ପଞ୍ଚ ଶକ୍ତିର ଆଧାର: ଇଦ୍‌

ଡ. ସତ୍ୟନାରାୟଣ ମିଶ୍ର

ମୁସଲମାନ ଧର୍ମର ବ୍ୟକ୍ତିମାନେ ପଞ୍ଚ ଶକ୍ତିର ଆଧାରରେ ସମର୍ପିତ ହୋଇଥାନ୍ତି; ଯାହା ଇସ୍‌ଲାମ ଓ ମହମ୍ମଦଙ୍କ ଦ୍ୱାରା ଶୃଙ୍ଖଳାର ପରିଧି ମଧ୍ୟରେ ନିମର୍ଜିତ ହୋଇଥାଏ। ସେଗୁଡ଼ିକ ହେଲା ଶହାଦା, ସଲାତ ବା ନମାଜ, ଜକାତ, ସୋମ ବା ରୋଜା ଓ ହଜ । ଉକ୍ତ ପଞ୍ଚ ଶକ୍ତିର ପ୍ରୟୋଗରେ ମଣିଷ ମାର୍ଜିତ ହୋଇ ଜୀବନ ଧାରଣର ଏକ ଆଧାର ସୃଷ୍ଟି କରିଥାଏ; ଯାହା ହେଉଛି ସଂଯମତା, ଇନ୍ଦ୍ରିୟ ଦମନ ଓ ଜୀବନର ବଞ୍ଚିବାର ଶୃଙ୍ଖଳିତ ମାଧ୍ୟମ ବା ବ୍ୟବସ୍ଥା। ଶହାଦା ହେଉଛି ବିଶ୍ୱାସ। ଇସ୍‌ଲାମ ଉପରେ, ମହମ୍ମଦଙ୍କ ଉପରେ, ଆଲ୍ଲାଙ୍କ ଉପରେ ତଥା ଏକେଶ୍ୱରବାଦ ଉପରେ ବିଶ୍ୱାସ। ସତ୍ୟ ଓ ପୀରଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ହିଁ ହେଉଛି ପ୍ରଥମ ଶକ୍ତି, ଯାହା ବଞ୍ଚିବାର ଆଶାକୁ ଆଗକୁ ଆଗକୁ ଶୃଙ୍ଖଳିତ କରିଥାଏ କାରଣ ଏଠାରେ ସମର୍ପଣ ନିହିତ ଥାଏ। ଦ୍ୱିତୀୟ ହେଉଛି ସଲାତ ବା ନମାଜ ଯାହା ଦୈନନ୍ଦିନ ଜୀବନ ଶୈଳୀକୁ ସୁଗମ କରି ଏକ ମାର୍ଜିତ ମଣିଷ ପ୍ରତିଷ୍ଠା କରିଥାଏ। ଏଥିରେ ବ୍ୟକ୍ତି ଦିନକୁ ପାଞ୍ଚଥର ଈଶ୍ୱରଙ୍କୁ ପ୍ରାର୍ଥନା କରିଥାନ୍ତି। ଉକ୍ତ ପାଞ୍ଚଥର ପ୍ରାର୍ଥନାଗୁଡ଼ିକ ହେଉଛି ଫଜର; ଯାହା ପ୍ରତ୍ୟୁଷରେ ପ୍ରାର୍ଥନା କରାଯାଇଥାଏ, ଦ୍ୱିତୀୟରେ ଜୁହର ଯାହା ମଧ୍ୟାହ୍ନରେ କରାଯାଇଥାଏ, ତୃତୀୟରେ ଅସ୍ର ଯାହା ଅପରାହ୍ନରେ କରାଯାଇଥାଏ, ଚତୁର୍ଥରେ ମଘରିବ ଯାହା ସୂର୍ଯ୍ୟାସ୍ତ ପରେ କରାଯାଇଥାଏ ଓ ପଞ୍ଚମରେ ଈଷା ଯାହା ସା ବା ରାତ୍ରିର ପ୍ରଥମ ପ୍ରହରରେ କରାଯାଇଥାଏ। ତୃତୀୟ ଶକ୍ତି ହେଉଛି ଜକାତ, ଯାହା ଦାନ ଧର୍ମରେ ନିୟୋଜିତ କରିଥାଏ। ଦରିଦ୍ରଙ୍କୁ ଦାନ କରିବା ହେଉଛି ପ୍ରକୃତରେ ଭଗବାନଙ୍କୁ ପୂଜା କରିବା ସହ ସମାନ। ଜକାତରେ ନିର୍ଦ୍ଦେଶ ଅଛି ଯେ ଜଣେ ବ୍ୟକ୍ତିର ସମୁଦାୟ ରୋଜଗାରର ୨.୫% ସମାଜର ଦରିଦ୍ର ଓ ଆବଶ୍ୟକ ବ୍ୟକ୍ତିମାନଙ୍କ ନିମନ୍ତେ ଦାନ କରିବା ଉଚିତ। ଚତୁର୍ଥ ଶକ୍ତି ହେଉଛି ସୋମ ବା ରୋଜା ଯାହା ଉପବାସ କରିବାକୁ ନିର୍ଦ୍ଦେଶ ଦେଇଥାଏ। ମୁସଲମାନ ଧର୍ମାବଲମ୍ବୀମାନେ ରମଜାନ ମାସରେ ଏକ ମାସ ଧରି ଦିନରେ ସୂର୍ଯ୍ୟୋଦୟ ପରେ ଉପବାସ କରିଥାନ୍ତି, ଯାହା ସୂର୍ଯ୍ୟାସ୍ତରେ ପ୍ରତ୍ୟହ ଶେଷ ହୋଇଥାଏ। ଉକ୍ତ ସମୟରେ ସେମାନେ ସେମାନଙ୍କର ଆରାଧ୍ୟ ଈଶ୍ୱର ଆଲ୍ଲାଙ୍କୁ ଉପବାସ ମାଧ୍ୟମରେ ସମର୍ପଣ ହୋଇଥାନ୍ତି ଓ ପ୍ରୟାସ କରିଥାନ୍ତି ଯେ ଈଶ୍ୱର ହିଁ କେବଳ ଆବଶ୍ୟକ ଓ ଅନ୍ୟ ସବୁ ପାର୍ଥିବ ବସ୍ତୁ ତୁଚ୍ଛ। ପଞ୍ଚମ ଶକ୍ତି ହେଉଛି ହଜ ଯାହା ସୂଚନା ଦେଇଥାଏ ଯେ ଜୀବନରେ ଅନୂ୍ୟନ ଥରେ ମକ୍କାକୁ ତୀର୍ଥ ଭ୍ରମଣ କରିବା ଉଚିତ। ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ କର୍ମମୟ ଜୀବନର ଭୋଗ ବିଳାସର ତୃପ୍ତିକୁ ପ୍ରତ୍ୟାଖ୍ୟାନ କରି ଧର୍ମର ଅନ୍ବେଷଣରେ ଭ୍ରମଣ କରିବା ଓ ଅନ୍ୟମାନଙ୍କୁ ଆର୍ଥିକ ଅନୁଦାନ ସାହାଯ୍ୟ କରିବା, ଏଥିରେ ବ୍ୟକ୍ତିର ସାମାଜିକ ଶୃଙ୍ଖଳା ଓ ଅନ୍ୟମାନଙ୍କ ପ୍ରତି ପ୍ରତିବଦ୍ଧତାର ମହନୀୟ ଗୁଣ ନିହିତ ଥାଏ।
ତେଣୁ ଆତ୍ମ ଶୁଦ୍ଧିର ଶକ୍ତି ବୃଦ୍ଧି ନିମନ୍ତେ ମୁସଲମାନ ଧର୍ମାବଲମ୍ବୀମାନେ ଏକ ମାସ ଧରି ଯେଉଁ ଉପବାସ ବା ରୋଜା କରିଥାନ୍ତି ଯାହାକୁ ରମଜାନ କୁହାଯାଏ ତାହାର ଏକ ମାସର ପୂର୍ଣ୍ଣତାକୁ ଇଦ୍‌ କୁହାଯାଏ। ବିଶ୍ୱାସ କରାଯାଏ ଯେ ପ୍ରଫେଟ ମହମ୍ମଦ ପବିତ୍ର କୋରାନର ପ୍ରଥମ ସ୍ପର୍ଶ ବା ସ୍ବ ଅନୁଭୂତି ଏହି ରମଜାନ ମାସରେ ପାଇଥିଲେ। ତେଣୁ ଇଦ୍‌ ହେଉଛି ଉକ୍ତ ଉପବାସର ମାସକୁ ଭଙ୍ଗ କରି ନିଜ ନିଜ ମଧ୍ୟରେ ଭାବ, ସ୍ନେହ, ଶ୍ରଦ୍ଧା ଆଦି ଗୁଣରେ ବିନିମୟ କରି ମଣିଷର ଜୀବନର ଆଭିମୁଖ୍ୟକୁ ପ୍ରତିପାଦନ କରିବା ଓ ଈଶ୍ୱରଙ୍କ ନିକଟରେ ସମର୍ପଣ ହେବା। ରମଜାନ ଆତ୍ମାକୁ ଶୁଦ୍ଧ କରିଥାଏ ଓ ମାନବୀୟ ପ୍ରେମରେ ମଣିଷ ଜୀବନ ନିର୍ବାହ କରିବାର ପନ୍ଥାକୁ ବିଚାର କରିଥାଏ। ତେଣୁ ଇଦ୍‌ ପର୍ବ ହେଉଛି ପଞ୍ଚ ଶକ୍ତିର ଆଧାର ନିଷ୍ଠାର ପବିତ୍ର ମାନବ ପ୍ରେମ ଓ ଭବିଷ୍ୟତ ଜୀବନ ନିର୍ବାହର ଏକ ଦୃଷ୍ଟାନ୍ତ ବା ଶକ୍ତି; ଯାହା ପ୍ରେରଣା ଦେଇଥାଏ ଯେ ଜୀବନର ମାର୍ଗ ଦର୍ଶନର ପନ୍ଥା। ରମଜାନ ମାସର ଇଦ୍‌ ପର୍ବରେ ଯେଉଁ ପଞ୍ଚ ଶକ୍ତିର ଆଧାର ସୃଷ୍ଟି ହୋଇଥାଏ ତାହା ଥାଏ ଏକ ଯୋଗକର୍ମ ଓ ତାହା ପଞ୍ଚଭୂତ- ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସହ ଜଡିତ ଥାଏ। ପୁଣି ତାହା ପଞ୍ଚ ଇନ୍ଦ୍ରିୟ – କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ବା ଓ ନାସା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଯେତେବେଳେ ମୁସଲମାନ ଧର୍ମାବଲମ୍ବୀ ମାନେ ରମଜାନ ମାସରେ ପାଞ୍ଚଥର ପ୍ରାର୍ଥନା କରିଥାନ୍ତି ତାହା ଥାଏ ଏକ ଯୋଗ କ୍ରିୟା ଓ ସେଗୁଡ଼ିକ ଶବ୍ଦ, ସ୍ପର୍ଶ, ଘ୍ରାଣ, ରୂପ ଓ ସ୍ବାଦ ସହ ସନ୍ନିବେଷ୍ଟିତ ଥାଏ। ପାଞ୍ଚଟି ଅଙ୍ଗୁଳିରେ କ୍ଷିତି, ଅପ, ତେଜ, ମରୁତ ଓ ବ୍ୟୋମର ସ୍ଥିତି ରହିଥାଏ। ରମଜାନର ପୂର୍ଣ୍ଣତା ପ୍ରାପ୍ତିରେ ଇଦ୍‌ର ପାଳନ ହେଉଛି ନିଷ୍ଠା, ସେବା, ତ୍ୟାଗ, ଭ୍ରାତୃପ୍ରେମ, ମାନବିକତା ଇତ୍ୟାଦିର ପ୍ରେରଣା ଓ ନିଷ୍ଠାର କ୍ରିୟା। କ୍ରିୟା ଯେତେବେଳେ ପୂର୍ଣ୍ଣତା ପ୍ରାପ୍ତି ହୋଇଥାଏ ସେତେବେଳେ ଶକ୍ତିର ତେଜ ଦୃଶ୍ୟମାନ ହୋଇଥାଏ, ମାତ୍ର ଯେତେବେଳେ ଯୁକ୍ତାତ୍ମକ କର୍ମଗୁଡ଼ିକ ପ୍ରତିବନ୍ଧକକୁ ପରାସ୍ତ କରି ଲକ୍ଷ୍ୟ ଭେଦ କରି ମାନବ କଲ୍ୟାଣରେ ସହାୟକ ହୋଇଥାଏ, ସେତେବେଳେ ତାହା ଶକ୍ତିର ରୂପ ନେଇ ଏକ ଆଧାର ଶକ୍ତି ହୋଇଥାଏ; ଯାହା ରମଜାନ ମାସର ପଞ୍ଚଶକ୍ତିରେ ସିକ୍ତ ହୋଇ ଇଦ୍‌ ପର୍ବରେ ତାହାର ପୂର୍ଣ୍ଣତା ହୋଇଥାଏ ଓ ଶାନ୍ତିର ମଳୟ ପବନରେ ମଣିଷ ନିଜକୁ ମାର୍ଜିତ କରିଥାଏ। ତେଣୁ ପଞ୍ଚଶକ୍ତିର ଆଧାରର ପରିସୀମାରେ ଇଦ୍‌ ହେଉଛି ଏକ ସମନ୍ବୟ କ୍ଷେତ୍ର ପ୍ରସ୍ତୁତି ଓ ସଦ୍ଭାବନାର ଅବସର।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର, ମଧୁସୂଦନ ନଗର,ଭୁବନେଶ୍ବର
ମୋ -୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri