ଅଡୁଆ କରିଛି ଏଏସ୍‌ଆଇ ନିୟମ

ଢେଙ୍କାନାଳ ଅଫିସ, ୧୫ା୧୧: ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ୱ ନେଇଛି ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)। ସର୍ବଭାରତୀୟସ୍ତରରେ କାର୍ଯ୍ୟ କରୁଥିବା ଏହି ଜାତୀୟସଂସ୍ଥା ପରିଚାଳନାରେ ରହିଛି ଢେଙ୍କାନାଳ ଜିଲାର ଅନେକ ଐତିହ୍ୟ ସମ୍ପନ୍ନ ପୀଠ। ହେଲେ ଏଏସ୍‌ଆଇର କଠୋର ନିୟମ ଆଞ୍ଚଳିକ ପର୍ଯ୍ୟଟନ ବିକାଶରେ କଣ୍ଟା ସାଜିଛି। ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିବାରୁ ଜିଲା ପ୍ରଶାସନ ଉକ୍ତ ସ୍ଥାନଗୁଡ଼ିକରେ ମନ ମୁତାବକ ଉନ୍ନୟନମୂଳକ କାର୍ଯ୍ୟ କରିପାରୁ ନାହିଁ। ଫଳରେ ପ୍ରାଚୀନ କୀର୍ତ୍ତିରାଜି ଏବେ ଧ୍ୱଂସ ମୁଖରେ।

ନବମ ଶତାବ୍ଦୀର ଭୌମକର ରାଜବଂଶର ପ୍ରସ୍ତର ସ୍ଥାପତ୍ୟ ଅନନ୍ତଶୟନ ହେଉ କି ଦ୍ୱାଦଶ ଶତାବ୍ଦୀର ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ଆସ୍ଥାନ କପିଳାସ ପୀଠ। ଏସବୁ କେବଳ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିନି, ବରଂ ଢେଙ୍କାନାଳ ଜିଲାର ପର୍ଯ୍ୟଟନ ପାଇଁ ସୃଷ୍ଟି କରିଛି ସ୍ବର୍ଣ୍ଣିମ ଅବସର। କେବଳ ଏହି ଦୁଇ ପର୍ଯ୍ୟଟନସ୍ଥଳୀ ନୁହେଁ, ଉନ୍ନକୋଟୀଶ୍ୱର, କୁଆଳୋ ଅଷ୍ଟଶମ୍ଭୁ, କପିଳେଶ୍ୱର ଭଳି ପୁରାତନ ମନ୍ଦିର ଇତିହାସର ମୂକସାକ୍ଷୀ ହୋଇ ଛିଡ଼ାହୋଇଛି। ପୌରାଣିକ କିମ୍ବଦନ୍ତୀ ସହିତ ଜଡ଼ିତ ଏହି କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ନେଇଛି ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)। ଏଏସ୍‌ଆଇର କଠୋର ନିୟମ ପାଇଁ ନିଷିଦ୍ଧାଞ୍ଚଳ ଭାବେ ଘୋଷିତ ସମ୍ପୃକ୍ତ ପୀଠ ପରିସରର ବିକାଶମୂଳକ କାର୍ଯ୍ୟ କରିପାରୁନି ଜିଲା ପ୍ରଶାସନ କିମ୍ବା ଦେବୋତ୍ତର ବିଭାଗ। ଅନ୍ୟପଟେ ଏଏସ୍‌ଆଇର ଉନ୍ନୟନ କାମ କଚ୍ଛପ ଗତିରେ ଚାଲୁରହିଛି। ଫଳରେ ନିର୍ମାଣ ହୋଇଥିବା କାର୍ଯ୍ୟ ପୁଣିଥରେ ମରାମତି ଆବଶ୍ୟକ କଲାଣି, ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ବିଶାଳକାୟ ଅନନ୍ତଶୟନ ମୂର୍ତ୍ତି ପ୍ରତିବର୍ଷ ବନ୍ୟାର ସମ୍ମୁଖୀନ ହେଉଛି। ବର୍ଷାଦିନେ ବଢ଼ି ଆସିଲେ ଏହା ବୁଡ଼ିଯାଇ ବାଲିଚର ହୋଇଯାଉଛି। ଏଭଳି ବିରଳ କୀର୍ତ୍ତିର ସଂରକ୍ଷଣ କରିବା ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଏସ୍‌ଆଇ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ସମାନ ସମସ୍ୟା ଦେଖାଦେଇଛି କପିଳାସ, ଉନ୍ନକୋଟୀଶ୍ୱର, କୁଆଳୋ ଅଷ୍ଟଶମ୍ଭୁ, କପିଳେଶ୍ୱର ଭଳି ମନ୍ଦିରରେ। ଦୀର୍ଘବର୍ଷ ହେଲା ଏସବୁସ୍ଥାନରେ ଏଏସ୍‌ଆଇର ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ସଂରକ୍ଷିତ ତାଲିକାଭୁକ୍ତ ଐତିହ୍ୟସ୍ଥଳଗୁଡ଼ିକରେ କୌଣସି କାମ ପୂର୍ବରୁ ଏଏସ୍‌ଆଇର ଅନୁମତି ଅପରିହାର୍ଯ୍ୟ ହୋଇଥିବାବେଳେ ଅସହାୟ ହୋଇଯାଇଛି ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ। ଅନୁଦାନର ଅଭାବ ନ ଥିଲେ ବି ଉକ୍ତ ସ୍ଥାନରେ ମାଟି ଗାଣ୍ଡୁଆଏ ପକାଇବା ସମ୍ଭବ ହୋଇପାରୁନାହିଁ। ଫଳରେ ଏସବୁ ସ୍ଥାନକୁ ଆସୁଥିବା ପର୍ଯ୍ୟଟକ ମନରେ ତିକ୍ତ ମନ ନେଇ ଫେରୁଛନ୍ତି, ଯାହାର ନକାରାତ୍ମକ ପ୍ରଭାବ ପର୍ଯ୍ୟଟନ ଶିଳ୍ପ ଉପରେ ପଡୁଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ଚେତନା ସମିତି ସଭାପତି ପ୍ରଦ୍ୟୁମ୍ନ ରଥ କୁହନ୍ତି, ଏଏସ୍‌ଆଇ ଅଧୀନରେ ଥିବା ମଠମନ୍ଦିର ଗୁଡ଼ିକର ଉନ୍ନତିମୂଳକ କାର୍ଯ୍ୟ ଏହି ଜାତୀୟ ସଂସ୍ଥା କରିବା କଥା। ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ ଜାରି ରହିବା କଥା। ହେଲେ ତାହା ହେଉନାହିଁ। ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ଏଏସ୍‌ଆଇ ଆଇନ ଯୋଗୁ କପିଳାସ ସମେତ ଏହାର ଅଧୀନରେ ଥିବା କୌଣସି ପୀଠରେ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ। ସଚେତନତାର ଅଭାବ ଯୋଗୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ୍‌ ମୁକ୍ତ ସ୍ବପ୍ନ ପୂରଣ ହୋଇପାରୁନି। ଅଦ୍ୟାବଧି ‘ଯାଯାବର’ ପ୍ରକଳ୍ପ ଠିକାସଂସ୍ଥା ହସ୍ତାନ୍ତର କରିନାହିଁ। ଏ ସବୁ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି।

ବିଭାଗରେ କର୍ମଚାରୀ ମରୁଡ଼ି
ଢେଙ୍କାନାଳରେ ଥିବା ଜିଲା ପର୍ଯ୍ୟଟନ ବିଭାଗରେ କର୍ମଚାରୀ ମରୁଡ଼ି ଅଭାବ ପ୍ରମୁଖ ସମସ୍ୟା ପାଲଟିଛି। ଜଣେ ଅଧିକାରୀ ଏବଂ ୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କାନ୍ଧରେ ଲଦି ଦିଆଯାଇଛି ସମସ୍ତ ଦାୟିତ୍ୱ। ଫଳରେ ଅଧିକାରୀ ଜଣକ କିରାଣି କାମ କରିବାକୁ ବାଧ୍ୟ ହେଉଛନ୍ତି। ଏବେ କାର୍ଯ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ ପଦବୀ ଖାଲିପଡ଼ିଛି। ଏଠାରେ ନିଯୁକ୍ତି ପାଇଥିବା ଜଣେ ସିନିୟର ଆସିଷ୍ଟାଣ୍ଟ ଚେନ୍ନାଇସ୍ଥିତ ଓଡ଼ିଶା ପର୍ଯ୍ୟଟନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ତେବେ ସେ ଢେଙ୍କାନାଳ ଅଫିସରୁ ଦରମା ନେଉଛନ୍ତି। କର୍ମଚାରୀ ଅଭାବରୁ ପର୍ଯ୍ୟଟନ ବିଭାଗର କୌଣସି ସମୀକ୍ଷା ହୋଇପାରୁନାହିଁ। ଫଳରେ ଜିଲାର ପର୍ଯ୍ୟଟନର ବିକାଶ ଲାଗି ଯୋଜନା ପରେ ଯୋଜନା କରାଯାଉଥିଲେ ମଧ୍ୟ କାର୍ଯ୍ୟକାରୀ କରିବା ବେଳକୁ ସବୁ ଫସର ଫାଟୁଛି।

ପାଉଣା ବିବାଦରେ ‘ଯାଯାବର’

ଜିଲା ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ରହଣି, ସେମାନଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ, ସ୍ବାଦିଷ୍ଟ ଖାଦ୍ୟପାନୀୟରେ ଆପ୍ୟାୟିତ କରି ପର୍ଯ୍ୟଟନସ୍ଥଳୀ ମୁହଁା କରାଇବା ଲକ୍ଷ୍ୟ ନେଇ ଢେଙ୍କାନାଳ ସଦର ବ୍ଲକ ୫୫ନଂ. ଜାତୀୟ ରାଜପଥର ଗୋବିନ୍ଦପୁର ନିକଟରେ ପିପିପି ମୋଡ୍‌ରେ ୪ ବର୍ଷ ତଳେ ନିର୍ମାଣ କରାଯାଇଥିଲା ‘ଯାଯାବର’। ୧ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ଭବ୍ୟ କୋଠା ନିର୍ମାଣରେ ଖର୍ଚ୍ଚ ହୋଇଛି ୧କୋଟି ୬୯ଲକ୍ଷ ଟଙ୍କା। ହେଲେ ଅଦ୍ୟାବଧି ପ୍ରକଳ୍ପ ନେଇପାରିନି ପୂର୍ଣ୍ଣାଙ୍ଗ ରୂପ। ଠିକାସଂସ୍ଥା ପକ୍ଷରୁ ଏହାକୁ ଜିଲା ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଉନାହିଁ। କାରଣ ପ୍ରକଳ୍ପ ନିର୍ମାଣରେ ନିୟୋଜିତ ଠିକାସଂସ୍ଥା କାର୍ଯ୍ୟକୁ ସବ୍‌ଲେଟ୍‌ କରି ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କୁ ଦେଇଥିଲା। ସମ୍ପୃକ୍ତ ଯୁବକମାନେ କାର୍ଯ୍ୟ କରିଥିଲେ ହେଁ ଠିକାସଂସ୍ଥା ପ୍ରାପ୍ୟ ପ୍ରଦାନ କରୁନାହିଁ। ତେଣୁ କାମ କରିଥିବା ଯୁବକମାନେ ‘ଯାଯାବର’ରେ ତାଲା ପକାଇ ରଖିଛନ୍ତି। ‘ଯାଯାବର’ ପାଉଣା ବିବାଦରେ ଫସିଥିବାବେଳେ ଏହାର ଉଦ୍ଦେଶ୍ୟ ବାଟବଣା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri