ଅଡୁଆ କରିଛି ଏଏସ୍‌ଆଇ ନିୟମ

ଢେଙ୍କାନାଳ ଅଫିସ, ୧୫ା୧୧: ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ୱ ନେଇଛି ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)। ସର୍ବଭାରତୀୟସ୍ତରରେ କାର୍ଯ୍ୟ କରୁଥିବା ଏହି ଜାତୀୟସଂସ୍ଥା ପରିଚାଳନାରେ ରହିଛି ଢେଙ୍କାନାଳ ଜିଲାର ଅନେକ ଐତିହ୍ୟ ସମ୍ପନ୍ନ ପୀଠ। ହେଲେ ଏଏସ୍‌ଆଇର କଠୋର ନିୟମ ଆଞ୍ଚଳିକ ପର୍ଯ୍ୟଟନ ବିକାଶରେ କଣ୍ଟା ସାଜିଛି। ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିବାରୁ ଜିଲା ପ୍ରଶାସନ ଉକ୍ତ ସ୍ଥାନଗୁଡ଼ିକରେ ମନ ମୁତାବକ ଉନ୍ନୟନମୂଳକ କାର୍ଯ୍ୟ କରିପାରୁ ନାହିଁ। ଫଳରେ ପ୍ରାଚୀନ କୀର୍ତ୍ତିରାଜି ଏବେ ଧ୍ୱଂସ ମୁଖରେ।

ନବମ ଶତାବ୍ଦୀର ଭୌମକର ରାଜବଂଶର ପ୍ରସ୍ତର ସ୍ଥାପତ୍ୟ ଅନନ୍ତଶୟନ ହେଉ କି ଦ୍ୱାଦଶ ଶତାବ୍ଦୀର ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ଆସ୍ଥାନ କପିଳାସ ପୀଠ। ଏସବୁ କେବଳ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିନି, ବରଂ ଢେଙ୍କାନାଳ ଜିଲାର ପର୍ଯ୍ୟଟନ ପାଇଁ ସୃଷ୍ଟି କରିଛି ସ୍ବର୍ଣ୍ଣିମ ଅବସର। କେବଳ ଏହି ଦୁଇ ପର୍ଯ୍ୟଟନସ୍ଥଳୀ ନୁହେଁ, ଉନ୍ନକୋଟୀଶ୍ୱର, କୁଆଳୋ ଅଷ୍ଟଶମ୍ଭୁ, କପିଳେଶ୍ୱର ଭଳି ପୁରାତନ ମନ୍ଦିର ଇତିହାସର ମୂକସାକ୍ଷୀ ହୋଇ ଛିଡ଼ାହୋଇଛି। ପୌରାଣିକ କିମ୍ବଦନ୍ତୀ ସହିତ ଜଡ଼ିତ ଏହି କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ନେଇଛି ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)। ଏଏସ୍‌ଆଇର କଠୋର ନିୟମ ପାଇଁ ନିଷିଦ୍ଧାଞ୍ଚଳ ଭାବେ ଘୋଷିତ ସମ୍ପୃକ୍ତ ପୀଠ ପରିସରର ବିକାଶମୂଳକ କାର୍ଯ୍ୟ କରିପାରୁନି ଜିଲା ପ୍ରଶାସନ କିମ୍ବା ଦେବୋତ୍ତର ବିଭାଗ। ଅନ୍ୟପଟେ ଏଏସ୍‌ଆଇର ଉନ୍ନୟନ କାମ କଚ୍ଛପ ଗତିରେ ଚାଲୁରହିଛି। ଫଳରେ ନିର୍ମାଣ ହୋଇଥିବା କାର୍ଯ୍ୟ ପୁଣିଥରେ ମରାମତି ଆବଶ୍ୟକ କଲାଣି, ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ବିଶାଳକାୟ ଅନନ୍ତଶୟନ ମୂର୍ତ୍ତି ପ୍ରତିବର୍ଷ ବନ୍ୟାର ସମ୍ମୁଖୀନ ହେଉଛି। ବର୍ଷାଦିନେ ବଢ଼ି ଆସିଲେ ଏହା ବୁଡ଼ିଯାଇ ବାଲିଚର ହୋଇଯାଉଛି। ଏଭଳି ବିରଳ କୀର୍ତ୍ତିର ସଂରକ୍ଷଣ କରିବା ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଏସ୍‌ଆଇ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ସମାନ ସମସ୍ୟା ଦେଖାଦେଇଛି କପିଳାସ, ଉନ୍ନକୋଟୀଶ୍ୱର, କୁଆଳୋ ଅଷ୍ଟଶମ୍ଭୁ, କପିଳେଶ୍ୱର ଭଳି ମନ୍ଦିରରେ। ଦୀର୍ଘବର୍ଷ ହେଲା ଏସବୁସ୍ଥାନରେ ଏଏସ୍‌ଆଇର ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ସଂରକ୍ଷିତ ତାଲିକାଭୁକ୍ତ ଐତିହ୍ୟସ୍ଥଳଗୁଡ଼ିକରେ କୌଣସି କାମ ପୂର୍ବରୁ ଏଏସ୍‌ଆଇର ଅନୁମତି ଅପରିହାର୍ଯ୍ୟ ହୋଇଥିବାବେଳେ ଅସହାୟ ହୋଇଯାଇଛି ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ। ଅନୁଦାନର ଅଭାବ ନ ଥିଲେ ବି ଉକ୍ତ ସ୍ଥାନରେ ମାଟି ଗାଣ୍ଡୁଆଏ ପକାଇବା ସମ୍ଭବ ହୋଇପାରୁନାହିଁ। ଫଳରେ ଏସବୁ ସ୍ଥାନକୁ ଆସୁଥିବା ପର୍ଯ୍ୟଟକ ମନରେ ତିକ୍ତ ମନ ନେଇ ଫେରୁଛନ୍ତି, ଯାହାର ନକାରାତ୍ମକ ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡୁଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ଚେତନା ସମିତି ସଭାପତି ପ୍ରଦ୍ୟୁମ୍ନ ରଥ କୁହନ୍ତି, ଏଏସ୍‌ଆଇ ଅଧୀନରେ ଥିବା ମଠମନ୍ଦିର ଗୁଡ଼ିକର ଉନ୍ନତିମୂଳକ କାର୍ଯ୍ୟ ଏହି ଜାତୀୟ ସଂସ୍ଥା କରିବା କଥା। ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ ଜାରି ରହିବା କଥା। ହେଲେ ତାହା ହେଉନାହିଁ। ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ଏଏସ୍‌ଆଇ ଆଇନ ଯୋଗୁ କପିଳାସ ସମେତ ଏହାର ଅଧୀନରେ ଥିବା କୌଣସି ପୀଠରେ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ। ସଚେତନତାର ଅଭାବ ଯୋଗୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ୍‌ ମୁକ୍ତ ସ୍ବପ୍ନ ପୂରଣ ହୋଇପାରୁନି। ଅଦ୍ୟାବଧି ‘ଯାଯାବର’ ପ୍ରକଳ୍ପ ଠିକାସଂସ୍ଥା ହସ୍ତାନ୍ତର କରିନାହିଁ। ଏ ସବୁ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି।

ବିଭାଗରେ କର୍ମଚାରୀ ମରୁଡ଼ି
ଢେଙ୍କାନାଳରେ ଥିବା ଜିଲା ପର୍ଯ୍ୟଟନ ବିଭାଗରେ କର୍ମଚାରୀ ମରୁଡ଼ି ଅଭାବ ପ୍ରମୁଖ ସମସ୍ୟା ପାଲଟିଛି। ଜଣେ ଅଧିକାରୀ ଏବଂ ୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କାନ୍ଧରେ ଲଦି ଦିଆଯାଇଛି ସମସ୍ତ ଦାୟିତ୍ୱ। ଫଳରେ ଅଧିକାରୀ ଜଣକ କିରାଣି କାମ କରିବାକୁ ବାଧ୍ୟ ହେଉଛନ୍ତି। ଏବେ କାର୍ଯ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ ପଦବୀ ଖାଲିପଡ଼ିଛି। ଏଠାରେ ନିଯୁକ୍ତି ପାଇଥିବା ଜଣେ ସିନିୟର ଆସିଷ୍ଟାଣ୍ଟ ଚେନ୍ନାଇସ୍ଥିତ ଓଡ଼ିଶା ପର୍ଯ୍ୟଟନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ତେବେ ସେ ଢେଙ୍କାନାଳ ଅଫିସରୁ ଦରମା ନେଉଛନ୍ତି। କର୍ମଚାରୀ ଅଭାବରୁ ପର୍ଯ୍ୟଟନ ବିଭାଗର କୌଣସି ସମୀକ୍ଷା ହୋଇପାରୁନାହିଁ। ଫଳରେ ଜିଲାର ପର୍ଯ୍ୟଟନର ବିକାଶ ଲାଗି ଯୋଜନା ପରେ ଯୋଜନା କରାଯାଉଥିଲେ ମଧ୍ୟ କାର୍ଯ୍ୟକାରୀ କରିବା ବେଳକୁ ସବୁ ଫସର ଫାଟୁଛି।

ପାଉଣା ବିବାଦରେ ‘ଯାଯାବର’

ଜିଲା ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ରହଣି, ସେମାନଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ, ସ୍ବାଦିଷ୍ଟ ଖାଦ୍ୟପାନୀୟରେ ଆପ୍ୟାୟିତ କରି ପର୍ଯ୍ୟଟନସ୍ଥଳୀ ମୁହଁା କରାଇବା ଲକ୍ଷ୍ୟ ନେଇ ଢେଙ୍କାନାଳ ସଦର ବ୍ଲକ ୫୫ନଂ. ଜାତୀୟ ରାଜପଥର ଗୋବିନ୍ଦପୁର ନିକଟରେ ପିପିପି ମୋଡ୍‌ରେ ୪ ବର୍ଷ ତଳେ ନିର୍ମାଣ କରାଯାଇଥିଲା ‘ଯାଯାବର’। ୧ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଭବ୍ୟ କୋଠା ନିର୍ମାଣରେ ଖର୍ଚ୍ଚ ହୋଇଛି ୧କୋଟି ୬୯ଲକ୍ଷ ଟଙ୍କା। ହେଲେ ଅଦ୍ୟାବଧି ପ୍ରକଳ୍ପ ନେଇପାରିନି ପୂର୍ଣ୍ଣାଙ୍ଗ ରୂପ। ଠିକାସଂସ୍ଥା ପକ୍ଷରୁ ଏହାକୁ ଜିଲା ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଉନାହିଁ। କାରଣ ପ୍ରକଳ୍ପ ନିର୍ମାଣରେ ନିୟୋଜିତ ଠିକାସଂସ୍ଥା କାର୍ଯ୍ୟକୁ ସବ୍‌ଲେଟ୍‌ କରି ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କୁ ଦେଇଥିଲା। ସମ୍ପୃକ୍ତ ଯୁବକମାନେ କାର୍ଯ୍ୟ କରିଥିଲେ ହେଁ ଠିକାସଂସ୍ଥା ପ୍ରାପ୍ୟ ପ୍ରଦାନ କରୁନାହିଁ। ତେଣୁ କାମ କରିଥିବା ଯୁବକମାନେ ‘ଯାଯାବର’ରେ ତାଲା ପକାଇ ରଖିଛନ୍ତି। ‘ଯାଯାବର’ ପାଉଣା ବିବାଦରେ ଫସିଥିବାବେଳେ ଏହାର ଉଦ୍ଦେଶ୍ୟ ବାଟବଣା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?