ଅସୁନ୍ଦର ସ୍ଥିତି

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ଯୁଦ୍ଧ ଇତିମଧ୍ୟରେ ଏକ ସପ୍ତାହ ପୂରଣ କଲାଣି। ଏଭଳି ତୀବ୍ର ଆଧୁନିକ ଯୁଗର ଯୁଦ୍ଧରେ ଏହା ଦୀର୍ଘସମୟ ବୋଲି କୁହାଯାଉଛି, ବିଶେଷକରି ଯେହେତୁ ଆମେରିକା ସମ୍ପୃକ୍ତ ଅଛି। କେବଳ ଇରାନରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଯୁଦ୍ଧର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିଛି। ଏଥିଯୋଗୁ ତୈଳ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବିଶେଷକରି ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଦେଇ ତୈଳ ଯୋଗାଣରେ ବାଧା ଉପୁଜିଥିବାରୁ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ଅସମ୍ଭାଳ ଭାବେ ବଢ଼ିଚାଲିଛି। ଯୁଦ୍ଧ ପୂର୍ବରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୨ ଡଲାର ଥିବା ବେଳେ ଏହା ୯୨ ଡଲାର ଅତିକ୍ରମ କରିଯାଇଛି। ସପ୍ତାହକ ମଧ୍ୟରେ ଏହି ଦର ୧୫୦ ଡଲାରରେ ପହଞ୍ଚତ୍ୟିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କଲେଣି। ଏହି ପରିପ୍ରେକ୍ଷୀରେ ଭାରତର ତୈଳ କ୍ରୟ ପ୍ରସଙ୍ଗ ଅନ୍ତର୍ଜାତୀୟ ଆଲୋଚନାର ବିଷୟବସ୍ତୁ ପାଲଟିଛି। ୬ ମାର୍ଚ୍ଚରେ ରୁଷୀୟ ତୈଳ କିଣିବା ଲାଗି ଭାରତକୁ ୩୦ ଦିନିଆ ଅନୁମତି ଦେଇ ଆମେରିକା ନିଜର ପ୍ରଭୁତ୍ୱ ବିସ୍ତାର କରିଛି। ବିଶ୍ୱର ତୈଳ ଯୋଗାଣ ପଥ ଅବରୋଧ କରିବାକୁ ଇରାନର ଉଦ୍ୟମ ଯୋଗୁ ସୃଷ୍ଟ ଚାପକୁ ଲାଘବ କରିବା ସକାଶେ ସାମୟିକ ଭାବେ ଏଭଳି ରିହାତି ଦିଆଯାଇଥିବା ଆମେରିକା ଟ୍ରେଜେରି ସଚିବ ସ୍କଟ୍‌ ବେସେଣ୍ଟ କହିବା ବେଳେ ଭାରତୀୟଙ୍କୁ ଭଲ ଅଭିନୟକାରୀ ଭାବେ ଅଭିହିତ କରିଛନ୍ତି। ତେବେ ଆମେରିକାର ସରକାରୀ ଅଧିକାରୀ କେତେ ଜଣ ଓ କେଉଁ ପ୍ରକାରର ଭାରତୀୟଙ୍କୁ ଭେଟିକରି ଏଭଳି ମନ୍ତବ୍ୟ ଦେଇଛନ୍ତି, ତାହା ପ୍ରଶ୍ନ କରାଯାଇପାରେ। କୌଣସି ଦେଶର ନେତା କିମ୍ବା ନାଗରିକଙ୍କୁ ଆକ୍ଟର ବା ଅଭିନୟକାରୀ କହିବା ଉଭୟ ତାଚ୍ଛଲ୍ୟ ବା ଅସମ୍ମାନକୁ ସୂଚାଉଛି। ଆମେରିକା କହିବାରୁ ରୁଷିଆରୁ ଭାରତ ତୈଳ ଆମଦାନୀ ବନ୍ଦ କରିଥିଲା। ଏବେ ସାମୟିକ ଅସୁବିଧା ଦେଖାଦେଇଥିବାରୁ ରୁଷୀୟ ତୈଳ କିଣିବାକୁ ଆମେରିକା ଅନୁମତି ଦେଇଛି ବୋଲି ବେସେଣ୍ଟ କହିଛନ୍ତି।
ଏଠାରେ କୁହାଯାଇପାରେ, ଆମେ କେଉଁ ତେଲ ବ୍ୟବହାର କରିବୁ, କେଉଁ ସାବୁନ ଦେହରେ ଲଗାଇବୁ ବା କେଉଁ ଖାଦ୍ୟ ଖାଇବୁ ତାହାର ନିର୍ଦ୍ଧାରଣ ପଡ଼ୋଶୀ ଯଦି କରିବ, ତେବେ ଆମକୁ ଯେମିତି ବାଧିବ ସେହିଭଳି ଆମେରିକାର କଥା ପ୍ରତ୍ୟେକ ଭାରତୀୟଙ୍କୁ ମଧ୍ୟ ବାଧିବ। ଏଭଳି ସ୍ଥିତି ପୂର୍ବରୁ କେବେ ଦେଖାଯାଇ ନ ଥିଲା। କୂଟନୀତିକୁ ଭାରତ ସଫଳତାର ସହ ପ୍ରୟୋଗ କରିପାରୁ ନ ଥିବାରୁ ଆଜି ଅବସ୍ଥା ଏହି ସ୍ତରକୁ ଆସିଯାଇଛି। ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏପରି ଭାବେ ଅନ୍ୟ ଦେଶ ପାଖରେ ଆତ୍ମସମର୍ପଣ କରିଦେବା ଦେଶବାସୀଙ୍କୁ ବ୍ୟଥିତ କରିଛି। ସାମ୍ରାଜ୍ୟବାଦୀ ଶକ୍ତିକୁ ହଟେଇବା ଦିଗରେ ଅତୀତରେ ଅନେକ ମହାମନୀଷୀ ବହୁବିଧ ପଦକ୍ଷେପ ନେଇ ଦେଶକୁ ସ୍ବାଧୀନ କରିଥିଲେ। ଏବକାର ସ୍ଥିତିରେ ଦାଣ୍ଠ ଆଭିମୁଖ୍ୟ ରଖିପାରୁ ନ ଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ କଣ୍ଢେଇ ଭଳି ନଚାଇବାକୁ ପାଶ୍ଚାତ୍ୟ ରାଷ୍ଟ୍ର ସାହସ କରୁଛି ବୋଲି କୁହାଗଲାଣି।
ଭାରତର ବାହ୍ୟ ସ୍ଥିତି ଏଭଳି ଅବସ୍ଥାରେ ଥିବାବେଳେ ଆଭ୍ୟନ୍ତରୀଣ ଦୃଶ୍ୟପଟକୁ ଦେଖିଲେ ଏକ ଅସ୍ବାଭାବିକ ଘଟଣା ନଜରକୁ ଆସିଛି। ୭ ମାର୍ଚ୍ଚରେ ପଶ୍ଚିମବଙ୍ଗର ଗୋସାଇପୁରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତ କରି ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହି ସମୟରେ ସେ ଆୟୋଜିତ ସାନ୍ତାଳ ସମ୍ମିଳନୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ଏହା ପ୍ରଥମେ ବିଧାନନଗରରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। କେଉଁଥିପାଇଁ ତାହା ଗୋସାଇପୁରକୁ ସ୍ଥାନାନ୍ତର ହେଲା ସେଥିନେଇ ରାଷ୍ଟ୍ରପତି ପ୍ରଶ୍ନ ଉଠାଇଥିଲେ। ବିଧାନନଗରରେ ସମ୍ମିଳନୀ ଆୟୋଜିତ ହୋଇଥିଲେ ଅଧିକ ଲୋକ ହୋଇଥାଆନ୍ତେ। କାରଣ ଏହା ଏକ ବଡ଼ ଜାଗା ଥିଲା। ଗୋସାଇପୁରରେ ଏହା ହୋଇଥିବାରୁ ଅଧିକ ଲୋକ ଯୋଗ ଦେଇ ନାହାନ୍ତି ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ପ୍ରଦାନ ଦେଶବାସୀଙ୍କୁ ଦୁଃଖିତ କରିଛି। ଯିଏ ଯେଉଁପଟୁ ଦେଖି ସାମାଜିକ ଗଣମାଧ୍ୟମରେ ଅନେକ ପ୍ରକାରର ଟିପ୍ପଣୀ ଦେବାର ସୁଯୋଗ ପାଇଯାଇଛନ୍ତି। ହୁଏତ ନିକଟରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ସେହି ରାଜ୍ୟକୁ ଗସ୍ତ କରିବାକୁ ଅସ୍ବୀକାର କରିବାର ଥିଲା।
ଗୋଟିଏ କଥା ବାରମ୍ବାର ଦେଖାଯାଉଛି ଯେ, ଗତ କିଛି ବର୍ଷ ହେବ ଯେତେବେଳେ କେନ୍ଦ୍ର ସରକାରଙ୍କୁ କୌଣସି କ୍ଷେତ୍ରରେ ଅପ୍ରୀତିକର ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି ସେତେବେଳେ ତାହାକୁ ଅଣଦେଖା କରାଯାଇ ଅନ୍ୟ ଏକ ପ୍ରସଙ୍ଗକୁ ଚିଆଁଇ ଦିଆଯାଉଛି। ଏକ ସୁଶାସନର ଏହା ଲକ୍ଷଣ ନୁହେଁ ବୋଲି କୁହାଯାଇପାରେ। ସମସ୍ୟା ବା କୌଣସି ପ୍ରସଙ୍ଗକୁ ନେଇ ଅସ୍ବାଭାବିକତା ଦେଖାଦେଲେ ତାହାର ସମାଧାନ ସୂତ୍ର ତତ୍‌କ୍ଷଣାତ୍‌ ବାହାର କରାଯିବା କଥା। ଘା’କୁ ଲୁଚାଇ ଦେଲେ ପରବର୍ତ୍ତୀ ସମୟରେ ତାହା ସମ୍ପୃକ୍ତ ଅଙ୍ଗକୁ ନଷ୍ଟ କରିଦେଇଥାଏ। ଅନ୍ତର୍ଜାତୀୟ ହେଉ ବା ଜାତୀୟ କିମ୍ବା ଆଞ୍ଚଳିକ ସମସ୍ୟାକୁ ସମାନ ଭାବେ ଗୁରୁତ୍ୱ ଦିଆଯାଇ ସମୟୋଚିତ ପଦକ୍ଷେପ ନିଆଗଲେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିପାରନ୍ତା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?