Posted inଖେଳ

ବୋଟାସ୍‌ ଜିତିଲେ ରୁଷିଆନ୍‌ ଗ୍ରାଁ ପ୍ରି

ସୋଚି, ୨୮ା୯ : ରବିବାର ଅନୁଷ୍ଠିତ ରୁଷିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ମର୍ସିଡିଜ୍‌ ଡ୍ରାଇଭର ଭାଲଟେରି ବୋଟାସ ଟାଇଟଲ ବିଜୟୀ ହୋଇଛନ୍ତି। ସିଜନ ୨୦୨୦ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଏବଂ କ୍ୟାରିୟରର ୯ମ ଟାଇଟଲ। ଏହାପୂର୍ବରୁ ସେ ଅଷ୍ଟ୍ର୍ରିଆରେ ସିଜନର ପ୍ରଥମ ରେସ୍‌ ଜିତିଥିଲେ। ସୂଚନାଯୋଗ୍ୟ, ସୋଚିର ଏହି ଟ୍ରାକ୍‌ରେ ସେ ୨୦୧୭ରେ କ୍ୟାରିୟରର ପ୍ରଥମ ବିଜୟ ହାସଲ କରିଥିଲେ। ରେଡ୍‌ବୁଲ୍‌ର ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନଙ୍କ ଆଗରେ ମାକ୍ସ ଭର୍ଷ୍ଟାପେନ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରାକ୍ଟିସ ଷ୍ଟାର୍ଟରେ ତ୍ରୁଟି ପୋଜିଶନ ପାଇଁ ହାମିଲଟନଙ୍କୁ ଦୁଇ ଥର ୫ ସେକେଣ୍ଡ ପେନାଲଟି ହେବାରୁ ସେ ତୃତୀୟ ସ୍ଥାନକୁ ଖସିଯାଇଥିଲେ। ଚାମ୍ପିୟନଶିପ୍‌ ଲିଡର ହାମିଲଟନ ସୋଚି ଅଟୋଡ୍ରମ୍‌ଠାରେ ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିଲେ। କ୍ୟାରିୟରର ୯୧ତମ ଫର୍ମୁଲା ଓ୍ବାନ ବିଜୟ ସହ ମାଇକେଲ ସୁମାକରଙ୍କ ରେକର୍ଡ ସମକକ୍ଷ ହେବା ଲକ୍ଷ୍ୟରେ ସେ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ଏଠାରେ ବିଜୟ ଦ୍ୱାରା ଡ୍ରାଇଭର ଚାମ୍ପିୟନଶିପ୍‌ ଲିଡର ବୋର୍ଡରେ ପ୍ରଥମ ସ୍ଥାନରେ ରହିଥିବା ହାମିଲଟନ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ବୋଟାସଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୪୪କୁ ହ୍ରାସ ପାଇଛି। ତାଲିକାରେ ହାମିଲଟନ ୨୦୫ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ତାଙ୍କ ପଛକୁ ଯଥାକ୍ରମେ ବୋଟାସ (୧୬୧), ଭର୍ଷ୍ଟାପେନ(୧୨୮) ଓ ମ୍ୟାକଲରେନର ଲାଣ୍ଡୋ ନୋରିସ ରହିଛନ୍ତି। ନୋରିସ୍‌ ରବିବାର ରେସ୍‌ରେ ୧୫ତମ ସ୍ଥାନରେ ରହିଥିଲେ। ରେନଲ୍ଟର ଡାନିଏଲ ରିକାର୍ଡୋ ଏବଂ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ଙ୍କୁ ଯଥାକ୍ରମେ ପଛରେ ପକାଇ ରେସିଂ ପଏଣ୍ଟର ସର୍ଗିଓ ପେରେଜ ୪ର୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ଓଭର ଶେଷ ବଲରେ ଛକା ମାରି ଆୟର୍ଲାଣ୍ଡକୁ ଜିତାଇଲେ ଓବ୍ରେନ

ଗ୍ରେଟର ନୋଏଡା,୧୧।୩- ସୁପର ଓଭରର ଅନ୍ତିମ ବଲରେ କେଭିନ ଓବ୍ରେନଙ୍କ ଛକା ଯୋଗୁ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ...

ଭାରତର ଫୁଟ୍‌ବଲ ଖେଳାଳି ବୋରିସ୍‌ ସିଂଙ୍କୁ କରୋନା

ନୂଆଦିଲ୍ଲୀ, ୨୧ା୮ (ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ଭାରତର ୨୦୧୭ ଫିଫା ବିଶ୍ୱକପ୍‌ ଦଳର ଅନ୍ୟତମ ସଦସ୍ୟ ବୋରିସ୍‌ ସିଂ ଥଙ୍ଗ୍‌ଜମ୍‌ଙ୍କର ପଜିଟିଭ୍‌ ଆସିଛି। କରୋନାରେ ସଂକ୍ରମିତ...

‘ଦୁଇ ଭାଗ ହୋଇଗଲାଣି ଭାରତୀୟ କ୍ରିକେଟ ଟିମ୍‌’

ନୂଆଦିଲ୍ଲୀ,୩।୧୧: ଟି-୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍‌ ଇଣ୍ଡିଆ। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜିତ ହେବା ପରଠାରୁ ଦଳକୁ ବିଭିନ୍ନ ମହଲରେ ସମାଲୋଚନାର...

ଏସିଆ କପ୍‌ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ...

ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌: ୨୫ ମି. ଟିମ୍‌ ପିସ୍ତଲରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୬।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ମହିଳାମାନେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଚିଙ୍କି ଯାଦବ, ମନୁ ଭାକର ଓ...

୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ଆଇପିଏଲ୍‌ ଦଳ

ନୂଆଦିଲ୍ଲୀ,୬।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିବା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳଗୁଡିକ ୬ ବଦଳରେ ୩ ଦିନିଆ କ୍ୱାରାଣ୍ଟାଇନ୍‌ ଚାହାନ୍ତି ବୋଲି...

ରେକର୍ଡ ସହ ଭର୍ଷ୍ଟାପେନ୍‌ଙ୍କ ପୋଲ ପୋଜିଶନ

ହଙ୍ଗାରୋରିଂ (ହଙ୍ଗେରୀ), ୪ା୮ (ଏଏଫ୍‌ପି)-ରେକର୍ଡ ବ୍ରେକିଂ ସ୍ପିଡ୍‌ ସହ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଫର୍ମୁଲାଓ୍ବାନ୍‌ରେ ତାଙ୍କ ବହୁ ପ୍ରତିକ୍ଷିତ ପ୍ରଥମ ପୋଲ ପୋଜିଶନ ହାସଲ କରିଛନ୍ତି।...

ନୀରବତା ଭାଙ୍ଗିଲେ ସୋଏବ ମଲିକ

ଲଣ୍ଡନ, ୧୯।୬- ଚଳିତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚ୍‌ରେ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟରଙ୍କୁ ଏବେ ନିଜ ଦେଶରୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ...

Advertisement
Archives

Model This Week