ପୀଡ଼ା ଭୋଗୁଛନ୍ତି ପ୍ରାଣୀଧନ

ବଇଣ୍ଡା, (ପରିକ୍ଷିତ ସାହୁ) ୩୦ା୮: କୃଷି ଅର୍ଥନୀତିର ପ୍ରମୁଖ ଅଙ୍ଗ ପ୍ରାଣୀ ସମ୍ପଦ। ଗୃହପାଳିତ ପ୍ରାଣୀଙ୍କ ଉପରେ ନିର୍ଭର କରେ ଚାଷୀଙ୍କ ସମୃଦ୍ଧି। ସେଥିପାଇଁ ଚାଷ ସହିତ ପଶୁପାଳନକୁ ଦିଆଯାଉଛି ଗୁରୁତ୍ୱ। ଏହାକୁ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଅନେକ ଯୋଜନା ବି ଅଛି। ହେଲେ ବିଭାଗୀୟ ଅବହେଳା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପୀଡ଼ା ଭୋଗୁଛନ୍ତି ଗୃହପାଳିତ ଜୀବଜନ୍ତୁ। ପ୍ରାଣୀ ଚିକିତ୍ସାଳୟରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଠିକ୍‌ ସମୟରେ ରୋଗଣା ଜୀବଙ୍କୁ ମିଳୁନି ସେବା। ତେଣୁ ଗୋ-ମହିଷାଦି ପାଳନରୁ ଚାଷୀ ମୁହଁ ଫେରାଉଥିବା ଅଭିଯୋଗ ହୋଇଛି।
ଉପଖଣ୍ଡର ବହୁ ଚାଷୀ ଜୀବିକା ପାଇଁ ଗୃହପାଳିତ ପ୍ରାଣୀ ଉପରେ ନିର୍ଭରଶୀଳ। ହେଲେ ଗୋରୁଙ୍କଠାରେ କୌଣସି ରୋଗ ବ୍ୟାପିଲେ ସେମାନଙ୍କ ଚିନ୍ତା ବଢିଯାଉଛି। ଉପଖଣ୍ଡରେ ଥିବା ପ୍ରାଣୀଧନ ଚିକିତ୍ସାଳୟରେ ଆବଶ୍ୟକ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ), ଭେଟେରିନାରି ସର୍ଜନ ପ୍ରମୁଖ ପଦବୀ ଫାଙ୍କା ପଡିଥିବାରୁ ରୋଗରେ ପଡୁଥିବା ପ୍ରାଣୀକୁ ଚିକିତ୍ସା ମିଳିପାରୁ ନ ଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ସେବା ଯୋଗାଇବାକୁ ଥିବା ଅଧିକାଂଶ ପ୍ରାଣୀଧନ ଚିକିତ୍ସାଳୟରେ ତାଲା ଝୁଲୁଛି। ଅନେକ ଖାଲି ପଦବୀକୁ ଦୀର୍ଘ ଦିନ ହେଲା ପୂରଣ କରାଯାଉ ନ ଥିବାରୁ ଚାଷୀ ଘରୋଇ ପ୍ରାଣୀ ଡାକ୍ତରଙ୍କ ନିକଟକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ସୂଚନା ଅନୁଯାୟୀ, ଉପଖଣ୍ଡର ୬ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ଅଛି। ଉପଖଣ୍ଡ ପାଇଁ ୬୨ କର୍ମଚାରୀଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୩୬ ଜଣ କାମ ଚଳାଉଛନ୍ତି। ଆହୁରି ୨୬ ପଦବୀ ପାଇଁ କୌଣସି ନିଯୁକ୍ତି ବ୍ୟବସ୍ଥା କରାଯାଉ ନାହିଁ। କିଶୋରନଗର ବ୍ଲକର ୮ଟି ପ୍ରାଣୀ ଚିକିତ୍ସାକେନ୍ଦ୍ରରୁ କିଆକଟା, ଲୁହାସିଂହା, କୃତ୍ତିବାସପୁରରେ ପ୍ରାଣୀଧନ ନିରୀକ୍ଷକ ନ ଥିବାବେଳେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ହଣ୍ଡପା ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ, ଆଠମଲ୍ଲିକ ଓ କିଶୋରନଗରର ଅତିରିକ୍ତ ଆଟେଣ୍ଡାଣ୍ଟ, ୩ ଜଣ ଚୌକିଦାର ପଦବୀ ଖାଲି ପଡିଛି। ପ୍ରାଣୀ ସମ୍ପଦ ବିଭାଗ ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ସମସ୍ୟା ସୁଧୁରୁ ନ ଥିବା ଅଭିଯୋଗ ହୋଇଛି। ଚିକିତ୍ସା ସହ ସରକାରୀ ବ୍ୟବସ୍ଥାରେ ଥିବା ଅନ୍ୟ ମାଗଣା ସୁବିଧା ମଧ୍ୟ ଚାଷୀ ପାଉନାହାନ୍ତି। ଗୋରୁ, ଛେଳି, ମେଣ୍ଢାଙ୍କଠାରେ ତଣ୍ଟିଚିପା, ଫାଟୁଆ, ବଜବଜିଆ ବ୍ୟାପୁଥିବାବେଳେ ଚିକିତ୍ସିତ ହୋଇ ନ ପାରି ଅନେକଙ୍କ ମୃତ୍ୟୁ ଘଟୁଛି। ଖାଲି ପଦବୀରେ ନିଯୁକ୍ତି ପାଇଁ କୃତ୍ତିବାସପୁର ଗ୍ରାମବାସୀ ଉଭୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବଇଣ୍ଡାଠାରେ ଥିବା କିଶୋରଗଞ୍ଜ ପ୍ରାଣୀ ଚିକିତ୍ସା କେନ୍ଦ୍ରଟିକୁ ୨୦୧୮ରେ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଭାଙ୍ଗି ଦିଆଯାଇଛି। ଏ ପର୍ଯ୍ୟନ୍ତ ନୂତନ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ଉପଖଣ୍ଡର ଭାରପ୍ରାପ୍ତ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡା. ତପନ ବେଉରା କୁହନ୍ତି, ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଜଣାଯାଇଛି। ସମସ୍ତ ଗ୍ରାମରେ ଗୃହପାଳିତ ପ୍ରାଣୀଙ୍କୁ କିପରି ଠିକ୍‌ ଭାବେ ଚିକିତ୍ସା କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି।
ମିଳୁନି ସରକାରୀ ଚିକିତ୍ସା ସୁବିଧା
ଗୃହପାଳିତ ପ୍ରାଣୀଙ୍କୁ ସଂକ୍ରାମକ ରୋଗ ହେଲେ ସରକାରୀ ଚିକିତ୍ସା ମିଳୁନାହିଁ। ବହୁ ହଇରାଣ ହୋଇ ଘରୋଇ ଡାକ୍ତରଙ୍କୁ ଦେଖାଇବାକୁ ପଡୁଛି। ବିଭିନ୍ନ ସ୍ଥାନରୁ ଔଷଧ ଆଣି ଦେଉଛୁ। ବଇଣ୍ଡାରେ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ ଜରୁରୀ।

ଗୋମହିଷାଦି ସଂଖ୍ୟା ୧ ଲକ୍ଷ ୧୭ ହଜାର ୪୪୬
୨୦୨୦ ଜୁଲାଇ ସୁଦ୍ଧା ଆଠମଲ୍ଲିକ ଉପଖଣ୍ଡରେ ଗୃହପାଳିତ ପ୍ରାଣୀ ଗଣନା କରାଯାଇଛି। ତଦନୁଯାୟୀ ୬୪ ହଜାର ୪ଶହ ୭୧ ବଳଦ, ୪୯ ହଜାର ୨ଶହ ୧୯ ଗାଈ, ୩ ହଜାର ୭ଶହ ୫୬ ମଇଁଷି, ୨୯ ହଜାର ୭ଶହ ୮୬ ମେଣ୍ଢା, ୬୭ ହଜାର ୨୮୦ ଛେଳି, ୧୧୦ ବିଦେଶୀ କୁକୁର ଅଛନ୍ତି। ସେହିପରି ୫୮ ହଜାର ୧୩୪ ଦେଶୀ କୁକୁଡ଼ା, ୯୨ ହଜାର ୩୪୦ ବ୍ରଏଲର, ୩୦ ହଜାର ୫୦୦ ଲେୟର କୁକୁଡା ରହିଛି। ଏଥିସହ ଆଠମଲ୍ଲିକ ବ୍ଲକରେ ୨୮ ଏବଂ କିଶୋରନଗର ବ୍ଲକରେ ୬୦ ବ୍ରଏଲର ଫାର୍ମ ଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି।
-ଲିଙ୍ଗରାଜ ବିଶ୍ୱାଳ, ଧୁଣ୍ଡିଗ୍ରାମ

ପଦବୀ ପୂରଣ ହେଉନାହିଁ
କିଆକଟାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅଛି। ତେବେ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡ଼ିଛି। ଏହି କେନ୍ଦ୍ର ଉପରେ ୨ ପଞ୍ଚାୟତର ୧୫ ଗ୍ରାମର ଚାଷୀ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଉ।
-ସରୋଜ କୁମାର ପ୍ରଧାନ, କିଆକଟା

ଦୀର୍ଘବର୍ଷ ହେଲା ବନ୍ଦ ପଡ଼ିଛି
ଲୁହାସିଂହା ପ୍ରାଣୀଧନ ଚିକିତ୍ସାକେନ୍ଦ୍ର ଉପରେ ୩ ପଞ୍ଚାୟତର ଚାଷୀ ନିର୍ଭରଶୀଳ। ଦୀର୍ଘବର୍ଷ ହେଲା ଏଠାରେ ତାଲା ଝୁଲୁଛି। ଫାଟୁଆ ଭଳି ସଂକ୍ରାମକ ରୋଗ ବ୍ୟାପିବା ସମୟରେ ଗୋରୁଙ୍କ ଚିକିତ୍ସା ହୋଇପାରୁନାହିଁ। ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିଯୁକ୍ତି ଦେଲେ ସମସ୍ୟା ସମାଧାନ ହୋଇପାରନ୍ତା।
-ରାଧାମୋହନ ସାହୁ, କୁସୁମକୁହୁରୀ

ହୀନସ୍ତା ହେଉଛନ୍ତି ୪ ପଞ୍ଚାୟତର ଚାଷୀ
ବଇଣ୍ଡାରେ ଥିବା କିଶୋରଗଞ୍ଜ ଚିକିତ୍ସାକେନ୍ଦ୍ରକୁ ୨ବର୍ଷ ତଳେ ଭାଙ୍ଗି ଦିଆଯାଇଛି। ଏଥିଲାଗି ୪ ପଞ୍ଚାୟତର ଚାଷୀ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ପ୍ରଶାସନକୁ ଅବଗତ କରାଯିବା ସତ୍ତ୍ୱେ ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ନିର୍ମାଣ କରାଯାଉନାହିଁ।
-ଜଳଧର ସାହୁ, ନୁନୁକାପଶି

ଘରୋଇ ଚିକିତ୍ସାରେ ଖର୍ଚ୍ଚ ବାଧୁଛି
ଚାଷୀମାନେ ବିଭିନ୍ନ ସଂସ୍ଥାରୁ ଋଣ ଆଣି ଗାଈ, ଛେଳି ପାଳୁଛନ୍ତି। କିନ୍ତୁ ଦେୟମୁକ୍ତ ଚିକିତ୍ସା, ଔଷଧ ମିଳୁ ନ ଥିବାରୁ ସେମାନେ ଘରୋଇ ଡାକ୍ତରଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଖର୍ଚ୍ଚ ବାଧୁଛି। ହିମିତିରା ଚିକିତ୍ସାକେନ୍ଦ୍ରରେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିଯୁକ୍ତି ଦେଲେ ଚାଷୀମାନେ ଉପକୃତ ହୋଇପାରନ୍ତେ।
-ସୁଶାନ୍ତ ଦାସ, ଚୁଡାଖାଇ


Enter your email to get our daily news in your inbox.

All Right Reserved By Dharitri.Com

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri