଓ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ୩୦୦ରୁ ଅଧିକ ଅଂଶୀଦାର ଏହି କାର୍ଯ୍ୟକ୍ରମରେ ଯୋଗଦେଇସାରିଛନ୍ତି। ତାହା ସୂଚିତ କରୁଛି ଯେ, ବିଶ୍ୱ, ଆଞ୍ଚଳିକ, ଜାତୀୟ ଏବଂ ସ୍ଥାନୀୟ ସ୍ତରରେ ନିଷ୍ଠାର ସହ ସମ୍ମିଳିତ ନୀତି ପ୍ରଣୟନ କରାଯିବା ଆବଶ୍ୟକ।
ଆମେ ଏକ ଐତିହାସିକ କ୍ଷଣରେ ଅଛୁ । ଆସନ୍ତା ବର୍ଷ ଜାତିସଂଘ ସାମାଜିକ ବିକାଶ ପାଇଁ ଦ୍ୱିତୀୟ ବିଶ୍ୱ ସମ୍ମିଳନୀ ଡକାଇଥିବାବେଳେ ବିଶ୍ୱ ସମୁଦାୟ ସାମାଜିକ ନ୍ୟାୟ ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ଏକ ସୁଯୋଗ ପାଇବ। ସ୍ଥାୟୀ ବିକାଶ ଲକ୍ଷ୍ୟରେ ଅନ୍ତର୍ଭୁକ୍ତ ହୋଇଥିବା ଦେଶ ସହ ଅନ୍ୟ ସମସ୍ତ ଦେଶ ଅନ୍ତର୍ଜାତୀୟ ପ୍ରତିବଦ୍ଧତା ପ୍ରକାଶ କରିବା ସହ ସେମାନଙ୍କ ପଦକ୍ଷେପଗୁଡ଼ିକ ଉପରେ ସହମତି ଆଣିବାରେ ସାହଯ୍ୟ କରିବା ଏହି ସମ୍ମିଳନୀର ଲକ୍ଷ୍ୟ। ପର୍ଯ୍ୟାପ୍ତ ତଥା ବୈଶ୍ୱିକ ସାମାଜିକ ସୁରକ୍ଷା କିଭଳି ସମସ୍ତଙ୍କ ପାଖରେ ପହଞ୍ଚିବ, ପ୍ରମୁଖ ଅର୍ଥନୈତିକ ପରିବର୍ତ୍ତନ ଏବଂ ବିଶ୍ୱସ୍ତରୀୟ ଅସ୍ଥିରତା ଭଳି କଠିନ ସ୍ଥିତିରେ ଦେଶଗୁଡ଼ିକ କିଭଳି କାର୍ଯ୍ୟ କରିବେ, ତାହା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବାକୁ ସରକାର ଏବଂ ନାଗରିକ-ସମାଜର ନେତାମାନେ ମଧ୍ୟ ଏକ ସୁଯୋଗ ପାଇବେ। ଆମେ ଆମ କାର୍ଯ୍ୟ କରିବା ଏବଂ ବିଶ୍ୱ ସମ୍ମିଳନୀରେ ତଥା ତା’ପରେ ସାମାଜିକ ନ୍ୟାୟ ପାଇଁ ଗ୍ଲୋବାଲ ସମନ୍ବୟ ସମିତି ମାଧ୍ୟମରେ ପ୍ରଗତି ପାଇଁ ବାହକ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମ ସହ ଯୋଗଦେବାକୁ ଅନ୍ୟମାନଙ୍କୁ ମଧ୍ୟ ଆମନ୍ତ୍ରଣ କରୁ । ଭବିଷ୍ୟତ ବର୍ତ୍ତମାନର ପରି ହେବା ଆବଶ୍ୟକ ନୁହେଁ। କିନ୍ତୁ ଯଦି ଆମେ ସାମାଜିକ ନ୍ୟାୟ ସନ୍ଧାନରେ ଜଡ଼ିତ ଥିବା ନୀତିକୁ ପ୍ରାଥମିକତା ଦେବା ଲାଗି ଏକ ନୂତନ ମାନସିକତା ଗ୍ରହଣ ନ କରିବା, ତେବେ ଶାନ୍ତି ଓ ସ୍ଥିରତା ଆପଣାଇବାରେ ସଫଳ ହେବା ନାହିଁ।

  • ଗିଲ୍‌ବର୍ଟ ଏଫ୍‌.ହୁଙ୍ଗ୍‌ବୋ, ମହାନିର୍ଦ୍ଦେଶକ, ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ
  • ଲୁଇଜ୍‌ ଇନାସିଓ ଲୁଲା ଡି ସିଲ୍‌ଭା, ବ୍ରାଜିଲ ରାଷ୍ଟ୍ରପତି

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri