Posted inଫୁରସତ

ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲ୍‌ଷ୍ଟେଶନ ଶିଲଂ

ମେଘାଳୟର ରାଜଧାନୀ ଶିଲଂ ହେଉଛି ଭାରତର ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ
ହିଲ୍‌ଷ୍ଟେଶନ। ଏଠାରେ ଦେଖିବାକୁ ମିଳୁଥିବା ସବୁଜ ବନାନୀ, କଳକଳ ନାଦ କରି ବୋହିଯାଉଥିବା ଝରଣାର ଅପୂର୍ବ ଦୃଶ୍ୟ, ବାଦଲ ଘେରା ପାହାଡ଼ର ଅପରୂପ ସନ୍ଦର୍ଯ୍ୟ,
ଶାନ୍ତ ନଦୀର ଶୋଭା ସାଙ୍ଗକୁ ଆଶ୍ଚର୍ଯ୍ୟ କରିଦେବା ଭଳି ଅନୁକୂଳ ବାତାବରଣ ଦେଶବିଦେଶର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସେଥିପାଇଁ ଏଠାରେ
ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ…
ଉତ୍ତରପୂର୍ବ ଭାରତର ଏକ ପ୍ରମୁଖ ସହର କୁହାଯାଉଥିବା ଶିଲଂ ହେଉଛି ମେଘାଳୟ ରାଜ୍ୟର ରାଜଧାନୀ। ତା’ଛଡ଼ା ଏହା ଏକ ହିଲ୍‌ଷ୍ଟେଶନ ମଧ୍ୟ। ସମୁଦ୍ରପତ୍ତନରୁ ପ୍ରାୟ ୪୯୦୮ରୁ ୬୪୪୯ ଫୁଟ ଉଚ୍ଚତାରେ ରହୁଥିବା ଏହି ସ୍ଥାନଟିର ଅନୁକୂଳ ବାତାବରଣ ଦେଶବିଦେଶର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ତା’ଛଡ଼ା ଏଠାରେ ଦେଖିବାକୁ ମିଳୁଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ବି ବେଶ୍‌ ଆଖିଦୃର୍ଶୀୟା ହୋଇଥାଏ। ସେଥିପାଇଁ ଏଠାରେ ସବୁବେଳେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।
କ’ଣ ଦେଖିବେ
ଏଠାରେ ପର୍ଯ୍ୟଟକ ବହୁ ଉଚ୍ଚ ଉଚ୍ଚ ପାହାଡ଼, ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ, ହ୍ରଦ, ଝରଣା ତଥା ଏକାଧିକ ମ୍ୟୁଜିୟମ୍‌ ଦେଖିବାକୁ ପାଇପାରିବେ। ଯେମିତିକି:
* ଏଲିଫାଣ୍ଟ ଫଲ୍ସ: ଏହା ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ଜଳପ୍ରପାତ। ପିକ୍‌ନିକ୍‌ ସ୍ପଟ୍‌ ଭାବେ ଏହାର ବେଶ୍‌ ନାଁ ରହିଛି। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ରହିଛି ଅନେକ ସୁବିଧା ସୁଯୋଗ।
* ଓ୍ବାଡର୍‌ସ ଲେକ୍‌: ଏହା ଏକ କୃତ୍ରିମ ହ୍ରଦ। ସ୍ଥାନୀୟ ଲୋକେ ଏହାକୁ ନାନ୍‌-ପୋଲୋକ ବୋଲି ବି କହିଥାନ୍ତି। ଏହି ହ୍ରଦ ନିକଟରେ ଏକ ସୁନ୍ଦର ବଗିଚା ମଧ୍ୟ ରହିଛି। ବୋଟିଂ ସୁବିଧା ବି ଏଠି ଅଛି।
* ଶିଲଂ ପିକ୍‌: ସମୁଦ୍ରପତ୍ତନରୁ ପ୍ରାୟ ୧୯୬୬ ମିଟର ଉଚ୍ଚତାରେ ରହିଥିବା ଏହି ସ୍ଥାନଟି ଶିଲଂ ସହରଠାରୁ ପ୍ରାୟ ୧୦ କି.ମି ଦୂରରେ ରହିଛି। ଏହା ବି ସ୍ଥାନୀୟ ଅଞ୍ଚଳର ଏକ ପିକ୍‌ନିକ୍‌ ସ୍ପଟ୍‌।
* ସନ୍‌ସେଟ୍‌ ପଏଣ୍ଟ: ଶିଲଂରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ପର୍ଯ୍ୟଟକ ବସି ସୂର୍ଯ୍ୟାସ୍ତର ଅପୂର୍ବ ଦୃଶ୍ୟକୁ ମନଭରି ଉପଭୋଗ କରିପାରିବେ।
* ସୁଇଟ୍‌ ଫଲ୍ସ: ଶିଲଂ ନିକଟସ୍ଥ ଏହା ମଧ୍ୟ ଏକ ଲୋକପ୍ରିୟ ଜଳପ୍ରପାତ। ସମୁଦ୍ରପତ୍ତନରୁ ପ୍ରାୟ ୯୬ ମିଟର ଉଚ୍ଚତାରେ ଥିବା ଏହି ଜଳପ୍ରପାତଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍‌ ମନଲୋଭା ହୋଇଥାଏ।
ଏହା ବ୍ୟତିତ କା ଫାନ୍‌ ନଙ୍ଗଲେଟ୍‌ ପାର୍କ, ଶିଲଂ ଗଲ୍ଫ କୋର୍ସ, ମୋଟ୍‌ଫ୍ରାନ୍‌, କ୍ୟାପ୍‌ଟେନ୍‌ ଓ୍ବିଲିୟମସନ୍‌ ସାଙ୍ଗମା ଷ୍ଟେଟ୍‌ ମ୍ୟୁଜିୟମ୍‌, ଡନ୍‌ ବୋସ୍କୋ ସେଣ୍ଟର ଫର୍‌ ଇଣ୍ଡିଜିନିୟସ୍‌ କଲଚର୍ସ, ଓ୍ବାଙ୍ଖାର୍‌ ଏଣ୍ଟୋମୋଲୋଜିକାଲ୍‌ ମ୍ୟୁଜିୟମ୍‌, ଷ୍ଟେଟ ମ୍ୟୁଜିୟମ୍‌, ବିସପ୍‌ ଆଣ୍ଡ ବିଡନ୍‌ ଫଲ୍ସ, ସ୍ପ୍ରେଡ୍‌ ଇଗଲ୍‌ ଫଲ୍ସ, କ୍ରିନୋଲାଇନ୍‌ ଫଲ୍ସ ଇତ୍ୟାଦି ହେଉଛି ଏଠାକାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ।
କେବେ ଯିବେ
ବର୍ଷର ଯେ କୌଣସି ସମୟରେ ଚାହିଁବେ ପର୍ଯ୍ୟଟକ ଶିଲଂ ବୁଲିବାକୁ ଯାଇପାରିବେ। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ଖରାଦିନ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ।
କେମିତି ଯିବେ
ଶିଲଂ ଯିବାପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। ଶିଲଂ ଏୟାରପୋର୍ଟ ହେଉଛି ଏହାର ନିକଟବର୍ତ୍ତୀ ବିମାନବନ୍ଦର, ଯେଉଁଠାକୁ କୋଲକାତା, ଦିଲ୍ଲୀ, ଗୁଆହାଟି, ଦିବ୍ରୁଗଡ଼, ଅଗରତାଲା ଆଦି ସ୍ଥାନରୁ ନିୟମିତ ବ୍ୟବଧାନରେ ବିମାନ ଚଳାଚଳ କରିଥାଏ। ତା’ଛଡ଼ା ଏଠାକୁ ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ଆରାମରେ ପହଁଞ୍ଚତ୍ପାରିବେ।
ଇକୋ ପଏଣ୍ଟର ମଜା ନେବେ
ଶିଲଂରେ କେତୋଟି ଇକୋ ପଏଣ୍ଟ ମଧ୍ୟ ରହିଛି; ଯେଉଁଠାରେ ପର୍ଯ୍ୟଟକ ନିଜ ସ୍ବରକୁ ପୁର୍ନବାର ଶୁଣିବାର ଆନନ୍ଦ ଲଭିପାରିବେ। ତା’ସହିତ ଏଠାକାର ଜଙ୍ଗଲ ପରିବେଶରେ ଥିବା ବହୁ ଔଷଧୀୟ ବୃକ୍ଷଆଦି ବୁଲି ଦେଖିବା ସହ ସେ ସମ୍ପର୍କିତ ଅନେକ ତଥ୍ୟ ମଧ୍ୟ ସଂଗ୍ରହ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?