ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ ସେମାନଙ୍କ ଜାତି, ବର୍ଣ୍ଣ, ଲିଙ୍ଗ ତଥା ଧର୍ମ ଆଧାରରେ ଭେଦଭାବ ବିନା ସମାନ ସୁଯୋଗ ପ୍ରଦାନ କରାଯାଉଛି। ତା’ସହିତ ସମ୍ବିଧାନରେ ରାଜ୍ୟଗୁଡ଼ିକୁ ସାମାଜିକ ଓ ଆଧ୍ୟାମତ୍ିକ କ୍ଷେତ୍ରରେ ସମାନତା ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବିଧାନରେ ଜାତି, ଆସ୍ଥା, ସମୁଦାୟ ଓ ଭାଷା ଆଦିରେ ସମାନ ବ୍ୟବହାର ତଥା ସେଗୁଡ଼ିକରେ କ୍ରିୟାନ୍ବୟନ କିପରି ହେବ ସେ ସମ୍ବନ୍ଧରେ ଉଲ୍ଲେଖ ଅଛି। ନାଗରିକଙ୍କର ହିତସାଧନ କିପରି ହେବ ସେଥିପାଇଁ ସମ୍ବିଧାନ ନିର୍ମାତାମାନେ ଚିନ୍ତା କରି ପ୍ରଣୟନ କରିଛନ୍ତି। ସମ୍ବିଧାନର ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ନ୍ୟାୟପାଳିକା ଦ୍ୱାରା ବହୁବାର ଅନୁସୂଚିତ ଜାତି ଓ ଜନଜାତି ତଥା ଅନ୍ୟ ପଛୁଆ ବର୍ଗ ସମ୍ବନ୍ଧରେ ବିଭିନ୍ନ ରାୟ ପ୍ରକାଶ ପାଇଛି। ଏଥିରୁ ପ୍ରମାଣିତ ହେଉଛି ଯେ ଏକ ସାମାଜିକ ସମରସତା ବା ଶ୍ରେଷ୍ଠ ସମନ୍ବୟଯୁକ୍ତ ସମାଜ ବ୍ୟବସ୍ଥା ନିର୍ମାଣ କରିବା ଭାରତୀୟ ସମ୍ବିଧାନ ତଥା ଗଣତନ୍ତ୍ରର ଉଦ୍ଦେଶ୍ୟ।
ଭାରତର ସମ୍ବିଧାନ ପ୍ରତ୍ୟକ୍ଷ ଭେଦାଭେଦକୁ ଧ୍ୟାନ ଦେଇ ତା’ର ନିରାକରଣ ପାଇଁ ସୁଯୋଗ ପ୍ରଦାନ କରିଛି। ପରୋକ୍ଷ ଭେଦାଭେଦ ସମ୍ପୂର୍ଣ୍ଣ ଉଚ୍ଛେଦ କରିହେବ ନାହିଁ। ଯେପରି କି ସ୍ବଜାତି, ସ୍ବଗୋତ୍ର ପ୍ରତି ଆଗ୍ରହ, ଭ୍ରଷ୍ଟାଚାର ଓ କ୍ଷେତ୍ରବାଦ ଆଦି ନିର୍ମୂଳନ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରିଥାଏ; କିନ୍ତୁ ଶାସନ ପ୍ରଶାସନ ଏହିପରି କେତେକ ତ୍ରୁଟିକୁ ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। କେତେକ ବ୍ୟକ୍ତିଗତ ଘଟଣାକୁ ସଂସ୍ଥାଗତ ଅଭିଶାପର ପୋଷାକ ପିନ୍ଧାଇବା ଠିକ୍‌ ନୁହେଁ। ଗଣତନ୍ତ୍ରରେ ଏହିପରି ବହୁତ ସାମ୍ବିଧାନିକ ତଥା ଅତିରିକ୍ତ ଉପାୟ ଅଛି ଯାହା ପକ୍ଷପାତକୁ ଦୂର କରିପାରିବ। ଏଥିରେ ନ୍ୟାୟପାଳିକାର ସକ୍ରିୟତା, ଜନସ୍ବାର୍ଥ ମାମଲା (ପିଆଇଏଲ୍‌), ଗଣମାଧ୍ୟମର ସକ୍ରିୟତା ଓ ସୂଚନା ଅଧିକାର ଆଇନର ଉପଯୋଗ ଆଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଭାରତୀୟ ସମ୍ବିଧାନ ପ୍ରଚଳିତ ବିଷମତା ଦୂରୀକରଣ ପାଇଁ ସରକାରଙ୍କୁ ବିଭିନ୍ନ ନୀତି ନିର୍ଦ୍ଧାରଣ ସକାଶେ ପ୍ରେରିତ କରିଛି। ଏଥିରେ ସବୁଠାରୁ ଲୋକପ୍ରିୟ ହେଉଛି ‘ସକାରାମତ୍କ ପକ୍ଷପାତ’ ନୀତି। ସକାରାତ୍ମକ ପକ୍ଷପାତ ନୀତିର ଅର୍ଥ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ନିରାଶ୍ରୟ ବର୍ଗ ମଧ୍ୟରେ ଶିକ୍ଷା ଏବଂ ରୋଜଗାରକୁ ପ୍ରାଧାନ୍ୟ ଦେବା। ସକାରାତ୍ମକ ପକ୍ଷପାତର ଉଦ୍ଦେଶ୍ୟ ହେଉଛି ଭାରତର ଦୁର୍ବଳ ଓ ପଛୁଆ ବର୍ଗକୁ ସମାଜର ମୁଖ୍ୟଧାରାରେ ସାମିଲ କରିବା। ଏଥିପାଇଁ ସେମାନଙ୍କର ଶିକ୍ଷା, ରୋଜଗାର, ସ୍ବାସ୍ଥ୍ୟସେବା ଆଦି କ୍ଷେତ୍ରରେ ଥିବା ବାଧାବିଘ୍ନକୁ ଦୂର କରିବା। ସମ୍ବିଧାନ ସଭାରେ ବହୁବାର ଏ ସମ୍ବନ୍ଧରେ ଚର୍ଚ୍ଚା, ଆଲୋଚନା କରାଯାଇଛି ଏବଂ ଅନୁସୂଚିତ ଜାତି ଓ ଜନଜାତି ପାଇଁ ବହୁ ସୁବିଧା ପ୍ରଦାନ କରାଯାଇଛି।
ସମ୍ବିଧାନ ସଭାର ସ୍ପଷ୍ଟ ମତ ଥିଲା ଯେ ସହସ୍ରବର୍ଷ ଧରି ଭେଦଭାବର ଶିକାର ହୋଇଥିବା ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ କେବଳ ସଂରକ୍ଷଣର ସୁବିଧା ପ୍ରଦାନ କରାଯିବ, କିନ୍ତୁ ସମ୍ବିଧାନ ସଭାରେ ସଂଖ୍ୟାଲଘୁଙ୍କ ପାଇଁ ଧାର୍ମିକସ୍ତରରେ ସଂରକ୍ଷଣ ପାଇଁ ଦୃଢ଼ ବିରୋଧ ହୋଇଥିଲା। ସମ୍ବିଧାନ ନିର୍ମାତାମାନେ ଦୃଢ଼ ଭାବେ ମତପୋଷଣ କରିଥିଲେ ଯେ ସଂଖ୍ୟାଲଘୁର ଅବଧାରଣା କେବଳ ସମାଜକୁ ବିଭାଜନ କରିବା ପାଇଁ ଇଂରେଜଙ୍କର ପରିକଳ୍ପିତ ମାନସିକତା ଥିଲା। ସମାଜରେ ଧାର୍ମିକ ବର୍ଗୀକରଣ ଆଧାରରେ ଅଳ୍ପସଂଖ୍ୟକ ଓ ବହୁସଂଖ୍ୟକ ମଧ୍ୟରେ ବିଭାଜନ କରିବା ଏକ ସାମ୍ରାଜ୍ୟବାଦୀ ମାନସିକତା ବୋଲି ସେମାନେ ଦୃଢ଼ ମତ ଘୋଷଣା କରିଥିଲେ। ସମ୍ବିଧାନର ଧାରା ୨୯ ଓ ୩୦ ମଧ୍ୟରେ ଧାର୍ମିକ ସଂଗଠନଗୁଡ଼ିକର ସାଂସ୍କୃତିକ ଓ ସାମାଜିକ ଅଧିକାରର ସୁରକ୍ଷା ପାଇଁ ବ୍ୟବସ୍ଥା କରାଗଲା, କିନ୍ତୁ ଧାର୍ମିକ ଆଧାରରେ ସଂରକ୍ଷଣକୁ ପ୍ରତ୍ୟାଖ୍ୟାନ କରାଗଲା।
ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର, ସାଂସ୍କୃତିକ ଅଧିକାର, ସଂଘୀୟ ବ୍ୟବସ୍ଥା ତଥା ସର୍ବଧର୍ମ ସମଭାବ ସହିତ ପୃଥକ୍‌ ପୃଥକ୍‌ ସାମାଜିକ ତଥା ସାଂସ୍କୃତିକ ବର୍ଗଗୁଡ଼ିକ ମଧ୍ୟରେ ସମାନତା ତଥା ସ୍ବତନ୍ତ୍ରତା ଆଦି ପ୍ରତିଷ୍ଠା ପାଇଁ ଅନେକ ସୁଯୋଗ ପ୍ରଦାନ କରାଯାଉଛି। ଅନୁସୂଚିତ ଜାତି ଓ ଜନାଜାତି, ଅନ୍ୟାନ୍ୟ ପଛୁଆ ବର୍ଗରେ ସାମାଜିକ ଓ ଆର୍ଥିକ ସ୍ତରରେ ନିଷ୍ପେଷିତ ବ୍ୟକ୍ତିଙ୍କୁ ବିଶେଷ ଅଧିକାର ପ୍ରଦାନ କରାଯାଇଛି। ସମ୍ବିଧାନ ସଭାର ଚର୍ଚ୍ଚା ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା ଯେ ଧର୍ମ ଆଧାରରେ ସଂରକ୍ଷଣ ଆଦୌ ସମୀଚୀନ ନୁହେଁ। ଉଦାହରଣ ସ୍ବରୂପ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିତ୍ବା ସଦସ୍ୟ ତଜମୁଲ ହୁସେନ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ ତାହା ଉଲ୍ଲେଖନୀୟ। ସେ ମୁସଲମାନ ଓ ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଂଖ୍ୟାଲଘୁ ସଂଜ୍ଞା ଦେବାର ବିରୋଧ କରିଥିଲେ। ହୁସେନ କହିଥିଲେ ”ଆମ ମୁସଲମାନଙ୍କ ପାଇଁ କୌଣସି ପ୍ରକାରର ସୁଖ ସୁବିଧା ପ୍ରଦାନ କରିବା ଆବଶ୍ୟକ ନାହିଁ। ଆମକୁ ଭାରତରେ କୌଣସି ସଂରକ୍ଷଣର ସୁରକ୍ଷା କବଚର ଆବଶ୍ୟକ ନାହିଁ। ଆମେ ଦୁର୍ବଳ ନୋହୁଁ। ସଂରକ୍ଷଣ ଦ୍ୱାରା ମୁସଲମାନଙ୍କର ଲାଭ କମ୍‌ କ୍ଷତି ଅଧିକ ହେବ। ଭାରତରେ ମୁସଲମାନ ସମାଜରେ ବହୁସଂଖ୍ୟକଙ୍କ ସହିତ ସମସ୍କନ୍ଧ ହୋଇ ରହିବା ଆବଶ୍ୟକ। ମୁଁ ଚାହୁଁଛି ଯେ ଏହି ନୂତନ ଅବସ୍ଥାରେ ଭାରତର ସମସ୍ତ ନାଗରିକଙ୍କୁ ଏକ ଅଧିକାର ପ୍ରଦାନ କରିଯିବା ଆବଶ୍ୟକ ଯେଉଁଥିରେ ସମସ୍ତେ ଦେଶର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ। ଏଣୁ ମୁସଲମାନଙ୍କୁ ସଂରକ୍ଷଣ ପ୍ରଦାନ କରିବା ସେମାନଙ୍କ ପାଇଁ ଆତ୍ମଘାତୀ ହେବ।“ ଏହାର ବିସ୍ତୃତ ଭାଷଣ ‘ଦି ରାଇଟ ଟୁ ଇକ୍ୱାଲିଟି, ସମ୍ପାଦକୀୟ, କମ୍ୟୁନିଜମ୍‌ କମ୍ବାକ୍ଟ’ ପୁସ୍ତକରେ ବର୍ଣ୍ଣନା କରାଯାଇଛି।
ସମ୍ବିଧାନ ସଭାର ଉପାଧ୍ୟକ୍ଷ ଡ. ଏଚ୍‌. ସି. ମୁଖାର୍ଜୀ କହିଥିଲେ, ”ଯଦି ଆମର ଲକ୍ଷ୍ୟ ଭାରତକୁ ଏକ ପନ୍ଥ ନିରପେକ୍ଷ ରାଷ୍ଟ୍ରରୂପେ ନିର୍ମାଣ କରିବା, ତେବେ ଧର୍ମ ଆଧାରରେ ନୁହେଁ।“ ନ୍ୟାୟପାଳିକା ମଧ୍ୟ ଏ ସମ୍ବନ୍ଧରେ ବହୁବାର ଆଦେଶ ପ୍ରଦାନ କରି ଧାର୍ମିକ ଆଧାରରେ ଆରକ୍ଷଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କ ଏକ ମତ ଥିଲା ଯେ ଅନୁସୂଚିତ ଜାତି ଓ ଜନଜାତି ସହସ୍ରବର୍ଷ ଧରି ସାମାଜିକ ତଥା ଭାବନାତ୍ମକ ଭେଦଭାବର ଶିକାର ହୋଇଆସିଛି। ସମ୍ବିଧାନ ସଭାର ସଦସ୍ୟ ଲକ୍ଷ୍ମଣ ଶ୍ରବଣ ଭାଟକର କହିିଥିଲେ ଯେ ”ସାମ୍ପ୍ରଦାୟିକ ପ୍ରତିନିଧିତ୍ୱ ସମ୍ବିଧାନରୁ ନିର୍ମୂଳ କରିଦେବା ଆବଶ୍ୟକ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଦଶବର୍ଷ ପାଇଁ ସଂରକ୍ଷଣ ପ୍ରଦାନ କରାଯିବା ଦରକାର। କାରଣ ସେମାନେ ଏଥିପାଇଁ ହକ୍‌ଦାର। ସେମାନେ ଦରିଦ୍ର, ବଞ୍ଚିତ, ଅଶିକ୍ଷିତଙ୍କ ସ୍ଥିତି ଓ ସାମାଜିକ ଅବସ୍ଥାକୁ ଦେଖି ଏହିପରି ସୁଖ ସୁବିଧା ପ୍ରଦାନ କରିବା ଆବଶ୍ୟକ।“ ମାର୍କ୍ସବାଦୀ ଇତିହାସରେ ଇରଫାନ ହବିବଙ୍କ ମତରେ ”ଭାରତରେ ବର୍ଣ୍ଣବ୍ୟବସ୍ଥା ସମ୍ପୂର୍ଣ୍ଣ ଅମାନବୀୟ, ଯାହା ସମାଜରେ ଅସମାନତା ସୃଷ୍ଟି କରୁଛି।“ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସମ୍ବିଧାନ ସଭାରେ କହିଥିଲେ ”ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସଂରକ୍ଷଣରେ ସୁଖ ସୁବିଧା ପ୍ରଦାନ କରିବା ଆବଶ୍ୟକ। ବହୁସଂଖ୍ୟକ ସମୁଦାୟର ଏହା ଦାୟିତ୍ୱ ହେବା ଆବଶ୍ୟକ ଯେ ନିଜର ଉଦାରତା ଦ୍ୱାରା ସଂଖ୍ୟାଲଘୁଙ୍କ ମଧ୍ୟରେ ବିଶ୍ୱାସର ଭାବନା ଉଦ୍ରେକ କରିବା। ସେହିଭଳି ସଂଖ୍ୟାଲଘୁଙ୍କର ଏପରି କର୍ତ୍ତବ୍ୟ ହେବା ଆବଶ୍ୟକ ଯେ ସେମାନେ ଅତୀତର ସମସ୍ତ ଦୋଷ ତ୍ରୁଟିକୁ ବିସ୍ମରଣ କରି ଚିନ୍ତନ କରିବା ଉଚିତ। ସଂଖ୍ୟାଲଘୁ ଓ ବହୁସଂଖ୍ୟକ ବିଭାଜନ ବିଦେଶୀ ଇଂରେଜୀଙ୍କର ଏକ ଷଡ଼ଯନ୍ତ୍ର। ଏଥିପାଇଁ ଆମେ ବହୁ କଷ୍ଟ ସ୍ବୀକାର କରିଛୁ। ଦେଶରେ ସମସ୍ତେ ଏକ ଓ ସମାନ। ସମସ୍ତ ନାଗରିକଙ୍କର ଅଧିକାର ଅକ୍ଷୁଣ୍ଣ ରହିବା ଆବଶ୍ୟକ। ସମଗ୍ର ଭାରତ ଏକ ସମୁଦାୟ। ବହୁସଂଖ୍ୟକ ଓ ସଂଖ୍ୟାଲଘୁ ବିଭାଜନ ବନ୍ଦ ହେବା ଆବଶ୍ୟକ।“ ତେବେ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନର ଦୁଇଟି ଅଙ୍ଗ ରହିଛି: ନ୍ୟାୟବ୍ୟବସ୍ଥା ଓ କାର୍ଯ୍ୟପାଳିକା। ଏହି ଦୁଇଟି ଅଙ୍ଗ ସମାନ୍ତରାଳ ହୋଇ ଚାଲିବା ଆବଶ୍ୟକ, ନଚେତ୍‌ ସଂଘର୍ଷ ଦେଖାଦେବ।

ସର୍ବେଶ୍ୱର ବେହେରା
ଆଡ୍‌ଭୋକେଟ, ଖଟବିନ ସାହି, କଟକ
ମୋ: ୯୪୩୭୦୧୬୩୮୪

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

ପିଲାଙ୍କ ସଂସ୍କାର

ଗୋଟେ ଛୋଟ ଅଥଚ ଜନଗହଳିପୂର୍ଣ୍ଣ ଛକରେ ମୋର ଗାଡ଼ି ପାର୍କିଂ କଲାବେଳେ ସେଠି ଥିବା ଗୋଟେ ସ୍କୁଟରର ପାଖାପାଖି ଚାଲି ଆସିଲା। ସ୍କୁଟର ଉପରେ ବସିଥିବା ଝିଅଟିଏ…

ପୁରସ୍କାର ଓ ପ୍ରବଞ୍ଚନା

ଏହି ନିକଟରେ ଦିଲ୍ଲୀରେ ଉଦ୍‌ଯାପିତ ହୋଇଯାଇଛି ଏଆଇ କମ୍ପାକ୍ଟ ସମିଟ୍‌ ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କିତ ଶିଖର ସମ୍ମିଳନୀ। ବିଶ୍ବର କୋଡ଼ିଏଟି ରାଷ୍ଟ୍ରର ଶାସନମୁଖ୍ୟ ତଥା…

ଅସୁନ୍ଦର ସ୍ଥିତି

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ଯୁଦ୍ଧ ଇତିମଧ୍ୟରେ ଏକ ସପ୍ତାହ ପୂରଣ କଲାଣି। ଏଭଳି ତୀବ୍ର ଆଧୁନିକ ଯୁଗର ଯୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri