ବ୍ୟାଙ୍କ ପାଇବେ ୨୦ ହଜାର କୋଟିର ପୁଞ୍ଜି

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ବ୍ୟାଙ୍କଗୁଡିକ ବର୍ତ୍ତମାନ ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଛନ୍ତି। ଏହି ସମସ୍ୟାକୁ ଧ୍ୟାନରେ ରଖି ସରକାର ବ୍ୟାଙ୍କଗୁଡିକରେ ପୁଞ୍ଜି ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି। ଏହ ଅଧୀନରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟାଙ୍କଗୁଡିକୁ ସରକାର ଯୋଗାଇ ଦେବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପୁଞ୍ଜୀକରଣ କାର୍ଯ୍ୟକ୍ରମକୁ ପାର୍ଲାମେଣ୍ଟ ନିକଟରେ ମଞ୍ଜୁରୀ ପ୍ରଦାନ କରିଛି। ୨୦୨୦-୨୧ରେ ଅତିରିକ୍ତ ଖର୍ଚ୍ଚ ଦାବି ଅଧୀନରେ ଉକ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସରକାର ୨୦୧୯-୨୦ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୭୦ ହଜାର କୋଟି ଟଙ୍କା ପୁଞ୍ଜି ଯୋଗାଇ ଦେଇଥିଲେ। ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଏବଂ ଋଣ ଯୋଗାଣକୁ ତ୍ୱରାନ୍ବିତ ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା।
ଚଳିତ ଆର୍ଥତ୍କବର୍ଷ ତୃତୀୟ ତ୍ରୈମାସରେ ଏହି ପୁଞ୍ଜି ବ୍ୟାଙ୍କଗୁଡିକୁ ମିଳିବା ନେଇ ଆକଳନ କରାଯାଉଛି। ଏହାବାଦ ଚଳିତ ଆର୍ଥତ୍କବର୍ଷରେ ଇକ୍ୱିଟି ଏବଂ ବଣ୍ଡ ଜାରିରୁ ବଜାରରୁ ପୁଞ୍ଜି ଉଠାଇବା ଲାଗି ବ୍ୟାଙ୍କଗୁଡିକ ଅଂଶୀଦାରଙ୍କଠାରୁ ମଞ୍ଜୁରୀ ମିଳିଛି। ବ୍ୟାଙ୍କ ସେମାନଙ୍କ ଆବଶ୍ୟକତା ମୁତାବକ ବଜାରରୁ ପୁଞ୍ଜି ଉଠାଇବାକୁ ସକ୍ଷମ ହେବେ ବୋଲି ସରକାର ଆଶା ରଖିଥିଲେ। ୨୦୨୦-୨୧ ସାଧାରଣ ବଜେଟରେ ସରକାର ବ୍ୟାଙ୍କଗୁଡିକ ଲାଗି କୌଣସି ପୁଞ୍ଜି ବ୍ୟବସ୍ଥା କରି ନ ଥିବା ଜଣାପଡିଛି। ଗତ ଆର୍ଥତ୍କ ବର୍ଷରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୬,୦୯୧ କୋଟି ଟଙ୍କା ଲାଭ କରିଥିବା ବେଳେ ୟୁନିୟନ ବ୍ୟାଙ୍କ ୧୧,୭୬୮ କୋଟି, କାନାରା ବ୍ୟାଙ୍କ ଏବଂ ଇଣ୍ଡିଆନ ବ୍ୟାଙ୍କ ୬୫୭୧ କୋଟି ଓ ୨୫୩୪ କୋଟି, ଆଲ୍ଲାହାବାଦ ବ୍ୟାଙ୍କ ୨,୧୫୩ କୋଟି, ୟୁନାଇଟେଡ ବ୍ୟାଙ୍କ ୧,୬୬୬ କୋଟି, ଆନ୍ଧ୍ର ବ୍ୟାଙ୍କ ୨୦୦ କୋଟି ଟଙ୍କାର ପୁଞ୍ଜି ଲାଭ କରିଥିଲା। ଏହାବାଦ ବ୍ୟାଙ୍କ ଅଫ୍‌ ବରୋଦା ୭ ହଜାର କୋଟି ଟଙ୍କାର ପୁଞ୍ଜି ଲାଭ କରିଥିବା ବେଳେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ୪,୩୬୦ କୋଟି, ୟୁକୋ ବ୍ୟାଙ୍କ ୨,୧୪୨ କୋଟି, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ୭୮୭ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ୩,୩୫୩ କୋଟି ଏବଂ ଆଇଡିବିଆଇ ବ୍ୟାଙ୍କ ୪୫୫୭ କୋଟି ଟଙ୍କା ପାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଚ୍ଚନାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୫।୫: ଗୁଗଲ ପକ୍ଷରୁ ଅର୍ଚ୍ଚନା ଗୁଲାଟିଙ୍କୁ କମ୍ପାନୀ ପାଇଁ ଦେଶର ନୂତନ ପବ୍ଲିକ୍‌ ପଲିସି ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଗୁଲାଟୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ନିରାପତ୍ତା କ୍ଷେତ୍ରରେ ହ୍ୟୁଣ୍ଡାଇର ଉଦ୍ୟମ

ଭୁବନେଶ୍ୱର,୬।୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଉଦ୍ୟମ ଜାରି ରହିଛି। କମ୍ପାନୀ ପକ୍ଷରୁ ଏହାର ପ୍ରତି ବିତରଣ କେନ୍ଦ୍ରଗୁଡିକରେ...

ତୈଳବୀଜ ମହଜୁଦ ଉପରେ ସରକାରଙ୍କ କଟକଣା

ଭୁବନେଶ୍ୱର,୬ା୨: ଗତ କିଛି ମାସ ହେବ ବିଭିନ୍ନ କାରଣ ଯୋଗୁ ଦେଶରେ ଖାଇବା ତେଲ ଦର ବୃଦ୍ଧି ଘଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର...

ମାରୁତି ସୁଜୁକି ଅଲ୍‌ଟୋର ବିକ୍ରି ସଫଳତା

ଭୁବନେଶ୍ୱର,୧୪।୮: ମାରୁତି ସୁଜୁକି ଅଲ୍‌ଟୋ ପକ୍ଷରୁ ଏହାର ବିକ୍ରି ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ଭାରତୀୟ ଗ୍ରାହକଙ୍କ ଲାଗି ଏହା ଏକ ଲୋକପ୍ରିୟ ମଡେଲ ଭାବେ...

୩୦ ବିଲିୟନ ଡଲାର ବଢ଼ିଲା ଜୁକରବର୍ଗଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୫।୫: ଗତ କିଛିଦିନ ତଳେ ଫେସ୍‌ବୁକ୍‌ର ମାର୍କ ଜୁକରବର୍ଗ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ୪୪ ହଜାର କୋଟି ଟଙ୍କା ନିବେଶ...

୯ ମିନିଟ୍‌ର ଲାଇଟ୍ ଅଫ୍‌: ପାୱାର ଗ୍ରୀଡ୍ ବ୍ଲାକ୍‌ଆଉଟ୍ ହେବା ଆଶଙ୍କା !

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ,...

ଟିକା ନେବା ପରେ ଚିକିତ୍ସାଳୟ ଯିବା ଦରକାର ନାହିଁ

ଭୁବନେଶ୍ୱର,୨୯ା୧୧: ସାରା ଦେଶରେ କୋଭିଡ୍‌-୧୯ର ଭୟ ବର୍ତ୍ତମାନ ମଧ୍ୟ ସମସ୍ତଙ୍କୁ ଚକିତ କରି ରଖିଛି। ଏହି ମହାମାରୀକୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି। ହେଲେ...

ଆତ୍ମନିର୍ଭର ଭାରତ ବାଟରେ କଣ୍ଟା: ବଜାରରେ କୋଟି କୋଟି ଟଙ୍କାର ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକେ ସ୍ବଦେଶୀ ଉତ୍ପାଦ ବ୍ୟବହାର କଲେ ଦେଶର ଆର୍ଥତ୍କ ସ୍ଥିତିରେ...

Advertisement
Archives

Model This Week