କାମରେ ଆସୁନାହିଁ ଉଠା ଜଳସେଚନ ପ୍ରକଳ୍ପ: ଚାଷୀ ମହଲରେ ଅସନ୍ତୋଷ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଞ୍ଚାୟତର ଯୋଲକୋ ଗ୍ରାମ ନିକଟରେ ପ୍ରବାହିତ ନଦୀରେ ରହିଛି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଗତ ୨୦୧୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟନ ହୋଇଥିଲା। ଏହା ଲଇତରା,ଜୋଲକୋ, କରଳାଭା ତିନି ଗ୍ରାମର ପ୍ରାୟ ୧୦୫୦ ଏକର ଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା କରା ଯାଇଥିଲା। କିନ୍ତୁ ଲଇତରା ପଞ୍ଚାୟତ ଅଞ୍ଚଳର ଚାଷୀମାନଙ୍କ ଜମିକୁ ଜଳସେଚନର ସୁବିଧା ପାଇଁ ଏହି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ପୂର୍ବ ସରକାର ପକ୍ଷରୁ କରାଯାଇଥିଲା l

ତେବେ ରେତ ନଦୀଟି ଚିରସ୍ରୋତାବିହୀନ ହେତୁ ରବି ଋତୁ ସମୟରେ ଏହି ପ୍ରକଳ୍ପ ଚାଲୁ ନ ଥିଲା l ବିଶେଷ କରି ବର୍ଷା ଋତୁରେ ଚାଲୁରହୁଥିଲା l ଯଦ୍ୱାରାକି ଚାଷୀମାନଙ୍କ ଗଡାନିଆ ଜମି ମାନଙ୍କରେ ପାଣି ମଡ଼ାଇବା ପାଇଁ କାମରେ ଆସୁଥିଲା l ଏଥିପାଇଁ ଚାଷୀମାନେ ଉପକୃତ ମଧ୍ୟ ହେଉଥିଲେ l ଚଳିତ ବର୍ଷ ଖରିଫ ଋତୁ ସମୟ ହୋଇଥିଲେ ବି ଏହି ପ୍ରକଳ୍ପ ଚାଳୁ ନ ହୋଇ ବନ୍ଧହୋଇ ପଡ଼ିଥିଲା l ଏଣୁ ଚାଷୀମାନଙ୍କ ବର୍ତ୍ତମାନ ଧାନରେ ସାର ପ୍ରୟୋଗ ସହ ରୁଆ,ବେଉଷଣ କାର୍ଯ୍ୟ ଅଟକି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l

ପାଞ୍ଚ ବର୍ଷ ହେଲା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀମାନେ ନିଜର ଚାଷ ଜମିକୁ ଜଳସେଚନ କରିପାରୁଥିଲେ। ପ୍ରକଳ୍ପ ନିର୍ମାଣ କାମ କରିଥିବା ସମ୍ପୃକ୍ତ କମ୍ପାନୀର ପାଞ୍ଚ ବର୍ଷ ମିଆଦ ପୁରିଗଲା ପରେ ତାହାର ରକ୍ଷଣାବେକ୍ଷଣା ପାଇଁ ବର୍ତ୍ତମାନ ଅନ୍ୟ କୈାଣସି କମ୍ପାନୀ ଦାୟିତ୍ବ ନେବା ପାଇଁ ଆସି ନାହାନ୍ତି। ଯଦ୍ୱାରା ପ୍ରକଳ୍ପ ଏବେ ଅଚଳ ହୋଇପଡିଛି ଏବଂ ବର୍ତ୍ତମାନ କିପରି ତାହା କାର୍ଯ୍ୟକ୍ଷମ ହେବ। ସେନେଇ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ କହି ପାରୁନାହାନ୍ତି ବୋଲି ଲଇତରା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ପାଣି ପଞ୍ଚାୟତ ମହଲରେ ଅଭିଯୋଗ ପ୍ରକାଶ ପାଉଛି । ପ୍ରକଳ୍ପର ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକଳ୍ପର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି ଓ କେବେ ହେବ ଏବଂ ସରକାର ପ୍ରକଳ୍ପକୁ ସ୍ବୀକୃତି ପ୍ରାପ୍ତ କମ୍ପାନୀ ଦ୍ବାରା କେବେ ସୁଚାରୁରୂପେ ପରିଚାଳନା କରିବେ ସେ ବିଷୟରେ ଚାଷୀମାନଙ୍କ ପକ୍ଷରୁ କିଛିଦିନ ତଳେ ସମ୍ପୃକ୍ତ ବିଭାଗ ଠାରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ମିଳିଛି।

ଅପରପକ୍ଷେ ଏହି ମେଗା ପ୍ରୋଜେକ୍ଟ ଚାଳୁ ନ ହୋଇ ମଧ୍ୟ ବିଦ୍ୟୁତ ବିଲ ଅଯଥାରେ ବିଲ ପୈଠ କରାଯାଉଛି l ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପର ପାଇପ ଲାଇନ ଗୁଡିକ କିପରି ଯଥାଶୀଘ୍ର ମରାମତି କାମ ହୋଇପାରିବ ଓ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଲଇତରା ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତର ସଭାପତି ଓ ସଦସ୍ୟଙ୍କ ପକ୍ଷରୁ ଦାବି ହେଉଛି । ଏ ସଂକ୍ରାନ୍ତରେ ଦାୟିତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କୁ ପଚାରିବାରୁ କିଛି ଦିନ ପରେ ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?