Posted inଖେଳ

କାଭେଣ୍ଡିସ୍‌ ଜିତିଲେ ଷ୍ଟେଜ୍‌-୬

ପ୍ୟାରିସ, ୨ା୭-ବ୍ରିଟେନର ମାର୍କ କାଭେଣ୍ଡିସ୍‌ ଟୁର୍‌ ଡି’ ଫ୍ରାନ୍ସର ସାଇକେଲ ରେସ୍‌ର ୬ଷ୍ଠ ଷ୍ଟେଜ୍‌ ଜିତିଛନ୍ତି। ଫଳରେ ବେଲଜିୟମର ଏଡି ମର୍କକ୍ସଙ୍କ ସର୍ବକାଳୀନ ରେକର୍ଡ ୩୪ଠାରୁ ସେ ଆଉ ମାତ୍ର ଦୁଇଟି ବିଜୟ ପଛରେ ରହିଛନ୍ତି। ଚେଟେରକ୍ସଠାରେ ସବୁବେଳେ ତାଙ୍କ ପ୍ରଦର୍ଶନ ଭଲ ରହିଛି। ଏହା ପୂର୍ବରୁ ସେ ଏହି ରୁଟ୍‌ରେ ୨୦୦୮ ଓ ୨୦୧୧ ପରେ ପୁଣି ୨୦୨୧ରେ ଷ୍ଟେଜ୍‌ ବିଜେତା ହୋଇପାରିଛନ୍ତି। ମାଥ୍ୟୁ ଭାନ୍‌ ଡର ପୋଏଲ୍‌ ୟେଲୋ ଜର୍ସି ବଜାୟ ରଖିଛନ୍ତି। ଟୁର୍ସଠାରୁ ଚେଟେରକ୍ସ ୧୬୦.୬ କିଲୋମିଟର ଦୂରତାକୁ ୩ ଘଣ୍ଟା ୧୭ ମିନିଟ୍‌ ଓ ୩୬ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କ ପଛକୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଦୁଇ ରାଇଡର ଜସ୍ପର ଫିଲିପସେନ୍‌ ଓ ନାସେର ବେହାନୀ ରହିଥିଲେ। ଚତୁର୍ଥରୁ ୧୦ମ ସ୍ଥାନ ଯଥାକ୍ରମେ ଆର୍ନଡ ଡେମାରେ, ପିଟର ସାଗନ, ସେସ୍‌ ବୋଲ୍‌, ଟିମ୍‌ ମର୍ଲିଆର, ଆଉଟ୍‌ ଭାନ୍‌ ଆଏର୍ଟ, ମାଇକେଲ ମାଥ୍ୟୁସ୍‌ ଓ ମ୍ୟାଡ୍ସ ପେଡରସନ ରହିଥିଲେ। ଆୟର୍ଲାଣ୍ଡ ସ୍ପ୍ରିଣ୍ଟର ସାମ ବେନେଟ ଆଘାତପ୍ରାପ୍ତ ହେବାରୁ ଡେସିଉନିକ୍‌-କ୍ୱିକ୍‌ଷ୍ଟେପ୍‌ ଟିମ୍‌ରେ ଶେଷ ମୁହୂର୍ତ୍ତରେ କାଭେଣ୍ଡିସଙ୍କୁ ନିଆଯାଇଥିଲା। ଟିମ୍‌ ମ୍ୟାନେଜର ପ୍ୟାଟ୍ରିକ୍‌ ଲେଫିଭେର ତାଙ୍କ ଉପରେ ଯେଉଁ ଭରସା ରଖିଥିଲେ ତାହା ଯଥାର୍ଥ ବୋଲି ପ୍ରମାଣ କରି ଦେଖାଇଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କ କ୍ୟାରିୟର ପ୍ରତି ବିପଦ ଦେଖା ଦେଇଥିଲା। ମାତ୍ର ସେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?