ପେଟ ପାଇଁ ଦଣ୍ଡି ଧରିଲେ କଳାକାର

ପଦ୍ମପୁର,୨୪।୭ (ଡି.ଏନ.ଏ.)-ମହାମାରୀ କରୋନାରେ କବଳିତ ମଣିଷ ନିଜର ଜୀବନ ଜୀବିକା ହରାଇଛି। ନିମ୍ନ ମଧ୍ୟବିତ୍ତ, ଶ୍ରମିକ, ଦିନମଜୁରିଆ ପେଟ ପାଇଁ ସଂଗ୍ରାମ କରୁଛନ୍ତି। କରୋନା କଟକଣା ଛଡ଼ାଇ ନେଇଛି ବଞ୍ଚିବାର ରାହା। ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଉଠାଦୋକାନୀ, ଦିନମଜୁରିଆ, କଳାକାର ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯାତ୍ରା କଳାକାର। କିଏ ରାସ୍ତା କଡ଼ରେ ଚା’ ବିକିଲେଣି ତ ଆଉ କେଉଁ କଳାକାର ପରିବାର ପ୍ରତିପୋଷଣ ଲାଗି ରାସ୍ତାପାର୍ଶ୍ୱରେ ଦୋକାନ ଖୋଲିଛନ୍ତି। ହଜାର ହଜାର ଦର୍ଶକ ଟିକେଟ କାଟି ଯାହାଙ୍କ ଅଭିନୟ ଦେଖି ତାଳି ମାରୁଥିଲେ, ସେମାନେ ଆଜି ପେଟ ଚାଖଣ୍ଡକ ପାଇଁ ଅବହେଳିତ। ଏପରି ଜଣେ କଳାକାର ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ଦାମୋଦରପୁର ଗ୍ରାମର ଦୀପକ କୁମାର ମହାନ୍ତି(ଦୀପୁ)। କରୋନା କଟକଣା ଯୋଗୁ ଯାତ୍ରା ବନ୍ଦ ପରେ ସେ ପରିବାର ଚଳାଇବା ପାଇଁ ନିଜ ଗାଁରେ ଏକ ତେଜରାତି ଦୋକାନ କରିଛନ୍ତି। ମୁହଁରେ ରଙ୍ଗ ବୋଳି ଅଭିନୟ କରୁଥିବା ଏହି କଳାକାରଙ୍କୁ ହାତରେ ଦଣ୍ଡି ଧରିବାକୁ ପଡ଼ିଛି।
୧୯୯୮ଠାରୁ ସାହାଣୀ ଅପେରା, ସାତଶଙ୍ଖ, ଧଉଳି, ସଚ୍ଚିଦାନନ୍ଦ, ଯାତ୍ରାଗାଁ, ରଙ୍ଗମହଲ ଭଳି ନାମୀ ଅପେରାରେ ସେ ଅଭିନୟ କରିଛନ୍ତି। ୨୩ ବର୍ଷର କଳାକାର ଜୀବନରେ ପାର୍ଶ୍ୱ ଅଭିନେତା, ନାୟକ, ଖଳନାୟକ ଭଳି ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଛନ୍ତି। ତାଙ୍କ ଅଭିନୀତ ନାଟକ କିଏ କାଚ ପୁଣି କିଏ କାଞ୍ଚନ, ମନ୍ତ୍ରୀଙ୍କ ବୋହୂ ନାଁ ନେଇ ଗଲା ଗାଁ ପିଲା, ମୁଁ ସେଇ ଭଦ୍ରିକିଆ ଟୋକା, ବଡ଼ଦାଣ୍ଡର ଭିକାରୀ ଆଦି ସର୍ବାଦୃତ ହୋଇଛି। ମହାମାରୀ ପାଇଁ ତାଙ୍କ ପେସା ପ୍ରଭାବିତ ହେବାରୁ ଧୀରେ ଧୀରେ ଆର୍ଥିକ ଅବସ୍ଥା ମାନ୍ଦା ହୋଇଯାଇଛି। ପରିବାର ଚଳାଇବା ଲାଗି ପାଖରେ ଆଉ କିଛି ସମ୍ବଳ ନାହିଁ। ସ୍ତ୍ରୀ ଓ ଦୁଇଝିଅଙ୍କୁ ନେଇ ତାଙ୍କ ପରିବାର। ଦୁଇ ଝିଅଙ୍କ ଭବିଷ୍ୟତ ନେଇ ସେ ଏବେ ଚିନ୍ତିତ। ଆଗକୁ କଟକଣା ନ ହଟିଲେ ଦୋକାନ କରି ଘର ଚଳାଇବା କଷ୍ଟକର ହୋଇପଡ଼ିବ ବୋଲି ଦୀପକ କହନ୍ତି। ସରକାର ସମସ୍ତଙ୍କ ପାଇଁ କଟକଣା କୋହଳ କରୁଥିବା ବେଳେ ଯାତ୍ରା କଳାକାରଙ୍କୁ ଉପେକ୍ଷା କରୁଛନ୍ତି। ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri