Posted inଜାତୀୟ

ଗୋଆରେ ଗୋମାଂସ ସଙ୍କଟ

ମୁମ୍ବାଇ,୨୧।୧୨: ଗୋଆରେ ଖ୍ରୀଷ୍ଟମାସ୍‌ ପାଳନ ବେଳେ ମୁଖ୍ୟ ବ୍ୟଞ୍ଜନ ଭାବେ ବିଫ୍‌ (ଗୋମାଂସ) ପରିବେଷଣ କରାଯାଇଥାଏ। ଏଥର ଖ୍ରୀଷ୍ଟମାସ୍‌ ପୂର୍ବରୁ ସେଠାରେ ଗୋମାଂସ ସଙ୍କଟ ଗୋଆବାସୀଙ୍କୁ ଚିନ୍ତାରେ ପକାଇଦେଇଛି। ଗୋମାଂସ ବିନା ଏଥର ଖ୍ରୀଷ୍ଟମାସ ପାଳନ ଫିକା ପଡ଼ିବ ବୋଲି ଅନେକେ କହିଛନ୍ତି। ତେବେ ଦୁଇଦିନ ମଧ୍ୟରେ ଏହାର ସମାଧାନ ବାଟ ବାହାର କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ପ୍ରତିଶ୍ରୁତି ଦେଇଛନ୍ତି। କର୍ନାଟକ ସରକାର ଗୋହତ୍ୟା ବିରୋଧରେ କଠୋର ଆଇନ ବିଧାନସଭାରେ ଗୃହୀତ କରାଇବା ପରେ ଗୋଆକୁ ମାଂସ ଯୋଗାଣ ବନ୍ଦ ହୋଇଯାଇଛି। ୧୩ ବର୍ଷରୁ କମ୍‌ ଗାଈ କିମ୍ବା ମଇଁଷି ଚୋରା ଚାଲାଣ କିମ୍ବା ହତ୍ୟା କଲେ ୩ରୁ ୭ ବର୍ଷ ଜେଲ୍‌ଦଣ୍ଡ ସହ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ବ୍ୟବସ୍ଥା ଉକ୍ତ ଆଇନରେ ରହିଛି। ଏହା କାର୍ଯ୍ୟକାରୀ ହୋଇ ନ ଥିଲେ ମଧ୍ୟ ମାଂସ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି।
ଗୋଆର ଅଧିକାଂଶ ଲୋକ ଘୁଷୁରି ମାଂସ ଖାଆନ୍ତି ନାହିଁ। ସେଥିପାଇଁ ଆମକୁ କେବଳ ଚିକେନ୍‌ ତରକାରୀ କରିବାକୁ ପଡ଼ିବ ବୋଲି ଗୃହିଣୀ ଭାଲେନ୍‌ସିଆ ନତାଶା ଡିସୌଜା କହିଛନ୍ତି। କିଛିଦିନ ହେଲ ା ଗୋଆର ଗୋମାଂସ ଦୋକାନ ବନ୍ଦ ରହିଛି। ଖ୍ରୀଷ୍ଟମାସ ପ୍ରଭାବିତ ହେବା ପୂର୍ବରୁ ସରକାର କିଛି କରିବେ ବୋଲି ଅନ୍ୟ ଜଣେ ଗୃହିଣୀ ଆଶାବ୍ୟକ୍ତ କରିଛନ୍ତି। ଗୋଆର ୩୦% ଲୋକ କ୍ୟାଥୋଲିକ୍‌। ଶେଷ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ କୌଣସି ସହାୟତା କରିପାରିବେ ନାହିଁ। ଏଥର ପର୍ବ ଫିକା ପଡ଼ିବ ବୋଲି ଅନ୍ୟ ଜଣେ ବାସିନ୍ଦା ପ୍ରଦୀପ ଆମୋଙ୍କର କହିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ସଚିବ, ପ୍ର୍ରାଣୀ ଚିକିତ୍ସା ବିଭାଗ ନିର୍ଦ୍ଦେଶକଙ୍କ ବୈଠକ ଡାକିଛନ୍ତି। ବଜାରରେ ଗୋମାଂସ ଉପଲବ୍ଧ ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୁଧବାର ଗୋଆର ଗୋମାଂସ ବ୍ୟବସାୟୀଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହାର ପ୍ରତିକାର ପାଇଁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାହାକୁ ଭଲ ପାଇ ବାହା ହୋଇଥିଲେ ସେ ଜୀବନ ନେଇଗଲେ, ନବବଧୂଙ୍କୁ ହତ୍ୟା ପରେ ଖଟରେ ଶୁଆଇ ଦେଇ…

ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ…

ଭିବିଜି – ରାମ ଜି ଯୋଜନାରେ ଜାଲିଆତି ଅଭିଯୋଗ: କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଡିଓ, କହିଲେ…

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକରେ ସରକାରୀ ଯୋଜନାରେ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି। ଭିବିଜି – ରାମ ଜି ଯୋଜନାରେ ବ୍ୟାପକ…

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ହଷ୍ଟେଲ ରୁମ୍‌ ଭିତରୁ ମିଳିଲା ଯୁକ୍ତ ୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍‌ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା…

ଚୋରାଚାଲାଣ ହେଉଥିଲା କମର୍ସିଆଲ ଗ୍ୟାସ, ଅଚାନକ ଚଢାଉ କଲା ଯୋଗାଣ ବିଭାଗ, ଜବତ ହେଲା ଏତେ…

ଭବାନୀପାଟଣା/ଜୁନାଗଡ଼,୨୦।୪(ଉତ୍ତମ ଦାଶ/ସୁନୀଲ କୁମାର ସିଂ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରାଚାଲାଣ ହେଉଥିବା ଏକ ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ବୋଝେଇ ପିକ୍‌ଅପ୍‌ ଉପରେ ସୋମବାର…

ରାତିରେ ଘରେ ପଶି କରିଥିଲେ ଚୋରି: ନାବାଳକଙ୍କ ସହ ଜଣେ ଅଟକ

ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ପ୍ରକାଶ ପାଇଲା JEE ମେନ୍‌ ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ,୨୦।୪: ସାରା ଦେଶ ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍‌ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri