ବ୍ୟାଙ୍କ ପାଇବେ ୨୦ ହଜାର କୋଟିର ପୁଞ୍ଜି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ବ୍ୟାଙ୍କଗୁଡିକ ବର୍ତ୍ତମାନ ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଛନ୍ତି। ଏହି ସମସ୍ୟାକୁ ଧ୍ୟାନରେ ରଖି ସରକାର ବ୍ୟାଙ୍କଗୁଡିକରେ ପୁଞ୍ଜି ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି। ଏହ ଅଧୀନରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟାଙ୍କଗୁଡିକୁ ସରକାର ଯୋଗାଇ ଦେବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜୀକରଣ କାର୍ଯ୍ୟକ୍ରମକୁ ପାର୍ଲାମେଣ୍ଟ ନିକଟରେ ମଞ୍ଜୁରୀ ପ୍ରଦାନ କରିଛି। ୨୦୨୦-୨୧ରେ ଅତିରିକ୍ତ ଖର୍ଚ୍ଚ ଦାବି ଅଧୀନରେ ଉକ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସରକାର ୨୦୧୯-୨୦ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କା ପୁଞ୍ଜି ଯୋଗାଇ ଦେଇଥିଲେ। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଏବଂ ଋଣ ଯୋଗାଣକୁ ତ୍ୱରାନ୍ବିତ ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା।
ଚଳିତ ଆର୍ଥତ୍କବର୍ଷ ତୃତୀୟ ତ୍ରୈମାସରେ ଏହି ପୁଞ୍ଜି ବ୍ୟାଙ୍କଗୁଡିକୁ ମିଳିବା ନେଇ ଆକଳନ କରାଯାଉଛି। ଏହାବାଦ ଚଳିତ ଆର୍ଥତ୍କବର୍ଷରେ ଇକ୍ୱିଟି ଏବଂ ବଣ୍ଡ ଜାରିରୁ ବଜାରରୁ ପୁଞ୍ଜି ଉଠାଇବା ଲାଗି ବ୍ୟାଙ୍କଗୁଡିକ ଅଂଶୀଦାରଙ୍କଠାରୁ ମଞ୍ଜୁରୀ ମିଳିଛି। ବ୍ୟାଙ୍କ ସେମାନଙ୍କ ଆବଶ୍ୟକତା ମୁତାବକ ବଜାରରୁ ପୁଞ୍ଜି ଉଠାଇବାକୁ ସକ୍ଷମ ହେବେ ବୋଲି ସରକାର ଆଶା ରଖିଥିଲେ। ୨୦୨୦-୨୧ ସାଧାରଣ ବଜେଟରେ ସରକାର ବ୍ୟାଙ୍କଗୁଡିକ ଲାଗି କୌଣସି ପୁଞ୍ଜି ବ୍ୟବସ୍ଥା କରି ନ ଥିବା ଜଣାପଡିଛି। ଗତ ଆର୍ଥତ୍କ ବର୍ଷରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୬,୦୯୧ କୋଟି ଟଙ୍କା ଲାଭ କରିଥିବା ବେଳେ ୟୁନିୟନ ବ୍ୟାଙ୍କ ୧୧,୭୬୮ କୋଟି, କାନାରା ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ୬୫୭୧ କୋଟି ଓ ୨୫୩୪ କୋଟି, ଆଲ୍ଲାହାବାଦ ବ୍ୟାଙ୍କ ୨,୧୫୩ କୋଟି, ୟୁନାଇଟେଡ ବ୍ୟାଙ୍କ ୧,୬୬୬ କୋଟି, ଆନ୍ଧ୍ର ବ୍ୟାଙ୍କ ୨୦୦ କୋଟି ଟଙ୍କାର ପୁଞ୍ଜି ଲାଭ କରିଥିଲା। ଏହାବାଦ ବ୍ୟାଙ୍କ ଅଫ୍‌ ବରୋଦା ୭ ହଜାର କୋଟି ଟଙ୍କାର ପୁଞ୍ଜି ଲାଭ କରିଥିବା ବେଳେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ୪,୩୬୦ କୋଟି, ୟୁକୋ ବ୍ୟାଙ୍କ ୨,୧୪୨ କୋଟି, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ୭୮୭ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ୩,୩୫୩ କୋଟି ଏବଂ ଆଇଡିବିଆଇ ବ୍ୟାଙ୍କ ୪୫୫୭ କୋଟି ଟଙ୍କା ପାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri