ଅଡିଟ୍‌ ଧରିଲା ୪.୨୧ ଲକ୍ଷ ଟଙ୍କା ଆତ୍ମସାତ

ଯାଜପୁର ଅଫିସ,୬।୮: ଯାଜପୁର ଜିଲା ବଡଚଣା ବ୍ଲକ ଭରତପୁର ଓ ସାମିଆ ପଞ୍ଚାୟତର ୩ ଜଣ ପଞ୍ଚାୟତ ଏକ୍‌ଜିକ୍ୟୁଟିଭ ଅଫିସର (ପିଇଓ) ଜାଲିଆତି କରି ୪ ଲକ୍ଷ ୨୧ ହଜାର ୩୨୦ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି। ସେମାନେ ହେଲେ ଭରତପୁର ପଞ୍ଚାୟତର ତତ୍କାଳୀନ ପିଇଓ ହିମାଂଶୁ ଶେଖର ବେହେରା ଓ ସିଦିଓ ମୁଣ୍ଡରି ଏବଂ ସାମିଆ ପଞ୍ଚାୟତର ତତ୍କାଳୀନ ପିଇଓ ଜଳଧର ମହନ୍ତ। ୨୦୧୮-୧୯ ବର୍ଷର ଅଡିଟ ରିପୋର୍ଟରୁ ଏହି ଜାଲିଆତି ଧରାପଡ଼ିଛି। ବୃଦ୍ଧାବୃଦ୍ଧଙ୍କ ପାଇଁ ପେନସନ ଯୋଜନା ଓ ପଞ୍ଚାୟତ ପାଣ୍ଠିରୁ ଉକ୍ତ ଅର୍ଥ ଆତ୍ମାସାତ ହୋଇଥିବା ଜଣାପଡିଛି। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକାଲ ଫଣ୍ଡ ଅଡିଟ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ୨ା୮ା୨୦୨୧ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରକଳ୍ପ ବିଭାଗର ପ୍ରମୁଖ ସଚିବଙ୍କୁ ସୂଚିତ କରିଛନ୍ତି। ନିକଟରେ ଯାଜପୁର ପୌରାଞ୍ଚଳରେ ୩.୫୯ ଲକ୍ଷ ଟଙ୍କା ଆତ୍ମସାତ୍‌ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏସବୁରୁ ଜିଲାର ଅନେକ ବିଭାଗରେ ଦୁର୍ନୀତି କାୟା ବିସ୍ତାର କରିଚାଲିଛି ବୋଲି ସ୍ପଷ୍ଟ ହେଉଛି। ଦୁର୍ନୀତି ପ୍ରତି ସରକାରଙ୍କ କୋହଳ ଆଭିମୁଖ୍ୟରୁ ଏସବୁ ହେଉଛି ବୋଲି ମତପ୍ରକାଶ ପାଇଛି।
ଓଡ଼ିଶା ଟ୍ରେଜେରି ସଂହିତା ଖଣ୍ଡ-୧ର ନିୟମ ୩୭ ଅନୁଯାୟୀ ସମସ୍ତ ଆର୍ଥିକ ନେଣଦେଣ ହେବା ପରେ ତାହା କ୍ୟାଶ୍‌ ବହିରେ ଲିପିବଦ୍ଧ ହେବା କଥା। ଏହାସହ ହାତରେ ରହିଥିବା ସରକାରୀ ଅର୍ଥ ତୁରନ୍ତ ବିଭାଗର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ନିୟମ ରହିଛି। କିନ୍ତ ଭରତପୁର ଓ ସାମିଆ ପଞ୍ଚାୟତରେ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇଛି। ୨୦୧୮-୧୯ ଅଡିଟ ରିପୋର୍ଟ ଅନୁସାରେ ଭରତପୁର ପଞ୍ଚାୟତର ତତ୍କାଳୀନ ପିଇଓ ହିମାଂଶୁ ଶେଖର ବେହେରା (ବର୍ତ୍ତମାନ ମାଣ୍ଡୁକା ପଞ୍ଚାୟତର ପିଇଓ) ଯେତେବେଳେ ଦାୟିତ୍ୱ ହସ୍ତାନ୍ତର କରିଥିଲେ ସେତେବେଳେ ତାଙ୍କ ପାଖରେ ଥିବା ପଞ୍ଚାୟତ ପାଣ୍ଠିର ୨୦,୬୨୦ ଟଙ୍କା ଜମା କରି ନ ଥିଲେ। ତାହା ଏପର୍ଯ୍ୟନ୍ତ ଜମା ହୋଇ ନାହିଁ। ଏହା ତାହାକୁ ଅଡିଟ୍‌ ରିପୋର୍ଟରେ ଆତ୍ମସାତ୍‌ ବୋଲି ଦର୍ଶାଯାଇଛି। ଅନ୍ୟ ଏକ ଅଡିଟ ରିପୋର୍ଟରେ ଭରତପୁର ପଞ୍ଚାୟତର ତତ୍କାଳୀନ ପିଇଓ ସିଦିଓ ମୁଣ୍ଡରି (ବର୍ତ୍ତମାନ କୋରେଇ ବ୍ଲକରେ କାର୍ଯ୍ୟରତ) ତାଙ୍କ ଦାୟିତ୍ୱ ହସ୍ତାନ୍ତର ସମୟରେ ବୃଦ୍ଧାବୃଦ୍ଧଙ୍କ ପେନସନ ଟଙ୍କା ବାବଦକୁ ୩,୧୦,୧୦୦ ଟଙ୍କା ଜମା କରି ନ ଥିଲେ। କ୍ୟାଶ୍‌ବୁକ୍‌ ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା। ଏନେଇ ପଞ୍ଚାୟତିରାଜ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ସେହିପରି ସାମିଆ ପଞ୍ଚାୟତର ତତ୍କାଳୀନ ପିଇଓ ଜଳଧର ମହନ୍ତ(ବର୍ତ୍ତମାନ ସୁକିନ୍ଦା ବ୍ଲକରେ କାର୍ଯ୍ୟରତ)ବୃଦ୍ଧାବୃଦ୍ଧଙ୍କ ପେନସନ ଟଙ୍କା ବାବଦକୁ ୯୦,୬୦୦ ଟଙ୍କା ଜମା କରି ନାହାନ୍ତି । ଅଡିଟ ରିପୋର୍ଟରେ କ୍ୟାଶ୍‌ ବହି ଯାଞ୍ଚ ସମୟରେ ଏହା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ଦାରିଙ୍ଗବାଡ଼ିରେ ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’: ଜିଲା ସ୍ତରୀୟ ପ୍ରତିଯୋଗିତା ପାଇଁ ୬ କୃତୀ ଛାତ୍ରଛାତ୍ରୀ ମନୋନୀତ

ଦାରିଙ୍ଗବାଡ଼ି,୨୨।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇ (ITI) ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଆନନ୍ଦ-ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ଗାଡ଼ି ଅଟକାଇ ମାଡ଼ ମାରିବା ମାମଲା: ୩ ଅଭିଯୁକ୍ତ ଜେଲ୍ ଗଲେ, ଜଣେ ଗିରଫ ଓ ୨ ଆତ୍ମସମର୍ପଣ

ବଞ୍ଚୋ,୨୨।୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦେଓଗାଁ ଅଞ୍ଚଳରେ ଘଟିଥିବା ଗାଡ଼ି ଅଟକାଇ ମାଡ଼ ମାରିବା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?