ଆକର୍ଷଣ ମୋହ-ବିସ୍ମୟର

ଡ.ବାସୁଦେବ ମିଶ୍ର

ଈଶ୍ୱର ତାଙ୍କ ସୃଷ୍ଟିରେ ନିଜ ହାତରେ ଗଢ଼ିଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଜୀବନକାଳ ମଧ୍ୟରେ ସୁଖଦୁଃଖ ନେଇ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦିଅନ୍ତି। ପ୍ରାଣୀମାନେ ମଧ୍ୟ ଜୀବନକାଳ ମଧ୍ୟରେ ସେପରି ସୁଯୋଗର ପୂର୍ଣ୍ଣ ଉପଯୋଗ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ସେହି ସୁଯୋଗର ଉପଯୋଗ କରିବା ଭିତରେ ପ୍ରାଣୀଟି ପ୍ରତି ମୁହୂର୍ତ୍ତରେ ବିଭିନ୍ନ ବାଟରେ ଈଶ୍ୱରଙ୍କର ପରୀକ୍ଷାର ସମ୍ମୁଖୀନ ହେଉଥାଏ, ସେ କଥା ତାକୁ ଜଣା ନଥାଏ। ଚାଲିବା ପାଇଁ ପ୍ରାଣୀଟିକୁ ପାଦ ଦେବା ସହିତ ତା’ର ଚଲାବାଟକୁ କେଉଁଠି ନା କେଉଁଠି ପିଚ୍ଛିଳ କରି ଦେଇଥାଆନ୍ତି ସେ। ଆଖି ଦେଇଥାଆନ୍ତି ଦେଖିବାକୁ ସତ, କିନ୍ତୁ ତା’ ସହିତ ଖରାପ ଦୃଶ୍ୟ ତା’ ଆଖି ସମ୍ମୁଖକୁ ମଧ୍ୟ ଆଣିଥାଆନ୍ତି ସେ। ଏମିତି ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦେବା ସହିତ ଶରୀରରେ ଯୁକ୍ତ ହୋଇଥିବା କର୍ମେନ୍ଦ୍ରିୟଗୁଡ଼ିକର ଦୁରୁପଯୋଗ ନିମିତ୍ତ ବିଭିନ୍ନ ବାଟରେ ସୁଯୋଗ ସୃଷ୍ଟି କରିବା ତାଙ୍କ ପରୀକ୍ଷାର ଅନ୍ତର୍ଗତ ହୋଇଥାଏ। ମନ୍ଦିରକୁ ଯାଇ ଦିଅଁଦର୍ଶନ କରିବାକୁ ତୁମେ ଯେପରି ମୁକ୍ତ, ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଅଥବା ଦିଅଁ ଦର୍ଶନ ପରେ ମନ୍ଦିର ଗାତ୍ରରେ ଥିବା ମନମତାଣିଆ ଚିତ୍ର ଅଥବା ମୂର୍ତ୍ତିଗୁଡ଼ିକୁ ଦେଖିବାକୁ ତୁମେ ସେହିପରି ସ୍ବାଧୀନ। ଦିଅଁଦର୍ଶନ କରି ଅନ୍ତର ମନକୁ ପବିତ୍ରିତ କରିବ କି ଅନ୍ୟ ଚିତ୍ର ମୂର୍ତ୍ତିଗୁଡ଼ିକୁ ଦେଖି ମନ-ହୃଦୟକୁ କଳୁଷିତ କରିବ, ତାହା ତୁମ ବିଚାର, ଚିନ୍ତା ଚେତନାର କଥା। ଶରୀରଟିକୁ ବଞ୍ଚାଇ ରଖିବାକୁ ଯେଉଁ ଖାଦ୍ୟ ଆବଶ୍ୟକ, ତା’ର ସ୍ବାଦର ଉପଲବ୍‌ଧି ନ ହେଲେ ଖାଦ୍ୟ ପ୍ରତି ଆଗ୍ରହ ଆସିବ ନାହିଁ। ଖାଦ୍ୟ ପ୍ରତି ଆଗ୍ରହ ନ ଆସିଲେ ଶରୀର ପୁଷ୍ଟ ହେବା ସମ୍ଭବ ହେବନାହିଁ। ଏହି କଥାଟିକୁ ଦୃଷ୍ଟିରେ ରଖି ଜିହ୍ବାଟିଏ ଶରୀର ଭିତରେ ରଖିଛନ୍ତି ସେ। କିନ୍ତୁ ଖାଦ୍ୟ ପ୍ରତି ଯେତିକି ଆଗ୍ରହ ରହିବା କଥା, ତା’ଠାରୁ ଅଧିକ ଆଗ୍ରହ ରଖିଲେ ଶରୀର ତ ଅସୁସ୍ଥ ହେବ, ତା’ଛଡ଼ା ଗୁଡ଼ାଏ ଭୁଲ କାମ କରିବାର ପରିସ୍ଥିତି ସୃଷ୍ଟିହେବ। ପୁଣି ସେଇ ଜିହ୍ବା ଉପରେ ଆଉ ଗୋଟିଏ ମହାନ୍‌ ଦାୟିତ୍ୱ- କଥା କହିବା। କଥା କହିବା ତ ମଧୁର ବଚନ ନ କହି କର୍କଶ କହିବା କାହିଁକି? ଭାଗବତ କହିଛନ୍ତି- ‘ମଧୁର ବିନୟ ବଚନ, କହି ତୋଷିବ ଜନ ମନ।’ ନା, ସେସବୁ କଥା ଆମର ଶୁଣିବାର ନାହିଁ। ଆମେ କହୁକହୁ ଗୁଡ଼ାଏ ଆବୁରୁଜାବୁରୁ କହୁ। ତଦ୍ଦ୍ବାରା ଆମେ ନିଜର ମନ, ଆମତ୍ାକୁ କଳୁଷିତ କରିବା ସହିତ ଆମର ଚାରିପାଖର ପରିବେଶକୁ ମଧ୍ୟ କଳୁଷିତ କରିଦେଉ। ଏଣୁତେଣୁ ଆବୁରୁଜାବୁରୁ ଆଲୋଚନାରୁ କିଛି ମଜା ମିଳେ ବୋଲି ସେଇଟା ଯେଉଁଠି ସେଇଠି ଚାଲେ। ଚାଲେ ତ ଚାଲେ, ପୁଣି ତାହା ଶାଖା ପ୍ରଶାଖା ଦେଇ କେଉଁଠୁ ଯାଇ କେଉଁଠି ପହଞ୍ଚେ, ତା’ର କିଛି ଠିକଣା କି ହିସାବ ନଥାଏ। ଏସବୁ ହେଉଛି ପରୀକ୍ଷାର ବେଳ। କାହାର ବଞ୍ଚତ୍ବା ନ ବଞ୍ଚତ୍ବାକୁ ଖାତିର ନ କରି ସଂସାରରେ ନିଜେ କେବଳ ସୁଖଶାନ୍ତିରେ ବଞ୍ଚତ୍ଲ ଅବା ନିଜେ ବଞ୍ଚତ୍ବା ସହିତ ଆଉ କାହାକୁ ବଞ୍ଚତ୍ବାର କିଛି ସୁବିଧା ସୁଯୋଗ ଯୋଗାଇଦେଲ କି କାହାର ବଞ୍ଚତ୍ବାର ଯତ୍‌ସାମାନ୍ୟ ସମ୍ବଳକୁ ଅପହରଣ ତଥା ଆମତ୍ସାତ୍‌ କରି ତାକୁ ନିଃସ୍ବ କରିଦେଲ, ସେ ସମସ୍ତ ବିଷୟ ପରୀକ୍ଷାର ପରିସରଭୁକ୍ତ ହୋଇଥାଏ। ତୁମେ ପ୍ରକୃତରେ ତୁମର କାର୍ଯ୍ୟପାଇଁ ପୁରସ୍କାର ପାଇବା ପାଇଁ ଯୋଗ୍ୟ କି ତିରସ୍କାର, ତାହା ସେହି ପରୀକ୍ଷାଫଳ ଉପରେ ନିର୍ଭର କରେ।
ମନୁଷ୍ୟମାନଙ୍କର ମଧ୍ୟ ଦରବାର ଥାଏ। ସେମାନେ ନିଜେ ସମ୍ମାନ ପାଇବା ପାଇଁ ସେପରି ଦରବାରଟିଏ ତିଆରି କରିଥାଆନ୍ତି। ସେପରି ଦରବାରରେ ମିଳିଥିବା ସମ୍ମାନର ପ୍ରକୃତରେ କିଛି ମୂଲ୍ୟ ନଥାଏ। ସେଇଠି ମିଳେ କାଗଜପଟିରେ ଲେଖା ହୋଇଥିବା ମାନପତ୍ରଟିଏ। ନ ହେଲେ ତା’ ସହିତ କିଛି ଅର୍ଥ, ଯାହାକୁ ସେମାନେ ଟଙ୍କା ଅବା ଡଲାର ଅଥବା ଫ୍ରାଙ୍କ୍‌ ବୋଲି କହନ୍ତି। ତାଙ୍କର ଦରବାର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ସେଇଠି ରଙ୍ଗିନ୍‌ ଆଖିଝଲସା ଆଲୋକମାଳା ନ ଥାଏ, କି ଝୀନ ବସ୍ତ୍ରର ସାଜସଜ୍ଜା ନଥାଏ। ଦୋଷଗୁଣର ବିଚାର କିନ୍ତୁ ଥାଏ ଖୁବ୍‌ ସ୍ବଚ୍ଛ ଏବଂ ଉଜ୍ଜ୍ୱଳ, ସୂର୍ଯ୍ୟଚନ୍ଦ୍ରଙ୍କର ଆଲୋକ ପରି। ସେଇଠି ବିଚାରର ଯେଉଁ ରାୟ ମିଳେ, ତାକୁ ସଂସାରର କେଉଁ କୋର୍ଟ ଖାରଜ କରିପାରେ ନାହିଁ। ସେହି ଦରବାରରେ ଯେଉଁ ସମ୍ମାନ ମିଳେ, ପୃଥିବୀର ଯେକୌଣସି ଦେଶର ଯେ କୌଣସି ସମ୍ମାନ ତା’ ସହିତ ସମକକ୍ଷ ହୋଇପାରେ ନାହିଁ।
କାଗଜ ଉପରେ କଲମ ମୁନରେ ସୃଷ୍ଟି କରିଥିବା ରେଖାପରି ଆମର ଏ ଜୀବନ। ଆରମ୍ଭରୁ ଶେଷଯାଏ ଅସଂଖ୍ୟ ବିନ୍ଦୁର ସମାହାର ଏଇ ରେଖାଟି। ବିନ୍ଦୁଟିଏ- ଯାହାର ଲମ୍ବ ନ ଥାଏ, ପ୍ରସ୍ଥ ନ ଥାଏ କି ଉଚ୍ଚତା ମଧ୍ୟ ନ ଥାଏ। ମୁହୂର୍ତ୍ତଟିଏ ସେମିତି। ତାହା କାଳର ପ୍ରତିନିଧିରୂପେ ଆମ ପାଖକୁ ଆସୁଥାଏ ପ୍ରତିଦିନ, ପ୍ରତି ସକାଳ ସନ୍ଧ୍ୟାରେ, ପ୍ରତିଟି ସମୟରେ। ଯାହାର ଲମ୍ବ, ପ୍ରସ୍ଥ କି ଉଚ୍ଚତାକୁ ମାପିବା ସମ୍ଭବ ନୁହେଁ। ଜୀବନ ସେମିତି ରେଖାଟିଏ ପରି। ଅନେକ ମୁହୂର୍ତ୍ତର ସମଷ୍ଟିରେ ଏଇ ଜୀବନର ସୃଷ୍ଟି। କ୍ଷୁଦ୍ରରେଖା, ଲମ୍ବ ରେଖା ପରି କେଉଁଠି ଜୀବନରେ ମୁହୂର୍ତ୍ତର ପ୍ରାଚୁର୍ଯ୍ୟ ତ କେଉଁଠି କମ୍‌ ମୁହୂର୍ତ୍ତର ସମାବେଶରେ ଜୀବନଟିଏ। ତେବେ ସେହି ମୁହୂର୍ତ୍ତମାନଙ୍କର ଉଚିତ ଉପଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସୁଖଦୁଃଖ ଦୃଷ୍ଟିରୁ। ଜୀବନର କେତେ ମୂଲ୍ୟବାନ ମୁହୂର୍ତ୍ତ କିପରି ସୁଖ ଅଥବା ଦୁଃଖ ମଧ୍ୟଦେଇ ଅଥବା ସୁଯୋଗ ଆଉ ଦୁର୍ଯୋଗର ସହାୟତା ନେଇ ତୁମେ ବ୍ୟତୀତ କଲ, ତାହା ହିଁ ବିଚାରଯୋଗ୍ୟ ବିଷୟ ହୋଇଥାଏ।
ବାସ୍ତବ କଥାଟା ହେଲା, ଜୀବନରେ ଆମକୁ ଏଇ କେତୋଟି ମୁହୂର୍ତ୍ତ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦେବା ଭିତରେ ଈଶ୍ୱର ଆମ ସମ୍ମୁଖରେ ମୋହ ଦୃଶ୍ୟମାନ କରିଦିଅନ୍ତି। ଖୁବ୍‌ କମ୍‌ ଲୋକଙ୍କର ଏଥିପ୍ରତି ନିଘା ନଥାଏ ସିନା, ଏଇଠି କିନ୍ତୁ ଦେଖାଯାଏ ଭୀଷଣ ଭିଡ଼ ଅନବରତ। ଏଇ ଭିଡ଼ ଭିତରେ ଧନୀ, ମାନୀ, ଜ୍ଞାନୀ ସମସ୍ତଙ୍କୁ ଦେଖିବାକୁ ମିଳେ। ଏଠା ରାସ୍ତାଟା ମଧ୍ୟ କିଛି ମାତ୍ରାରେ ଖସଡ଼ା। ଏଇଠୁ ମଦିରା ପାନ କରିବା ପରେ ଖସଡ଼ା ରାସ୍ତାରେ ଗୋଡ଼ ଅବା ନ ଖସିବ କେମିତି? ଗୋଡ଼ ଖସୁଥାଏ ସିନା, ଏହି ମଦିରା ପାନ କରି ସାରା ସଂସାର ଉନ୍ମତ୍ତପ୍ରାୟ ଟଳମଳ ହେଉଥାଏ ଅହରହ। କେହି ସେଥିପାଇଁ ନିଜକୁ ଭାଗ୍ୟବାନ ମଣୁଥାଏ ତ କେହି ଅହଂକାରରେ ଫାଟି ପଡୁଥିବା ଦେଖାଯାଏ। ଆୟୁର ମୁହୂର୍ତ୍ତଗୁଡିକ କେତେବେଳେ କିପରି ବିତିଯାଏ, ଜାଣିହୁଏ ନାହିଁ। ନିଶା ଛାଡ଼ିବା ବେଳକୁ ଦେଖାଯାଏ, ସବୁ ଶେଷ ହୋଇଯାଇଛି। ନିଶାରେ ମସ୍‌ଗୁଲ୍‌ ଥିବାବେଳେ ଜନ୍ମହେବା ସମୟର ଦୁଃଖ, ବିପତ୍ତିର ଦୁଃଖ, ମୃତ୍ୟୁର ଭୟ କିଛି ନଥାଏ। ନିଶା ଛାଡ଼ିବା ପରେ ସବୁ ଆସି ମାଡ଼ିବସେ ଏକାବେଳକେ। ଏଇସବୁ ଭିତରେ ତାଙ୍କର ବିଚାର କାମଟା ସରିଯାଏ, ରାୟ ମଧ୍ୟ ପ୍ରକାଶ ପାଇଯାଏ।
ଦଶରଥପୁର, ଯାଜପୁର
ମୋ: ୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri