ଦେଖିବାର କଳା

ସୃଷ୍ଟିରେ କ’ଣ ଦେଖିପାରିବା , କ’ଣ ଦେଖି ନ ପାରିବା ତାହା ହିଁ ପ୍ରଶ୍ନ। ଜୀବ ଓ ଜଡ଼ବସ୍ତୁ , ସବୁକିଛି ସ୍ରଷ୍ଟାଙ୍କ ସୃଷ୍ଟି। ସୃଷ୍ଟିର କୌଣସି ଏକ ଜୀବ ଓ ଜଡ଼ବସ୍ତୁ ମଧ୍ୟରେ ପ୍ରଭେଦ ଦେଖିବାକୁ ମିଳେ। ଜୀବର ଚେତନ ଶକ୍ତି , ଅନୁଭବ ଶକ୍ତି ରହିଛି। ସେଥିପାଇଁ ଜୀବଟିଏ ତା’ଚାରିପାଖ ବିଶ୍ୱକୁ ଅନୁଭବ କରିପାରେ। ଏହା ହେଉଛି ସମ୍ବେଦନଶୀଳତା। ଜୀବ ଜୀବନ ପାଇଁ ସଂଗ୍ରାମ ଜାରି ରଖେ ଓ ବଞ୍ଚି ରହିବାକୁ ସର୍ବଦା ଚେଷ୍ଟା କରେ। ଏଥିପାଇଁ ତାକୁ ତା’ ଚତୁଃପାର୍ଶ୍ୱର ବିଶ୍ୱକୁ ଅନୁଭବ କରିବାର ଆବଶ୍ୟକତା ରହେ। ଚଳପ୍ରଚଳ କରିବାକୁ ହେଲେ ତାକୁ ଖାଦ୍ୟ ଓ ବିପଦର ଉପସ୍ଥିତି ସମ୍ପର୍କରେ ସମ୍ବେଦନ ରହିବାକୁ ହୁଏ। ଜୀବନ ସ୍ରୋତରେ ସମ୍ପର୍କ ସ୍ଥାପନ କରିବା ଜୀବର ଏକ ପ୍ରମୁଖ ଗୁଣ। ଏଥିଲାଗି ତାକୁ ସହଯୋଗୀ ଓ ଶତ୍ରୁ ମଧ୍ୟରେ ଥିବା ପ୍ରଭେଦକୁ ବୁଝିବାକୁ ପଡ଼େ।
ପାଣି ଓ ପବନ ଅବିରତ ବହି ଚାଲନ୍ତି। ସେମାନଙ୍କ ଗତିପଥରେ ଯେଉଁ ବାଧାଗୁଡ଼ିକ ଆସେ ତାହାକୁ ସେମାନେ ଦେଖିପାରନ୍ତି ନାହିଁ। ବାଧକ ସହ ସିଧା ଧକ୍କା ଖାଇବା ପରେ ହିଁ ସେମାନେ କେବଳ ସେମାନଙ୍କ ଗତିପଥ ବଦଳାଇ ଥାଆନ୍ତି। ଉଦ୍ଭିଦଗୁଡ଼ିକର ଚେତନ ଶକ୍ତି ରହିଛି। ସେଗୁଡ଼ିକ ବାଧା ଏବଂ ଅନୁକୂଳ ସ୍ଥିତିକୁ ଜାଣିପାରନ୍ତି, ଅନୁଭବ ବି କରିପାରନ୍ତି। ସେହି ଅନୁଯାୟୀ ସେମାନେ ଶାଖାପ୍ରଶାଖା ଓ ଚେର ମେଲି ବଢିଥାଆନ୍ତି। ଅନ୍ୟପକ୍ଷରେ ପ୍ରାଣୀମାନଙ୍କର ଗତିବିଧି ଦୃଷ୍ଟି, ଧ୍ୱନି ଓ ଗନ୍ଧ ଦ୍ୱାରା ନିର୍ଦ୍ଦେଶିତ ହୋଇଥାଏ। ସେମାନେ ଦେଖି, ଶୁଣି ଏବଂ ଗନ୍ଧ ବାରି ଚଳନଶୀଳ ହୋଇଥାନ୍ତି। ଏପରିକି ପରିବେଶରେ ଥିବା ଅଦୃଶ୍ୟ ତରଙ୍ଗ ଏବଂ ବିକିରଣଗୁଡ଼ିକ ମାଧ୍ୟମରେ କେଉଁଠି ଖାଦ୍ୟ ମିଳିବାର ସମ୍ଭାବନା ଅଛି, କେଉଁଠି କମ୍‌ ବିପଦ ରହିଛି ତାହା ସେମାନେ ଜାଣିପାରନ୍ତି। କିନ୍ତୁ ମଣିଷ କ୍ଷେତ୍ରରେ ଏସବୁ ବିଷୟ ଜଟିଳ ହୋଇଯାଏ। ଆମେ ତ ସଚରାଚରର ସବୁ ବସ୍ତୁକୁ ଦେଖୁଛୁ। ଆମେ ମଧ୍ୟ ଆମ ଭୌତିକ ଶରୀରକୁ ଦେଖୁଛୁ। କିନ୍ତୁ ମଣିଷ ଧନ, କ୍ଷମତା, ଜ୍ଞାନ, ପ୍ରତିଷ୍ଠା ପ୍ରଦର୍ଶନ ପାଇଁ ବିଭିନ୍ନ ସଙ୍କେତ ବ୍ୟବହାର କରୁଥିବା ଯୋଗୁ ଭୌତିକ ଶରୀର ବାଦ୍‌ ସୂକ୍ଷ୍ମ ସ୍ତରରେ ଅଧିକ କିଛି ଆମେ ଦେଖିପାରୁ ଓ ବୁଝିପାରୁ। ପ୍ରତ୍ୟେକଟିକୁ ଏକ ମୂଲ୍ୟ, କ୍ଷମତା, ସୌନ୍ଦର୍ଯ୍ୟବୋଧତା, ନୈତିକ କର୍ମର ପଦକ୍ରମତାରେ ଦେଖିବା ଲାଗି ସାଂସ୍କୃତିକ ଦୃଷ୍ଟିରୁ ପ୍ରତିବନ୍ଧିତ ହୋଇଥିବାରୁ ଆମେ କେବଳ ସେହି ସଙ୍କେତଗୁଡ଼ିକୁ ବୁଝିପାରୁ ଓ ସେଗୁଡ଼ିକର ଉଚିତ ଆକଳନ ମଧ୍ୟ କରିଥାଉ। ଚାଇନିଜ୍‌ମାନେ ଖାଦ୍ୟ ଖାଇବା ପାଇଁ ଚୋପ୍‌ଷ୍ଟିିକ ବ୍ୟବହାର କରିଥାଆନ୍ତି ଏବଂ ଭାରତୀୟମାନେ ଖାଦ୍ୟ ଖାଇବାରେ ଡାହାଣ ହାତ ଅଙ୍ଗୁଳିଗୁଡ଼ିକ ବ୍ୟବହାର କରିବା ଦେଖିଲେ ସତର୍କ କରାଯାଇପାରେ। ଜଣଙ୍କର ପଦ୍ଧତି କାହିଁକି ଅନ୍ୟଠାରୁ ଉନ୍ନତ ବୋଲି ଉଭୟ ଗୋଷ୍ଠୀ ହୁଏତ ଯୁକ୍ତି କରିପାରନ୍ତି। କାରଣ ସେମାନେ ପରସ୍ପର ସେମାନଙ୍କ ସଂସ୍କୃତି ଧାରାରେ ଓତପ୍ରୋତଃ ଭାବେ ଜଡ଼ିତ ଏବଂ ସେହି ସଙ୍କେତ ସବୁ ସଂସ୍କୃତିର ପରିପ୍ରକାଶ। ଧନର ପ୍ରତୀକ ଭାବେ ଗହଣାକୁ ବିଚାର କରିବାରେ କୌଣସି ଯୁକ୍ତିସଙ୍ଗତ ଭାବନା ନାହିଁ, କିନ୍ତୁ ଏହା ଅହଂକାରର ସଙ୍କେତ। ମରୁଭୂମିରେ ରହୁଥିବା ଓ ସେଠାକାର ସଂସ୍କୃତିକୁ ଆପଣାଇଥିବା ଲୋକମାନେ ପରଦା ଓ ମାସ୍କ ପିନ୍ଧନ୍ତି। ଏପରି କି ମରୁଭୂମି ବାହାରେ ସେମାନେ ଏଭଳି ପୋଷାକ ପନ୍ଧିଥାଆନ୍ତି। ସେମାନେ ବାଲିଝଡ଼ରୁ ନିଜକୁ ସୁରକ୍ଷିତ ରଖିବା ଲାଗି ଏଭଳି କରନ୍ତି ନାହିଁ, ବରଂ ଏହା ଏବେ ସଂସ୍କୃତିର ଏକ ସୂଚକ, ପରିଚୟର ପ୍ରତୀକ ହୋଇଯାଇଛିି। ଏଣୁ ଆମେ ଯାହା ପ୍ରଦର୍ଶନ କରୁଛୁ ତାହା ଯୁକ୍ତି ଆଧାରିତ ନୁହେଁ। ଏହା ସହ ଈର୍ଷାଠାରୁ ଆରମ୍ଭ କରି ଘୃଣା ଯାଏ, ଲୋଭ ଠାରୁ କ୍ରୋଧ ଯାଏ; ପ୍ରତିଟି ଭାବନାକୁ ପ୍ରତ୍ୟେକ ମଣିଷ ଅନୁଭବ କରେ। ଆମେ ଏସବୁକୁ ସ୍ଥୂଳତଃ ଦେଖିପାରୁନାହୁଁ, କିନ୍ତୁ ତାହାର ପରିଣାମଗୁଡ଼ିକୁ ଭଲ ଭାବେ ଅନୁଭବ କରିଥାଉ।
ଦେଖିବାର କଳା ବା କ୍ରିୟା ଅନ୍ୟମାନଙ୍କୁ ବୁଝିବା ଓ ଆମ ଭାବନା, ବ୍ୟବହାର, ବିଚାର କିମ୍ବା କାର୍ଯ୍ୟକଳାପ ଜାଣିବା ପାଇଁ ଅନ୍ତର୍ଦୃଷ୍ଟି ପ୍ରଦାନ କରିଛି। କେତେଜଣ ବନ୍ଧୁ ସେମାନଙ୍କ ସମ୍ପର୍କିତ ପ୍ରତ୍ୟେକ ବିଚାର ବା କାର୍ଯ୍ୟକଳାପକୁ କିପରି ପରିବର୍ତ୍ତନ କରିପାରନ୍ତି, ତାହା ସେମାନଙ୍କ କଥୋପକଥନରୁ ଆମେ ଅନୁଭବ କରିଥାଉ। ଆମେ ଯାହା ବି ଅନୁଭବ କରୁ ତାହା ସବୁବେଳେ ସେମାନଙ୍କ ସମ୍ପର୍କିତ ବିଷୟ ହିଁ ହୋଇଥାଏ, ଅନ୍ୟମାନଙ୍କ ସମ୍ପର୍କରେ ନୁହେଁ। ଅନ୍ୟପଟେ ସେମାନେ ଯେତେବେଳେ ତୁମ ସମ୍ପର୍କରେ ବିଚାର କରିବେ, ସେତେବେଳେ ସେମାନେ ବାସ୍ତବରେ ତୁମର ପ୍ରତିଷ୍ଠା, ଧନ, କ୍ଷମତାକୁ ଦେଖିବେ। ସେମାନେ କେବେ ବି ତୁମ ଭୟ ଓ ଅସୁରକ୍ଷା ବିଷୟକୁ ଦେଖିବେ ନାହିଁ। ଆମେ ଦେବଦେବୀଙ୍କ ପ୍ରତିଷ୍ଠା ଓ ଶକ୍ତି ସମ୍ପର୍କରେ ମଧ୍ୟ ଭିନ୍ନ ଭାବନା ଆଣିଥାଉ। ସେମାନେ ଆମ ସୁରକ୍ଷା ଓ ବିପଦଗୁଡ଼ିକୁ ଦେଖିବେ ବୋଲି ସେମାନଙ୍କ ନିକଟକୁ ଯାଇଥାଉ। ଏଥିପାଇଁ ଏକ ହିନ୍ଦୁ ମନ୍ଦିରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ କାର୍ଯ୍ୟକୁ ଦର୍ଶନ କିମ୍ବା ଦେଖିବା ବୋଲି କୁହାଯାଉଛି। ଦର୍ଶନାର୍ଥୀମାନେ ବରାଜିତ(ପ୍ରତିଷ୍ଠିତ) ଦେବୀଙ୍କ ପ୍ରତିମାକୁ ଦେଖିଥାଆନ୍ତି। ବିଶେଷକରି ତାଙ୍କର ବଡ଼ ଆଖି ରହିଛି ଏବଂ ଦର୍ଶନାର୍ଥୀ ତାଙ୍କୁ ଦର୍ଶନ କଲେ ସେ ସେମାନଙ୍କୁ ମଧ୍ୟ ଦେଖିଥାନ୍ତି ବୋଲି ମନେକରାଯାଏ। ଦେବୀଙ୍କ ପ୍ରତିମା ବାସ୍ତବ ମୂର୍ତ୍ତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ବି ହୋଇଥାଏ। ସ୍ବତନ୍ତ୍ର ଧାର୍ମିକ କାର୍ଯ୍ୟ ଦ୍ୱାରା ଏଥିରେ ପ୍ରାଣ ପ୍ରତିଷ୍ଠା କରାଯିବା ଦ୍ୱାରା ଏହା ଚେତନ ଓ ସଚେତନତାକୁ ପ୍ରତିପାଦିତ କରେ। ତା’ପରେ ଏହାକୁ ଚେତନ ଶକ୍ତି ଭାବେ କଳ୍ପନା କରାଯାଏ। ଏହା ଏବେ ‘ଅର୍ଚ୍ଚ’ ବା ପୂଜ୍ୟ ମୂର୍ତ୍ତି ପାଲଟିଯାଏ ଏବଂ ପୂଜା ବା ଅର୍ଚ୍ଚନା ଯୋଗ୍ୟ ହୋଇଯାଏ।
ବଞ୍ଚିବା ଲାଗି କେବଳ ଅନୁକୂଳ ସ୍ଥିତି ସନ୍ଧାନ କରିବା ସହ ବିପଦଗୁଡ଼ିକ ଉପରେ ନଜର ରଖୁଥିବା ଗୋଟିଏ ଉଦ୍ଭିଦ କିମ୍ବା ପ୍ରାଣୀ ଭଳି ଭକ୍ତ ବଞ୍ଚିବା ପାଇଁ ଉପଯୁକ୍ତ ସ୍ଥିତି ଓ ଜୀବନ ପ୍ରତି ଭୟ ସୃଷ୍ଟି କରୁଥିବା ବିପଦଗୁଡ଼ିକୁ ଦେବଦେବୀ ଦେଖି ଭକ୍ତଙ୍କୁ ସାହାଯ୍ୟ କରିବାରେ ବିପରୀତ ସ୍ଥିତି ଦେଖିବାକୁ ମିଳେ। ହେଲେ ଭକ୍ତ ଦେବଦେବୀଙ୍କୁ ପ୍ରସାଦ, କପଡ଼ା ଏବଂ ସୁଖ ସୁବିଧା ଦେଇ ତା’ଆଦରର କ୍ଷମତା ପ୍ରଦର୍ଶିତ କରିଥାଏ। ସମ୍ଭବତଃ, ଏହି କାରଣରୁ ଆମ ପୂର୍ବପୁରୁଷମାନେ ଦର୍ଶନ ଭଳି ଧାର୍ମିକ କାର୍ଯ୍ୟ ଦ୍ୱାରା ଆମମାନଙ୍କ ଧ୍ୟାନ ଓ ଉଦାରତା ଆକର୍ଷିତ କରିବା ସକାଶେ ଚେଷ୍ଟା କରୁଥିଲେ। ଭଗବାନ୍‌ ଆମକୁ ଦେଖନ୍ତୁ ବୋଲି ଆମେ ଆଶା କରୁଛୁ , ହେଲେ ଆମେ ଆମ ସାଥୀ ମଣିଷଙ୍କୁ ଠିକ୍‌ ସେହିଭଳି ଦେଖୁଛୁ କି?

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri