ପେଟ ପାଇଁ ଦଣ୍ଡି ଧରିଲେ କଳାକାର

ପଦ୍ମପୁର,୨୪।୭ (ଡି.ଏନ.ଏ.)-ମହାମାରୀ କରୋନାରେ କବଳିତ ମଣିଷ ନିଜର ଜୀବନ ଜୀବିକା ହରାଇଛି। ନିମ୍ନ ମଧ୍ୟବିତ୍ତ, ଶ୍ରମିକ, ଦିନମଜୁରିଆ ପେଟ ପାଇଁ ସଂଗ୍ରାମ କରୁଛନ୍ତି। କରୋନା କଟକଣା ଛଡ଼ାଇ ନେଇଛି ବଞ୍ଚିବାର ରାହା। ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଉଠାଦୋକାନୀ, ଦିନମଜୁରିଆ, କଳାକାର ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯାତ୍ରା କଳାକାର। କିଏ ରାସ୍ତା କଡ଼ରେ ଚା’ ବିକିଲେଣି ତ ଆଉ କେଉଁ କଳାକାର ପରିବାର ପ୍ରତିପୋଷଣ ଲାଗି ରାସ୍ତାପାର୍ଶ୍ୱରେ ଦୋକାନ ଖୋଲିଛନ୍ତି। ହଜାର ହଜାର ଦର୍ଶକ ଟିକେଟ କାଟି ଯାହାଙ୍କ ଅଭିନୟ ଦେଖି ତାଳି ମାରୁଥିଲେ, ସେମାନେ ଆଜି ପେଟ ଚାଖଣ୍ଡକ ପାଇଁ ଅବହେଳିତ। ଏପରି ଜଣେ କଳାକାର ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦ ପଞ୍ଚାୟତ ଦାମୋଦରପୁର ଗ୍ରାମର ଦୀପକ କୁମାର ମହାନ୍ତି(ଦୀପୁ)। କରୋନା କଟକଣା ଯୋଗୁ ଯାତ୍ରା ବନ୍ଦ ପରେ ସେ ପରିବାର ଚଳାଇବା ପାଇଁ ନିଜ ଗାଁରେ ଏକ ତେଜରାତି ଦୋକାନ କରିଛନ୍ତି। ମୁହଁରେ ରଙ୍ଗ ବୋଳି ଅଭିନୟ କରୁଥିବା ଏହି କଳାକାରଙ୍କୁ ହାତରେ ଦଣ୍ଡି ଧରିବାକୁ ପଡ଼ିଛି।
୧୯୯୮ଠାରୁ ସାହାଣୀ ଅପେରା, ସାତଶଙ୍ଖ, ଧଉଳି, ସଚ୍ଚିଦାନନ୍ଦ, ଯାତ୍ରାଗାଁ, ରଙ୍ଗମହଲ ଭଳି ନାମୀ ଅପେରାରେ ସେ ଅଭିନୟ କରିଛନ୍ତି। ୨୩ ବର୍ଷର କଳାକାର ଜୀବନରେ ପାର୍ଶ୍ୱ ଅଭିନେତା, ନାୟକ, ଖଳନାୟକ ଭଳି ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଛନ୍ତି। ତାଙ୍କ ଅଭିନୀତ ନାଟକ କିଏ କାଚ ପୁଣି କିଏ କାଞ୍ଚନ, ମନ୍ତ୍ରୀଙ୍କ ବୋହୂ ନାଁ ନେଇ ଗଲା ଗାଁ ପିଲା, ମୁଁ ସେଇ ଭଦ୍ରିକିଆ ଟୋକା, ବଡ଼ଦାଣ୍ଡର ଭିକାରୀ ଆଦି ସର୍ବାଦୃତ ହୋଇଛି। ମହାମାରୀ ପାଇଁ ତାଙ୍କ ପେସା ପ୍ରଭାବିତ ହେବାରୁ ଧୀରେ ଧୀରେ ଆର୍ଥିକ ଅବସ୍ଥା ମାନ୍ଦା ହୋଇଯାଇଛି। ପରିବାର ଚଳାଇବା ଲାଗି ପାଖରେ ଆଉ କିଛି ସମ୍ବଳ ନାହିଁ। ସ୍ତ୍ରୀ ଓ ଦୁଇଝିଅଙ୍କୁ ନେଇ ତାଙ୍କ ପରିବାର। ଦୁଇ ଝିଅଙ୍କ ଭବିଷ୍ୟତ ନେଇ ସେ ଏବେ ଚିନ୍ତିତ। ଆଗକୁ କଟକଣା ନ ହଟିଲେ ଦୋକାନ କରି ଘର ଚଳାଇବା କଷ୍ଟକର ହୋଇପଡ଼ିବ ବୋଲି ଦୀପକ କହନ୍ତି। ସରକାର ସମସ୍ତଙ୍କ ପାଇଁ କଟକଣା କୋହଳ କରୁଥିବା ବେଳେ ଯାତ୍ରା କଳାକାରଙ୍କୁ ଉପେକ୍ଷା କରୁଛନ୍ତି। ଆଗାମୀ ଦିନରେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?