Posted inଫୁରସତ

ସୌନ୍ଦର୍ଯ୍ୟପୂର୍ଣ୍ଣ ହିଲ୍‌ଷ୍ଟେଶନ ଶିଲଂ

ମେଘାଳୟର ରାଜଧାନୀ ଶିଲଂ ହେଉଛି ଭାରତର ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ
ହିଲ୍‌ଷ୍ଟେଶନ। ଏଠାରେ ଦେଖିବାକୁ ମିଳୁଥିବା ସବୁଜ ବନାନୀ, କଳକଳ ନାଦ କରି ବୋହିଯାଉଥିବା ଝରଣାର ଅପୂର୍ବ ଦୃଶ୍ୟ, ବାଦଲ ଘେରା ପାହାଡ଼ର ଅପରୂପ ସନ୍ଦର୍ଯ୍ୟ,
ଶାନ୍ତ ନଦୀର ଶୋଭା ସାଙ୍ଗକୁ ଆଶ୍ଚର୍ଯ୍ୟ କରିଦେବା ଭଳି ଅନୁକୂଳ ବାତାବରଣ ଦେଶବିଦେଶର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସେଥିପାଇଁ ଏଠାରେ
ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ…
ଉତ୍ତରପୂର୍ବ ଭାରତର ଏକ ପ୍ରମୁଖ ସହର କୁହାଯାଉଥିବା ଶିଲଂ ହେଉଛି ମେଘାଳୟ ରାଜ୍ୟର ରାଜଧାନୀ। ତା’ଛଡ଼ା ଏହା ଏକ ହିଲ୍‌ଷ୍ଟେଶନ ମଧ୍ୟ। ସମୁଦ୍ରପତ୍ତନରୁ ପ୍ରାୟ ୪୯୦୮ରୁ ୬୪୪୯ ଫୁଟ ଉଚ୍ଚତାରେ ରହୁଥିବା ଏହି ସ୍ଥାନଟିର ଅନୁକୂଳ ବାତାବରଣ ଦେଶବିଦେଶର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ତା’ଛଡ଼ା ଏଠାରେ ଦେଖିବାକୁ ମିଳୁଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ବି ବେଶ୍‌ ଆଖିଦୃର୍ଶୀୟା ହୋଇଥାଏ। ସେଥିପାଇଁ ଏଠାରେ ସବୁବେଳେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।
କ’ଣ ଦେଖିବେ
ଏଠାରେ ପର୍ଯ୍ୟଟକ ବହୁ ଉଚ୍ଚ ଉଚ୍ଚ ପାହାଡ଼, ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ, ହ୍ରଦ, ଝରଣା ତଥା ଏକାଧିକ ମ୍ୟୁଜିୟମ୍‌ ଦେଖିବାକୁ ପାଇପାରିବେ। ଯେମିତିକି:
* ଏଲିଫାଣ୍ଟ ଫଲ୍ସ: ଏହା ସ୍ଥାନୀୟ ଅଞ୍ଚଳର ଏକ ଲୋକପ୍ରିୟ ଜଳପ୍ରପାତ। ପିକ୍‌ନିକ୍‌ ସ୍ପଟ୍‌ ଭାବେ ଏହାର ବେଶ୍‌ ନାଁ ରହିଛି। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ରହିଛି ଅନେକ ସୁବିଧା ସୁଯୋଗ।
* ଓ୍ବାଡର୍‌ସ ଲେକ୍‌: ଏହା ଏକ କୃତ୍ରିମ ହ୍ରଦ। ସ୍ଥାନୀୟ ଲୋକେ ଏହାକୁ ନାନ୍‌-ପୋଲୋକ ବୋଲି ବି କହିଥାନ୍ତି। ଏହି ହ୍ରଦ ନିକଟରେ ଏକ ସୁନ୍ଦର ବଗିଚା ମଧ୍ୟ ରହିଛି। ବୋଟିଂ ସୁବିଧା ବି ଏଠି ଅଛି।
* ଶିଲଂ ପିକ୍‌: ସମୁଦ୍ରପତ୍ତନରୁ ପ୍ରାୟ ୧୯୬୬ ମିଟର ଉଚ୍ଚତାରେ ରହିଥିବା ଏହି ସ୍ଥାନଟି ଶିଲଂ ସହରଠାରୁ ପ୍ରାୟ ୧୦ କି.ମି ଦୂରରେ ରହିଛି। ଏହା ବି ସ୍ଥାନୀୟ ଅଞ୍ଚଳର ଏକ ପିକ୍‌ନିକ୍‌ ସ୍ପଟ୍‌।
* ସନ୍‌ସେଟ୍‌ ପଏଣ୍ଟ: ଶିଲଂରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ପର୍ଯ୍ୟଟକ ବସି ସୂର୍ଯ୍ୟାସ୍ତର ଅପୂର୍ବ ଦୃଶ୍ୟକୁ ମନଭରି ଉପଭୋଗ କରିପାରିବେ।
* ସୁଇଟ୍‌ ଫଲ୍ସ: ଶିଲଂ ନିକଟସ୍ଥ ଏହା ମଧ୍ୟ ଏକ ଲୋକପ୍ରିୟ ଜଳପ୍ରପାତ। ସମୁଦ୍ରପତ୍ତନରୁ ପ୍ରାୟ ୯୬ ମିଟର ଉଚ୍ଚତାରେ ଥିବା ଏହି ଜଳପ୍ରପାତଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍‌ ମନଲୋଭା ହୋଇଥାଏ।
ଏହା ବ୍ୟତିତ କା ଫାନ୍‌ ନଙ୍ଗଲେଟ୍‌ ପାର୍କ, ଶିଲଂ ଗଲ୍ଫ କୋର୍ସ, ମୋଟ୍‌ଫ୍ରାନ୍‌, କ୍ୟାପ୍‌ଟେନ୍‌ ଓ୍ବିଲିୟମସନ୍‌ ସାଙ୍ଗମା ଷ୍ଟେଟ୍‌ ମ୍ୟୁଜିୟମ୍‌, ଡନ୍‌ ବୋସ୍କୋ ସେଣ୍ଟର ଫର୍‌ ଇଣ୍ଡିଜିନିୟସ୍‌ କଲଚର୍ସ, ଓ୍ବାଙ୍ଖାର୍‌ ଏଣ୍ଟୋମୋଲୋଜିକାଲ୍‌ ମ୍ୟୁଜିୟମ୍‌, ଷ୍ଟେଟ ମ୍ୟୁଜିୟମ୍‌, ବିସପ୍‌ ଆଣ୍ଡ ବିଡନ୍‌ ଫଲ୍ସ, ସ୍ପ୍ରେଡ୍‌ ଇଗଲ୍‌ ଫଲ୍ସ, କ୍ରିନୋଲାଇନ୍‌ ଫଲ୍ସ ଇତ୍ୟାଦି ହେଉଛି ଏଠାକାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ।
କେବେ ଯିବେ
ବର୍ଷର ଯେ କୌଣସି ସମୟରେ ଚାହିଁବେ ପର୍ଯ୍ୟଟକ ଶିଲଂ ବୁଲିବାକୁ ଯାଇପାରିବେ। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ଯିବା ପାଇଁ ଖରାଦିନ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ।
କେମିତି ଯିବେ
ଶିଲଂ ଯିବାପାଇଁ ଗମନାଗମନର ବି ଭଲ ସୁବିଧା ରହିଛି। ଶିଲଂ ଏୟାରପୋର୍ଟ ହେଉଛି ଏହାର ନିକଟବର୍ତ୍ତୀ ବିମାନବନ୍ଦର, ଯେଉଁଠାକୁ କୋଲକାତା, ଦିଲ୍ଲୀ, ଗୁଆହାଟି, ଦିବ୍ରୁଗଡ଼, ଅଗରତାଲା ଆଦି ସ୍ଥାନରୁ ନିୟମିତ ବ୍ୟବଧାନରେ ବିମାନ ଚଳାଚଳ କରିଥାଏ। ତା’ଛଡ଼ା ଏଠାକୁ ଦେଶର ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଏଠାରେ ଆରାମରେ ପହଁଞ୍ଚତ୍ପାରିବେ।
ଇକୋ ପଏଣ୍ଟର ମଜା ନେବେ
ଶିଲଂରେ କେତୋଟି ଇକୋ ପଏଣ୍ଟ ମଧ୍ୟ ରହିଛି; ଯେଉଁଠାରେ ପର୍ଯ୍ୟଟକ ନିଜ ସ୍ବରକୁ ପୁର୍ନବାର ଶୁଣିବାର ଆନନ୍ଦ ଲଭିପାରିବେ। ତା’ସହିତ ଏଠାକାର ଜଙ୍ଗଲ ପରିବେଶରେ ଥିବା ବହୁ ଔଷଧୀୟ ବୃକ୍ଷଆଦି ବୁଲି ଦେଖିବା ସହ ସେ ସମ୍ପର୍କିତ ଅନେକ ତଥ୍ୟ ମଧ୍ୟ ସଂଗ୍ରହ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri